କୌଣସି ବଡ କାମ କରିବାକୁ ଯାଉଛନ୍ତି କି? ଧ୍ୟାନ ଦିଅନ୍ତୁ ଏହି ସବୁ କଥା ପ୍ରତି।

କୌଣସି ବଡ କାମ କରିବା ଯାଉ ଥିଲେ ଶୁଭ ସଂକଳ୍ପ ନେଇ ଆରମ୍ଭ କରନ୍ତୁ | ଏପରି କଲେ ସଫଳତାର ସମ୍ଭାବନା ବଢି ଯାଇଥାଏ | ଏହି କାମରେ ଯୋଡି ହୋଇଥିବା ଲୋକଙ୍କର ମଙ୍ଗଳ କେମିତି ହବ, ସମାଜ କିମ୍ବା ଦେଶର ସେବା ତଥା ପରିବାରର ହିତ ବିଷୟରେ ଚିନ୍ତା କରିବା ଶୁଭ ସଂକଳ୍ପ ଅଟେ | ବ୍ୟବସାୟିକ ଲୋକ ବଡ କାମ କରିବାକୁ ଯାଉଥିଲେ ଏହି କଥାକୁ ମନେ ରଖିବେ କି ଲାଭ ସାଙ୍ଗରେ ଆମର ଲକ୍ଷ୍ୟଭି ପୂରଣ ହାଉଥିବ |

ଆପଣ କଣ ପ୍ରାପ୍ତ କରିଛନ୍ତି ସବୁ ଦିନ ମନେ ରଖିଥିବେ ହେଲେ କଣ ହରାଇଛନ୍ତି ଭୁଲି ଯାଇ ଥିବେ | ଯଦି ଆପଣ ଶୁଭ ସଂକଳ୍ପ ନେଇ ଥିବେ, ସେ ଆପଣଙ୍କୁ ଅନ୍ୟର ମଙ୍ଗଳ ସାଥିରେ ବଡ଼ ଏବଂ ଭଲ କାମ କରିବା ପାଇଁ ଆପଣଙ୍କୁ ପ୍ରେରିତ କରିଥାଏ | କୌଣସି କାମ ଜୀବନଠୁ ବଡ ନୁହଁ |

ଯେବେ ନିଜ ଯୋଜନା ବହୁତ ଗଭୀରତା ସହିତ ବନାଇ ନିଜ ଜୀବନ ସହ ତାକୁ ଯୋଡ଼ିବାରେ ବହୁତ ଛୋଟ ଛୋଟ ଜିନିଷ ଦେଖା ଯାଉ ନଥିବା| ଆମକୁ ବୈଭବ, ସମ୍ପତି,ସଫଳତାରେ ଏକ ଅଲଗା ଜୀବନ ଦେଖିବାକୁ ମିଳିଥାଏ |ଲଙ୍କା ପ୍ରବେଶ ସମୟରେ ଶ୍ରୀ ରାମଚନ୍ଦ୍ର ବାନରଗଣ ସହ ଚର୍ଚ୍ଚା କରିଥିଲେ, ଏହା ତାଙ୍କର ଶୁଭ ସଂକଳ୍ପ ଥିଲା | ତୁଲସୀଦାସ ଲେଖିଛନ୍ତି – ‘କରିହଉ ୟହଁ ସଂମ୍ଭୁ ଥାପନା, ମୋରେ ହୃଦୟ ପରମ କଳପନା |

ଅର୍ଥାତ – ମୁଁ ଏଠାରେ ଶିବଲିଙ୍ଗ ସ୍ଥାପନା କରିବି | ଏହା ମୋର ହୃଦୟର ମହାନ କଳ୍ପନା | ଶିବଲିଙ୍ଗ ମାନେ ସମସ୍ତଙ୍କ କଲ୍ୟାଣ | ଏଠାରେ ଶ୍ରୀରାମଚନ୍ଦ୍ର ଆମକୁ ବଡ କାମ କରିବା ପୂର୍ବରୁ ଶୁଭ ସଂକଳ୍ପ ନବାକୁ ଶିକ୍ଷା ଦଉଛନ୍ତି | ଆପଣ ସଫଳ ହବା ସାଙ୍ଗରେ ଅନ୍ୟର କଲ୍ୟାଣ ହେବ |