ଆଜିର ରାଶିଫଳ, 9 ସେପ୍ଟେମ୍ବର 2019 ସୋମବାର, ମହାଦେବ ଙ୍କ ଅଶେଷ କୃପା ରହିବ ଏହି ୩ଟି ରାଶି ଉପରେ

ମେଷ:-

ବନ୍ଧୁ, ମିତ୍ର ଏବଂ ସହକର୍ମୀ ମାନଙ୍କ ଦ୍ଵାରା ଲାଭବାନ ହେବେ ତତ୍ ସଙ୍ଗେ ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ । ପ୍ରବାସରେ  ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବା ସହ ପ୍ରତିଷ୍ଠିତ ହୋଇପାରିବେ । ସୁଖ ସମ୍ପଦ ପ୍ରାପ୍ତି ହେବ । ଧୀରସ୍ଥିର ଭାବରେ ପାରିବାରିକ ସମସ୍ୟା ସୁଧାରି ନେବା ଉଚିତ୍ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ଯାନବାହାନ ଓ ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ । ଧର୍ମ କାର୍ଯ୍ୟ ପ୍ରତି ମନବଳାଇ ବହୁତ ଶାନ୍ତି ପାଇବେ । ବାଦବିବାଦ ଠାରୁ ଦୂରେଇ ରହିଲେ ବହୁତ ଭଲ ହେବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-

ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ । ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବେ । ସାହିତ୍ୟ, କଳାରେ ଉଚ୍ଚ ପ୍ରଶଂସା ପାଇବେ । ସ୍ଥଗିତଥିବା କର୍ମଟି ପୂରଣ ହେବ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ବାଣିଜ୍ୟ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ବନ୍ଦ ହୋଇଥିବା ବେପାର ପୁଣି ଚାଲୁ କରି ପାରିବେ । କର୍ମକ୍ଷେତ୍ରରେ ସମ୍ମାନ ଓ ପ୍ରତିଷ୍ଠା ପାଇ ଅସ୍ଥିରତା ସମ୍ପୂର୍ଣ ଦୂର ହେବ । ପରିବାରରେ ଆୟ ଊତ୍ତମ ସ୍ଥଳେ କେତେକ ବାଧା ପ୍ରତିବନ୍ଧକର ସାଧାରଣ ପରିବର୍ତ୍ତନ ଘଟି ଆଶା ଆକାଂକ୍ଷା ପୂର୍ତ୍ତି ଘଟିବା ଯୋଗେ ଭାଙ୍ଗିପଡିବେ ନାହିଁ । ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ ।

ମିଥୁନ:-

କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ । ଆଇନ ଅଦାଲତ ତଥା ଲେଖାପଢାରୁ ଶୁଭଫଳ ମିଳିବ । ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ପାରିବାରିକ ଜୀବନରେ ସୁବିଧା ବାଦକୁ ଆପଣେଇ ନେଇ ସଫଳ ହେବେ । ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ଓ ପରୀକ୍ଷାରେ ଉଚ୍ଚ ଶ୍ରେଣୀ ମିଳିବ । ଦୂରଯାତ୍ରାରେ ବିବାଦମୁକ୍ତ ନିରୁପଦ୍ରବ ଜୀବନଚର୍ଯ୍ୟା ମଧ୍ୟେ ସମୟ ବିତିବ ଓ ଅର୍ଥାଗମ ଦିଗ ଖୋଲା ରହିବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କର୍କଟ:-

ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ । ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ । ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାର ସାମର୍ଥ୍ୟ ବଢିବ । ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ସିଂହ:-

ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । ପ୍ରକୃତିସ୍ଥ ହୋଇ ହିସାବରେ ଚଳିଲେ ଦୁର୍ଗତିରୁ ସୁରକ୍ଷିତ ରହି ହେବ । ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ବିଦେଶ ଯାତ୍ରା ଯୋଗ ଅଛି । କୌଣସି ପ୍ରକାରେ ଉଚ୍ଚମାନ୍ୟତା ରକ୍ଷା କରି ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିବେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ କୁ ନିଜର ଭୂଷଣଭାବି କର୍ମ କରିଲେ ଲାଭବାନ ହେବେ । ପ୍ରତିଯୋଗୀତା ପରୀକ୍ଷାରେ ଯଶରସହ ଉତ୍ତୀର୍ଣ୍ଣ ହୋଇ ପ୍ରଶଂସିତ ହେବେ । ଋଣ ଭରଣାରେ ସହଜ ହେବ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-

ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ ଓ ବହୁବିଧ ଲାଭ ମିଳିବ । ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବା ସହ ସନ୍ତାନ ସୁଖ ମିଳିବ । ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । କର୍ମ କ୍ଷେତ୍ରରେ ଉନ୍ନତି କରିପାରିବେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ଶିକ୍ଷାର୍ଥୀମାନେ ଉନ୍ନତିର ଛକ ଉପରେ ପଦାର୍ପଣ କରି ଲକ୍ଷ୍ୟପୂରଣ ଆଡକୁ ଆଗେଇ ପାରିବେ । ମହିଳାମାନେ ସୁଖ ଶାନ୍ତିରେ ଦିନ କଟାଇବେ । ନିଜ ଲୋକମାନେ ବିଶ୍ଵାସ ଘାତକତା କରି ପାରନ୍ତି । ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-

ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମ ଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । ରାଜ ନୀତିରେ ସ୍ଵାର୍ଥରକ୍ଷା କରି କଠିନ ପରିଶ୍ରମ କରିବାକୁ ପଡିବ । ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ଆପଣା ଲୋକଙ୍କ ସାହାଯ୍ୟ ପାଇ ପାରିବାରିକ ଜୀବନ ସୁଧାରୀ ନେବେ । ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ । ସଂଘର୍ଷ ଦ୍ଵାରା ସଫଳତା ମିଳିବ । ପ୍ରେମ କ୍ଷେତ୍ରରେ ସଫଳ ହେବେ । ପାରିବାରିକ ଅଶାନ୍ତି ଦୂରେଇ ଯିବ । ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ବିଚ୍ଛା:-

ଧର୍ମ-କର୍ମରେ ରୁଚି ରହିବ । ମିତ୍ରଙ୍କ ସାହାଯ୍ୟ ଦ୍ଵାରା କର୍ମ ହେବ । ସ୍ୱାସ୍ଥ୍ୟରେ ସୁଧାର ଆସିବ । ବିପରୀତ ଲିଙ୍ଗୀଙ୍କ ସହଯୋଗ ଦ୍ଵାରା ଆଗକୁ ବଢିବେ । ନୂଆ ଲକ୍ଷକୁ ନିର୍ଦ୍ଦାରିତ କରିପାରିବେ । ପ୍ରେମ-ପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ । ପରିବାରର ଉନ୍ନତି ପାଇଁ ପ୍ରୟାସରତ ହେବେ । ନିଯେ ମଧ୍ୟ ଖୁସି ଓ ସୁରକ୍ଷିତ ଅନୁଭବ କରିବେ । ଅଧୁରା କାର୍ଯ୍ୟ ପୂରଣ ପାଇଁ ଚେଷ୍ଟା କରିବେ । କୋର୍ଟ କଚେରୀ ମାମଲାରେ ଜିଦରୁ ନିବୃତ ହେବା ଶ୍ରେୟସ୍କର ହେବ । ପାରିବାରିକ କ୍ଷେତ୍ରରେ ଭୁଲବୁଝାମଣା, ରାଗରୁଷା, ମାନଅଭିମାନ, କଳହ ଇତ୍ୟାଦି ଅଳ୍ପ ବହୁତ ଦେଖାଦେଲେ ମଧ୍ୟ କୁ ପ୍ରଭାବ ପଡିବ ନହିଁ । ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ ।

ଧନୁ:-

କୋର୍ଟ-କଚେରୀ ମାମଲା ଓ ବିବାଦ ଆପଣଙ୍କ ସପକ୍ଷରେ ଯିବ । ନୂତନ ବସ୍ତୁ କ୍ରୟ କରିବେ । ପରିବାରରେ ଶାନ୍ତି ଆସିବ । କୌଣସି କାମରେ ବିଶେଷଜ୍ଞତା ହାସିଲ କରିବେ । ଶୁଭ ସମାଚାର ମିଳିବା ଫଳରେ ଖୁସିହେବେ । ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ ଓ ଉନ୍ନତି ମୂଳକ ସଂବାଦ ମିଳିପାରେ । ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶ ମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିଷ୍କାର କରିବେ । କର୍ମକ୍ଷେତ୍ରରେ ତଳୁ ଉପରସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ । ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚ ରହିବ । ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ପ୍ରତିକାର– ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ମକର:-

ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର । ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ବୃଦ୍ଧି ହୋଇପାରେ । ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ । ମହିଳାମାନେ କ୍ଷମତା ଶକ୍ତି ବଳରେ ନିଜର ସମୟ ବିତାଇବେ ଓ ହସ ଖୁସିରେ ଚଳିବେ । ରାଜନୀତିରେ ଭୋଗ ବିଳାସକୁ ତୁଚ୍ଛମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ । ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ । ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-

ବ୍ୟବସାୟ ବଢାଇବାରେ ସମର୍ଥ ହେବେ । କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ । ତଳ ମହଲରୁ ଆଶାତୀତ ଲାଭ ପାଇବେ । ଯଦିଚ ମାନହାନିର ଭୟ ନାହିଁ, ତଥାପି ସତର୍କ ରହିଲେ ଆର୍ଥିକ ଭାରସାମ୍ୟ ରକ୍ଷାକରୀ ପାରିବେ ଓ ଶାନ୍ତିର ନିଃଶ୍ଵାସ ମାରି ପାରିବେ । ପଦୋନ୍ନତିର ସମ୍ଭାବନା ରହିଛି । ମାଲି-ମୋକଦ୍ଦମାରେ ଶୀଘ୍ର ଫଇସଲା ଦିଗ ଉନ୍ମୁକ୍ତ ହେବ । ରାଜନୀତି କ୍ଷେତ୍ରରେ ଉଚ୍ଚ ପ୍ରତିଷ୍ଠାର ଦ୍ଵାର ସାହାଣ ମେଲା ହେବ । ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ ଲୁଗାପଟା ଓ ସୌଖୀନ ଦ୍ରବ୍ୟରେ ବ୍ୟବସାୟୀମାନେ ଦ୍ଵିଗୁଣ ଲାଭ କରିବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-

କଳକାରଖାନା ବା ଯନ୍ତ୍ରପାତି ବ୍ୟବସାୟ ଭଲରେ ଚାଲିବ । କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ । ଶ୍ରମିକ ଓ କର୍ମଚାରୀମାନେ ଦୂର ଓ ନିକଟ କାର୍ଯ୍ୟରେ ତିଷ୍ଠି ରହିପାରିବେ । ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ । ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେମାପି ଚାଖଣ୍ଡେ ଚାଲିବା ବିଧେୟ । ବ୍ୟବସାୟୀମାନଙ୍କର କାରବାର ବଢିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଦୂର ଯାତ୍ରାରେ ସଫଳତା ପ୍ରାପ୍ତିହେବ । ଧୀରସ୍ଥିର ଭାବରେ ପାରିବାରିକ ସମସ୍ୟା ସୁଧାରୀ ନେବା ଉଚିତ୍ । ତୀର୍ଥାଟନ ଯୋଗ ଥିବାରୁ ଆନନ୍ଦିତ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।