ସୁନ୍ଦରତା ମାମଲାରେ ଭଲ ଭଲ ଅଭିନେତ୍ରୀଙ୍କୁ ପଛରେ ପକାଇ ଦେବେ ଗୌତମ ଗମ୍ଭୀରଙ୍କର ପତ୍ନୀ, ଦେଖନ୍ତୁ ଫଟୋସବୁ

ଗୌତମ ଗମ୍ଭୀର କ୍ରିକେଟ ଦୁନିଆ ସହିତ ବର୍ତ୍ତମାନ ରାଜନୀତିରେ ଯୋଡି ହୋଇଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ସେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିବା ଗୌତମ ଗମ୍ଭୀରଙ୍କର ପର୍ସନାଲ ଲାଇଫ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଗୌତମ ଗମ୍ଭୀର ଓ ତାଙ୍କ ପରିବାର ପ୍ରାୟତଃ ମିଡିଆରୁ ଦୂରରେ ରୁହନ୍ତି । କହିବାକୁ ଗଲେ ଗୌତମ ଗମ୍ଭୀରଙ୍କର ପତ୍ନୀ ନତାଶା ଜୈନଙ୍କ ବିଷୟରେ ବି ବହୁତ କମ ଲୋକ ଜାଣିଛନ୍ତି ।

ବିଜନେସ ପରିବାରରେ ହୋଇଥିଲା ଜନ୍ମ

ଗୌତମ ଗମ୍ଭୀରଙ୍କର ଜନ୍ମ ୧୪ ଅକ୍ଟୋବର ୧୯୮୧ରେ ହୋଇଥିଲା । ତାଙ୍କର ପିତା ଦୀପକ ଗମ୍ଭୀର ଏକ କପଡା ବ୍ୟବସାୟୀ ଅଟନ୍ତି । ତାଙ୍କର ମା’ ସୀମା ଗମ୍ଭୀର ଏକ ଗୃହିଣୀ ଅଟନ୍ତି । ଗୌତମ ଗମ୍ଭୀରଙ୍କର ଗୋଟିଏ ହିଁ ଭଉଣୀ ଅଛନ୍ତି । କୁହାଯାଏ କି ଗୌତମ ଗମ୍ଭୀର ମାତ୍ର ୧୮ ଦିନର ଥିଲେ ସେତେବେଳଠୁ ତାଙ୍କର ଜେଜେବାପା – ଜେଜେମା ତାଙ୍କର ଲାଳନ ପାଳନ କରିଥିଲେ ଓ ସେ ନିଜର ଜେଜେବାପା – ଜେଜେମାଙ୍କ ସହ ହିଁ ରୁହନ୍ତି । ଗୌତମ ଗମ୍ଭୀର ନିଜର ଶିକ୍ଷା ଦିଲ୍ଲୀର ମର୍ଡନ ସ୍କୁଲରୁ ହାସଲ କରିଛନ୍ତି । ଏହା ଛଡା ସେ ହିନ୍ଦୁ କଲେଜରୁ ସ୍ନାତକ ଉପାଧି ବି ପ୍ରାପ୍ତ କରିଛନ୍ତି ।

ବର୍ଷ ୨୦୧୧ରେ କରିଥିଲେ ବିବାହ

ଗୌତମ ଗମ୍ଭୀର ୨୦୧୧ରେ ଦିଲ୍ଲୀରେ ରହୁଥିବା ନତାଶା ଜୈନଙ୍କ ସହ ବିବାହ କରିଥିଲେ । ନତାଶା ଜୈନ ବି ଏକ ବିଜନେସ ପରିବାରର ଅଟନ୍ତି । ଏମାନଙ୍କର ଦୁଇଟି ଝିଅ ଅଛନ୍ତି । ଯାହାଙ୍କର ନାମ ଅଜୀନ ଓ ଅନାଇଜା ଅଟେ । ଗୌତମ ଗମ୍ଭୀର ପ୍ରାୟତଃ ନିଜର ପତ୍ନୀଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ବି ନଜର ଆସନ୍ତି ।

୧୦ ବର୍ଷ ବୟସରେ କ୍ରିକେଟ ଖେଳିବା କରିଥିଲେ ଆରମ୍ଭ

ଗୌତମ ଗମ୍ଭୀର ଯେତେବେଳ ୧୦ ବର୍ଷର ଥିଲେ ସେତେବେଳ ଠାରୁ ସେ କ୍ରିକେଟ ଖେଳିବା ଆରମ୍ଭ କରି ଦେଇଥିଲେ । ସେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ୨୦୦୪ରେ , ପ୍ରଥମ ୱାନ ଡେ ମ୍ୟାଚ ୨୦୦୩ରେ ଓ ୨୦୦୭ରେ ନିଜର ପ୍ରଥମ ଟି – ୨୦ ମ୍ୟାଚ ଖେଳିଥିଲେ । ଏହା ଛଡା ସେ ବହୁତ ସମୟ ହେବ ଦିଲ୍ଲୀର ଘରେଲୁ କ୍ରିକେଟ ସହ ବି ଯୋଡି ହୋଇ ରହିଛନ୍ତି ।

ସେ ଇଣ୍ଡିଆନ ପ୍ରୀମିୟର ଲୀଗ (ଆଈପୀଏଲ) ରେ କୋଲକାତା ନାଇଟ ରାଇଡର୍ସ ଟିମର କପ୍ତାନ ଭୂମିକାରେ ବି ଥିଲେ । ଏହା ପରେ ସେ ୨୦୧୮ରେ କ୍ରିକେଟରୁ ସନ୍ୟାସ ନେଇଗଲେ ।

ରଖିଲେ ରାଜନୀତିରେ ପାଦ

କ୍ରିକେଟରୁ ସନ୍ୟାସ ନେବା ପରେ ଗୌତମ ଗମ୍ଭୀର ରାଜନୀତିରେ ପାଦ ରଖିଛନ୍ତି ଓ ସେ ବିଜେପି ପାର୍ଟିରେ ସାମିଲ ହୋଇଛନ୍ତି । ବିଜେପି ପାର୍ଟି ତରଫରୁ ତାଙ୍କୁ ଦିଲ୍ଲୀର ଲୋକସଭା ସିଟ ପାଇଁ ଟିକେଟ ଦିଆ ଯାଇଛି ।