ଚାଣକ୍ୟ ନୀତି : ଏହି ୨ଟି ଜିନିଷ ଉପରେ ଯଦି ଆପଣ କରିନେବେ କାବୁ ତେବେ ସବୁ କାମରେ ମିଳିବ ସଫଳତା, ଜାଣନ୍ତୁ କଣ ଅଟେ ସେହି କଥା

ଆଚାର୍ଯ୍ୟ ଚାଣକ୍ୟ ପାଟଳିପୁତ୍ରର ମହାନ ବିଦ୍ଵାନ ଥିଲେ । ଚାଣକ୍ୟ ନିଜର ନ୍ୟାୟପ୍ରିୟ ଆଚରଣ ପାଇଁ ପରିଚିତ ଥିଲେ । ଚାଣକ୍ୟ ନିଜ ଜୀବନରେ ମିଳିଥିବା ଅନୁଭବକୁ ହିଁ ଚାଣକ୍ୟ ନୀତିରେ ଜାଗା ଦେଇଛନ୍ତି । ଚାଣକ୍ୟ ନୀତିରେ କିଛି ଏମିତି କଥା କୁହାଯାଇଛି, ଯଦି ବ୍ୟକ୍ତି ସେହି କଥାକୁ ପାଳନ କରିଥାଏ ତେବେ ତାକୁ ସଫଳ ହେବାରେ କେହି ବି ଅଟକାଇ ପାରିବେ ନାହିଁ ।

କୁହାଯାଏ କି ବ୍ୟକ୍ତିକୁ ସଫଳତା ମିଳିବା ପରେ ତାର ଗୋଡ ମାଟିରେ ହିଁ ରହିବା ଦରକାର । କାରଣ ପ୍ରାୟତଃ ଦେଖା ଯାଇଛି କି ସଫଳତା ମିଳିବା ପରେ ବ୍ୟକ୍ତି ଭୁଲି ଯାଏ କି ସେ ସଫଳତାର ସିଢିରେ ଚଢିବା ପାଇଁ ତାକୁ କେଉଁ କେଉଁ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା । ବ୍ୟକ୍ତିକୁ କେବେ ବି ନିଜର ଖରାପ ଦିନକୁ ଭୁଲିବା ଉଚିତ ନୁହେଁ । କିନ୍ତୁ କିଛି ଲୋକମାନେ ସଫଳତା ମିଳିବା ପରେ ନିଜକୁ ଅନ୍ୟ ବ୍ୟକ୍ତିଙ୍କ ଠାରୁ ବଡ ମାନନ୍ତି ।

ଏହିଭଳି ଚିନ୍ତାଧାରା ଆସିଗଲେ ସେମାନେ ଅନ୍ୟ ବ୍ୟକ୍ତିଙ୍କୁ ସମ୍ମାନ ଦିଅନ୍ତି ନାହିଁ । ସେଥିପାଇଁ ନିଜର ଉପଲବ୍ଧିଗୁଡିକ ପାଇଁ ଓ ଉନ୍ନତି ପାଇଁ ସବୁବେଳେ ଭଗବାନଙ୍କୁ ଧନ୍ୟବାଦ ଦେବା ଦରକାର । ଏମିତିରେ ଚାଣକ୍ୟ କିଛି କଥା ବିଷୟରେ କହିଛନ୍ତି ଯାହାକୁ ସର୍ବଦା ମଣିଷକୁ ମନେ ରଖିବା ଉଚିତ ।

ଅନ୍ୟ ବ୍ୟକ୍ତି ସହ ତୁଳନା କରିବା

କିଛି ବ୍ୟକ୍ତି ନିଜର ତୁଳନା ଅନ୍ୟ ବ୍ୟକ୍ତି ସହ କରିବାକୁ ଲାଗନ୍ତି ଓ ଏହି କାରଣରୁ ତାଙ୍କ ମନରେ ଈର୍ଷା ଭାବନା ଆସିଥାଏ । ଯେଉଁ ବ୍ୟକ୍ତି ନିଜେ ସଠିକ କାମ କରନ୍ତି ନାହିଁ ଓ ବିନା କାରଣରେ ଲୋକମାନଙ୍କୁ ଦେଖି ଈର୍ଷା କରନ୍ତି, ସେମାନେ ଜୀବନରେ କେବେ ବି ସଫଳ ହୋଇ ପାରନ୍ତି ନାହିଁ । ମନେ ରଖନ୍ତୁ କି ଆପଣଙ୍କର ପ୍ରତିସ୍ପର୍ଧା କେବଳ ନିଜ ଦ୍ଵାରା ହିଁ ହେବା ଦରକାର । ନିଜର ପ୍ରତିଦ୍ଵନ୍ଦି ନିଜେ ହିଁ ହେବା ଦରକାର ।

କ୍ରୋଧକୁ କାବୁ କରିବା

କିଛି ଲୋକମମାନେ ଛୋଟ ଛୋଟ କଥାରେ ରାଗି ଯାଆନ୍ତି । ଅଧିକ ରାଗିବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇ ନ ଥାଏ । ଯେତେବେଳେ ବ୍ୟକ୍ତିକୁ ଅଧିକ କ୍ରୋଧ ଆସିଥାଏ ତେବେ ତାହାର ମସ୍ତିସ୍କ କାମ କରିବା ବନ୍ଦ କରିଦିଏ । କ୍ରୋଧରେ ବ୍ୟକ୍ତିର ମସ୍ତିସ୍କ ନକରାତ୍ମକ ଦିଗରେ କାମ କରିବାକୁ ଲାଗିଥାଏ । ଯେଉଁ କାରଣରୁ ବେଳେ ବେଳେ ସେ ଏମିତ କିଛି କାମ କରିଥାଏ ଯାହା ମାନବତା ଦୃଷ୍ଟିରେ କେବଳ ଅପରାଧ ହୋଇଥାଏ ।

ଏହିଭଳି ଲୋକାମାନଙ୍କୁ କେବେ ବି ଶାନ୍ତି ମିଳେ ନାହିଁ । ସେଥିପାଇଁ କ୍ରୋଧକୁ ନିୟନ୍ତ୍ରଣ କରୁଥିବା ବ୍ୟକ୍ତିମାନଙ୍କୁ ବୁଦ୍ଧିମାନ କୁହାଯାଏ । ଯଦି ଆପଣଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥାଏ ତେବେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।