ହଠାତ ଏମିତି କାହିଁକି ବଦଳିଗଲେ Sumit ? ସୁମିତ ଫେରାର ହେବା ପଛରେ କଣ ବାପାଙ୍କ ଷଡଯନ୍ତ୍ର ? ଦେଖନ୍ତୁ କଣ କହୁଛନ୍ତି Tapaswini ? ଦେଖନ୍ତୁ Video

ତପସ୍ଵିନୀ ଓ ସୁମିତଙ୍କ ମାମଲାରେ ସବୁଦିନ କିଛି ନା କିଛି ନୂଆ ଶୁଣିବାକୁ ଓ ଦେଖିବାକୁ ମିଳୁଛି । ତପସ୍ଵିନୀ ଓ ସୁମିତ ଭଲ ପାଇ ବାହା ହେଲେ, ଗୋଟିଏ ବର୍ଷ ଏକତ୍ରିତ ରହିଲେ । କିନ୍ତୁ ପରେ କଣ ହେଲା କି ଶେଷରେ ମୋ ଠାରୁ ଦୂରେଇ ଗଲେ । ଏହି ସମ୍ପର୍କରେ କାହିଁକି ଫାଟ ଆସିଲା । ଏହିଭଳି କିଛି ପ୍ରଶ୍ନ ତପସ୍ଵିନୀ ସୁମିତଙ୍କୁ ପଚାରିଛନ୍ତି । ସୁମିତ କାହିଁକି ନିଜର ଛୁଟିର ଅବଧିକୁ ବଢାଇଛନ୍ତି ଏହାର କାରଣ ବି ଜାଣିବା ପାଇଁ ଚାହୁଁଛନ୍ତି ତପସ୍ଵିନୀ ।

ଲାଗୁଛି କି ସୁମିତ ତପସ୍ଵିନୀଙ୍କୁ ଆଉ ସ୍ତ୍ରୀ ରୂପରେ ଗ୍ରହଣ କରିବେ ନାହିଁ ବୋଲି ମନସ୍ଥ କରି ନେଇଛନ୍ତି । ତପସ୍ଵିନୀ ବି କହୁଛନ୍ତି କି ସେ ରାଜ୍ୟ ବାହାରକୁ ଯିବା ପାଇଁ ବି ଯୋଜନା କରୁଛନ୍ତି । କିନ୍ତୁ ଯେଉଁ ସମୟ ପର୍ଯ୍ୟନ୍ତ ସେ ତାଙ୍କର ଅଧିକାର ପାଇବେ ନାହିଁ ସେହି ସମୟ ପର୍ଯ୍ୟନ୍ତ ସେ ନିଜର ଆନ୍ଦୋଳନ ଜାରି ରଖିବେ ।

ଅନ୍ୟ ପଟେ ନିଜ ଘରର ବାରଣ୍ଡାରୁ ହଟାଇବା ପାଇଁ ସୁମିତଙ୍କ ମା ଓ ଜେଜେ ମା କୋର୍ଟରେ ପିଟିସନ ଫାଇଲ କରିଛନ୍ତି । କିନ୍ତୁ ତପସ୍ଵିନୀଙ୍କୁ ନ୍ୟାୟ ଦେବା ପାଇଁ କିଛି ଲୋକମାନେ ହାଇକୋର୍ଟରେ ଜନସ୍ଵାର୍ଥ ମାମଲା ଦାୟର କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କୁହାଯାଉଛି । କହିଦେଉଛୁ କି ନଭେମ୍ବର ୨୨ ରୁ ତପସ୍ଵିନୀ ପତ୍ନୀର ମାନ୍ୟତା ଦାବିରେ ସୁମିତଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ।

ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହି ମାମଲାରେ କୌଣସି ନିଷ୍କର୍ଷ ବାହାରି ନାହିଁ । ଅନ୍ୟ ପଟେ ସୁମିତ କ୍ୟାମେରା ସାମ୍ନାକୁ ଆସୁ ନାହାନ୍ତି କିନ୍ତୁ ମୋବାଇଲରେ ଭିଡିଓ କରି ଓ କିଛି ଅଡିଓ କିଳ୍ପ ଛାଡି ନିଜର ମତ ରଖୁଛନ୍ତି । ଗତକାଲି ଓ ସୁମିତଙ୍କ ମା ଓ ଜେଜେମା ଏସଡ଼ିଜିଏମ କୋର୍ଟକୁ ଯାଇ ଘରୋଇ ହିଂସା ଆଇନକୁ ଆଧାର କରି ସେମାନେ ଏକ ପିଟିସନ ଫାଇଲ କରିଛନ୍ତି ।

ଅନ୍ୟ ପଟେ ତପସ୍ଵିନୀ ବି ଏହାର ଜବାବ ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି । ୨୭ ତାରିଖ ଦିନ ଅର୍ଥାତ ସୋମବାର ଦିନ କୋର୍ଟର ଶୁଣାଣୀକୁ ସମସ୍ତେ ଅପେକ୍ଷା କରିଛନ୍ତି । ତପସ୍ଵିନୀଙ୍କ କହିବା ଅଟେ କି କୋର୍ଟ ଯାହା ନିଷ୍ପତି ନେବେ ମୁଁ ତାକୁ ମାନି ଚାଲିବି । ଅନ୍ୟ ପଟେ କହିଦେଉଛୁ କି ଏହି ମାମଲାରେ ବର୍ତ୍ତମାନ ମାନବ ଅଧିକାର ହସ୍ତକ୍ଷେପ କରିଛନ୍ତି ।