ଆଜିର ରାଶିଫଳ, 25 ଅଗଷ୍ଟ 2020, ମଙ୍ଗଳବାର, ବଜରଙ୍ଗବାଲିଙ୍କ ଆଶୀର୍ବାଦରୁ ଏହି 5ଟି ରାଶିଙ୍କ ଜୀବନରେ ଆସିବ ନୂଆ ପରିବର୍ତ୍ତନ, ଧନ ସମ୍ବଧୀୟ କ୍ଷେତ୍ର ରହିବ ଅନୁକୂଳ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୫ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

କ୍ୟାରିୟରରେ ନୂଆ ଅଫର ମିଳିବ । ସବୁ ସ୍ଥାନରେ ଆପଣଙ୍କ ପ୍ରଶଂସା ହେବ । ପ୍ରେମ ସମ୍ବନ୍ଧ ମଜବୁତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ କଟିବ । ଆଜିର ଦିନ ଭଲ ରହିବ । ଆପଣଙ୍କ କିଛି ଅଟକି ଯାଇଥିବା କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ଅଛି । କାର୍ଯ୍ୟ ସିଦ୍ଧି ଓ ଧନର ମଧ୍ୟ ପ୍ରାପ୍ତି ହେବ । ଶାରୀରିକ ତଥା ମାନସିକ ରୂପରେ ଆପଣ ଉତ୍ସାହିତ ତଥା ପ୍ରଫୁଲିତ ରହିବେ । ଆପଣଙ୍କ ନିଜର ପାର୍ଟନର ସହିତ ସମୟ ବ୍ୟତୀତ କରିବେ ।

ବୃଷ

ଏହି ରାଶିର ବ୍ୟକ୍ତିମାନଙ୍କ ଭୌତିକ ସୁଖ ଓ ସୁବିଧା ବୃଦ୍ଧି ହେବ । ପୁରା ଦିନ ଆପଣ ନୂତନ ଉର୍ଜାର ସହିତ ରହିବେ । ଆପଣଙ୍କ ସ୍ୱସ୍ଥ୍ୟ ଭଲ ରହିବ । ଟଙ୍କା ମାମଲାରେ ଆପଣ ପ୍ରଗତି କରିବେ । ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଫଳଦାୟୀ ରହିବ । ଶତ୍ରୁ ପକ୍ଷ୍ୟ ଆପଣଙ୍କ ଉପରେ କମଜୋର ରହିବେ । ଯାହା ଦ୍ୱାର ଆପଣଙ୍କ ମନ ପ୍ରସନ୍ନ ରହିବ । କୌଣସି ପାରିବାରିକ ଅନୁଷ୍ଠାନରେ ଆପଣ ଯାଇପରନ୍ତି । ଯଦି ଆପଣ କାହା ସହିତ ଲମ୍ବା ସମୟ ପର୍ଯ୍ୟନ୍ତ ପ୍ରେମ କରୁଛନ୍ତି ତେବେ ତାକୁ ଜୀବନ ସାଥି ରୂପରେ ବିଚାର କରି ନେଇ ପାରିବେ ।

ମିଥୁନ

ଏହି ରାଶିର ବ୍ୟକ୍ତିମାନଙ୍କ ଦିନଟି ଭଲ ରହିବ । ଘର ଲୋକମାନଙ୍କ ସହିତ ଅଧିକରୁ ଅଧିକ ସମୟ ବିତେଇ ପାରିବେ । ପିଲାମାନଙ୍କ ସହିତ ବୁଲିବାର ପ୍ଲାନ ମଧ୍ୟ କରିପାରନ୍ତି । ଶିକ୍ଷା କ୍ଷେତ୍ରରେ ଲୋକମାନଙ୍କୁ ନୂଆ ଅବସର ମିଳିବ । ନିଜର ପ୍ରୟାସ ଦ୍ୱାରା ଅର୍ଥ କ୍ଷେତ୍ରରେ ସୁଧାର ଆସିପାରିବ । ଦୂର ସ୍ଥାନକୁ ଆପଣ ଯାତ୍ରା କରିବେ । ଚାକିରି କ୍ଷେତ୍ରରେ ବଡ ଅଫିସରମାନଙ୍କ ସହିତ ମତଭେଦ ହୋଇପାରେ । ନିଜେ ମାନସିକ ରୂପରେ ଶାନ୍ତ ରହିବେ । ଦୁନିଆରେ ଅଶାନ୍ତି ଠାରୁ ଦୂରେଇ ରୁହନ୍ତୁ ।

କର୍କଟ

ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । ଯାହାକୁ ଚିହ୍ନି ନଥିବେ ତାହା ଉପରେ ବିଶ୍ଵାସ କରନ୍ତୁ ନାହିଁ । ଏହି ରାଶିର ଛାତ୍ରମାନଙ୍କୁ ପାଠ ପଢାରେ ବହୁତ ପରିଶ୍ରମ କରିବା ଦରକାର । ନିଜର ଭବିଷ୍ୟତକୁ ନେଇ ଆପଣ ବିଚାର ବିମର୍ଶ କରିବେ । ବେପାର ବାଣିଜ୍ୟରେ ଲାଭଦାୟକ ରହିବ । ବେରୋଜଗାରମାନଙ୍କୁ ଚାକିରି କ୍ଷେତ୍ରରେ ଅବସର ମିଳିପାରେ । ଆପଣ ସମୟକୁ ଧ୍ୟାନରେ ରଖି ଅନାବଶ୍ୟକ ବିବାଦ ଠାରୁ ଦୂରେଇ ରହିବାକୁ ପ୍ରୟାସ କରିବା ଉଚିତ ।

ସିଂହ

ଆଜି ଆପଣଙ୍କ ଦିନ ଠିକ ଠାକ ରହିବ । କିଛି କାମରେ ଅଳ୍ପ ସମୟ ଯାଇପାରେ । କ୍ୟାରିୟରରେ କିଛି ସମ୍ବେଦଶାଳୀ ନିଷ୍ପତି ନେବାକୁ ପଡିପାରେ । କିଛି ଖୁସି ଖବର ମିଳିବ । କିଛି ସମସ୍ୟାର ସମାଧାନ ହୋଇଯିବ । ଧନ ଓ ପ୍ରତିଷ୍ଠା ଲାଭ ହେବ । ଜାଗା ବାଡ଼ି ଓ ବାହାନରେ ନିବେଶ କରିବା ଦ୍ଵାରା ଆପଣଙ୍କ ଶୁଭ ଫଳ ହେବ । ଅବିବାହିତଙ୍କ ବିବାହ ହେବାର ସମ୍ଭାବନା ଅଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ଶଶୁର ଘର ତରଫରୁ ମଧ୍ୟ ସହଯୋଗ ମିଳିପାରେ ।

କନ୍ୟା

ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କୁ ପୁରା ସହଯୋଗ କରିବ । ସାମାଜିକ କାର୍ଯ୍ୟରେ ଯୋଗ ଦେବା ସହ ସମାଜରେ ପ୍ରତିଷ୍ଠା ମଧ୍ୟ ବଢିବ । ଅଫିସରେ ତଳ କର୍ମଚାରୀ ଆପଣଙ୍କ ଠାରୁ କିଛି କାମ ଶିଖିବେ । କର୍ମକ୍ଷେତ୍ରରେ ସବୁ କାର୍ଯ୍ୟ ଭଲରେ ଭଲରେ ହୋଇଯିବ । ଆଜି ଧାର୍ମିକ କାର୍ଯ୍ୟରେ ମନ ନିବେଶ କରିବେ । ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ ଓ ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ । କାମକୁ ନେଇ ଉଚ୍ଚ ଅଧିକାରୀଙ୍କ ଚାପ ରହିବ । ନୂଆ କାର୍ଯ୍ୟ କରିବା ପାଇଁ ସମୟ ଅନୁକୂଳ ନୁହେଁ ।

ତୁଳା

ଆଜି କୌଣସି ବି ନିଷ୍ପତି ଦେଖି ଚାହିଁ ନିଅନ୍ତୁ । ଘର ଲୋକଙ୍କ ସହ କୌଣସି କଥାକୁ ନେଇ ମନାନ୍ତର ହୋଇପାରେ । ଆପଣଙ୍କ ଟଙ୍କା କୌଣସି ଜାଗାରେ ଅଟକି ଯାଇପାରେ । ଆପଣଙ୍କ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ଘର ପରିବେଶ ଭଲ ରହିବ । ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ । କୌଣସି କାର୍ଯ୍ୟ ପାଇଁ ଘରେ ସମସ୍ୟା ସୃଷ୍ଟି ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ସହଯୋଗୀଙ୍କ ସାହାର୍ଯ୍ୟ ଦ୍ଵାରା ସବୁ କାର୍ଯ୍ୟରେ ସଫଳ ହେବ ।

ବିଚ୍ଛା

ଆଜି ଆପଣଙ୍କ ଦିନଟି ଭଲରେ କଟିବ । ଲୋକଙ୍କ ମନରେ ଆପଣଙ୍କ ପ୍ରତି ଅଲଗା ଛବି ରହିବ । ପାର୍ଟନର ସହିତ ରାତ୍ରି ଭୋଜନକୁ ଯାଇ ପାରନ୍ତି । ଯାହା ଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ । ସକାରାତ୍ମକ ଚିନ୍ତାଧାରା ଦ୍ଵାରା ଆପଣଙ୍କ ଆତ୍ମବିଶ୍ଵାସ ବଢିବ ଓ ସଫଳତା ବି ମିଳିବ । କାର୍ଯ୍ୟ ଭାର ଅଧିକ ରହିବ । ନିଜର ଯୋଗ୍ୟତା ଓ କ୍ଷମତା ଉପରେ ଭରପୁର ଲାଭ ଉଠେଇବେ । ଜମି ବାଡି ବିବାଦ କରିବା ପୂର୍ବରୁ ବଡ ଲୋକଙ୍କ କଥାକୁ ମାନନ୍ତୁ । ପରିବାରରରେ ବଡ ବିବାଦ ସ୍ଥିତି ଆସିପାରେ ।

ଧନୁ

ଆଜି ଦିନଟି ବହୁତ ଭଲ ରହିବ । ସବୁ କାମରେ ସଫଳତା ମିଳିବ । ଘରର ସଦସ୍ୟଙ୍କ ସହଯୋଗ ମିଳିବ । ଘରେ କୌଣସି ମଙ୍ଗଲ କାର୍ଯ୍ୟ ହେବାର ସମ୍ଭାବନା ଅଛି । ବାହନ କିମ୍ବା କୌଣସି ସମ୍ପତ୍ତି କ୍ରୟ କରିବାର ସମ୍ଭାବନା ଅଛି । ଶେୟାର ବଜାରରରେ ନିବେଶ କରିବା ଲାଭ ଦାୟକ ଅଛି । ଦାମ୍ପତ୍ୟ ଜୀବନ ଭଲ ରହିବ । ପରିବାରେ କୌଣସି ସଦ୍ୟସଙ୍କ ସହ ମନାନ୍ତର ହୋଇପାରେ । ସମ୍ପର୍କରେ ମଧୁରତା ଆଣିବା ପାଇଁ ଧର୍ଯ୍ୟ ରଖିବାକୁ ପଡିବ । ବ୍ୟବସାୟରେ ଲାଭ ହେବ ।

ମକର

ଆଜି କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ । କଠିନ ପରିସ୍ଥିତିରେ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ । ଆଜି ଦିନଟି ସାଙ୍ଗ ସାଥିଙ୍କ ସହିତ ବହୁତ ଭଲରେ ବିତିବ । ଆତ୍ମବିଶ୍ଵାସରେ ଆପଣଙ୍କ ଦିନଟି ପରିପୂର୍ଣ ରହିବ । ପରିବାରର ସଦସ୍ୟଙ୍କ ସହ ମିଳିମିଶି ରୁହନ୍ତୁ । କାରିୟରରେ ଉନ୍ନତି ହେବ ।  ଅଫିସରେ ପରିବେଶ ଅନୁକୂଳ ରହିବ । ବ୍ୟବସାୟୀ ମାନେ ଧନ ପ୍ରତି ଚିନ୍ତାରେ ରହିବେ । ମାନହାନି ହେବାର ସମ୍ଭବନା ରହିଛି । ଆଜି ସହଯୋଗୀଙ୍କ ସାହାଜ୍ୟ କମ ମିଳିବ ।

କୁମ୍ଭ

ଆଜି ଆପଣଙ୍କୁ ବହୁତ ଖୁସି ମିଳିବ । ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ । ଆଜି କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ । ପ୍ରେମ ସମ୍ପର୍କ ଭଲ ରହିବ । ପରିବାରର ସଦ୍ୟସଙ୍କ ସହିତ ସମ୍ପର୍କ ଭଲ ରହିବ । କ୍ୟାରିୟରରେ ଦିନଟି ଭଲରେ କଟିବନି । ବ୍ୟବସାୟରେ ଛୋଟ ମୋଟ ଅସୁବିଧା ହୋଇପାରେ । ମାତା ପିତା ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆଜି ଛୋଟ ପିଲାଙ୍କୁ ପେନ ଉପହାର ଦିଅନ୍ତୁ । ସବୁ କାର୍ଯ୍ୟରେ ସଫଳତା ମିଳିବ ।

ମୀନ

ଆଜି ଉଧାର ଦେଇଥିବା ଟଙ୍କା ମିଳିପାରେ । ଆଜି ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳତା ମିଳିବ । ରାଜନୀତି କ୍ଷେତ୍ରରେ ସଫଳତା ମିଳିବ । ଆପଣ ଜଗିରଖି କାର୍ଯ୍ୟ କରନ୍ତୁ । ଚାକିରି କ୍ଷେତ୍ରରେ ଅଧିକାରୀଙ୍କ ଠାରୁ ସତର୍କ ରୁହନ୍ତୁ । ବ୍ୟବସାୟ ଓ ଆର୍ଥିକ ସ୍ଥିତି ଭଲରେ ରହିବ । ଅଯଥା କଥାରେ ମୁଣ୍ଡ ଖେଳାନ୍ତୁ ନାହି । ବାହାନକୁ ସାବଧାନରେ ଚଳାନ୍ତୁ । ସହଯୋଗୀଙ୍କ ସାହାଯ୍ୟ ମିଳିବ ନାହିଁ । ସେଥିପାଇଁ କାର୍ଯ୍ୟ କ୍ଷେତ୍ରରେ ଚିନ୍ତାରେ ରହିବେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।