ଆଜିର ରାଶିଫଳ, 3 ଫେବୃଆରୀ 2021, ବୁଧବାର, ଭଗବାନ ଗଣେଶଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତି ସୁଧୁରି ଯିବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩ ଫେବ୍ରୁଆରି ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କୁ କୌଣସି ଜିନିଷରେ ଅଧିକା ଆମଦାନୀ କରିବା ପାଇଁ କିଛି ନୂଆ ବାଟ ଦେଖା ଦେବ । ନିଜ ପରିଷ୍ଟିତି ଆଜି ନିଜେ ସମ୍ଭାଳି ନେବେ ଓ ବହୁତ ଅନୁକୂଳ ରହିବ ମଧ୍ୟ ଯାହା ଦ୍ଵାରା ଆପଣ ଆଜି ବହୁତ ଖୁସିରେ ଦିନ କାଟିବେ । ଆତ୍ମ ବିଶ୍ଵାସ ଓ ନିଜେ ସାବଧାନ ହୋଇ କାମ କରୁଥିବା ହେତୁ ପ୍ରାତଃ କାମ ଆଜି ବହୁତ ଶୀଘ୍ର ପୂର୍ଣ୍ଣ ହୋଇଯିବ । ଆଜି ଆପଣଙ୍କ ମନ ବହୁତ ଅସ୍ଥିର ରହିବା ସହିତ ବହୁତ ପ୍ରକାର ଚିନ୍ତା କରିବେ । ଯାହା ଦ୍ଵାରା ନିଜେ କରୁଥିବା କାମରେ କିଛି ବିଘ୍ନ୍ନ ଆସିପାରେ ଓ ଠିକ ସମୟରେ କାର୍ଯ୍ୟ ପୁରା କରିପାରିବେ ନାହିଁ । ଆଜି ଆପଣଙ୍କ ଉପରେ କାହାର ଖରାପ ନଜର ପଡିପାରେ । ସେଥିପାଇଁ ଟିକେ ସାବଧାନ ହୋଇ କାମ କରିବାକୁ ଚେଷ୍ଟା କରନ୍ତୁ ।

ବୃଷ

କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ଥିବା କିଛି ପ୍ରୟାସ ଓ ନିଜ ଖ୍ୟାତ ନିଜକୁ ବହୁତ ଉପରକୁ ନେଇଯିବ । ରାହି ଜାଇଥିବା ସବୁ କାର୍ଯ୍ୟ ପୂର୍ଣ୍ଣ ହେବ । ଆଜି କୌଣସି କାମ ହୋଇଯିବା ଫଳରେ ବହୁତ ଖୁସି ରହିବେ । ପରିବାର ସହିତ କୌଣସି ଧାର୍ମିକ ସ୍ଥଳୀକୁ ଯାଇ ପାରନ୍ତି । ଏହି ସମୟ ଭିତରେ କିଛି ବିପଦ ସଙ୍କୁଳ କାର୍ଯ୍ୟ ବା କେଉଥିରେ ଯଦି ଧନ ନିବେଶ କରିବାକୁ ଚାହୁଁଛନ୍ତି ବା ଜୁଆ ଆଦି କାର୍ଯ୍ୟରେ କେବେ ହେଲେ ଟଙ୍କା ଖର୍ଚ କରନ୍ତୁ ନାହିଁ ନଚେତ ଟଙ୍କା ସବୁ ନଷ୍ଟ ହୋଇଯିବ । ନିଜ ଭିତରେ ଥିବା ବୃଦ୍ଧି ଓ କାର୍ଯ୍ୟ କରୁଥିବା କ୍ଷମତା ଏବଂ ନିଜ ଭିତରେ ଥିବା ପ୍ରତିଭା ଦ୍ଵାରା ରହିଯାଇ ଥିବା କାର୍ଯ୍ୟ ସବୁ ଆଜି ପୂର୍ଣ୍ଣ ହୋଇଯିବ ।

ମିଥୁନ

ଆଜି ନିଜ ପରିବାରରେ ବହୁତ ଭଲ ସାମଞ୍ଜସ୍ୟା ଥିବା ହେତୁ ଭଲରେ ଦିନ କଟିବ । ନିଜ ପରିବାରରେ ଶାନ୍ତିର ଲହରୀ ଖେଲିଯିବ ଓ ଆପଣଙ୍କର ସମ୍ପର୍କ ମଧ୍ୟ ସୁଦୃଢ ରହିବ । ପ୍ରେମ ଜୀବନ ବିତାଉଥିବା ବ୍ୟକ୍ତିଙ୍କର ବହୁତ ଭଲରେ ଦିନ କଟିବ କାରଣ ଆପଣଙ୍କର ଜୀବନ ସାଥି ଏପରି କିଛି କାର୍ଯ୍ୟ କରିବେ ଯାହା ଦ୍ଵାରା ଆପଣଙ୍କର ମନ ଖୁସିରେ ଭରି ରହିବ । ଯାନବାହାନ ଧୀରେ ଚଳାଇବା ପାଇଁ ଚେଷ୍ଟା କରନ୍ତୁ ନଚେତ ଦୁର୍ଘଟଣାର ଶିକାର ହୋଇପାରନ୍ତି । ଆଜି ଆପଣଙ୍କର ଭାଗ୍ୟ ପୁରା ସାଥ ଦେବ ।

କର୍କଟ

ଅଚାନକ ନିଜ ଘରକୁ କେହି ଜଣେ ପୁରୁଣା ସାଙ୍ଗ ଆସିବାର ଅଛି । ପରିବାରରେ ସମସ୍ଥଙ୍କ ଭିତରେ ଭଲ ଭାବରେ ତାଳ ମେଳ ରହୁଥିବା ହେତୁ ସମସ୍ତେ ବହୁତ ଖୁସିରେ ରହିବେ । ଯଦି ଆପଣ ରାଜନୈତିକ କ୍ଷେତ୍ରରେ ଅଛନ୍ତି ତେବେ ସେଥିରେ ଆପଣଙ୍କୁ ବହୁତ ସହାୟତା ମିଳିବ ଓ ସେଥିରେ ଆପଣଙ୍କୁ ବହୁତ ସପଟ ମଧ୍ୟ କରିବେ । ସ୍ୱାସ୍ଥ୍ୟ ଅବସ୍ଥା କିଛି ବିଗାଡି ଯାଇପାରେ । ନିଜର ବହୁତ ଭଲ ବ୍ୟବହାର ଦ୍ଵାରା ସବୁ ଲୋକଙ୍କର ମନ କିଣି ନେବେ ଓ ନିଜ କର୍ମଚାରି ମାନଙ୍କ ସହ ଭଲରେ ଦିନ କଟିବ । ବିଭା କରୁଥିବା ବ୍ୟକ୍ତିଙ୍କର ଭାଗ୍ୟ ବହୁତ ଭଲ ରହିବ ।ଯଦି ଆପଣଙ୍କ ପରିବାରରେ ଆପଣଙ୍କ ବିରୋଧରେ କେହି କିଛି ତେବେ ଆଜି ଆପଣଙ୍କୁ କେହି ନିଚା ଦେଖାଇ ପାରିବେ ନାହିଁ ।

ସିଂହ

ନୂଆ ବିଭା ହୋଇଥିବା ବ୍ୟକ୍ତି ବହୁତ ଭଲରେ ଦିନ କାଟିବା ସହିତ ଆଜି ନିଜ ଜୀବନ ସାଥିଙ୍କ ସହ ବାହରକୁ ବୁଲିବାକୁ ଯାଇପାରନ୍ତି । ପ୍ରେମ ବିଭାହ କରିଥିବା ବ୍ୟକ୍ତିଙ୍କର ଦିନ ଭଲରେ କାଟିବା ନାହିଁ କାରଣ ଆଜି ସେ ତାଙ୍କର ମନ ମୁତାବକ କାମ କରିବେ ଆପଣଙ୍କର କଥା ଜମା ଶୁଣିବେ ନାହିଁ । ପ୍ରେମ ସମ୍ବନ୍ଧୀୟ କୌଣସି ଏକ କାମ କରି ସେଥିରେ ଫଶୀ ପାରନ୍ତି ବା କିଛି ଭୁଲ ବୁଝା ମନା ଯୋଗୁ ନିଜ ଭିତରେ ଫାଟ ସୃଷ୍ଟି ହୋଇପାରେ । ନିଜ ପରିବାର ସହିତ ବାହାରକୁ ବୁଲିବାକୁ ଆଇ ପାରନ୍ତି । ଯେଉଁ ଲୋକ ମାନେ ମାର୍କେଟିଙ୍ଗ କାମ କରୁଛନ୍ତି ସେମାନେ ବହୁତ ପରିଶ୍ରମ କରୁଥିବା ହେତୁ ଏବେ ତାଙ୍କର ଭାଗ୍ୟ ଖୋଲିଯିବାର ସମ୍ଭାବନା ଅଛି । ଏବେ କାମ କରୁଥିବା ବ୍ୟକ୍ତି ମେଡ଼ିସିନ ଯଦି କରୁଛନ୍ତି ତେବେ ସେଥିରେ ଆପଣ ବହୁତ ଊର୍ଣ୍ଣତି କରିବେ ।

କନ୍ୟା

ଯଦି ଆପଣ ବିଦେଶ ଯିବା ପାଇଁ ଇଛା କରିଛନ୍ତି ତେବେ ଆଜି ବହୁତ ଭଲ ଦିନ ଅଟେ । କୌଣସି କାମରେ ଯଦି ଆଜି ଆରମ୍ଭ କରନ୍ତି ତେବେ ଆଜି ସେହି କାମ ସମୟ ପୂର୍ବରୁ ହିଁ ସରିଯିବ ଯାହାକି ଅଫିସ ହେଉ ବା ଘରେ ହେଉ ବହୁତ ପ୍ରଶଂସା ପାଇବେ । ସରକାରୀ ଚାକିରିରେ ଆପଣଙ୍କୁ କାମ କରିବାକୁ ପୁରା ସାହାର୍ଯ୍ୟ ମିଳିବ ଓ ସମର୍ଥନ ମଧ୍ୟ ମିଳିବ ବିଭାହୀତ ଜୀବନରେ କିଛି ହାତରୁ ଖସି ଯିବା ପରି ଲାଗିବ । ସବୁବେଳେ ଆପଣ ଯେ ଠିକ କେବେହେଲେ ଭାବନ୍ତୁ ନାହିଁ ସଦାବେଳେ ଗୁରୁ ଓ ମାତା ପିତାଙ୍କ କଥା ମାଣିବାକୁ ଚେଷ୍ଟା କରନ୍ତୁ । ନିଜ ଜୀବନରେ କିଛି ନୀତି ଓ ନିୟମ ବଦଳାଇବା ପାଇଁ ଚେଷ୍ଟା କରନ୍ତୁ ନଚେତ ଆଜି କାହାଠୁ ବି କଟୁ କଥା ଶୁଣିପାରନ୍ତି ।

ତୁଳା

ଏହି ରାସୀର ଲୋକେ ଆଜି ସାଙ୍ଗମାନଙ୍କ ସହ ବୁଲିବା ବା ମିଳାମିଶା ବଢିବ । ପାଖ ଜାଗାକୁ ଯାଇ ପୁରା ମଜା କରି ଆସିବେ ଯାହାକି ପୁରା ଦିନ ଆପଣଙ୍କର ଭଲରେ କଟିବ ଓ ଖୁସିରେ ରହିବେ । ନିଜର ନଜର ବଦଳାଇବା ପାଇଁ ଚେଷ୍ଟା କରନ୍ତୁ ନଚେତ ଆପଣଙ୍କ ସାଙ୍ଗରେ କେହି ମିଶି ନପାରନ୍ତି । ଏହିପରି କରିବା ଦ୍ଵାରା ଆପଣଙ୍କର କିଛି ଫାଇଦା ହେବ ନାହିଁ ଓ ଆପଣଙ୍କୁ କେହି ପସନ୍ଦ କରିବେ ନାହିଁ । ଆଜି ଆପଣଙ୍କର କାମରେ ମନ ଲାଗିବ ନାହିଁ । ଅଫିସରେ ସମସ୍ତଙ୍କ ଆଗେରେ ମୁଣ୍ଡ ତଳକୁ କରି କାମ କରିବାକୁ ପଡିବ । ବହୁଦିନରୁ ହେଉଥିବା ସମସ୍ୟା ଏବେ ଦୂରେଇଯିବ ବା କିଛି ସମାଧାନର ବାଟ ବାହାରି ଯାଇପାରେ । ଆର୍ଥିକ ସ୍ଥିତି ସୁଧୁରି ଯିବ ।

ବିଚ୍ଛା

ପରିବାରରେ ସମସ୍ତେ ଖୁସିରେ ରହିବେ ଓ ସେଥିପାଇଁ ସକରାତ୍ମକ ଶକ୍ତି ଊର୍ଜା ଅଧିକ ରହିବ । କାମ କାର୍ଯ୍ୟରେ ସଫଳତା ମିଳିବ । ଯେକୌଣସି କାମ ଆଜି ଆରମ୍ଭ କରିଥିବେ ସେହି କାମ ଆଜି ନିର୍ଭୁଲ ଭାବରେ ଓ ବହୁତ ଭଲ ଭାବରେ ଖୁବ ଶୀଘ୍ର ସରିଯିବ । ଆଜିର ଦିନକୁ ରୋମାଞ୍ଚକରେ ଚଳିବାକୁ ଚାହୁଁଥିଲେ ଆପଣ ନିଜ ପରିବାର ଓ ସାଙ୍ଗ ସହ ଦିନ କାଟିବା ପାଇଁ ଚେଷ୍ଟା କରନ୍ତୁ । ଆଜି ଆପଣଙ୍କର ଦିନ ମଧ୍ୟମ ଧରଣର କଟିବ । ଯେତିକି ପରିଶ୍ରମ କରିବେ ସେତିକି ଫଳ ପାଇବେ । ଘରେ କିଛି ଭଲ ଖୁସି ଖବର ମିଳିପାରେ । ନୂଆ ଘର କରିଛନ୍ତି ଓ ସେଟାକୁ ଯିବାପାଇଁ ଚହୁଁଛନ୍ତି ଆଜି ଆପଣଙ୍କ ପାଇଁ ବହୁତ ଭଲ ଦିନ ଅଟେ ।

ଧନୁ

ଏହି ଲୋକଙ୍କର ଆଜି କିଛି ବାହରୁ ବଡ ଲୋକ ନୂଆ ସମାଧାନ ମିଳିପାରେ ଯାହାଫଳରେ ଆପଣ ସେହି ଉକ୍ତିକୁ ନେଇ କାମ କରିବା ଦ୍ଵାରା ସେହି କାର୍ଯ୍ୟ ସଫଳ ହେବ । ଆର୍ଥିକ ସ୍ଥିତି ସୁଦୃଢ ରହିବ ଆଜି କିଛି ଖର୍ଚ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ କିଛି ଅସୁବିଧା ଦେଖା ଦେଇପାରେ । ତରତର ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ ନଚେତ ବଡ ଅସୁବିଧାର ସମୁଖୀନ ହୋଇପାରନ୍ତି । କଥାବାର୍ତା ଓ ସ୍ଵଭାବରେ କିଛି ପରିବର୍ତନ ଆଣିବାକୁ ଚେଷ୍ଟା କରନ୍ତୁ ନଚେତ ବଡ ବିବାଦ ମଧ୍ୟରେ ଫଶୀ ପାରନ୍ତି । ଭାଗ୍ୟ ପୁରା ଆଜି ଆପଣଙ୍କର ହିଁ ସାଥ ଦେବ । କାମ ପୁରା କରିବା ପାଇଁ ହୁଅତ ଆଜି ବେସୀ ସମୟ ନ ମିଳିପାରେ ।

ମକର

ଜୀବନ ସାଥି ସହ ଭଲରେ ଦିନ କଟିବ ଓ ତାଙ୍କ ସହ ମିଶି ଅଧିକ ସମୟ କାଟିବେ । ଯେ କୌଣସି କାର୍ଯ୍ୟ କରିବେ ସେ କାର୍ଯ୍ୟ ସଫଳ ହେବ। ମନ ମୁତାବକ କାମ ମିଳିବା ଦ୍ଵାରା ବହୁତ ଖୁସି ରହିବା ସହିତ କାମ ମଧ୍ୟ ସଫଳ ହେବ । ସାଙ୍ଗମାନଙ୍କର ପୁରା ସାଥ ମିଳିବ କିନ୍ତୁ ଆପଣଙ୍କର କିଛି ଏମିତି ସାଙ୍ଗ ଥାନ୍ତି ଯେଉଁ ମାନେ କି ହଇରାଣ କରନ୍ତି । ସେମାନେ କେବେହେଲେ ଆପଣଙ୍କର ଭଲ ଚାହାନ୍ତି  ନାହିଁ । ସେମାନେ ଆଜି ଆପଣଙ୍କୁ ଖାଲରେ ପକାଇପାରନ୍ତି । ଯଥା ସମ୍ଭବ ତାଙ୍କ ଠାରୁ ଦୂରେଇ ରୁହନ୍ତୁ । କାରବାରରେ ଭଲ ଲାଭ ହେବ ।

କୁମ୍ଭ

ଆଜି କୌଣସି କାର୍ଯ୍ୟରେ କେହି ଆପଣଙ୍କୁ ହରାଇ ପାରିବେ ନାହିଁ । ପାଠ ପଢା ପିଲାଙ୍କ ପାଇଁ ଆଜି ଦିନ ବହୁତ ଭଲ ଅଟେ । ବ୍ୟବସାୟରେ ଆଜି ଭଲ ଲାଭ ହେତୁ ମନ ଆଜି ବହୁତ ଖୁସି ରହିବ । କାର୍ଯ୍ୟରେ କିଛି ଛୋଟ ମୋଟ ବାଧା ଆସିବ କିନ୍ତୁ କିଛି ବଡ ସମସ୍ୟା ହେବ ନାହିଁ । ଆର୍ଥିକ ସ୍ଥିତି ମଜବୁତ ରହିବ । ରାଗ ଉପରେ ନିୟତ୍ରଣ ରଖନ୍ତୁ । ପିଲା ମାନଙ୍କ ସହିତ ପାଟିତୁଣ୍ଡ ହୋଇପାରେ ଯାହାକି ଆଜି ଆପଣଙ୍କୁ ବହୁତ ଚିନ୍ତା ଲାଗିବ । ଆଜି କିଛି ମାନସିକ ଚାପରେ ଆସିପାରନ୍ତି । ଘରେ ଅସାନ୍ତି ଦେଖାଦେବ ।

ମୀନ

କୌଣସି ଏକ କାମ ସଂପୂର୍ଣ୍ଣ ହୋଇଯିବା ଫଳରେ ଆଜି ବହୁତ ଖୁସି ରହିବେ । କାର୍ଯ୍ୟ କ୍ଷେତ୍ରରେ ହଠାତ କିଛି ଆସୁବିଧା ଆସିପାରେ ଯାହାକି ଆପଣଙ୍କ ଉପରେ କିଛି ପ୍ରେସର ହେଇପାରେ । କାମରେ ମନ ଲଗାଇ କଲେ କାମରେ ସୁଫଳ ମିଳିବ କିନ୍ତୁ ପରିଶ୍ରମ ଅନୁଯାଇ ଫଳ କମ ମିଳିବ ସେଥିପାଇଁ ଆପଣ ଜମା ଚିନ୍ତା କରନ୍ତୁ ନାହିଁ କାରଣ ସମୟ ଚକ୍ର ସବୁବେଳେ ବଦଳୁଥାଏ ତେଣୁ କରି କର୍ମ କରିଚାଳନ୍ତୁ । ବିଭାହୀତ ଜୀବନ ବହତ ଭଲରେ କଟିବ । ଯଦି କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଞ୍ଚନ୍ତି ତେବେ ବହୁତ ଭଲ ସମୟ ଅଛି ଏବେ ଆପଣ ନିର୍ଭୟରେ ଆରମ୍ଭ କରି ପାରିବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।