ନବରାତ୍ରି ପୂର୍ବରୁ ଏହି ଦଶଟିରୁ କୌଣସି ବି 1 ଜିନିଷ ନେଇ ଆସନ୍ତୁ ଘରକୁ, ତାପରେ ଦେଖନ୍ତୁ ଚମତ୍କାର, ବର୍ଷିବ ମା ଦୂର୍ଗାଙ୍କ କୃପା

ହିନ୍ଦୁ ଧର୍ମ ଅନୁସାରେ ଏହି ଅକ୍ଟୋବର ମାସ ଧର୍ମ କର୍ମ, ଭକ୍ତି, ଉପାସନା ଓ ଭଗବାନଙ୍କୁ ପ୍ରସନ୍ନ କରିବାର ସର୍ବୋତ୍ତମ ମାସ ଅଟେ । ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ମା ଦୁର୍ଗା ତାଙ୍କ ଭକ୍ତଙ୍କୁ ଦର୍ଶନ ଦେଇ କଲ୍ୟାଣ କରିବାକୁ ଏହି ମାସରେ ଆସୁଛନ୍ତି । ଏହି ବର୍ଷ ଶାରଦୀୟ ନବରାତ୍ରି ୧୭ ଅକ୍ଟୋବର ରୁ ଆରମ୍ଭ ହେଉଛି । ବିଶ୍ୱାସ କରାଯାଏ କି ଏହି ୯ ଦିନ ସମ୍ପୂର୍ଣ୍ଣ ବିଧି ବିଧାନ ସହ ମା ଙ୍କ ପୂଜା କଲେ ଭକ୍ତଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୁଏ ।

ନବରାତ୍ରି ର ପ୍ରତ୍ୟେକ ଦିନ ମା ଦୂର୍ଗାଙ୍କ ଅଲଗା ଅଲଗା ସ୍ୱରୁପକୁ ପୂଜା କରାଯାଏ । ଆପଣ ଯଦି ଚାହୁଁଛନ୍ତି କି ମା ଆପଣଙ୍କ ଘରେ ବିରାଜମାନ ହୋଇ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ତେବେ ନିମ୍ନଲିଖିତ ଏହି ଜିନିଷ ନବରାତ୍ରି ପୂର୍ବରୁ ଘରକୁ ନେଇ ଆସନ୍ତୁ ।

ଶାରଦୀୟ ନବରାତ୍ରି ରେ ମା ଙ୍କ ଆଶୀର୍ବାଦ ପାଇବାକୁ ହେଲେ, ନବରାତ୍ରି ପୂର୍ବରୁ ପଦ୍ମ ଫୁଲ ଘର କୁ ନେଇ ଆସନ୍ତୁ । ଏହି ଫୁଲ ମା ଙ୍କର ବହୁତ ପ୍ରିୟ । ଏହି ଫୁଲ ଦ୍ୱାରା ଘରେ ଧନ ସମ୍ବନ୍ଧୀୟ ଅସୁବିଧା ଦୂର ହୋଇଥାଏ ।

ଆପଣ ଯଦି ଚାହୁଁଛନ୍ତି କି ମା ଙ୍କ ଆଶୀର୍ବାଦ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ଉପରେ ରହୁ, ତେବେ ନବରାତ୍ରି ପୂର୍ବରୁ ସୁନା କିମ୍ବା ରୂପାର ମୁଦ୍ରା ଘରକୁ ନେଇ ଆସନ୍ତୁ ଓ ଏହାକୁ ଏକ ନାଲି କପଡ଼ାରେ ବାନ୍ଧି ଗହଣା ଓ ଟଙ୍କା ପଇସା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ଏହା ଦ୍ବାରା ମଧ୍ୟ ଧନ ସମ୍ବନ୍ଧୀୟ ଅଭାବ ଦୂର ହୋଇଥାଏ ।

ପଦ୍ମ ଫୁଲ ଉପରେ ବିରାଜିତ ମା ଲକ୍ଷ୍ମୀ ଙ୍କ ଫଟୋ କିମ୍ବା ମୂର୍ତ୍ତି ମଧ୍ୟ ନବରାତ୍ରି ପୂର୍ବରୁ ଘରେ ଆଣି ରଖିବା ଦ୍ୱାରା ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।

ଆଉ ମଧ୍ୟ ନବରାତ୍ରି ପୂର୍ବରୁ ଫଳି ନ ଥିବା କଦଳୀ ଗଛ ମଧ୍ୟ ଘରକୁ ଆଣନ୍ତୁ । ନବରାତ୍ରି ର ୯ ଦିନ ପର୍ଯ୍ୟନ୍ତ ଏହାର ମୂଳରେ ପାଣି ଚଢ଼ାନ୍ତୁ । ଏହା ସହ ଗୁରୁବାର ଦିନ ଏହାକୁ ପୂଜା କରନ୍ତୁ ଓ କଞ୍ଚା କ୍ଷୀର ମଧ୍ୟ ଚଢ଼ାନ୍ତୁ । ଏହା ଦ୍ବାରା ଧନ ବୃଦ୍ଧି ହୋଇଥାଏ ।

ଏହାଛଡା ନବରାତ୍ରି ରେ ସଂଖପୁଷ୍ପି ର ଚେର କୁ ଆଣି ଏକ ରୂପା ଡବା ରେ ରଖି ଧନ ରଖୁଥିବା ବାକ୍ସ କିମ୍ବା ଆଲମିରାରେ ରଖିଲେ, ମା ଲକ୍ଷ୍ମୀ ଙ୍କ ଅସୀମ କୃପା ଆପଣଙ୍କ ଉପରେ ରହିବା ସହ ସର୍ବଦା ସେ ଆପଣଙ୍କ ଘରେ ମଧ୍ୟ ବିଦ୍ୟମାନ ରହିବେ ।

ବର ଗଛ ର ପତ୍ର ମଧ୍ୟ ଘରକୁ ଆଣି ସେଥିରେ ହଳଦୀ ରେ ସ୍ଵସ୍ଥିକ ଆଙ୍କି ଶୁଭ ମୂହୁର୍ତ୍ତ ଦେଖି ଘରେ ସ୍ଥାପନ କଲେ, ଏହା ମଧ୍ୟ ଧନ ବୃଦ୍ଧି ରେ ସହାୟକ ହେବ ।

ସେହିପରି ଧନ ବୃଦ୍ଧି ନିମନ୍ତେ ନବରାତ୍ରି ପୂର୍ବରୁ ବାହାଡା ଗଛର ଚେର କୁ ମଧ୍ୟ ଆଣି ପୂଜା ପାଠ କରି ଟଙ୍କା ପଇସା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ଏହା ଦ୍ବାରା ଧନାହାନି ହେବ ନାହିଁ ।

ଏହା ଛଡ଼ା ମା ଙ୍କ ପ୍ରତ୍ଯେକ ଶୃଙ୍ଗାର ର ଜିନିଷ କୁ ମଧ୍ୟ ଗୋଟେ ନାଲି କପଡ଼ାରେ ବାନ୍ଧି ଆଳମିରା ରେ ରଖି ଦିଅନ୍ତୁ । ଏହା ଦ୍ବାରା ମଧ୍ୟ ମା ଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ ।

ସେହିପରି ଧଳା ଅପରାଜିତା ଫୁଲ ମଧ୍ୟ ମା ଙ୍କ ବହୁତ ପ୍ରିୟ ଓ ଗରିବତା ଦୂର କରିବାରେ ସହାୟକ ମଧ୍ୟ ହୋଇଥାଏ ।

ମୟୂର ପର ମଧ୍ୟ ପୂଜା ଘରେ ସ୍ଥାପନ କଲେ ଧନ ବୃଦ୍ଧି ହୁଏ ଓ ବିଦ୍ୟାର୍ଥୀଙ୍କ କକ୍ଷ ରେ ରଖିଲେ ସେମାନଙ୍କ ବିଦ୍ୟା ରେ ମଧ୍ୟ ସହାୟକ ହୋଇଥାଏ ।

ଷୋହଳ ଶୃଙ୍ଗାର ର ସମସ୍ତ ଜିନିଷ ମଧ୍ୟ ପୂଜା ଘରେ ରଖିଲେ ମା ଦୁର୍ଗା ପ୍ରସନ୍ନ ହୁଅନ୍ତି ଓ ସର୍ବଦା ଆଶୀର୍ବାଦ ପ୍ରଦାନ କରନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।