SSR ମାମଲା- ସିବିଆଇ ବି ମାନିଲା ୧୩ ଜୁନର କଥା, ୩ ଜଣ ସାକ୍ଷୀଙ୍କ ବୟାନ ହେଲା ରେକର୍ଡ, ଏବେ କୋର୍ଟରେ ପଲଟିବ କେସ

ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ବର୍ତ୍ତମାନ ସମୟରେ ୧୩ ଜୁନ ରାତିକୁ ନେଇ କିଛି ଖବର ସାମ୍ନାକୁ ଆସୁଛି । କହିବାକୁ ଗଲେ ପ୍ରାୟତଃ ସିବିଆଇ ଜାଣି ସାରିଛି କି ୧୩ ଜୁନ ରାତିରେ କେମିତି ସୁଶାନ୍ତଙ୍କ ସହିତ ପ୍ରଥମେ ମାରପିଟ କରାଗଲା ଓ ଶେଷରେ ତାଙ୍କୁ ହତ୍ୟା କରାଗଲା । କହିବାକୁ ଗଲେ ୧୩ ଜୁନ ରାତିକୁ ନେଇ ୩ ଜଣଙ୍କର ବୟାନ ଦର୍ଜ କରା ଯାଇଛି । ଯାହାର ଆଧାରରେ ଏହି କଥା ପ୍ରମାଣିତ ହୋଇଛି । ସିବିଆଇ ଚୁପଚାପ ଏହି ପ୍ରମାଣକୁ ଏକାଠି କରିବାରେ ଲାଗିଥିଲା ।

ଯାହାକି ବର୍ତ୍ତମାନ ସାମ୍ନାକୁ ଆସିଛି । ତେବେ ଚାଳନ୍ତୁ ଜାଣିବା କି ସେହି ତିନି ଜଣ ବ୍ୟକ୍ତି ଜଣକ କିଏ ଯିଏ ୧୩ ଜୁନ ରାତିର ଅସଲ କାହାଣୀ କହିଛନ୍ତି । ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଓ ୧୩ ଜୁନର ରାତିକୁ ନେଇ ବହୁତ ଲୋକ ବହୁତ କଥା କହିଥିଲେ ।

ଏହା ସହିତ ଏହା ବି କୁହାଯାଉଥିଲା କି ୧୩ ଜୁନ ରାତିରେ ସୁଶାନ୍ତଙ୍କ ଘରେ ପାର୍ଟି ହୋଇଥିଲା ଓ ସେହି ରାତିରେ ହିଁ ସୁଶାନ୍ତଙ୍କ କାହାଣୀକୁ ଶେଷ କରି ଦିଆଗଲା । କିନ୍ତୁ ଏହି କଥାର ସଠିକ ପ୍ରମାଣ କିଛି ମିଳି ନାହିଁ । କାରଣ ସୁଶାନ୍ତଙ୍କ ଘରେ ରହିଥିବା ସବୁ ଲୋକମାନେ କହିସାରିଛନ୍ତି କି ସେହି ରାତିରେ କୌଣସି ବି ପାର୍ଟି ହୋଇ ନ ଥିଲା । ଏମିତିରେ ସନ୍ଦେହ କରାଯାଉଛି କି ୧୩ ଜୁନ ରାତିରେ ଅଳ୍ପ କିଛି ନୁହେଁ ବହୁତ କିଛି ହୋଇଥିଲା ।

କହିବାକୁ ଗଲେ ମୁମ୍ବାଇର ବିଜେପି ନେତା ଓ ଓକିଲ ବିବେକାନନ୍ଦ ଗୁପ୍ତା ବହୁତ ଦିନ ପୂର୍ବରୁ ଏହା କହିଥିଲେ କି ସୁଶାନ୍ତ ସିଂହ ରାଜପୁତ ଓ ରିୟା ଚକ୍ରବର୍ତୀ ୧୩ ଜୁନ ରାତିରେ ଏକା ସହିତ ଥିଲେ ଓ ଜଣେ ବ୍ୟକ୍ତି ତାଙ୍କୁ ଦେଖି ବି ଥିଲେ । କିନ୍ତୁ ସେତେବେଳ ଏହି କଥା ଉପରେ କେହି ବି ଧ୍ୟାନ ଦେଇ ନ ଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ବିବେକାନନ୍ଦ ଗୁପ୍ତା କହିଛନ୍ତି କି ତାଙ୍କର ଓ ସେହି ସାକ୍ଷୀର ବୟାନ ସିବିଆଇ ପାଖରେ ଦର୍ଜ ହୋଇସାରିଛି ।

ବର୍ତ୍ତମାନ ଏହି ବ୍ୟକ୍ତିର ବୟାନକୁ ଆଧାରିତ କରି ୧୩ ଜୁନ ରାତିର ଯାଞ୍ଚ କରା ଯାଉଛି । ଏହା ସହିତ ଯାଞ୍ଚ କରାଯାଉଛି କି ରିୟା ଓ ସୁଶାନ୍ତ ସେହି ଦିନ କେଉଁଠି ଦେଖା କରିଥିଲେ ଓ କାହିଁକି ଦେଖା କରିଥିଲେ, ପୁଣି ସୁଶାନ୍ତଙ୍କ ସହିତ କଣ ହେଲା । ସୁଶାନ୍ତଙ୍କ କେସରେ ନାରାୟଣ ରାଣେଙ୍କ ପୁଅ ନିତୀଶ ରାଣେ ବି ବୟାନ ଦେଇଛନ୍ତି । ନୀତିଶ ରାଣେ ୧୩ ଜୁନ ରାତିକୁ ନେଇ ବହୁତ କିଛି କହିଥିଲେ, ସେ ଏହା ବି କହିଥିଲେ କି ଏଥିରେ ଜଣେ ଶକ୍ତିଶାଳୀ ବ୍ୟକ୍ତିର ହାତ ଅଛି ।

ନିତୀଶ ରାଣେ ଏହା ବି କହିଥିଲେ କି ତାଙ୍କ ପାଖରେ ବି ଗୋଟିଏ ସାକ୍ଷୀ ଅଛି ଯିଏକି ସବୁ ଜାଣିଛି । ଏମିତିରେ ନୀତିଶ ରାଣେ ଓ ଏହି ସାକ୍ଷୀର ବି ବୟାନ ଦର୍ଜ କରାଯାଇସାରିଛି । ଏହା ପରେ ସୁଶାନ୍ତଙ୍କ ବନ୍ଧୁ ସ୍ମିତା ପାରିକଙ୍କ ବୟାନ ବି ସିବିଆଇ ପାଖରେ ଦର୍ଜ ହୋଇସାରିଛି । ସ୍ମିତା ପାରିକ କହିଲେ କି ୮ ଜୁନରେ ଦିଶାଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କ ଅବସ୍ଥା ଅଚାନକ ଖରାପ ହୋଇ ଯାଇଥିଲା ଓ ବାରମ୍ବାର ସୁଶାନ୍ତ କହୁଥିଲେ କି ସେମାନେ ମୋତେ ବି ଛାଡିବେ ନାହିଁ ଓ ମୋତେ ବି ମାରିଦେବେ ।

ସ୍ମିତା କହିଲେ କି ୧୩ ଜୁନର ଦ୍ଵିପହର ପରେ ତାଙ୍କର ସୁଶାନ୍ତଙ୍କ ସହ କିଛି ବି କଥା ହୋଇ ନ ଥିଲା ଓ ୧୩ ଜୁନ ରାତିରେ ସୁଶାନ୍ତଙ୍କ ସହିତ ବହୁତ ଖରାପ ହେଲା । ସ୍ମିତା ପାରିକ ସିବିଆଇକୁ ଆହୁରି ବି ବହୁତ କିଛି କହିଛନ୍ତି । ବର୍ତ୍ତମାନ ଆଶା କାରାଯାଉଛି କି ସୁଶାନ୍ତଙ୍କ କେସରେ ମୁଖ୍ୟ ଆରୋପି ଧାରା ପଡିଯିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।