ଫୱାଦ ଚୌଧୁରୀ ସଂସଦରେ ଖୋଲି ଦେଲା ଇମରାନର ଅସଲ ଚେହେରା, କହିଲା କିଛି ଏମିତି କି ଶୁଣି ଆଶ୍ଚର୍ଯ୍ୟ ହେଇଯିବେ

ଭାରତରେ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ବହୁତ ଆତଙ୍କବାଦୀ ଆକ୍ରମଣ ହୋଇ ସାରିଛି ଓ ଏହି ଆକ୍ରମଣ ପଛରେ ପାକିସ୍ତାନର ସରକାର ଓ ସେଠିକାର ସୈନ୍ୟମନଙ୍କର ହାତ ହିଁ ଥାଏ । ଏହାକୁ ପ୍ରମାଣ କରିବା ପାଇଁ ଭାରତ ସବୁବେଳେ ପାକିସ୍ତାନକୁ ପ୍ରମାଣ ମଧ୍ୟ ଦେଇଛି । କିନ୍ତୁ ସବୁବେଳେ ପାକିସ୍ତାନ ଏହାକୁ ମିଛି ବୋଲି କହି, ଏହି ସବୁ ଆକ୍ରମଣ ପଛରେ ତାହାର ହାତ ନାହିଁ ବୋଲି କହିଦିଏ । ୧୪ ଫେବ୍ରୁୟାରୀର ସେହି ଦୁଖଦ ଘଟଣା ବିଷୟରେ ସମସ୍ତେ ଜାଣିଛନ୍ତି ।

କହିବାକୁ ଗଲେ ୧୪ ଫେବ୍ରୁୟାରୀ ଦିନ ଭାରତୀୟ ସୁରକ୍ଷାକର୍ମୀର ଏକ ବସ ଉପରେ ଆତ୍ମଘାତି ଆକ୍ରମଣ ହୋଇଥିଲା । ଯେଉଁଥିରେ ୪୫ ଭାରତୀୟ ସୁରକ୍ଷା କର୍ମୀ ସହିଦ ହୋଇଥିଲେ ।

ପାକିସ୍ତାନ ଏହାର ନିନ୍ଦା କରିଥିଲା ଓ ଏହା ପଛରେ ତାହାର ହାତ ନାହିଁ ବୋଲି ମନା କରିଥିଲା । କିନ୍ତୁ ଭାରତ ପାଖରେ ସବୁ ପ୍ରମାଣ ଥିଲା । କିନ୍ତୁ ୨୦ ମାସ ପରେ ପାକିସ୍ତାନ ମାନି ନେଇଛି କି ପୁଲୱାମା ଆକ୍ରମଣରେ ତାହାର ହାତ ଥିଲା ଓ ଏହି କଥାକୁ ପାକିସ୍ତାନର ନେତା Fawad Chaudhry ନିଜ ବୟାନ ମାଧ୍ୟମରେ କହିଛନ୍ତି । ଯିଏ ସଂସଦରେ ବୟାନ ଦେଇ କହିଦେଲେ କି ପୁଲୱାମାରେ ଯାହା ବି ହୋଇଥିଲା ତାହା ଇମରାନ ସରକାରର ଏକ ବଡ ସଫଳତା ଅଟେ ।

କହିବାକୁ ଗଲେ ପାକିସ୍ତାନ ତରଫରୁ ଏହି ବୟାନ ଏମିତି ହିଁ ସାମ୍ନାକୁ ଆସି ନାହିଁ । କହିବାକୁ ଗଲେ ବୁଧବାର ଦିନ ପାକିସ୍ତାନର ନ୍ୟାସନାଲ ଏସେମ୍ବ୍ଲି ମୁସ୍ଲିମଲିଗର ନେତା ଅୟାଜ ସାଦିକ ଗୋଟିଏ ମିଟିଙ୍ଗ ବିଷୟରେ କହି କହିଥିଲେ କି ଯଦି ଅଭିନନ୍ଦନଙ୍କୁ ଛାଡି ନ ଥାନ୍ତେ ତେବେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରି ଦେଇଥାନ୍ତା । ଏହି ବୟାନକୁ ଶୁଣିବା ମାତ୍ରେ ହିଁ Fawad Chaudhry ନିଜର ଏହି ବୟାନ ରଖିଥିଲେ ।

କିନ୍ତୁ କିଛି ସମୟ ପରେ Fawad Chaudhry ନିଜର ବୟାନକୁ ବଦଳାଇ ଦେଇଥିଲେ । ଯାହାକି ତାଙ୍କର ଅଭ୍ୟାସ ଅଟେ । ସେ କହିଲେ କି ତାଙ୍କର ବୟାନକୁ ଭୁଲ ବୁଝା ଯାଇଛି । କିନ୍ତୁ ପୁରା ଦୁନିଆ ଜାଣିଛି ପାକିସ୍ତାନ ଆତଙ୍କବାଦୀର ଘର ଅଟେ ଓ କିନ୍ତୁ ସେ ଏହି କଥାକୁ କେବେ ବି ମାନେ ନାହିଁ । କିନ୍ତୁ ଆପଣ ସତକୁ ଯେତେ ଲୁଚାଇବାକୁ ଚେଷ୍ଟା କରିଲେ ବି ତାହା ଦିନେ ନା ଦିନେ ସାମ୍ନାକୁ ନିଶ୍ଚିତ ଆସିଥାଏ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।