Twinkle Khanna ଙ୍କ ବଡ ଖୁଲାସା, କହିଲେ- ‘ଫିଲ୍ମର ଏହି ସୀନକୁ ଦେଖି ମତେ ବାରମ୍ବାର ଛିଡାଏ ମୋ ପୁଅ…’

ବଲୀଉଡ ଇଣ୍ଡଷ୍ଟ୍ରିର ଜଣା ଶୁଣା ଅଭିନେତା ଅକ୍ଷୟ କୁମାର ନିଜର ଦମଦାର ଅଭିନୟ କାରଣରୁ ଆଜି ଇଣ୍ଡଷ୍ଟ୍ରିରେ ନିଜର ଖାସ ପରିଚୟ ସୃଷ୍ଟି କରିଛନ୍ତି । ଅକ୍ଷୟ କୁମାର ନିଜର ଫିଲ୍ମି କ୍ୟାରିୟରରେ କମେଡି, ନେଗେଟିବ ଓ ମୁଖ୍ୟ ଅଭିନେତା ସବୁ ପ୍ରକାରର କିରଦାର କରିସାରିଛନ୍ତି । ଅକ୍ଷୟ କୁମାର ନିଜର ଫିଲ୍ମ ଛଡା ନିଜର ପର୍ଶନାଳ ଲାଇଫକୁ ନେଇ ବି ବହୁତ ଚର୍ଚାରେ ରହିଥାନ୍ତି । କହିବାକୁ ଗଲେ ଅକ୍ଷୟ କୁମାରଙ୍କ ପରିବାର ସହ ଜଡିତ କୌଣସି ନା କୌଣସି କଥା ସୋସିଆଲ ମିଡିଆରେ ସାମ୍ନାକୁ ଆସିଥାଏ ।

ଏହା ମଧ୍ୟରେ ସୋସିଆଲ ମିଡିଆରେ ବର୍ତ୍ତମାନ ଦିନରେ ଟ୍ୱିଂକଲ ଖନ୍ନାଙ୍କ ଗୋଟିଏ ଇଣ୍ଟରଭିୟୁ ବହୁତ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ନିଜର ପିଲାମାନଙ୍କ ବିଷୟରେ କହୁଥିବାର ନଜର ଆସୁଛନ୍ତି । ଟ୍ୱିଂକଲ ଖନ୍ନା ଇଣ୍ଟରଭିୟୁରେ ନିଜର ପୁଅ ଆରବକୁ ନେଇ ଓ ନିଜ ଫିଲ୍ମି କ୍ୟାରିୟର ବିଷୟରେ କହୁଛନ୍ତି । ସେ କହୁଛନ୍ତି କି ତାଙ୍କ ପୁଅ କାହିଁକି ତାଙ୍କୁ ଚିଢାଇ ଥାଏ । ଟ୍ୱିଂକଲ ଖନ୍ନାଙ୍କ ଅନୁସାରେ ତାଙ୍କ ପୁଅ ତାଙ୍କୁ ତାଙ୍କର ଫିଲ୍ମକୁ ନେଇ ବହୁତ ଚିଢାଏ ।

ଯେଉଁ କାରଣରୁ ତାଙ୍କର ପିଲାମାନେ ତାଙ୍କର ଫିଲ୍ମ ଦେଖନ୍ତୁ, ଏହା ଟ୍ୱିଂକଲ ଖନ୍ନା ପସନ୍ଦ କରନ୍ତି ନାହିଁ । ଟ୍ୱିଂକଲ ଖନ୍ନା ଇଣ୍ଟରଭିୟୁରେ କହିଲେ କି ତାଙ୍କ ପୁଅ ଆରବ ତାଙ୍କୁ କିସିଙ୍ଗ ସିନକୁ ନେଇ ବହୁତ ଚିଢାଇ ଥାଏ । ସେ ଆଗକୁ କହିଲେ କି ଫିଲ୍ମ ‘ଜାନ’ରେ ମୋର ଗୋଟିଏ କିସିଙ୍ଗ ସିନ ଅଛି । ଯାହାକୁ ବାରମ୍ବାର ଆରବ ଦେଖିଥାଏ ଓ ମୋତେ ଚିଢାଏ ।

ମୁଁ ଚାହୁଁ ନାହିଁ କି ମୋର ପିଲାମାନେ ମୋର ଫିଲ୍ମ ଦେଖନ୍ତୁ । କିନ୍ତୁ ଆରବ ବାରମ୍ବାର ଫିଲ୍ମ ଦେଖୁଥାଏ ଓ ମୋତେ ଚିଢାଏ । ଟ୍ୱିଂକଲ ଖନ୍ନା ଇଣ୍ଟରଭିୟୁରେ କହିଲେ କି “ଥରେ ସେ ଜନ୍ମଦିନରେ ତାଙ୍କୁ ଏକ କିସିଙ୍ଗ ସିନକୁ ଏଡିଟ କରି ଜନ୍ମଦିନ ପାର୍ଟିରେ ଚାଳାଇ ଦେଇ ଥିଲା । ଟ୍ୱିଂକଲ ଖନ୍ନା କହିଲେ କି ଆରବ ବହୁତ ଅଧିକ ଦୁଷ୍ଟ ଅଟେ କିନ୍ତୁ ତାର ବୁଦ୍ଧି ଭଲ ଅଛି ।‘

ଟ୍ୱିଂକଲ ଖନ୍ନା କହିଲେ କି ଥରେ ମୁଁ ଆରବର ଫୋନ ଦେଖିଲି ତ ଆଶ୍ଚର୍ଯ୍ୟ ହୋଇଗଲି, କାରଣ ସେ ମୋର ନମ୍ବରକୁ ପୋଲିସ ନାଁରେ ସେବ କରି ରଖିଛି । ଆପଣଙ୍କୁ କହିଦେଉଛୁ କି ଟ୍ୱିଂକଲ ଖନ୍ନା ନିଜର ପିଲାମାନଙ୍କ ଉପରେ ବହୁତ କଡା ଅନୁସାସନ ରଖିଛନ୍ତି । ଟ୍ୱିଂକଲ ଖନ୍ନା ଓ ଅକ୍ଷୟ କୁମାରଙ୍କ ଦୁଇ ପିଲାମାନେ କେବଳ ଟ୍ୱିଂକଲ ଖନ୍ନାଙ୍କୁ ହିଁ ଭୟ କରନ୍ତି । କହିଦେଉଛୁ କି ଟ୍ୱିଂକଲ ଖନ୍ନା ଓ ଅକ୍ଷୟ କୁମାର ନିଜର ପୁଅ ଓ ଝିଅକୁ ଲାଇମଲାଇଟରୁ ଦୂରେଇ ରଖିବାକୁ ପସନ୍ଦ କରନ୍ତି ।