ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ର ମିଳିଗଲା ସନ୍ଧାନ, ଅର୍ବିଟର ନେଲା ଫଟୋ, ସମ୍ପର୍କ କରିବାର ଚେଷ୍ଟା ଜାରି : ଇସରୋ

ଭାରତୀୟ ଅନ୍ତରିକ୍ଷ ଅନୁସନ୍ଧାନ କେନ୍ଦ୍ର (ଇସରୋ), ଚାନ୍ଦ୍ରାୟଣ -୨ ର ଲ୍ୟାଣ୍ଡର ବିକ୍ରମ ର ସନ୍ଧାନ ଲଗାଇବାରେ ସଫଳତା ହାସଲ କରିଛି । ଇସରୋ ର ଚେୟାରମ୍ୟାନ ଡଃ. କେ ସିବନ ରବିବାର ଦିନ କହିଲେ କି ଚନ୍ଦ୍ରରେ ବିକ୍ରମ ଲ୍ୟାଣ୍ଡର ର ସନ୍ଧାନ ମିଳି ସାରିଛି । ଅର୍ବିଟର ଲ୍ୟାଣ୍ଡର ର କିଛି ଫଟୋ ନେଇଛି । ବିକ୍ରମ ସହିତ ସମ୍ପର୍କ କରିବାର ଚେଷ୍ଟା ଜାରି ଅଛି । ଆହୁରି କହିଲେ କି ବହୁତ ଜଲ୍ଦି ବିକ୍ରମ ସହିତ ସମ୍ପର୍କ ସ୍ଥାପନ ହେଇପାରେ ।

ଇସରୋ ୭ ସେପ୍ଟେମ୍ବର ଦିନ ଅନ୍ତରିକ୍ଷ ବିଜ୍ଞାନରେ ଇତିହାସ ରଚିବାର ଥିଲା, କିନ୍ତୁ ଚାନ୍ଦ୍ରାୟଣ-୨ ର ଲ୍ୟାଣ୍ଡର ବିକ୍ରମ ର ଲ୍ୟାଣ୍ଡିଙ୍ଗ ର ୬୯ ସେକେଣ୍ଡ ପୂର୍ବରୁ ପୃଥିବୀ ସହିତ ସମ୍ପର୍କ କଟି ଯାଇଥିଲା । ଚନ୍ଦ୍ରର ଦକ୍ଷିଣ ଧ୍ରୁବ ରେ ଲ୍ୟାଣ୍ଡର ବିକ୍ରମ ର ଶୁକ୍ରବାର-ଶନିବାର ରାତି ୧ ବାଜି ୫୩ ମିନିଟ ରେ ଲ୍ୟାଣ୍ଡିଂ ହେବାର ଥିଲା । ଏହା ପରେ ସିବନ କହିଲେ କି ଭାରତୀୟ ମିଶନ ହାରାହାରି ୯୯% ସଫଳ ରହିଥିଲା । କେବଳ ଶେଷ ସମୟରେ ସମ୍ପର୍କ କଟି ଯାଇଥିଲା ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।

ସୌଜନ୍ୟ / Photos – DainikBhaskar