ଫିଟ୍ ରହିବା ପାଇଁ କଣ ଖାଇବେ ଓ କଣ ଖାଇବେନି ? ଜାଣନ୍ତୁ Dietician Niharika Dash ଙ୍କ ଠାରୁ

ଆଜିକାଲିର ଅସ୍ଵାସ୍ଥ୍ୟକର ଖାଦ୍ଯଶୈଳୀ ଓ ମାନସିକ ଚାପ ହେଉଛି ଆମ ଶରୀରରେ ବିଭିନ୍ନ ରୋଗର କାରଣ । ତେଣୁ ସୁସ୍ଥ ରହିବା ପାଇଁ ସୁସ୍ଥ ଜୀବନଶୈଳୀ ବ୍ଯତୀତ କରିବା ସହ ସୁଷମ ଖାଦ୍ଯ ଖାଇବା ନିହାତି ଜରୁରୀ । ଆପଣଙ୍କ ଅସନ୍ତୁଳିତ ଜୀବନଶୈଳୀରେ ଯେତେବେ ସନ୍ତୁଳନ ରକ୍ଷା କରିବେ ଆପଣ ସେତେ ନିରୋଗ ରହିବେ ଏବଂ ଫିଟ୍ ରହିବେ । ତେବେ ନିଜକୁ ଫିଟ୍ ରଖିବା ପାଇଁ କଣ ଖାଇବେ ଓ କଣ ଖାଇବେ ନାହିଁ ଆସନ୍ତୁ ଜାଣିବା ଡାଏଟିସିଆନ ନିହାରିକା ଦାଶଙ୍କ ଠାରୁ ।

ଆଜିକାଲି ଆମ ଜୀବନଶୈଳୀ ଏମିତି ହୋଇଗଲାଣି ଆମେ ବହୁତ ଅଳସୁଆ ହୋଇଯାଉଛୁ । ପ୍ରତିଦିନ ବ୍ୟାୟାମ କରିବା ପାଇଁ ଆମକୁ ସମୟ ମିଳୁନି ଏବଂ ଯେତେବେଳେ ଯାହା ପାଇଲେ ତାହା ଖାଇ ଦେଉଛୁ । ଫଳରେ ଆମ ଶରୀରରେ ଫ୍ୟାଟ ବଢୁଛି ଓ ମୋଟାପଣ ଦେଖା ଦେଉଛି । ଶରୀରକୁ ଫୁର୍ତ୍ତି ନ ରଖିବା ଯୋଗୁଁ ଆମକୁ ନାନା ପ୍ରକାରର ଟୋଗ ମଧ୍ୟ ମାଡି ବସୁଛି । ତେବେ ଆପଣ ଚାହିଁଲେ ନିଆ ବ୍ୟସ୍ତ ଜୀବନଶୈଳୀ ଭିତରେ ବି ଖାଦ୍ୟପେୟ ପ୍ରତି ସାମାନ୍ଯ ଧ୍ୟାନ ଦେଇ ନିଜକୁ ଫିଟ୍ ରଖିପାରିବେ ।

ଆପଣ ସକାଳର ଆରମ୍ଭ ସବୁବେଳେ ଏକ ଡ୍ରିଙ୍କରୁ କରନ୍ତୁ । ତା’ମାନେ ନୁହେଁ କି ଆପଣ ସକାଳୁ ଉଠି କଫି ପିଇ ଦେବେ । ସକାଳୁ କେବଳ ଅଳ୍ପ ଉଷୁମ ପାଣି ଟିକେ ପିଇବାକୁ ଚେଷ୍ଟା କରନ୍ତୁ । ଯଦି ପାରୁଛନ୍ତି ତେବେ ସେଥିରେ ଏକ ଚାମୁଚ ମେଥିଗୁଣ୍ଡ କିମ୍ବା ରାତିସାରା ଭିଜା ଯାଇଥିବା ଚିଆ ସିଡ୍ସ ମିଶାଇ ପିଅନ୍ତୁ । ଆଉ କେବେ ହେଲେ ଖାଲି ପେଟରେ ବ୍ୟାୟାମ କରନ୍ତୁ ନାହିଁ । ୱାର୍କଆଉଟ କରିବାର ୨୦ ମିନିଟ ପୂର୍ବରୁ ଆପଣ ଗୋଟିଏ କଦଳୀ କିମ୍ବା ବ୍ରାଉନ ବ୍ରେଡ, ପିନଟ୍ ବଟର୍ ସହ ଖାଇପାରିବେ ।

ଆଉ ୱାର୍କଆଉଟ ପରେ ସବୁବେଳେ ନିଜ ଖାଦ୍ଯରେ କମ୍ପ୍ଲେକ୍ସ କାର୍ବୋହାଇଡ୍ରେଡ ଏବଂ ପ୍ରୋଟିନ ସାମିଲ କରନ୍ତୁ । ଯେମିତିକି ଓଟ୍ସ, ମାଣ୍ଡିଆ, ଛତୁଆ, ରାଗି ଇଟିଲି, ସ୍ପ୍ରାଉଟ୍ସ ସାଲାଡ ଏବଂ ଘର ତିଆରି ଜୁସ୍ ଆଦି ନେଇପାରିବେ । ଏହାପରେ ଆପଣ ଅଫିସ ଯିବା ପରେ ଲଞ୍ଚ ପୂର୍ବରୁ ୧୧ଟା ୧୨ଟା ମଧ୍ୟରେ ଗୋଟିଏ ସେଓ, କାକୁଡି, କମଳା, ଦହି ସରବତ, ପଇଡ ପାଣି ଆଦି ନେଇପାରିବେ । ଏହିସବୁ ଜିନିଷ ଆପଣଙ୍କୁ ବାହାରେ ବି ମିଳିଯିବ ନଚେତ ନିଜ ସହ ମଧ୍ୟ ନେଇପାରିବେ ।

ଯଦି ସମ୍ଭବ ହେଉ ନାହିଁ ତେବେ ଆପଣ ନିଜ ସହ କିଛି ୱାଲନଟ କିମ୍ବା ଆଲମଣ୍ଡ ନେଇପାରିବେ । ଆଉ ଲଞ୍ଚରେ କେବେ ମଧ୍ୟ ରୁଟି ଏବଂ ଭାତ ମିଶାଇ କରି ଖାଆନ୍ତୁ ନାହିଁ । ଯଦି ଖାଉଛନ୍ତି କେବଳ ରୋଟି ନଚେତ କେବଳ ଭାତ ଖାଆନ୍ତୁ । କିନ୍ତୁ ଏସବୁର ପରିମାଣ ଏକଦମ କମ୍ କରି ଦିଅନ୍ତୁ ।

ଆମିଷ ଖାଇବା ଦିନ କେବଳ ଭାତ ଅଳ୍ପ ଖାଇ ଅନ୍ୟଦୀନ ଯଦି ରୋଟି କହୁଛନ୍ତି ତେବେ ଆହୁରି ଭଲ । ଏହାସହ ଆପଣ ଡାଲି, ଦହି, ସାଲାଡ ଆଦି ଖାଆନ୍ତୁ । ଏହିଭଳି ସନ୍ଧ୍ୟାରେ ମଧ୍ୟ କିଛି ନା କିଛି ନିଶ୍ଚୟ ଖାଆନ୍ତୁ । ଯେମିତିକି, ଗ୍ରୀନ ଟି, ଅଣ୍ଡାର ଧଳା ଅଂଶ, ଛେନା କିମ୍ବା ଫଳମୂଳ ଅଳ୍ପ ପରିମାଣରେ ନେଇପାରିବେ । ସେହିଅପରି ରାତିରେ ସବୁଠୁ ହାଲୁକା ଖାଦ୍ଯ ଖାଆନ୍ତୁ । ଭଜା, ସନ୍ତୁଳା, ଡାଲମା କିମ୍ବା ମାଛ ଏବଂ ଚିକେନ ତରକାରୀ ବି ସାମିଲ କରିପାରିବେ ।

ଖାଇବାର ସାଙ୍ଗେ ସାଙ୍ଗେ ବେଡରେ ଯାଇ ଶୁଅନ୍ତୁ ନାହିଁ । ଅଳ୍ପ କିଛି ସମୟ ଚଲାବୁଲା କରିବା ପରେ ଶୁଅନ୍ତୁ ଓ ନିୟମିତ ଭାବେ ସଠିକ ସମୟରେ ଶୁଅନ୍ତୁ ଓ ସକାଳେ ସାଇଘର ଉଠନ୍ତୁ । ଦେଖିବେ ଆପଣ ଆପେ ଫିଟ୍ ରହିବେ  ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।