ଏହି ପାଞ୍ଚଟି ପ୍ରଶ୍ନ ଯାହାର ବିଜ୍ଞାନ ପାଖରେ ନାହିଁ କିଛି ଯବାବ।

ଏହା ହେଉଛି ଦୁନିଆର ୫ଟି ଏମିତି ପ୍ରଶ୍ନ ଯାହାର ବିଜ୍ଞାନ ମଧ୍ୟ ଦେଇ ପାରୁନାହିଁ ଯବାବ, କଣ ଆପଣ ଜାଣିଛନ୍ତି କି ଏହାର ଉତ୍ତର ?

ଆମେ ଜୀବନରେ ବହୁତ କିଛି ପ୍ରକ୍ରିୟା ଦେଖିଥାଉ କିନ୍ତୁ ତାହାର କାରଣ ଜାଣିପାରି ନଥାଉ। ଆଜି କାଲି ବିଜ୍ଞାନ ସାହାଯ୍ୟରେ ସବୁ କାମ ସହଜ ସରଳ ଉପାୟରେ ହୋଇଯାଉଛି, କିନ୍ତୁ ଯୁଗ ଯୁଗ ଧରି ଚାଲିଆସୁଥିବା ଏମିତି କିଛି ରହସ୍ୟ ବିଷୟରେ ଏବେବି ଆମେ ଜାଣି ପାରି ନାହୁଁ। ଏମିତିକି ବୈଜ୍ଞାନିକ ମାନେ ବହୁତ ରିସର୍ଚ କରିବା ପରେ ଯେତେବେଳେ ଏହାର କାରଣ ଜାଣି ନ ପାରିଲେ ସେତେବେଳେ ତାକୁ Exceptionର ନାମ ଦେଇଦେଲେ। ବହୁତ ଥର ଏମିତି ଆମ ମନରେ କେତେ ଗୁଡିଏ ପ୍ରଶ୍ନ ଆସିଥାଏ କିନ୍ତୁ ତାହାର ଉତ୍ତର, କାରଣ ଆଦି କେହି କହି ପାରନ୍ତି ନାହିଁ। କାହିଁକି ନା ତାହାର ଉତ୍ତର ଏହି ଦୁନିଆରେ କାହା ପାଖରେ ମଧ୍ୟ ନାହିଁ।

ସ୍ଵପ୍ନ

ସ୍ଵପ୍ନ ସମସ୍ତଙ୍କୁ ଆସେ, ଏମିତିକି ଛୋଟ ପିଲାଙ୍କୁ ମଧ୍ୟ, କିନ୍ତୁ କାହାକୁ ଏହା ଜଣା ନାହିଁ ଯେ ଏସବୁ କାହିଁକି ଆସେ। ଏହାର କାରଣ ଦେଖିବାକୁ ଗଲେ ଲୋକ ମାନଙ୍କ ମତରେ ୩ଟି କାରଣ ଅଛି- ମଣିଷ ଯେଉଁ ପରିସ୍ଥିତିରେ ଥାଏ ତାହା ନିଦରେ ସ୍ଵପ୍ନର ରୂପ ନେଇଯାଏ। କିଛି ଲୋକଙ୍କ କହିବା ଅନୁସାରେ ମନୁଷ୍ୟର ଯେଉଁ ଇଚ୍ଛା ପୂର୍ଣ୍ଣ ହୁଏ ନାହିଁ ତାହା ସ୍ଵପ୍ନରେ ସେମାନେ ପୁରା କରିବାକୁ ଚେଷ୍ଟା କରନ୍ତି, ତୃତୀୟ କାରଣ ହେଲା ଜ୍ୟୋତିଷ ଶାସ୍ତ୍ର ହିସାବରେ ସ୍ଵପ୍ନ ଆମକୁ ଆମ ଭବିଷ୍ୟତ ବିଷୟରେ ଜ୍ଞାନ୍ତ କରାଏ। ବିଜ୍ଞାନ ଏହି ସବୁ କଥାକୁ ଭୁଲ କହିଛି, କିନ୍ତୁ ବିଜ୍ଞାନ ମଧ୍ୟ ଏହାର ପ୍ରକୃତ କାରଣ ଖୋଜିପରିନି।

ହାଇ ମାରିବା

ସମସ୍ତେ କୁହନ୍ତି ଅଧିକ ଥକି ଗଲେ କିମ୍ବା ଠିକ ଭାବରେ ନିଦ ନ ହୋଇଥିଲେ ଆମେ ହାଇ ମାରିଥାଉ। କିନ୍ତୁ ଏହା ଠିକ ଯାବବ ନୁହେଁ, କାରଣ ଶୋଇକି ଉଠିବା ପରେ ମଧ୍ୟ ଏମିତି ହୋଇଥାଏ, ଏବେ ଆପଣ ନିଜେ ଦେଖନ୍ତୁ ଏହା ପଢିବା ପରେ ଆପଣଙ୍କୁ ଏବେ ହାଇ ଆସିବା ଆରମ୍ଭ ହୋଇସାରିବଣି।

ଆଙ୍ଗୁଠି ଚିହ୍ନ

ଏହି ଦୁନିଆରେ କୋଟି କୋଟି ଲୋକ ବାସ କରୁଛନ୍ତି, ଏବଂ ସମସ୍ତଙ୍କର ଆଙ୍ଗୁଠି ଚିହ୍ନ ବ Finger Print ଅଲଗା ଅଟେ। ଏହା ଦ୍ଵାରା ବହୁତ କିଛି ସମସ୍ୟାର ସମାଧାନ ତ ହୋଇଯାଏ କିନ୍ତୁ ଆଜି ଯାକେ ଏହା ଜଣା ପଡି ନାହିଁ ଯେ ଏତେ ଲୋକଙ୍କ ଭିତରେ କାହାର ଆଙ୍ଗୁଠି ଚିହ୍ନ ମିଶୁଣି କାହିଁକି? ସମସ୍ତଙ୍କ ଆଙ୍ଗୁଠି ଚିହ୍ନ ଏତେ ଅଲଗା କେମିତି?

ଜନ୍ମ ଓ ମୃତ୍ୟୁ

ଜନ୍ମ ଓ ମୃତ୍ୟୁ ଜୀବନର ସବୁଠୁ ବଡ ସତ୍ୟ, କିନ୍ତୁ ବିଜ୍ଞାନ ଆଜି ପର୍ଯ୍ୟନ୍ତ ଏହା କହି ପାରୁ ନାହିଁ ମୃତ୍ୟୁ ପରେ ଆତ୍ମା କୁଆଡେ ଯାଏ। ମଣିଷ ମାରିବା ପରେ କଣ ହୁଏ?

ଶୋଇବା ଉଠିବା-

ଆମେ ସବୁବେଳେ ଶୋଇ ଥାଉ ଓ ଉଠି ଥାଉ, କିନ୍ତୁ ଶୋଇବାର ପ୍ରକୃତ କାରଣ କଣ? ଆମକୁ ନିଦ କାହିଁକି ଆସେ? ଲୋକଙ୍କୁ ପଚାରିବାରୁ କୁହନ୍ତି କି ଅଧିକ ଥକି ଗଲେ ନିଦ ଆସିଥାଏ ।

ଆମେ ଯାହା କରୁ, ଖୁସିର ସମୟ ଓ ଦୁଃଖର ସମୟ ସବୁ ଆମ ମନରେ ଷ୍ଟୋର ହୋଇ ରୁହେ। କିନ୍ତୁ ଏହି କାମ କେମିତି ଓ କାହିଁକି ହୁଏ ଏହାର ଜବାବ କାହା ପାଖରେ ନୁହେଁ।