ବିଟରୁଟ୍ ଆମ ଶରୀରକୁ ଯାଇ କଣ କରିଥାଏ ଓ କେଉଁମାନେ ବିଟରୁଟ୍ ସେବନ କରିବା ମନା ? ବିଟରୁଟ୍ ର ଫାଇଦା ଜାଣିଲେ ଆଜି ଠୁ ହିଁ ଖାଇବା ଆରମ୍ଭ କରିଦେବେ

ବିଟରୁଟ୍ ଏକ ଅତ୍ୟନ୍ତ ସ୍ଵାସ୍ଥ୍ୟପଯୋଗୀ ପରିବାର ଅଟେ । ହେଲେ ଅନେକ ଲୋକ ଏହାର ବ୍ୟବହାର ଜାଣି ନଥିବାରୁ ଏହାକୁ ଖାଆନ୍ତି ନାହିଁ । ପ୍ରଥମେ ବିଟରୁଟ୍ ର ପତ୍ରକୁ କେବଳ ଖାଦ୍ଯ ଭାବେ ବ୍ୟବହାର କରା ଯାଉଥିଲା । କିନ୍ତୁ ସମୟକ୍ରମେ ଏହାର ପତ୍ର ସହ ବିଟରୁଟ୍ ମୂଳକୁ ମଧ୍ୟ ଖାଦ୍ଯରେ ଅନ୍ତର୍ଭୁକ୍ତ କରାଗଲା । ଆମ ପେଟରେ ହଳଦିଆ ରଙ୍ଗର ଏକ ପିତ୍ତକୋଷ ବା ବାଇଲ ଥାଏ । ଆମ ପେଟରେ ବଳକା ଥିବା ତେଲ ଓ ଚର୍ବିକୁ ବାଇଲ ହଜମ କରାଇଥାଏ ।

କୌଣସି କାରଣରୁ ପେଟରେ ବାଇଲ ର ପରିମାଣ କମିଗଲେ ଖାଦ୍ଯ ହଜମ ହେବାରେ ଅଧିକ ସମୟ ଲାଗିଥାଏ । ବିଟରୁଟ୍ ଥିବା ପୋଷକତତ୍ତ୍ଵ ଆମ ପେଟରେ ଏହି ବାଇଲର ପ୍ରସ୍ତୁତିକୁ ବୃଦ୍ଧି କରିଥାଏ ଓ ଆମ ପାଚନତନ୍ତ୍ରକୁ ମଜବୁତ କରିଥାଏ । ବିଟରୁଟ୍ ଆମ ଲିଭର ସଫା କରିବାର କାମ ମଧ୍ୟ କରିଥାଏ । ଲିଭର ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯାହାକି 500 ରୁ ଅଧିକ କାମ କରିଥାଏ । ରକ୍ତ ସଫା କରିବା, ଶରୀରର ଆବଶ୍ୟକ ଅନୁସାରେ କୋଲେଷ୍ଟ୍ରୋଲ ତିଆରି କରିବା ଓ ଶକ୍ତି ସଂଗ୍ରହ କରିବା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ ଲିଭର ।

ଆମେ ଖାଉଥିବା ଖାଦ୍ଯରୁ ସମସ୍ତ ବିଷାକ୍ତ ପଦାର୍ଥ ମଧ୍ୟ ଲିଭର ଛାଣିକରି ବାହାର କରିଥାଏ । ଏହା ଯୋଗୁଁ ଲିଭରରେ ଧୀରେ ଧୀରେ ଫ୍ୟାଟ ଓ ଟକ୍ସିନ ଜମା ହୋଇଯାଏ । ଏଭଳି ସ୍ଥିତିରେ ବିଟରୁଟ୍ ଆମ ଲିଭରକୁ ଟକ୍ସିନ ବାହାର କରିବା କାମ କରିଥାଏ । ବିଟରୁଟ୍ ରେ ଥିବା ବେଟାଲେନ ଲିଭର ଇନଫ୍ଲେମେସନକୁ ବନ୍ଦ କରି ଲିଭରର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା କାମ କରିଥାଏ ।

ଏଥିପାଇଁ ବିଟରୁଟ୍ କୁ ଅଧିକ ରୋଷେଇ ନକରି କେବଳ ଜୁସ୍ କିମ୍ବା ସାଲାଡ ଭାବେ ବ୍ୟବହାର କରିବା ଲାଭଦାୟକ ହୋଇଥାଏ । ଯଦି ଆପଣ ଏହାକୁ କଞ୍ଚା ଖାଇ ପାରୁନାହାନ୍ତି ତେବେ 10 ମିନିଟ ପର୍ଯ୍ୟନ୍ତ ସିଝାଇ ଏହାକୁ ଖାଦ୍ଯରେ ବ୍ୟବହାର କରିପାରିବେ । ବିଟରୁଟ୍ ଆମ ଶରୀରକୁ ଉତ୍ତର ମାତ୍ରାରେ ପୋଟାସିୟମ ମଧ୍ୟ ଯୋଗାଇଥାଏ । ପୋଟାସିୟମ ଆମ ଶରୀରରୁ ଅତିରିକ୍ତ ସୋଡିୟମକୁ ବାହାର କରି ବ୍ଲଡ଼ପ୍ରେସର ସନ୍ତୁଳନ ରଖିବା କାମ କରିଥାଏ ।

ସ୍ନାୟୁ ପରିଚାଳନାରେ ମଧ୍ୟ ପୋଟାସିୟମର ଭୂମିକା ଅତ୍ୟନ୍ତ ଗୁରୁତ୍ଵଅପୂର୍ଣ୍ଣ । ବିଟରୁଟ୍ ରେ ଥିବା ନାଇଟ୍ରେଟ ଆମ ଶରୀରରେ ନାଇଟ୍ରିକ ଅକ୍ସାଇଡରେ ପରିଣତ ହୋଇ ଆମ ଶରୀରର ରକ୍ତ ସଂଚାଳନକୁ ଠିକ ରଖିବା ସହ ଫୁସଫୁସ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥାଏ ଏବଂ ମାଂସପେଶୀର କାର୍ଯ୍ୟକୁ ମଧ୍ୟ ସହଜ କରିଥାଏ । ଆମ ହାର୍ଟ ସିଷ୍ଟମକୁ ମଧ୍ୟ ଭଲଭାବେ କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ ବିଟରୁଟ୍ ।

ବ୍ୟାୟାମର ଅଧଘଣ୍ଟା ପୂର୍ବରୁ ବିଟରୁଟ୍ ରସରେ ଅଳ୍ପ ଅଦାରସ ଓ ଲେମ୍ବୁରସ ମିଶାଇ ସେବନ କରିବା ଦ୍ଵାରା ଏହା ଆମ ଶରୀରକୁ ଶକ୍ତି ଯୋଗାଇଥାଏ । ବିଟରୁଟରେ ଥିବା ଫଲେଟ ଓ ଆଇରନ ଆମ ଶରୀରରେ ହିମୋଗ୍ଲୋବିନ ଓ ରକ୍ତର ପରିମାଣକୁ ବଢାଇଥାଏ । ବିଟରୁଟ୍ ରେ ଠିଆବ ଫଲେଟ ଓ ବିଟେନ ଆମ ହୃଦୟ ସହ ମସ୍ତିଷ୍କକୁ ମଧ୍ୟ ସୁସ୍ଥ ରଖିବା କାର୍ଯ୍ୟ କରିଥାଏ । ଏହିଅପରି ବିଟରୁଟ୍ ର ଆହୁରି ଅନେକ ଫାଇଦା ରହିଛି । ତେଣୁ ଏହାକୁ ନିଜ ଖାଦ୍ଯରେ ସାମିଲ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

କିନ୍ତୁ ୟୁରିକ ଏସିଡ ଏବଂ କିଡନୀ ଷ୍ଟୋନ ସମସ୍ଯା ଥିବା ଲୋକମାନେ ବିଟରୁଟ୍ ସେବନ କରିବା ଉଚିତ ନୁହେଁ । ବିଟରୁଟ୍ ର ସେବନ ଦ୍ଵାରା କିଛି ଲୋକଙ୍କ ମଳମୂତ୍ରର ରଙ୍ଗ ଲାଲ ଆସିପାରେ, କିନ୍ତୁ ଏଥିରେ ଡରିବାର କିଛି କଥା ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।