ସେପ୍ଟେମ୍ବର ୨୧, ୨୦୧୮, ଶୁକ୍ରବାର – ଆଜିର ରାଶିଫଳ – ଆଜି ଦିନଟି କିପରି କଟିବ : ଏହି ୩ଟି ରାଶି ଆଜି ସତର୍କ ରୁହନ୍ତୁ।

ଆଜିର ରାଶିଫଳ, ୨୧ ସେପ୍ଟେମ୍ବର ୨୦୧୮

ମେଷ:-

ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାର ସାମର୍ଥ୍ୟ ବଢିବ। ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ। ପ୍ରତିକାର:-ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ।

ବୃଷ:-

 

ଯାତ୍ରାରେ ବିଶେଷ ଲାଭାନ୍ୱିତ ହେବେ। ବିଦ୍ୟାରେଉନ୍ନତି, କୃଷିରେ ମନସନ୍ତୁଷ୍ଟ, ଖେଳରେ ବିଜୟୀ ହେବେ। ମହିଳାମାନେ ଅନ୍ୟକୁ ନିଜ ସହ ତୁଳନା କରି ମାନସିକ ଶାନ୍ତି ଅନୁଭବ କରିବେ। ରାଜନୀତିରେ ସଫଳତା ଏବଂ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ଜୀବନରେ ନୂଆଲକ୍ଷ ନିର୍ଦ୍ଧାରିତ କରିବେ। ଆର୍ଥିକ ଗତିବିଧିରେ ବ୍ୟସ୍ତ ରହି ପ୍ରଚୁର ଅର୍ଥ ଲାଭହେବ। ରୋଜଗାର ସମସ୍ୟା ସୁଧୁରି ଯିବ। ଧନ ଲାଭ ହେବାରୁ ମନ ଖୁସି ରହିବ। ବ୍ୟବସାୟୀକ କ୍ଷେତ୍ରରେ ଉନ୍ନତି ହେବା ସହ ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ। ଧୈର୍ଯ୍ୟ ଓ ସଂଯମ ରଖି ଦୁଃଖୀ ଲୋକଙ୍କୁ ସାହାର୍ଯ୍ୟ କରିବେ। ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ।

ମିଥୁନ:-

ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ବିଦେଶ ଯାତ୍ରା ଯୋଗ ଅଛି। କୌଣସି ପ୍ରକାରେ ଉଚ୍ଚମାନ୍ୟତା ରକ୍ଷା କରି ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିବେ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ କୁ ନିଜର  ଭୂଷଣଭାବି ବ୍ୟବସାୟ ଓ କର୍ମ କରିଲେ ଲାଭବାନ ହେବେ। ଅଧ୍ୟୟନ ପ୍ରତି ବିତୃଷ୍ଣା ଓ ନିରାଶା ଦେଖାଦେବା ଫଳରେ ଉଦଭ୍ରାନ୍ତ ହେବେ। ମହିଳାମାନେ ବ୍ୟବସାୟରେ ସଫଳତା ଅର୍ଜନ କରିବେ। ପ୍ରକୃତିସ୍ଥ ହୋଇ ହିସାବରେ ଚଳିଲେ ଦୁର୍ଗତିରୁ ସୁରକ୍ଷିତ ରହି ହେବ। ରକ୍ତଚାପ, ମଧୁମେହ, ଉଦରପୀଡା ବୃଦ୍ଧିପାଇ ହନ୍ତସନ୍ତ କରିପରେ। ପ୍ରତିକାର-ହନୁମାନ ମନ୍ଦିରରେ ବୁନ୍ଦିଲଡୁ ଭୋଗକରି ବାଣ୍ଟନ୍ତୁ।

କର୍କଟ:-

ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ ଓ ବହୁବିଧ ଲାଭ ମିଳିବ। ପ୍ରତିଯୋଗୀତା ପରୀକ୍ଷାରେ ଯଶରସହ ଉତ୍ତୀର୍ଣ୍ଣ ହୋଇ ପ୍ରଶଂସିତ ହେବେ। ଋଣ ଭରଣାରେ ସହଜ ହେବ। ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ। ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବା ସହ ସନ୍ତାନ ସୁଖ ମିଳିବ। ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। କର୍ମ କ୍ଷେତ୍ରରେ ଉନ୍ନତି କରିପାରିବେ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ପ୍ରବାସରେ  ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ। ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ।

ସିଂହ:-

ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମ ଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ। ରାଜନୀତିରେ ସ୍ଵାର୍ଥରକ୍ଷା କରି କଠିନ ପରିଶ୍ରମ କରିବାକୁ ପଡିବ। ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ।ରୋଜଗାର ସମସ୍ୟା ସୁଧୁରି ଯିବ। ଧନ ଲାଭ ହେବାରୁ ମନ ଖୁସି ରହିବ। ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ। ମହିଳାମାନଙ୍କର ସନ୍ତାନଙ୍କ ଚିନ୍ତାରେ ମାନସିକ ଅସ୍ଥିରତା ବୃଦ୍ଧି ହେବ ଓ ଉଚିତପନ୍ଥା ଗ୍ରହଣ କରିବେ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରିବେ ନାହିଁ।

କନ୍ୟା:-

ଆପଣା ଲୋକଙ୍କ ସାହାଯ୍ୟ ପାଇ ପାରିବାରିକ ଜୀବନ ସୁଧାରୀ ନେବେ। ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ। ଶିକ୍ଷାର୍ଥୀମାନେ ଉନ୍ନତିର ଛକ ଉପରେ ପଦାର୍ପଣ କରି ଲକ୍ଷ୍ୟପୂରଣ ଆଡକୁ ଆଗେଇ ପାରିବେ। ମହିଳାମାନେ ସୁଖ ଶାନ୍ତିରେ ଦିନଟି  କଟାଇବେ। ଧର୍ମ-କର୍ମରେ ରୁଚି ରହିବ। ମିତ୍ରଙ୍କ ସାହାଯ୍ୟ ଦ୍ଵାରା ବିଗିଡି ଥିବା କର୍ମ ସଜାଡିହେବ। ସ୍ୱାସ୍ଥ୍ୟରେ ସୁଧାର ଆସିବ। ବିପରୀତ ଲିଙ୍ଗୀଙ୍କ ସହଯୋଗ ଦ୍ଵାରା ଆଗକୁ ବଢିବେ। ନୂଆ ଲକ୍ଷକୁ ନିର୍ଦ୍ଦାରିତ କରିପାରିବେ। ଧନ ଲାଭ ହେବ। ପ୍ରେମ-ପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ।ପ୍ରତିକାର- ଷଣ୍ଢକୁ ଗୁଡ ଓ ରୁଟି ଖାଇବାକୁ ଦିଅନ୍ତୁ।

ତୁଳା:-

ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶ ମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିଷ୍କାର କରିବେ। କର୍ମ କ୍ଷେତ୍ରରେ ତଳୁ ଉପରସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ। ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। କୌଣସି କାମରେ ବିଶେଷଜ୍ଞତା ହାସିଲ କରିବେ। ଶୁଭ ସମାଚାର ମିଳିବା ଫଳରେ ଖୁସିହେବେ। ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ ଓ ଉନ୍ନତି ମୂଳକ ସଂବାଦ ମିଳିପାରେ। କୋର୍ଟ କଚେରୀ ମାମଲାରେ ଜିଦରୁ ନିବୃତ ହେବା ଶ୍ରେୟସ୍କର ହେବ। ପାରିବାରିକ କ୍ଷେତ୍ରରେ ଭୁଲ ବୁଝାମଣା, ରାଗରୁଷା, ମାନଅଭିମାନ, କଳହ ଇତ୍ୟାଦି ଅଳ୍ପ ବହୁତ ଦେଖାଦେଲେ ମଧ୍ୟ କୁ ପ୍ରଭାବ ପଡିବ ନହିଁ। ପ୍ରତିକାର:-ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ।

ବିଛା:-

ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର। ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ହ୍ରାସ ହୋଇପାରେ। ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ। ମହିଳାମାନେ ହସ ଖୁସିରେ ଚଳିବେ। ରାଜନୀତିରେ ସମାଲୋଚିତ ହେଲେମଧ୍ୟ ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରହିବ। କୋର୍ଟ-କଚେରୀ ମାମଲା ଓ ବିବାଦ ଆପଣଙ୍କ ସପକ୍ଷରେ ଯିବ। ନୂତନ ବସ୍ତୁ କ୍ରୟ କରିବେ। ନୂଆ ଚାକିରୀରେ ଯୋଗ ଦେଇପାରନ୍ତି। ପରିବାରର ଉନ୍ନତି ପାଇଁ ପ୍ରୟାସରତ ହେବେ ଓ ନିଯେ ମଧ୍ୟ ଖୁସି ଏବଂ ସୁରକ୍ଷିତ ଅନୁଭବ କରିବେ। ପ୍ରତିକାର- ଷଣ୍ଢକୁ ଗୁଡ ଓ ରୁଟି ଖାଇବାକୁ ଦିଅନ୍ତୁ।

ଧନୁ:-

ପଦୋନ୍ନତିର ସମ୍ଭାବନା ରହିଛି। ମାଲି-ମୋକଦ୍ଦମାରେ ଶୀଘ୍ର ଫଇସଲା ଦିଗ ଉନ୍ମୁକ୍ତ ହେବ ଓ ମୁଣ୍ଡ ଉଚ୍ଚ ରହିବ। ରାଜନୀତି କ୍ଷେତ୍ରରେ ଉଚ୍ଚ ପ୍ରତିଷ୍ଠାର ଦ୍ଵାର ସାହାଣମେଲା ହେବ। ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ ଲୁଗାପଟା ଓ ସୌଖୀନ ଦ୍ରବ୍ୟରେ ବ୍ୟବସାୟୀମାନେ ଦ୍ଵିଗୁଣ ଲାଭ କରିବେ। ଭୋଗ ବିଳାସକୁ ତୁଚ୍ଛମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ। କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ। ତଳ ମହଲରୁ ଆଶାତୀତ ଲାଭ ପାଇବେ। ଯଦିଚ ସତର୍କ ରହି ଆର୍ଥିକ ଭାରସାମ୍ୟ ରକ୍ଷାକରୀ ପାରିବେ ଓ ଶାନ୍ତିର ନିଃଶ୍ଵାସ ମାରି ପାରିବେ। ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ।

ମକର:-

କଳକାରଖାନା ବା ଯନ୍ତ୍ରପାତି ବ୍ୟବସାୟ ଭଲରେ ଚାଲିବ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ଶ୍ରମିକ ଓ କର୍ମଚାରୀମାନେ ଦୂର ଓ ନିକଟ କାର୍ଯ୍ୟରେ ତିଷ୍ଠି ରହିପାରିବେ। ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ। ବ୍ୟବସାୟୀମାନଙ୍କର କାରବାର ବଢିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। ଦୂର ଯାତ୍ରାରେ ସଫଳତା ପ୍ରାପ୍ତିହେବ। ଧୀରସ୍ଥିର ଭାବରେ ପାରିବାରିକ ସମସ୍ୟା ସୁଧାରୀ ନେବା ଉଚିତ୍। ତୀର୍ଥାଟନ ଯୋଗ ଥିବାରୁ ଯାତ୍ରା କରି ଆନନ୍ଦିତ ହେବେ। ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚ ରହିବ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

କୁମ୍ଭ:-

ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାର ସାମର୍ଥ୍ୟ ବଢିବ। କର୍ମ କ୍ଷେତ୍ରରେ ପ୍ରତ୍ୟେକ ମୁଖରୁ ପ୍ରଶଂସାବାଣୀ ଶୁଣିବେ ଓ ପଦସ୍ଥ ବ୍ୟକ୍ତିଙ୍କର ଆସ୍ଥାଭାଜନ ହେବେ। ଯଥେଷ୍ଟ ଅଗ୍ରଗତି ଘଟିବ ଓ ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ। ଖାଦ୍ୟପେୟରେ ନୀତିନିୟମ ରକ୍ଷା କରିବା ସହିତ ମନକୁ ଶାନ୍ତ ରଖି ପାରିଲେ ସ୍ୱାସ୍ଥ୍ୟ ଠିକ୍ ରହିବ। ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ। ରପ୍ତାନି ବାଣିଜ୍ୟରୁ ଯଥେଷ୍ଟ ଲାଭ ମିଳିବ। ସୁଖ ସମ୍ପଦ ପ୍ରାପ୍ତି ହେବ। ପରିବାରର ଉନ୍ନତି ପାଇଁ ପ୍ରୟାସରତ ହେବେ। ନିଯେ ମଧ୍ୟ ଖୁସି ଓ ସୁରକ୍ଷିତ ଅନୁଭବ କରିବେ। ଅଧୁରା କାର୍ଯ୍ୟ ପୂରଣ ପାଇଁ ଚେଷ୍ଟା କରିବେ। ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ।

ମୀନ:-

ପିଲାମାନଙ୍କ ଗବେଷଣା କ୍ଷେତ୍ର ପ୍ରାୟତଃ ପ୍ରଶସ୍ତ ରହିବ। ପ୍ରତିଯୋଗୀତା କ୍ଷେତ୍ରକୁ ମୁହାଁଇଲେ ବାଧାବିଘ୍ନକୁ ପଛରେ ପକାଇ ଅଗ୍ରଗତିର ବେଗ ବଢିଯିବ। ହାତଖାଲି ହେବା ବେଳକୁ ଦୈବୀ ସହାୟତା ତଥା କର୍ମଯୋଗ ଦ୍ଵାରା ଖାଲି ହାତ ପୁଣି ଭରି ହୋଇଯିବ। ବ୍ୟବସାୟ ବାଣିଜ୍ୟ ପାଇଁ ଦୂରଗାମୀ ହେଲେ ସବୁ ମତେ ଉନ୍ନତିର ସମ୍ଭାବନା ବୃଦ୍ଧିହେବେ। ଉଚ୍ଚ ସମ୍ଭବନାର ଆଶାଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ରାଜନୀତି କ୍ଷେତ୍ରରେ ଅସାଧାରଣ ସ୍ଥିତି ରହିବ। ପାରିବାରିକ କ୍ଷେତ୍ରରେ ଭୋଗ ବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସମ୍ମାନଜନକ ଘଟଣା ଘଟିବ। ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ଉତ୍ତୀର୍ଣ୍ଣ ହେବେ। ପ୍ରତିକାର:-ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ।

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri, 993755198