ଆଜିର ରାଶିଫଳ, 17 ଅକ୍ଟୋବର 2020, ଶନିବାର, ଏହି ୬ଟି ରାଶିଙ୍କ ଉପରେ ରହିବ ଶନିଦେବଙ୍କ ଆଶୀର୍ବାଦ, ହେବ ଜବରଦସ୍ତ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୭ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ମେଷ ରାଶିର ବ୍ୟକ୍ତିଙ୍କୁ ବ୍ୟବସାୟରେ ଲାଭ ମିଳିବ । ଆପଣଙ୍କର ଆତ୍ମବିଶ୍ଵାସ ହିଁ ଆପଣଙ୍କର ସଫଳତାର ଚାବି କାଠି ହେବ । ଆପଣଙ୍କୁ ନିଜର କାମର ପ୍ରଦଶନ ଉପରେ ଜୋର ଦେବାକୁ ହେବ । ଆପଣଙ୍କ ସଠିକ ନିଷ୍ପତି ଆପଣଙ୍କୁ ସବୁ ସମସ୍ୟାରୁ ରକ୍ଷା କରିବ । ପାର୍ଟନରଶିପ ବ୍ୟବସାୟରେ ଆପଣଙ୍କୁ ଲାଭ ମିଳି ପାରେ । ପରିବାର ଓ ବନ୍ଧୁ ବର୍ଗଙ୍କ ସହ ସମୟ ଭଲରେ କଟିବ । ପରିବାରର ସଦସ୍ୟଙ୍କ ସହ ବ୍ୟବହାର ସାବଧାନର ସହିତ କରନ୍ତୁ । ବିବାହ ସମ୍ବନ୍ଧୀୟ ସମ୍ପର୍କ ସ୍ଥାପନ କଲାବେଳେ ସାବଧାନ ସହ ଓ ଦେଖି ଚାହିଁ କରନ୍ତୁ ।

ବୃଷ

ଆପଣ କୌଣସି ନୂଆ କାମ କରନ୍ତୁ ନାହିଁ । ପୁରା ଦିନରେ କାହା ସହ ବାଦ ବିବାଦ କରନ୍ତୁ ନାହିଁ । କ୍ରୋଧ କରନ୍ତୁ ନାହିଁ । ଭାଗିଦାରୀରେ କୌଣସି ଯଦି କାର୍ଯ୍ୟ କରୁଛନ୍ତି ତେବେ ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡି ପାରେ । ବ୍ୟବସାୟିମାନଙ୍କୁ ସାର୍ଵଜନିକ ସମର୍ଥନ ହାସଲ କରିବା ପାଇଁ ବହୁତ ପ୍ରୟାସ କରିବାକୁ ପଡିବ ।ଆପଣଙ୍କ ଶତ୍ରୁ ଆପଣଙ୍କ ଉପରେ ଭାରି ପଡିବେ । ଆପଣଙ୍କୁ ଆପଣଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟର ବହୁତ ଚିନ୍ତା ରହିବ । ଆପଣଙ୍କୁ ନକାରାତ୍ମକ ବିଚାର ଧାରା ଠାରୁ ଦୁରେଇ ରହିବାକୁ ପଡିବ । ପୁରା ଦିନଟି ବ୍ୟସ୍ତତା ଭିତରେ କଟିବ । ପୂର୍ବରୁ ଆପଣଙ୍କ ଜୀବିକା ପାଇଁ ପ୍ରୟାସ କରିଥିବା କାର୍ଯ୍ୟରେ କିଛି ସଫଳତା ପାଇବେ ।

ମିଥୁନ

ଆପଣଙ୍କର ପରାକ୍ରମ ବଢିବ । ସବୁ କାର୍ଯ୍ୟରେ ସଫଳତା ପାଇବେ । ଆପଣଙ୍କ ମନବଳ ବଢିବ । ନୂଆ ସମ୍ପର୍କରୁ ଲାଭ ପାଇବେ । କାର୍ଯ୍ୟାଳୟରେ ଅନ୍ୟମାନଙ୍କ କାମରେ ଧ୍ୟାନ ନ ଦେଇ ନିଜ କାମରେ ଗୁରୁତ୍ୱ ଦେବା ଉଚିତ । ଆଜି କାହା ଠାରୁ ବି ଉପହାର ମିଳିପାରେ । ବ୍ୟବସାୟୀମାନଙ୍କୁ ବହୁତ ଲାଭ ମିଳିବ । ପୂର୍ବରୁ ନିବେଶ କରିଥିବା କ୍ଷେତ୍ରରୁ ମଧ୍ୟ ଲାଭ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ଛାତ୍ରମାନେ ପାଠ ପଢା ପ୍ରତି ଧ୍ୟାନ ଦେବେ । ଆପଣଙ୍କର ମୋଟା ମୋଟୀ ଭାବେ ଦିନଟି ବହୁତ ଭଲରେ ଯିବ ।

କର୍କଟ

ଦବା ନବା କାର୍ଯ୍ୟ ସାବଧାନ ହୋଇ କରନ୍ତୁ । କାହାକୁ ଧାର ଦିଅନ୍ତୁ ନାହିଁ । କାହିଁକି ନା ଦେଇଥିବା ଧନ ଫେରସ୍ତ ନ ମିଳିପାରେ । ଦିନଟି ଭଲରେ କଟିବ ନାହିଁ । ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇ ପାରେ । ଯାହା ଫଳରେ କୌଣସି କାମ କରିବାକୁ ଇଛା ହେବ ନାହିଁ । ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣ କୌଣସି କଥାକୁ ନେଇ ଚିନ୍ତାରେ ରହିବେ ।କୌଣସି କାର୍ଯ୍ୟରେ ସଫଳତା ମିଳିପାରେ । ଭବିଷ୍ୟତ ପାଇଁ ଧନ ସଞ୍ଚୟ କରିବେ । ଆର୍ଥିକ ସ୍ଥିତି ମଜବୁତ ହୋଇପାରେ । ପାରିବାରିକ କାର୍ଯ୍ୟ ସାବଧାନରେ କରନ୍ତୁ । ଆପଣଙ୍କ ସୁଖ ସୁବିଧାରେ ବୃଦ୍ଧି ହେବ ।

ସିଂହ

ଆପଣ ଚେଷ୍ଟା କରୁଥବା କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟରେ ଲାଭ ମିଳିବ । ଆର୍ଥିକ ସ୍ଥିତିରର କିଛି ଅବନ୍ନତି ହୋଇପାରେ । କାର୍ଯ୍ୟ ସ୍ଥଳରେ ଶୁଭ ଫଳ ମିଳିବ । ପାରିବାରିକ ଚିନ୍ତା ରହିପାରେ । ଚାକିରୀ କ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ସାହାଯ୍ୟ ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । କିନ୍ତୁ ପିତା ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ । ଆପଣ ସମସ୍ତେ ଏହା ନିଶ୍ଚିତ ଶୁଣିଥିବେ କି ସମୟ ବହୁତ ବଳବାନ ଅଟେ ଓ ଏହା ୧୦୦ ପ୍ରତିଶତ ଆପଣଙ୍କର ସାଥ ଦେବ ।

କନ୍ୟା

ଆପଣଙ୍କର ଆକସ୍ମିକ ଭାବେ କିଛି ବଡ ଖର୍ଚ୍ଚ ହୋଇପାରେ । ଯାହା ବିଷୟରେ ଆପଣ ଭାବି ନ ଥିବେ । ଆପଣଙ୍କୁ ଆପଣଙ୍କ ସହଯୋଗୀଙ୍କ ଠାରୁ କିଛି ସମସ୍ୟା ହୋଇପାରେ । କୌଣସି ନୂଆ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ । ନଚେତ କ୍ଷତି ସହିବାକୁ ପଡିପାରେ  ।କାର୍ଯ୍ୟ ସ୍ଥଳରେ କାହା ସହିତ ଝଗଡ଼ା କରନ୍ତୁ ନାହିଁ । ପରିବାରରେ କୌଣସି ସଦସ୍ୟଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଜୀବନସାଥି କିମ୍ବା ସନ୍ତାନଙ୍କର ସ୍ୱାସ୍ଥ୍ୟ ପ୍ରତି ଚିନ୍ତା ରହିବ ।

ତୁଳା

ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ଆପଣଙ୍କୁ ମିଶ୍ରିତ ଫଳ ମିଳିବ । ଆପଣଙ୍କୁ ନୂଆ ଅବସର ମିଳିବ । ଏହାକୁ ପ୍ରୟୋଗ କରି ବହୁତ ସଫଳତା ମିଳିବ । ପାରିବାରିକ ସମସ୍ୟା କିଛି ରହିବ । ଛାତ୍ରଙ୍କୁ ସଫଳତା ମିଳିବ । ଯଦି କାହାକୁ ସାକ୍ଷାତ କାରିବାକୁ ଯାଉଛନ୍ତି ସେଥିରେ ସଫଳତା ମିଳିବ । ଆପଣଙ୍କର କାନ ଓ ଆଖିରେ କିଛି ସ୍ୱାସ୍ଥଗତ ସମସ୍ୟା ଦେଖା ଦେଇପାରେ ।

ବିଚ୍ଛା

ଆପଣଙ୍କୁ ବହୁ ମାତ୍ରାରେ ସଫଳତା ମିଳିବ । କାର୍ଯ୍ୟରେ ଆସୁବିଧା ଓ ସମସ୍ତ ସମସ୍ୟା ଦୂର ହେବ । ଚାକିରୀ ଓ ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବ । ବିଦେଶ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ବହୁତ ସଫଳତା ମିଳିବ ।ଜୀବନସାଥୀଙ୍କ ସହ ସମୟ ଭଲରେ କଟିବ । ବର୍ତ୍ତମାନ ସମୟରେ ଟଙ୍କା ହିଁ ସବୁ କିଛି ସେଥିପାଇଁ ଟଙ୍କା ପ୍ରତି ସଚେତନ ରୁହନ୍ତୁ । ଏହା ଛଡା ଟଙ୍କା ହିଁ ସମସ୍ତଙ୍କ ଜୀବନର ସବୁଠୁ ବଡ ସମସ୍ୟା ହୋଇଥାଏ ।

ଧନୁ

ଆପଣ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଆପଣଙ୍କ ମାନ ସମ୍ମାନରେ ବୃଦ୍ଧି ଘଟିବ । ଆପଣଙ୍କ ଦିନଟି ବହୁତ ଉତ୍ସାହ ପୁର୍ଣ ରହିବ । ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ସହଯୋଗୀଙ୍କର ସାହାଯ୍ୟ ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଓ ଆପଣଙ୍କ ଆର୍ଥିକ ସ୍ଥିତି ବି ଭଲ ରହିବ । କିନ୍ତୁ ଯଦି ଟଙ୍କା ନାହିଁ ତେବେ ଆପଣଙ୍କ ସାମ୍ନାରେ ନାନା ପ୍ରକାରର ସମସ୍ୟା ଛିଡା ହୋଇଯିବ ।

ମକର

ଆପଣଙ୍କୁ ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ । ବାହାନକୁ ସାବଧାନରେ ସହ ଚଳାନ୍ତୁ । ଆପଣ ଅନାବଶ୍ୟକ ଚିନ୍ତାରେ ପଡ଼ି ପାରନ୍ତି । ଆର୍ଥିକ ସ୍ଥିତି ଭଲ ରହିବ ନାହିଁ । ପରିବାରରେ ବାଦ ବିବାଦ ଉପୁଜି ପାରେ । କୌଣସି ଗୁରୁତ୍ୱପୂର୍ଣ ନିଷ୍ପତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ପରିବାର ସହିତ କୌଣସି ବଡ ଉତ୍ସବକୁ ଯାଇପରନ୍ତି । ଆପଣଙ୍କ ଯାତ୍ରା ସଫଳ ରହିବ । ଆପଣ ନିଜର ପୁଞ୍ଜିକୁ ସଠିକ ସ୍ଥାନରେ ନିବେଶ କରନ୍ତୁ ଲାଭ ପାଇବେ । ଆପଣ ଯେତେ ଚାହିଁଲେ ବି ସମସ୍ତଙ୍କ ଇଛା ପୁରା କରିପାରିବେ ନାହିଁ । ନଚେତ କ୍ଷତିରେ ପଡିବେ । ଆପଣ ଯେ କୌଣସି ବି ବିଜନେସରେ ଓ ଯୋଜନାରେ ନିବେଶ କରିବା ପୂର୍ବରୁ ଦୁଇ ଥର ଭାବନ୍ତୁ ।

କୁମ୍ଭ

ଯଦି କୌଣସି କାର୍ଯ୍ୟ ଆପଣ କରିବାକୁ ଯାଉଛନ୍ତି ତେବେ ସେଥିରେ ଆପଣ ସଫଳତା ପାଇବେ । ଅବିବାହିତ ବ୍ୟକ୍ତିମାନେ ବିବାହ କରିପାରନ୍ତି । ପୁରୁଣା ନିବେଶରୁ ଲାଭ ମିଳିବ । ଆପଣଙ୍କୁ ରଚନାତ୍ମକ ଓ ସମ୍ମିଳଣିରୁ ପ୍ରଶଂସା ମିଳିବ । ଧନ କ୍ଷେତ୍ରରେ ବୁଝି ବିଚାରି ନିବେଶ କରନ୍ତୁ । ଘର ପରିବାର ଓ ସାଙ୍ଗ ସାଥୀଙ୍କ ସହ ଦିନଟି ଭଲରେ କଟିବ । ମୋବାଇଲ ଫୋନ ଆପଣଙ୍କ କାର୍ଯ୍ୟରେ ବିଘ୍ନ ଘଟାଇ ପାରେ । ସେଥିପାଇଁ ଏହାକୁ ଅଧିକ ବ୍ୟବହାର କରନ୍ତୁ ନାହିଁ । ଆପଣ ଯଦି ବହୁତ ପାଣି ପିଉଛନ୍ତି ଓ ପଡ଼ୋଶୀଙ୍କ ସହ ଝଗଡା ହୋଇପାରେ । ବ୍ୟସ୍ତତା ଭିତରେ କୌଣସି ନିଷ୍ପତି ନିଅନ୍ତୁ ନାହିଁ ଅସୁବିଧାରେ ପଡି ପାରନ୍ତି ।

ମୀନ

ଆପଣଙ୍କୁ ବହୁତ ଚେଷ୍ଟା ପରେ ସଫଳତା ମିଳିବ । ନୂଆ କଣ୍ଟ୍ରାକ୍ଟ ମିଳିବାର ସମ୍ଭାବନା ଅଛି । ଶତ୍ରୁମାନେ ଦୁର୍ବଳ ହେବେ । ଆପଣ ଅନ୍ୟ ମାନଙ୍କ କାର୍ଯ୍ୟରେ ଦଖଲ ଦିଅନ୍ତୁ ନାହିଁ ନଚେତ ବିବାଦ ସୃଷ୍ଟି ହୋଇପାରେ । ପାରିବାରିକ ସ୍ଥିତି ସାମାନ୍ୟ ରହିବ । ଆପଣଙ୍କୁ ଗୁରୁଜନ ମାନଙ୍କର ପରାମର୍ଶ ମାନିବାକୁ ପଡିବ । ଯାହାବି କୁହନ୍ତୁ ଭାବି ଚିନ୍ତି କୁହନ୍ତୁ । ଏହି ସମୟ ବହୁତ ପରିଶ୍ରମ କରିବାକୁ ପଡିବ । ସଫଳତା ଆପଣଙ୍କୁ ଅପେକ୍ଷା କରି ରହିଛି । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।