ଆଜିର ରାଶିଫଳ, 31 ଅକ୍ଟୋବର 2020, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, କାର୍ଯ୍ୟ କ୍ଷେତ୍ରରେ ହେବ ଉନ୍ନତି, ଖୁସିରେ ଭରିଯିବ ଘର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୧ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆପଣ ଆପଣଙ୍କ ବୈବାହିକ ଜୀବନରେ ସବୁ ପ୍ରକାର ସୁଖର ଆନନ୍ଦ ଉଠାଇ ପାରିବେ । ଜୀବନ ସାଥିଙ୍କ ସହ ବୁଲିବାକୁ ଯାଇ ପାରିବେ । ଆପଣ ସବୁ କାର୍ଯ୍ୟରେ ସଫଳତା ପାଇବେ । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରିବେ । ଏହା ଦ୍ଵାରା ଆପଣଙ୍କ ଆର୍ଥିକ କ୍ଷେତ୍ର ମଜବୁତ ହେବ । ଆପଣ କହିବା ପୂର୍ବରୁ ନିଜ ଶବ୍ଦ ଉପରେ ଧ୍ୟାନ ଦିଅନ୍ତୁ । ଆପଣ ନିଜ ଜୀବନ ସାଥି ସହ କିଛି ଭଲ ସମୟ ଅତିବାହିତ କରିବେ । ଏହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ ।

ବୃଷ

ଆପଣଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଖାସ କରି ଏହି ସମୟରେ ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଉତ୍ପନ୍ନ ହୋଇପାରେ । ଆପଣଙ୍କୁ ମାନ ସମ୍ମାନ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ସହ ଷଡଯନ୍ତ୍ର ହୋଇପାରେ । ଆପଣ ଆପଣଙ୍କ ଗୁପ୍ତ ଶତ୍ରୁଙ୍କ ପ୍ରତି ସତର୍କ ରୁହନ୍ତୁ । ଆଜି ଆପଣଙ୍କ ପାରିବାରିକ ଜୀବନରେ ମତଭେଦର ବାତାବରଣ ହୋଇପାରେ । ଆଜି ଆପଣଙ୍କୁ ନିଜ ବ୍ୟାପାରରେ ଭଲ ଲାଭ ମିଳିବ ।

ମିଥୁନ

ଆପଣଙ୍କ ଜୀବନସାଥିଙ୍କ ସହ ଆପଣଙ୍କ ଭଲ ସମ୍ପର୍କ ରହିବ । ଜୀବନସାଥିଙ୍କ ପରାମର୍ଶ ଦ୍ଵାରା କୌଣସି କାର୍ଯ୍ୟରେ ସଫଳତା ପାଇବେ । ବ୍ୟବସାୟରେ ଭଲ ଲାଭ ମିଳିବ । ଆପଣ ଯଦି ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି ତେବେ ଏଥିରେ ସଫଳତା ପାଇବେ । ସନ୍ତାନର ଆପଣଙ୍କୁ ସହଯୋଗ ମିଳିବ । ଚାକିରି କ୍ଷେତ୍ରରେ ଆବେଦନ କରି ସଫଳତା ପାଇବେ । ଆପଣଙ୍କ ଖରାପ ପରିସ୍ଥିତି ସୁଧୁରି ପାରେ ସେଥିପାଇଁ ପ୍ରୟାସ କରନ୍ତୁ । ଆଜି ଆପଣଙ୍କ ଲଭ ଲାଇଫରେ କିଛି ବିବାଦ ଆସିପାରେ, ସେଥିପାଇଁ ସତର୍କ ରୁହନ୍ତୁ ।

କର୍କଟ

ଆପଣଙ୍କ ଜୀବନରେ କିଛି କଠିନ ପରିସ୍ଥିତି ଆସିପାରେ । ଖାସ କରି ଜୀବନ ଚ୍ୟାଲେଞ୍ଜ ପୂର୍ଣ ରହିବ । ଆପଣ ଏହି ସମୟରେ ଜମି ଓ ସମ୍ପତିକୁ ନେଇ କୌଣସି ବିବାଦରେ ପଡ଼ିପାରନ୍ତି । ଆଜି ଆପଣଙ୍କ ପାଇଁ ଦିନଟି ମିଳା ମିଶା ରହିବ । କୌଣସି କାମରେ ବଧା ସୃଷ୍ଟି ହୋଇପାରେ । ଗୁପ୍ତ ଶତ୍ରୁଙ୍କ ପ୍ରଭାବ ବଢିବ । ପିତା ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ଆଜି ଆପଣ ନିଜ ପାରିବାରିକ ସମ୍ପର୍କକୁ ମଝବୁତ କରିବା ପାଇଁ ଚେଷ୍ଟା କରନ୍ତୁ । ନିଜର ଭାବନାକୁ ସକାରାତ୍ମକ ରଖି ଭାବି ଚିନ୍ତି ନିର୍ଣ୍ଣୟ ନିଅନ୍ତୁ ।

ସିଂହ

ଆପଣଙ୍କୁ ଆଜି ବିଭିନ୍ନ ଦିଗରୁ ଲାଭ ମିଳିବ । ତଥା ଆର୍ଥିକ ସ୍ଥିତି ଭଲ ରହିବ । ଆପଣଙ୍କର ଆଜି କୌଣସି ବଡ ଲୋକଙ୍କ ସହ ସମ୍ପର୍କ ସ୍ଥାପାନ ହୋଇପାରେ । ଛାତ୍ରଙ୍କୁ ଶିକ୍ଷା ଓ ପ୍ରତିଯୋଗୀତା ମୂଳକ କ୍ଷେତ୍ରରେ ସଫଳତା ମିଳିବ । ଆପଣଙ୍କୁ ସନ୍ତାନ ସୁଖ ମିଳିବ । ଆପଣ ଆଜି କୌଣସି ବଡ ନିଷ୍ପତି ନେଇପାରନ୍ତି । ଏହା ଦ୍ଵାରା ଆପଣ ପ୍ରଶଂସିତ ହୋଇପାରନ୍ତି । ଆଜିର ଦିନରେ ଆପଣଙ୍କୁ ମଧ୍ୟମ ଫଳ ମିଳିବ । ଚାକିରି ଓ ବ୍ୟବସାୟ କାକରୁଥିବା ଲୋକମାନଙ୍କୁ ଧନ ଲାଭ ହେବ । ପରିବାରରୁ ଆପଣଙ୍କୁ ସହାୟତା ମିଳିବ ।

କନ୍ୟା

ଆଜି ଆପଣଙ୍କୁ ପାରିବାରିକ ସୁଖ ମିଳିବା ସହ ଆପଣଙ୍କ ପରିବାରରେ ସମସ୍ତଙ୍କ ସହ ସମନ୍ଵୟ ରହିବ । ଭାଇ ଭଉଣୀ ତଥା ପରିବାର ସହ ବୁଲିବାକୁ ଯାଇପାରନ୍ତି । ଆପଣଙ୍କୁ କୌଣସି ଜମି ଓ ବାହାନ ଆଦି କିଣିବାର ସୁଯୋଗ ମିଳିବ । ସ୍ୱାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ । କୌଣସି ଯୋଜନାକୁ ପୂରଣ କରିବା ପୂର୍ବରୁ କାହାକୁ କିଛି କୁହନ୍ତୁ ନାହିଁ । ନିଜ ବାଣୀ ଉପରେ ନିୟନ୍ତ୍ରଣ କରନ୍ତୁ । ଚାକିରିରେ ପଦୋନ୍ନତି ମିଳିବ । ଆଜିର ଦିନରେ ଆପଣଙ୍କ ସବୁ ଭୁଲ ଧାରଣା ଦୂର ହୋଇଯିବ ।

ତୁଳା

ଆଜି ଆପଣ ନିଜ ଲକ୍ଷ ହାସଲ କରି ପାରିବେ । ଆପଣଙ୍କ ପରାକ୍ରମ ଓ ସାହାସ ଦ୍ଵାରା ଆପଣ ସବୁ କାର୍ଯ୍ୟରେ ସଫଳତା ପାଇବେ । ଆପଣ ନିଜ କ୍ରୋଧ ଊପରେ ନିୟନ୍ତ୍ରଣ ରଖନ୍ତୁ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ । ଭାଇ ବନ୍ଧୁଙ୍କ ସହ ସମ୍ପର୍କ ସାମାନ୍ୟ ରହିବ । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଆପଣଙ୍କର ବହୁତ ଦିନରୁ ଅଟକି ରହିଥିବା କାର୍ଯ୍ୟ ସହଜରେ ହୋଇ ଯିବ । ଆଜି ଆପଣଙ୍କର ବିଶେଷ ଧ୍ୟାନ ସାଙ୍ଗ ମାନଙ୍କ ଉପରେ ରହିବ । କୋର୍ଟ କଚେରୀର ଚକର କାଟି ପାରନ୍ତି । 

ବିଚ୍ଛା

ଆଜି ଆପଣଙ୍କ ଦିନଟି ବହୁତ ଭଲରେ ଯିବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ । ଉପରିସ୍ଥ କର୍ମଚାରୀଙ୍କ ପ୍ରଶଂସାର ପାତ୍ର  ହେବେ । ଆଜି ସମାଜରେ ଆପଣଙ୍କର ପ୍ରତଷ୍ଠା ବଢିବ । ଆପଣଙ୍କ ମିତ୍ରଙ୍କ ସହ ମିଶି ପାର୍ଟନରଶିପରେ ବ୍ୟବସାୟ କରି ପାରନ୍ତି । ଆକସ୍ମିକ ଧନ ମିଳିବାର ଯୋଗ ଅଛି । ସବୁ କାର୍ଯ୍ୟରେ ବୁଝି ସୁଝି ନିଷ୍ପତ୍ତି ନିଅନ୍ତୁ । ଆପଣଙ୍କର କୌଣସି ଛୋଟ ମୋଟ ପାରିବାରିକ ସମସ୍ୟା ଆସିପାରେ । ଆଜି ଆପଣ ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ଧନୁ

ଆଜି ଆପଣ ନିଜର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହି ପାରନ୍ତି । ଆପାଣଙ୍କର ମାନସିକ ଚିନ୍ତା ଦେଖା ଦେଇପାରେ । କିନ୍ତୁ ଏହାର ସମାଧାନ ହୋଇଯିବ । କାର୍ଯ୍ୟ ସ୍ଥଳରେ ଲାଭ ମିଳିବ । ବ୍ୟବସାୟରେ ଉନ୍ନତି ହେବ । ସମାଜରେ ପ୍ରତିଷ୍ଠା ବଢିବ । ଛାତ୍ରଙ୍କ ପାଇଁ ଦିନଟି ବହୁତ ଶୁଭ ଫଳ ଅଛି । ମହିଳାମାନଙ୍କର ଭାଗ୍ୟରେ ଉନ୍ନତି ହେବ । ଆପଣଙ୍କ ନିଷ୍ପତ୍ତି ପାଇଁ ଯେମିତି ଅନ୍ୟ କାହାକୁ ଦୁଖ ନ ହୁଏ, ଏହାର ବିଶେଷ ଧ୍ୟାନ ରଖିବେ । ଆଜି ଆପଣଙ୍କୁ ନିଜ ପରିଶ୍ରମର ଭଲ ପରିଣାମ ମିଳିବ ।

ମକର

ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ ଅଛି । ଯାତ୍ରାରେ ସଫଳତା ମିଳିବ । ଛାତ୍ରଙ୍କୁ ଉଚ୍ଚ ଶିକ୍ଷା ପାଇଁ ଭଲ  ଅବସର ମିଳିବ । ଆଜି ଆପଣ ବିଳାସ ବ୍ୟସନରେ ଧନ ଖର୍ଚ କରିପାରନ୍ତି । ଆଜି ଆପଣ ପରିବାର ସହ ବୁଲିବାକୁ ଯାଇପାରନ୍ତି । ଆପଣ ସବୁ କାର୍ଯ୍ୟକୁ ସଫଳତାର ସହ କରିବେ । ମହିଳାଙ୍କୁ କୌଣସି ନୂଆ ଚାକିରି ମିଳିପାରେ ଏହା ଦ୍ଵାରା ଘରେ ଖୁସିର ପରିବେଶ ରହିବ । ଆଜି ଆପଣଙ୍କ ବ୍ୟୟ ଅଧିକ ହୋଇପାରେ, ସେଥିପାଇଁ ସତର୍କ ରୁହନ୍ତୁ । ଆପଣଙ୍କ ଜୀବନସାଥି ସହ ଆପଣଙ୍କ ସମ୍ପର୍କ ଭଲ ରହିବ । 

କୁମ୍ଭ

ଆଜି ଆପଣଙ୍କ ଦିନଟି ବହୁତ ଭଲରେ ବିତିବ । ଆପଣଙ୍କ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ଆକସ୍ମିକ ଭାବେ ଧନ ମିଳିପାରେ । ଆୟର ବିଭିନ୍ନ ସ୍ରୋତର ରାସ୍ତା ମିଳିବ । କିନ୍ତୁ ଆପଣଙ୍କର ଖର୍ଚ ମଧ୍ୟ ବଢିବାର ସମ୍ଭାବନା ଅଛି । କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ । ସମାଜରେ କୌଣସି ବଡ ଲୋକଙ୍କର ସହଯୋଗ ମିଳିବ । ଆପଣ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାରରେ ଖୁସିର ପରିବେଶ ରହିବ । ବୈବାହିକ ଜୀବନ ଶାନ୍ତିରେ ବିତିବ । ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ । ଆଜି ଆପଣଙ୍କ ସମ୍ପର୍କ କିଛି ପ୍ରଭାବଶାଳି ଲୋକଙ୍କ ସହ ହେବ ।

ମୀନ

ଆଜି ଦିନଟି ଆପଣଙ୍କ ପାଇଁ ମିଳା ମିଶା ରହିବ । ଚାକିରି କ୍ଷେତ୍ରରେ ଥିବା ଲୋକଙ୍କୁ ଆଜି ସାମାନ୍ୟ କାର୍ଯ୍ୟରେ ବିଳମ୍ବ ହୋଇପାରେ । ଆଜି ଆପଣଙ୍କର ସକାରାତ୍ମକ ଭାବ ଯୋଗୁଁ ସବୁ କାର୍ଯ୍ୟରେ ସଫଳତା ପାଇବେ । ସରକାରୀ କ୍ଷେତ୍ରରେ ଚାକିରି ପାଇଁ ଆବେଦନ କରି ସଫଳତା ପାଇବେ । ପରିବାରରେ ସମସ୍ତଙ୍କ ସହ ସମ୍ପର୍କ ଭଲ ରହିବ ।ଆଜି ଆପଣ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଛୋଟ ଛୋଟ ସମସ୍ୟା ପାଇଁ ଆପଣ ଅଧିକ ଚିନ୍ତା କରିବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।