ଏଥର 17 ହଜାର ନୁହେଁ ବରଂ ମାସକୁ 10 ହଜାର ଟଙ୍କା ଦେବେ Sumit, ଏନେଇ ହାଇକୋର୍ଟ ଶୁଣାଇଲେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ, ଜାଣନ୍ତୁ ଏହାର କାରଣ

ବହୁଚର୍ଚ୍ଚିତ ସୁମିତ ଏବଂ ତପସ୍ଵିନୀ ପାରିବାରିକ ବିବାଦ ମାମଲାରେ ପୁଣି ଏକ ନୂଆ ମୋଡ ଆସିଛି । ତପସ୍ଵିନୀଙ୍କୁ ମାସିକ ଭରଣପୋଷଣ ଦେବା ପାଇଁ ପ୍ରଥମେ ଯେଉଁ ଅପିଲ କରା ଯାଇଥିଲା ତାହାକୁ ଖାରଜ କରା ଯାଇଥିଲା । କିନ୍ତୁ ପରେ ତପସ୍ଵିନୀ ଏବେବି ଆଇନଗତ ଭାବେ ସୁମିତଙ୍କ ସ୍ତ୍ରୀ ହୋଇଥିବାରୁ ଏବଂ ତାଙ୍କର କୌଣସି ରୋଜଗାର ନଥିବାରୁ ତାଙ୍କୁ ଘରେ ରହିବାକୁ ସ୍ଥାନ ଦେବା ସହ ମାସିକ ୧୭ ହଜାର ଟଙ୍କା ଲେଖାଏଁ ଭରଣପୋଷଣ ବାବଦକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା ଜଜ୍ ।

ଏହାପରେ ଜିଲ୍ଲା କୋର୍ଟଙ୍କ ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ସୁମିତ । କିନ୍ତୁ ହାଇକୋର୍ଟ ମଧ୍ୟ ତପସ୍ଵିନୀଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । ଚଳିତ ମାସ ୧୦ ତାରିଖ ଦିନ ସୁମିତଙ୍କ ପକ୍ଷରୁ ତପସ୍ଵିନୀଙ୍କୁ ଡିମାଣ୍ଡ ଡ୍ରାଫ୍ଟ ଜରିଆରେ ଉକ୍ତ ଟଙ୍କା ମଧ୍ୟ ପ୍ରଦାନ କରାଯାଇଥିଲା । ଯାହାକୁ ଗ୍ରହଣ କରିବା ପାଇଁ ଗତକାଲି ତପସ୍ଵିନୀ କୋର୍ଟ ଆସିଥିଲେ । ତେବେ ଏହି ଭରଣପୋଷଣ ଟଙ୍କା ବାବଦକୁ ନେଇ ଆଉ ଏକ ରାୟ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ ।

ସୁମିତଙ୍କ ପକ୍ଷରୁ ଦିଆ ଯାଉଥିବା ଏହି ଭରଣପୋଷଣ ଟଙ୍କାକୁ ହ୍ରାସ କରିଛନ୍ତି ହାଇକୋର୍ଟ । ପୂର୍ବରୁ ଏହା ୧୭ ହଜାର ଟଙ୍କା ଥିବା ବେଳେ ଏବେ ଏହାକୁ ୧୦ ହଜାରକୁ ହ୍ରାସ କରାଯାଇଛି । ତେଣୁ ସୁମିତ ବର୍ତ୍ତମାନ ଠାରୁ ମାସିକ ୧୦ ହଜାର ତାଙ୍କ ତପସ୍ଵିନୀଙ୍କୁ ଦେବେ । ଏହାସହ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତପସ୍ଵିନୀ ଶାଶୁଘରେ ର୍ହାଇବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ ବରଂ ଉଭୟଙ୍କୁ ଗୋଟିଏ ମାସ ଭିତରେ ଆସ୍କାରେ ଘରଭଡା ନେଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ତପସ୍ଵିନୀଙ୍କ ପକ୍ଷରୁ କେସ୍ ଲଢୁଥିବା ଓକିଲ ଆଜି ଏନେଇ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ତପସ୍ଵିନୀଙ୍କ ଅନ୍ୟ ଜାଗାରେ ରହିବା ନେଇ ତୁରନ୍ତ ବ୍ୟବସ୍ଥା କରା ଯାଇଥିବାରୁ ତପସ୍ଵିନୀଙ୍କ ମାସିକ ଭରଣପୋଷଣ ଟଙ୍କାକୁ ହ୍ରାସ କରାଯାଇଛି ବୋଲି ସୂଚନା ମିଳିଛି । ନିମ୍ନ ଅଦାଲତଙ୍କ ରାୟ ଉପରେ ଆଜି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଗତ କିଛିଦିନ ହେଲା ତପସ୍ଵିନୀ ଅସୁସ୍ଥ ଥିଲେ । ଆଉ ଦୀର୍ଘଦିନ ପରେ ଗତକାଲି ତାଙ୍କୁ କୋର୍ଟରେ ଦେଖିବାକୁ ମିଳିଥିଲା ।

ତପସ୍ଵିନୀ କାଲି କହିଥିଲେ କି ସୁମିତ ଏବଂ ତାଙ୍କର ବହୁତ ଶୀଘ୍ର ମିଳନ ହେବ । ଆଗକୁ ସେମାନଙ୍କର ନିଶ୍ଚୟ ରିୟୁନିୟନ ହେବ ବୋଲି ଗ୍ୟାରେଣ୍ଟି ଦେଇ କହିଥିଲେ ତପସ୍ଵିନୀ । ତେବେ ଆଗକୁ କଣ ହେବ ତାହା ହିଁ କେବଳ ସମୟ କହିବ । ଏ ସଂକ୍ରାନ୍ତରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।