ଏହି ଝିଅ ନବୀନ ଓ ଦାମ ବାବୁଙ୍କର ଅସଲ ମୁଖା ଖୋଲିଦେଲା ଓ ନବୀନ ବାବୁଙ୍କ ଚାଲ କଣ ଜଣେଇଦେଲା ।

ଗତ କିଛିଦିନ ହେବ ଜଗତସିଂହପୁର ବାସୀଙ୍କ ଠାରୁ ଗୋଟିଏ କଥା ଶୁଣିବାକୁ ମିଳୁଛି ଦାମ ବାବୁଙ୍କ କଥା । ଦାମ ବାବୁଙ୍କୁ ତାଙ୍କ ଦଳରୁ ବହିଷ୍କାର କରାଯାଇଛି । ତାକୁ ନେଇ ରାଜନୀତି ମାମଲାରେ ଚର୍ଚ୍ଚା ଚାଲିଛି ନୂଆ ଗୋଟିଏ ଦଳ ତିଆରି ହେବ ଖାସ କରି ଓଡ଼ିଶା ତଥା ଭାରତ ଲୋକ ମାନେ ଯେତେବେଳେ ସମସ୍ୟା କୁ ନେଇ ଚର୍ଚ୍ଚା କରିବା ଆପେକ୍ଷା ରାଜନୀତି କଥା ଚର୍ଚ୍ଚା କରିବାକୁ ଭଲପାଆନ୍ତି ।ବହିଷ୍କାର କରିବା ପରେ ପ୍ରେସରେ ଏକ ବିଜ୍ଞପ୍ତି ଦିଆଯାଇଥିଲା ।

ତାକୁ ପଢି ମନରେ ଚିନ୍ତା ଆସିବ ଯେ 20 ବର୍ଷ ଧରି ଶାସନ କରୁଥିବା ଦଳ ।

ସେଥିରେ ଲେଖା ଅଛିଯେ ଦାମବାବୁ ଯେତେଥର ବିଧାୟକ ହୋଇଛନ୍ତି ତାହା କେବଳ ନବୀନ ପଟ୍ଟନାୟକଙ୍କ ଯୋଗୁ। ।ପ୍ରାୟ ବିଜେଡିର ସବୁ ବିଧାୟକ ଙ୍କ ଠାରୁ ଏସବୁ ଶୁଣିବାକୁ ମିଳେ। ।20 ବର୍ଷ ଧରି ଗୋଟିଏ ଦଳ ଶାସନ ରେ ଅଛି ହେଲେ ସେ ଗୋଟିଏ ପିଡି ବାହାର କରିପାରି ନାହିଁ।ଦ୍ବିତୀୟ ପଟେ ଦାମ ବାବୁଙ୍କ ଚର୍ଚ୍ଚା ଯେବେ ହେଉଛି ସେତେବେଳ କଥା ଉଠୁଛି ଯେ ଗୋଟିଏ ନୂଆ ଦଳ ତିଆରିହେବାର।

ଦାମ ବାବୁ ନିଜକୁ ସବୁବେଳ ଚର୍ଚ୍ଚା ରେ ରଖିବାକୁ ଚାହାନ୍ତି କେତେବେଳେ ଶଙ୍ଖ କୁ ଗେଣ୍ଡା କହି କେତେବେଳେ ବ୍ରାହ୍ମଣ ଆଦିବାସୀଙ୍କ ମଧ୍ଯରେ କିଛି କହି ।

କେତେବେଳେ ବିଜୁ ବିଚାର ମଞ୍ଚ କହି କେତେବେଳେ ଅଙ୍ଗନଓଡି କଥା କହି ହେଉ ଚର୍ଚ୍ଚାରେ ଆସିବାକୁ ଚେଷ୍ଟା କରନ୍ତି । ଆଜି ହଟାତ ଯେମିତି ନିଜର ଦୁର୍ନୀତି ବିଷୟରେ ମନ୍ତବ୍ଯ ଦେଇଛନ୍ତି ଲୋକଙ୍କ ଆଗରେ ଉପସ୍ଥାପନ କରିବାକୁ ଚାହିଁଛନ୍ତି ସେତେବେଳେ ସେ ଦଳରୁ ବହିଷ୍କାର ହୋଇଛନ୍ତି ।ସେ ଯେଉଁ ର୍ଦୁନିତିର କଥା କହିଛନ୍ତି ସେ ଚାରା ହେଉ କି ଜରି ହେଉ କି ସମବାୟ କୃଷି ଋଣ ର୍ଦୁନିତି ହେଉ ବିଭିନ୍ନ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ଯେଉଁ ମନ୍ତବ୍ଯ

ଦେଇଛନ୍ତି କି ଏସବୁ ବୃଥା ମିଛ ।

ବିଭିନ୍ନ ସମୟର ଦେଖାଯାଇଛି ବିଧାନସଭାର ଗୃହ ମଧ୍ଯରେ ଶାସକ ଦଳର ବିଧାୟକ ଉପରେ ରାଜି ହୋଇଛନ୍ତି କି ର୍ଦୁନିତି ହେଇଛି ।କିନ୍ତୁ ମୁଖ୍ୟମନ୍ତ୍ରୀ ମନାକରୁଛନ୍ତି । ଦାମ ବାବୁ ସେତେବେଳେ ଶାସକ ଦଳରେ ଥିଲେ ସେତେବେଳେ ସାହାକମିଶନର ରିପୋର୍ଟ ଅନୁସାରେ ଖଣି ର୍ଦୁନିତି ହୋଇଥିଲା ।ପାଖାପପାଖା 60 ହଜାର କୋଟି ଟଙ୍କାର ର୍ଦୁନିତି ।ସେତେବେଳ ଦାମ ବାବୁ ଚୁପ୍ ଥିଲେ କିପରି ।ଅନେକ ର୍ଦୁନିତି ହେଇଛି କିନ୍ତୁ ଆଜି ଯେତେବେଳ ରାଜନୀତି ରେ ନିଜ ସତ୍ତା ବଞ୍ଚାଇବାକୁ ପ୍ରଚେଷ୍ଟା ଚାଲିଛି ସେତେବେଳ ଏହି ର୍ଦୁନିତିର କଥା ଚାଲିଛି ।

ଯେତେବେଳେ ସେ ବିଜେଡି ରେ ଥିଲେ ସମସ୍ତେ ଭଲ ଥିଲେ । ଯେତେବେଳେ ସେ ନାହାନ୍ତି ନବୀନ ପଟ୍ଟନାୟକ ଖରାପ ତାଙ୍କର ବିଧାୟକ ମନ୍ତ୍ରୀ ସମସ୍ତେ ଖରାପ ।

ଓଡିଶାରେ ଯଦି ଏସବୁ ର୍ଦୁନିତି ହୋଇଛି ତେବେ ସେସବୁ ଉପରେ ତଦନ୍ତ ହେଉ ତାର ସୁଫଳ ଲୋକମାନେ ପାଇବା ଦରକାର ।