ଆଜିର ରାଶିଫଳ, 26 ଡିସେମ୍ବର 2021, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୬ ଡିସେମ୍ବର ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

୧ – ମେଷ

ଆଜି ଆପଣଙ୍କର ପରିବାରରେ ସାମଞ୍ଜସ୍ୟ ରହିବ । ଧନର ଅକସ୍ମାତ ଲାଭ ହେବ । ଧର୍ମର ମାର୍ଗ ଅନୁସରଣ ହେବ । ବ୍ୟାପାରରେ ଅନୁକୂଳ ବାତାବରଣ ରହିବ । ଧାର୍ମିକ ଅନୁଷ୍ଠାନରେ କିଛି ଦାନ କରନ୍ତୁ । ଅସଜତା କାରଣରୁ ଆପଣଙ୍କର ବୈବାହିକ ଜୀବନରେ ନିଜକୁ ଫସିଥିବା ଅନୁଭବ କରିବେ । ନୂତନ ଯୋଜନାରେ ବ୍ୟାପାର ପ୍ରଗତିର ଦିଗରେ ଅଗ୍ରସର ହେବ । କାର୍ଯ୍ୟରେ ସଫଳତା ମିଳିବାର ବିଳମ୍ବ ହେବ ।

୨ – ବୃଷ

ଆଜି ସମୟ ଅନୁକୂଳ ରହିବ । ଅଳ୍ପ ପରିଶ୍ରମ ଦ୍ଵାରା ପୁରା ଫଳ ମିଳିବାର ସମ୍ଭାବନା ଅଛି । ଆଜି ପରିଜନମାନଙ୍କର ସହଯୋଗ ମିଳିବ । ଘରେ ଶାନ୍ତିର ପରିବେଶ ରହିବ । ଆଜି ଅନ୍ୟ ବ୍ୟକ୍ତିଙ୍କ ମାମଲାରେ ଦଖଲ ଦିଅନ୍ତୁ ନାହିଁ । ସକାରାତ୍ମକ ରୁହନ୍ତୁ, ସମସ୍ୟା ଜଲ୍ଦି ଦୂର ହୋଇଯିବ । ଆପଣଙ୍କର ବୈବାହିକ ଜୀବନରେ କଠିନ ସମୟ ଆସିବ । ଯଦି ଆପଣ ବହୁତ ସମୟ ହେବ କିଛି ପରିଣାମର ଅପେକ୍ଷା କରୁଛନ୍ତି ତେବେ ଆଜି ତାହା ମିଳିପାରେ ।

୩ – ମିଥୁନ

ଆଜି ଆପଣ ନୂଆ କାର୍ଯ୍ୟ ପ୍ରାରମ୍ଭ କରି ପାରନ୍ତି । ଘର ଓ ବନ୍ଧୁମାନଙ୍କ ସହିତ କଥାବାର୍ତ୍ତା କରି ନିଜର ସ୍ଥିତି ସୁଧାରି ପାରିବେ । ବ୍ୟାପାରୀ ବର୍ଗ ଲୋକମାନଙ୍କ ସହ ଟଙ୍କା ନେବା ଦେବା ପ୍ରତି ସତର୍କ ରୁହନ୍ତୁ ଓ ଦୂର ଯାତ୍ରା କରିବା ଠାରୁ ବଞ୍ଚନ୍ତୁ । କିନ୍ତୁ ଅଟକିଥିବା କାମ ଆଜି ହୋଇଯିବ । ଆଜି ଆପଣଙ୍କର ମନ କିଛି ଅଧିକ ହିଁ ଭାବନାଶୀଳ ରହିବ । ସମସ୍ୟାକୁ ମୁଣ୍ଡରୁ ବାହାର କରି ଦିଅନ୍ତୁ ।

୪ – କର୍କଟ

ଆପଣଙ୍କୁ ପାରିବାରିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଇଶ୍ଵର ଉପରେ ପୂର୍ଣ ବିଶ୍ଵାସ ରଖନ୍ତୁ । ଆପଣଙ୍କର କାର୍ଯ୍ୟ ସଫଳ ହେବ । ନିଜର ଆହାର ଉପରେ ନିୟନ୍ତ୍ରଣ ରଖନ୍ତୁ । ବ୍ୟବସାୟରେ ବି ଉନ୍ନତି ମିଳିପାରେ । ଗତ କିଛି ସମୟ ହେବ ଯେଉଁ ଭୁଲ ଗୁଡିକ କାରଣରୁ ଆପଣଙ୍କର ବ୍ୟସ୍ତ ରହୁଥିଲେ ଆଜି ସେଥିରୁ ଆପଣଙ୍କୁ ମୁକ୍ତି ମିଳିଯିବ ।

୫ – ସିଂହ

ଆପଣଙ୍କ ଜୀବନରେ ନକାରାତ୍ମକତା ଆଣୁଥିବା ଲୋକମାନଙ୍କ ଠାରୁ ଦୂରରେ ରହିବେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଯାହାକୁ ଆପଣ ନିଜର ଭାବୁଥିବେ, ସେ ହିଁ ଆପଣଙ୍କ ବିଷୟରେ ଖରାପ ଖରାପ କଥା କହିବ । ସେଥିପାଇଁ ଏହି ଲୋକମାନଙ୍କ ଠାରୁ ସାବଧାନ ରୁହନ୍ତୁ । ଖର୍ଚ ଉପରେ ସଂଯମ ରଖିବା ବହୁତ ଜରୁରୀ ଅଟେ । ନକରାତ୍ମକ ବିଚାର ଆପଣଙ୍କୁ ସଫଳତାରେ ବାଧା ଦେଇପାରେ ।

୬ – କନ୍ୟା

ଆଜି ଆପଣ ନିଜ ଜୀବନରେ କୌଣସି ଏମିତି ଏକ ବ୍ୟକ୍ତି ଆସିବେ, ଯିଏ ଆପଣଙ୍କର ଜୀବନକୁ ବହୁତ ବଦଳାଇ ଦେବେ । ନିଜ ବନ୍ଧୁମାନଙ୍କ ସହିତ ବାହାରକୁ ଯାଇ କିଛି ସମୟ ବୁଲି ଆସନ୍ତୁ । ଏହା ଦ୍ଵାରା ଆପଣ ମାନସିକ ଚିନ୍ତାରୁ ଦୂରରେ ରହିବେ । ଆଜି ଆପଣଙ୍କର ପ୍ରେମ ଜୀବନ ପାଇଁ ଭଲ ସମୟ ଅଟେ । ପ୍ରେମ ମାମଲାରେ ସାମାଜିକ ବନ୍ଧନକୁ ଭାଙ୍ଗିବେ ନାହିଁ । ନଚେତ ଆପଣଙ୍କୁ ହିଁ ଭବିଷ୍ୟତରେ ଅସୁବିଧା ହୋଇପାରେ ।

୭ – ତୁଳା

ଆଜି ଆପଣଙ୍କୁ ପରିବାରର ସହଯୋଗ ପ୍ରାପ୍ତ ହେବ । ଯଦି କୌଣସି ସମ୍ପତି କ୍ରୟ କରିବାକୁ ଚିନ୍ତା କରୁଛନ୍ତି ତେବେ ଆଜି ଭଲ ଦିନ ଅଟେ । ପାରିବାରିକ ଦାୟିତ୍ଵ ବଢିବ । ଚାକିରି ଓ ବ୍ୟବସାୟରେ ସହଯୋଗ ଦ୍ଵାରା ସଫଳତା ପ୍ରାପ୍ତ ହେବ । ନିବେଶ ପାଇଁ ଭଲ ସମୟ ଅଟେ । କୋର୍ଟ ମାମଲାରେ ଫସି ପାରନ୍ତି । ଆର୍ଥିକ ମାମଲା ସମଧାନ ହୋଇଯିବ । ଆପଣଙ୍କର ଜୀବନସାଥିଙ୍କ ସହିତ ସମ୍ବନ୍ଧ ମଧୁର ରହିବ ।

୮ – ବିଚ୍ଛା

ଆଜି ଆପଣଙ୍କ ପାଇଁ ଆୟର ନୂଆ ସ୍ରୋତ ହେବ । ଆପଣଙ୍କର ବ୍ୟବସାୟିକ ସ୍ଥିତିରେ ସୁଧାର ଆସିବ । ଆପଣ ଏକ ପାରିବାରିକ ଆୟୋଜନରେ ସମସ୍ତଙ୍କର ଧ୍ୟାନ କେନ୍ଦ୍ରିତ କରିବାରେ ସଫଳ ହେବେ । ଆଜି ଯଦି କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ବିଚାର କରୁଛନ୍ତି ତେବେ ଆଜିର ଦିନ ଶୁଭ ଅଟେ । ଆଜି ବ୍ୟବସାୟରେ ଆପଣଙ୍କୁ ବହୁତ ବଡ ଅଫର ମିଳିବ । କିନ୍ତୁ କିଛି ସମସ୍ୟା ଘରେ ରହିବ ।

୯ – ଧନୁ

ଆଜି ଆପଣଙ୍କର ପରିବାର ଆପଣଙ୍କ ପାଇଁ ସାହାର୍ଯ୍ୟର ହାତ ବଢାଇବେ । ସେମାନେ ଆପଣଙ୍କୁ ସମସ୍ତ ପ୍ରକାରର ସାହାର୍ଯ୍ୟ ଦେବେ । ଆଜି ଆପଣଙ୍କୁ ଶୁଭ ସମାଚାର ମିଳିବ । ବ୍ୟବସାୟରେ ଲାଭ ହେବାର ଆସାର ଅଛି । ଆଜି ଆପଣଙ୍କର କଲାତ୍ମକ ଓ ରଚନାତ୍ମକ କ୍ଷମତା ଦ୍ଵାରା ପ୍ରଶଂସା ମିଳିବ । ଆଜି ଆପଣଙ୍କର ପରିବାର ଖୁସିରେ ରହିବ । ପୂର୍ବରୁ କରାଯାଇଥିବା ପରିଶ୍ରମର ଫଳ ଆଜି ମିଳିପାରେ ।

୧୦ – ମକର

ଆଜି ଆପଣ ମାନସିକ ଶାନ୍ତି ଭୋଗ କରି ପାରିବେ ନାହିଁ । ବିରୋଧୀକୁ ପରାସ୍ତ କରିବେ । ସନ୍ତାନର ଦାୟିତ୍ଵ ପୁରା ହେବ । ଉପହାର ଓ ସମ୍ମାନର ଯୋଗ ଅଛି । ସ୍ୱାସ୍ଥ୍ୟ ଓ ପ୍ରତିଷ୍ଠା ପ୍ରତି ସଚେତନ ରୁହନ୍ତୁ । ଅଫିସରେ ଉଚ୍ଚ ଅଧିକାରୀମାନଙ୍କର ପ୍ରୋତ୍ସାହନ ମିଳିବା ଦ୍ଵାରା ଆପଣଙ୍କର ଆତ୍ମବିଶ୍ଵାସ ବଢିବ । ନୂଆ ଯୋଜନା ଉପରେ କାମ କରିବା ପାଇଁ ଆଜିର ଦିନ ସବୁଠୁ ଶୁଭ ଅଟେ ।

୧୧ – କୁମ୍ଭ

ଆପଣଙ୍କ ପାଇଁ ଆଜିର ଦିନ ବହୁତ ଭଲ ରହିବ । ଯାତ୍ରାର ଯୋଗ ଅଛି । ଅନ୍ୟ ବ୍ୟକ୍ତିଙ୍କର ଆପଣ ଆଜି ସାହାର୍ଯ୍ୟ କରିବେ । ବ୍ୟାପାରରେ ବୁଦ୍ଧି ହୋଇ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବାର ସମ୍ଭାବନା ଅଛି । ଆପଣଙ୍କର କାର୍ଯ୍ୟକୁ ପ୍ରଶଂସା ମିଳିବ । ଆଜି ଆପଣ ପୋଲିସ ଷ୍ଟେସନ ର ଚକ୍କର କାଟିବାକୁ ପଡିପାରେ । ସେଥିପାଇଁ ଆପଣ କୌଣସି ଓକିଲର ସାକ୍ଷାତ କରି ପାରାନ୍ତି । ଆପଣଙ୍କ ଉପରେ ଆର୍ଥିକ ପ୍ରେସର ଆସି ପାରେ ।

୧୨ – ମୀନ

ଆଜି କୌଣସି ଟଙ୍କାର ନେବା ଦେବାରେ ସାବଧାନ ରୁହନ୍ତୁ । ଏକତରଫା ପ୍ରେମ ଆପଣଙ୍କୁ ନିରାଶ କରିବ । ଭଲ ଆମଦାନୀର ସ୍ରୋତ ଆପଣଙ୍କୁ ମିଳିବ । ଆଜି ବୁଲିବାକୁ ଯାଇ ପାରାନ୍ତି । ତାକିଥିବା କାମ ସମୟ ପୂର୍ବରୁ ଶେଷ ହୋଇଯିବ । ଛୋଟ ଚିତ ସମସ୍ୟା ଆପଣଙ୍କ ଘରେ ରହିବ । ଆର୍ଥିକ ମାମଲାରେ ଅତିରିକ୍ତ ସାବଧାନ ହୋଇ ଚାଳନ୍ତୁ । ଆଜି କିଛି ନୂଆ କରି ପାରାନ୍ତି । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।