ନିଜର ସୌନ୍ଦର୍ଯ ବଢାଇବା ପାଇଁ କରନ୍ତୁ ଏଇ କେତୋଟି ଘରୋଇ ଉପଚାର।

ନିଜର ସୌନ୍ଦର୍ଯ ବଢାଇବା ପାଇଁ କରନ୍ତୁ ଏଇ କେତୋଟି ଘରୋଇ ଉପଚାର।

ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ କେହି ବିଭିନ୍ନ ବିୟୁଟି ପ୍ରଡକ୍ଟର ସାହାଯ୍ୟ ନେଉଛନ୍ତି ତ ଆଉ କେହି ବିୟୁଟି ପାର୍ଲର ଯାଇ ଫେସିଆଲ୍‌ ଏବଂ ଅନ୍ୟାନ୍ୟ ଉପାୟ ଆପଣାଉଛନ୍ତି। ହେଲେ ଘରେ ପ୍ରତିଦିନ ବ୍ୟବହାର ହେଉଥିବା କେତେକ ସାଧାରଣ ସାମଗ୍ରୀରେ ବି ଭରିରହିଛି ଚମତ୍କାରୀ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ, ଯାହାକୁ ବ୍ୟବହାର କରି ଆପଣ ନିଜର ସୁନ୍ଦରତା ବଢାଇ ପାରିବେ।

ଓଠ ସୁଖିବା କିମ୍ବା କଳା ପଡିବା

  • ଓଠ ସୁଖିବା କିମ୍ବା କଳା ପଡିବା ସମସ୍ୟା ଦୂର କରିବା ଲାଗି ଲହୁଣି ବ୍ୟବହାର କରନ୍ତୁ। ଆପଣ ଚାହିଁଲେ କ୍ଷୀରରେ ସାମାନ୍ୟ କେଶର ମିଶାଇ ଓଠରେ ଘଷି ପାରିବେ। ମାତ୍ର କିଛିଦିନ ଏପରି କଲେ ଆପଣ ଫରକ ଜାଣିପାରିବେ। କ୍ଷୀରରେ ମଲ୍‌ବେରି ଗଛର ଛାଲି ପାଉଡର ମିଶାଇ ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାଇଲେ ବ୍ରଣ ସମସ୍ୟା ଦୂର ହୋଇଥାଏ।
  • ଏହା ବ୍ୟତୀତ ତୁଳସୀପତ୍ର ରସରେ ଲେମ୍ବୁ ରସ ମିଶାଇ ଲଗାଇବା ଦ୍ୱାରା ମଧ୍ୟ ଏ ସମସ୍ୟା ଦୂର ହୋଇଥାଏ ଏବଂ ତ୍ୱଚାର କାନ୍ତି ବୃଦ୍ଧି ହୋଇଥାଏ। ଥଣ୍ଡା ଦିନେ ସାବୁନ୍‌ ଅଧିକ ଲଗାଇବା ଦ୍ୱାରା ତ୍ୱଚା ରୁକ୍ଷ ହୋଇ ଫାଟିଥାଏ। ତେଣୁ ଏହା ବଦଳରେ ଆପଣ ସରରେ କିଛି ବୁନ୍ଦା ଲେମ୍ବୁ ରସ, ଅଳ୍ପ ହଳଦୀ ମିଶାଇ ମୁହଁରେ ଲଗାନ୍ତୁ ତ୍ୱଚା କୋମଳ ହେବା ସହ ଚିକ୍କଣ ଏବଂ ଗୋରା ମଧ୍ୟ ହେବ।
  • କମଳାଚୋପାକୁ ଛାଇରେ ଶୁଖାଇ ଗୁଣ୍ଡ କରିଦିଅନ୍ତୁ। ଏହି ପାଉଡରରେ ଅଳ୍ପ ନଡିଆ ତେଲ ଏବଂ କିଛି ବୁନ୍ଦା ଗୋଲାପ ଜଳ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। କିଛିଦିନ ଏପରି କଲେ ତ୍ୱଚା କୋମଳ ଓ ସୁନ୍ଦର ଲାଗିବ।

କେଶ ଝଡିବା ସମସ୍ୟା

  • ବର୍ତ୍ତମାନ କେଶ ଝଡିବା ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ। ଏହାକୁ ଦୂର କରିବା ଲାଗି ପ୍ରତିଦିନ ଜାମୁ ଖାଆନ୍ତୁ ଏବଂ ନଡିଆ ତେଲ ମାଲିସ୍‌ କରନ୍ତୁ।
  • ଯଦି କେଶ ପାଚିବା ସମସ୍ୟାକୁ ନେଇ ଚିନ୍ତିତ ତେବେ ଆମ୍ବ ଟାକୁଆ ଭିତରେ ଥିବା କୋଇଲିକୁ କାଢି ଛୋଟ ଛୋଟ କାଟି ଛାଇରେ ଶୁଖାଇ ଗୁଣ୍ଡ କରି ଦିଅନ୍ତୁ।
  • ପ୍ରତିଦିନ ଅଳ୍ପ ନଡିଆ ତେଲରେ ଏହି ପାଉଡରକୁ ମିଶାଇ ଶୋଇବା ପୂର୍ବରୁ କେଶରେ ମସାଜ କରନ୍ତୁ। ମାତ୍ର ଏକମାସ ଏପରି କରିବା ଦ୍ୱାରା କେଶ ପାଚିବା ବନ୍ଦ ହୋଇଯିବ।

ତ୍ୱଚା ଗୋରା ଏବଂ ସୁନ୍ଦର ଲାଗିବ

  • ଦହିରେ ଅଳ୍ପ ମସୁର ଡାଲି ମିଶାଇ ରାତି ସାରା ଛାଡିଦିଅନ୍ତୁ। ସକାଳେ ଏହାକୁ ବାଟି ଦିଅନ୍ତୁ।
  • ଏଥିରେ ଅଧ ଚାମଚ ହଳଦୀଗୁଣ୍ଡ, ଲହୁଣି କିମ୍ବା ଘିଅ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ପ୍ରତିଦିନ ଲଗାନ୍ତୁ ମାତ୍ର କିଛିଦିନ ମଧ୍ୟରେ ତ୍ୱଚା ଗୋରା ଏବଂ ସୁନ୍ଦର ଲାଗିବ।

ବ୍ରଣ ସମସ୍ୟା

  • ମୁହଁରେ ବ୍ରଣ ସମସ୍ୟା କିମ୍ବା ଅଧିକ ଲୋମ ମଧ୍ୟ ଅନେକଙ୍କ ଲାଗି ଏକ ଚିନ୍ତାର କାରଣ। ଏହାକୁ ମଧ୍ୟ ଘରୋଇ ଉପାୟରେ ଦୂର କରାଯାଇପାରିବ।
  • ଏଥିପାଇଁ କ୍ଷୀରରେ ଖଣ୍ଡ ହଳଦୀକୁ ଭିଜାଇ ବତୁରିବା ପରେ ବାଟିଦଅନ୍ତୁ। ସେଥିରେ ଏକ ଚାମଚ ମଇଦା ଏବଂ ଅଳ୍ପ ସୋରିଷ ତେଲ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ପ୍ରତିଦିନ ଲଗାଇ ଚମତ୍କାର ନିଜେ ଦେଖନ୍ତୁ।
  • ୨ ଟିସ୍ପୁନ୍‌ ବେସନ, ୧ ଟିସ୍ପୁନ୍‌ କ୍ଷୀର ଏବଂ ୧ ଟିସ୍ପୁନ୍‌ ଅଲିଭ୍‌ ଅଏଲ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ।
  • ୦ ମିନିଟ୍‌ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ସ୍କିନ୍‌ ଗ୍ଲୋ କରିବା ସହ ବ୍ଲାକ୍‌ ହେଡ୍ସ ସମସ୍ୟା ଦୂର ହୋଇଥାଏ।