ଆଜିର ରାଶିଫଳ 29 ମେ 2019, ବୁଧବାର – ଆଜିଠୁ ଏହି ୪ଟି ରାଶିର କୁବେର ଖଜାନା ଖୋଲିବେ ମା ଲକ୍ଷ୍ମୀ

ମେଷ:-

ରାଜନୀତି କ୍ଷେତ୍ରରେ ପଦ ପଦବୀ ଲାଭ ହେବା ସହ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ, ଓ ସ୍ୱର୍ଣ୍ଣ ଅଳଙ୍କାର କ୍ରୟ କରି ପାରିବେ । ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ ଓ ପ୍ରିୟବନ୍ଧୁ ଆର୍ଥିକ ସହାୟତାର ହାତ ବଢେଇବେ । ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି ବାସସ୍ଥାନ ପ୍ରାପ୍ତି ହେବ । ପରିବାରର ଆବଶ୍ୟକତା ପୂରଣ ଦିଗରେ ମନ ନିବେଶ କରିବେ । ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ଓ ପରୀକ୍ଷାରେ ସମ୍ମାନ ମିଳିବ ।  ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ବୃଷ:-

କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସହ ବାଦ ବିବାଦ ମେଣ୍ଟିଯିବ । ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ । ବ୍ୟବସାୟରେ ଭାଗିଦାରମାନେ ପାଦ ସହିତ ପାଦ ମିଶେଇ ବେପାର ବୃଦ୍ଧି କରିବେ । ସ୍ଥଗିତଥିବା କର୍ମଟି ଓ  ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ । ପ୍ରତିଯୋଗିତା ପରୀକ୍ଷାରେ ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବେ । ସାହିତ୍ୟ, କଳାରେ ଉଚ୍ଚ ପ୍ରଶଂସା ପାଇବେ । ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ । ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମିଥୁନ:-

ବରିଷ୍ଠବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢ଼ୀଭୂତ ହେବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ଲାଭ ପାଇବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ମନ ବଳେଇବେ । ଧର୍ମ କାର୍ଯ୍ୟପ୍ରତି ମନ ବଳାଇ କିଛି ଅର୍ଥ ବ୍ୟୟ କରିବେ । କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ । ପାରିବାରିକ ଜୀବନରେ ସୁବିଧା ବାଦକୁ ଆପଣେଇ ନେଇ ସଫଳ ହେବେ । ଟଙ୍କ । ପଇସା ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ପଡିବ ।  ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ ।

କର୍କଟ:-

ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ମହିଳାମାନେ ନୂତନବନ୍ଧୁଙ୍କୁପାଇ ଖୁସୀ ଅନୁଭବ କରିବେ । ପ୍ରତିଯୋଗିତା ପରିକ୍ଷାରେ ଉତ୍ତିର୍ଣ୍ଣ ହେବେ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ଖଣ୍ଡନ କରିବେ । କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେବେ । ସନ୍ତାନ ପକ୍ଷର ଚିନ୍ତା ଦୂର ହେଇଯିବ । ବ୍ୟବସାୟ ପରିଚାଳନାଗତ ସମସ୍ୟା ନେଇ ପ୍ରିୟବନ୍ଧୁ ଆର୍ଥିକ ସହାୟତାର ହାତ ବଢେଇବେ । ପରିବାରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖି ପାରିବେ ।  ପ୍ରତିକାର- ଗୋମାତାକୁ ଖାଇବାକୁ ଦିଅନ୍ତୁ ।

ସିଂହ:-

ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିର ବାତାବରଣ ଖେଳିଯିବ । ଯାତ୍ରା ଫଳରେ ଉତ୍ସାହିତ ହେବେ । ଗୃହୋପକରଣ କ୍ରୟ କରିବେ । ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ । ରାଜନୀତି କ୍ଷେତ୍ରରେ ବ୍ୟକ୍ତିତ୍ଵ ଓ ପ୍ରତିଭା ବଳରେ ଲୋକପ୍ରିୟତା ଅର୍ଜ୍ଜନକରି ପାରିବେ । ଧନସମ୍ପଦରେ ଅଭିବୃଦ୍ଧି ତଥା ବୈଷୟିକ ପ୍ରାଚୁର୍ଜ୍ୟପ୍ରାପ୍ତି ହେବ । କର୍ତ୍ତୁତ୍ଵ ଜାରି ରଖି ଶ୍ରମିକ ଓ କର୍ମଚାରୀଙ୍କୁ ପ୍ରଭାବିତ କରିବା ଫଳରେ, ପ୍ରଗତିର ବେଗ ତ୍ଵରାନ୍ୱିତ ହେବ ।  ପ୍ରତିକାର:-ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କନ୍ୟା:-

ଗୃହସ୍ଥ ଜୀବନ ସୁଖ ଶାନ୍ତିରେ କଟିବ । ବ୍ୟବସାୟରେ ଆୟ ବୃଦ୍ଧି ଓ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ । କର୍ମକ୍ଷେତ୍ରରେ ସହଯୋଗ ପ୍ରାପ୍ତି ହେବ ଓ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ପ୍ରଶଂସିତ ହେବେ । ରାଜନୈତିକକ୍ଷେତ୍ରରରେ ସ୍ଥିତି ସୁଦୃଢ ହେବା ସହ କାର୍ଯ୍ୟଭାର ବୃଦ୍ଧି ହେବ । ଅଚାନକ ଧନ ପ୍ରାପ୍ତିହେବ ଓ ଭବିଷ୍ୟତପାଇଁ ଯୋଜନାକରି ପୁଞ୍ଜି ନିବେସ କରିବେ । ଜାଗା, ଜମି, ଗୃହସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ତୁଳା:-

ବାଣିଜ୍ୟ ବ୍ୟାପାର ମାମଲାରେ ଦୂରସ୍ଥାନକୁ ଯିବାକୁ ପଡିବ । ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ କିଛି ବ୍ୟୟ କରିବେ । ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ ଓ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ ଓ ଆଶା ଆକାଂକ୍ଷା ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ରାଜନୈତିକକ୍ଷେତ୍ରରେ ମାନସିକ କ୍ଷମତା ଓ ଶାରୀରିକ କାର୍ଯ୍ୟ କ୍ଷମତାରେ ବୃଦ୍ଧି ହେବ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ ।  ପ୍ରତିକାର- ମୁହଁ ମିଠାକରି ଘରୁ ବାହାରନ୍ତୁ ।

ବିଚ୍ଛା:-

ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ତାହା ନିଶ୍ଚିତ ଭାବେ ପାଇବେ । ଉଚ୍ଚପଦସ୍ଥ ଅଫିସରମାନେ ସନ୍ତୋଷ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ଧନଧାନ୍ୟ, ଗୋ-ସଂପଦ, ଭୂମି, ବସ୍ତ୍ର ଆଭୂଷଣ, ବାହାନାଦି ପ୍ରାପ୍ତି ହେବ । କାର୍ଯ୍ୟକ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରେ ସୁଧାର ଆସିବ । ଅଧ୍ୟୟନ, ଅଧ୍ୟାପନ, ଓ ଅନୁସନ୍ଧାନପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ ।  ପ୍ରତିକାର:-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ ।

ଧନୁ:-

ରାଜନୈତିକ କ୍ଷେତ୍ରରେ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ଆର୍ଥିକ ଉନ୍ନତି, ଶୁଭ ସମ୍ବାଦ ପ୍ରାପ୍ତି ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ଲାଗି ରହିଲେ ବି ଆଶାତୀତ ଲାଭ ପାଇବେ । ସମସ୍ତକାର୍ଯ୍ୟରେ ସଫଳତା ମିଳିବ । ବିଦ୍ୟାରେ ଉନ୍ନତି ହେବ । ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ ।  ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ ।

ମକର:-

ସରକାରୀ କର୍ମକ୍ଷେତ୍ରରେ ଉନ୍ନତି ହେବା ସହ ଶତ୍ରୁମାନେ ମିତ୍ରତା ଆଚରଣ କରିବେ । ବିବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତ୍କାରରେ ସଫଳତା ମିଳିବ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବା ଫଳରେ ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭ ହେବ । ଅଫିସରେ ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ । ନୂତନ ଗୃହୋପକାରଣ ଦ୍ରବ୍ୟ କ୍ରୟ କରିବା ଫଳରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଭୁଲ୍ ବୁଝାମଣା ହୋଇପାରେ । ବିଭିନ୍ନ କାର୍ଯ୍ୟରେ ଗୁରୁ ଦାୟିତ୍ୱ ବହନ କରିବେ । କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ଅନୁଚିତ ।  ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରିବେ ନାହିଁ ।

କୁମ୍ଭ:-

ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା, ଖେଳକୁଦ ଓ ସାକ୍ଷାତ୍କାରରେ ଜୟଯୁକ୍ତ ହେବେ । ଦୈବୀ କୃପା ଫଳରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ । ପତି-ପତ୍ନିଙ୍କ ମଧ୍ୟରେ ଥିବା ମତାନ୍ତର ଦୂରେଇ ଯିବ । ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନଦେଇ ବ୍ୟାୟାମ କରିବା ଆବଶ୍ୟକ । ଯେକୌଣସି କାର୍ଯ୍ୟ କରିବେ ଭବିଷ୍ୟତ ପାଇଁ କ୍ୟାରିୟର ଉନ୍ନତି ହେବ । ପ୍ରିୟଜନ ଓ ବନ୍ଧୁ ମିତ୍ରଙ୍କ ସମାଗମରେ ସମୟ ବିତିବ ଓ ମାନ-ସମ୍ମାନ ବୃଦ୍ଧି ହେବ । କୌଣସି ସମ୍ମିଳନୀରେ ଯୋଗଦେଇ ଆଧ୍ୟାତ୍ମିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟ ସଂସ୍ଥାରେ ସାମିଲ ହେବେ ।  ପ୍ରତିକାର-ନୀଳରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ।

ମୀନ:-

ବ୍ୟବସାୟରେ ସଫଳତା ଅର୍ଜନ ତଥା ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ମାନସିକ ଅଶାନ୍ତି ଦୂର ହେବ । ଧାର୍ମିକ କାର୍ଯ୍ୟରେ ରୁଚିବୃଦ୍ଧି, ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ଅଫିସରେ ବନ୍ଧୁଙ୍କ ସାହାଯ୍ୟ ଏବଂ ଅବଦାନ ଅବିସ୍ମରଣୀୟ ରହିବ । ଦୃଢ ସଂକଳ୍ପ ଦ୍ଵାରା କ୍ଷମତା ହାସିଲ କରିବେ ଓ ପ୍ରିୟଜନମାନେ ଖୁସିର ସନ୍ଦେଶ ଅର୍ପଣ କରିବେ । ବିଦ୍ୟାରେ ଉନ୍ନତି, କୃଷିରେ ଉନ୍ନତି, ରାଜନୀତିରେ ଉନ୍ନତି ହେବ ।  ପ୍ରତିକାର:-ଶିବମନ୍ଦିରରେ କ୍ଷୀର ଢାଳି ପାଦୁକ ପାନ କରନ୍ତୁ ।