ସୁଶାନ୍ତଙ୍କ ମାମଲାରେ ଅକାଉଣ୍ଟାଣ୍ଟଙ୍କୁ CBI କଲା ପଚରା ଉଚୁରା, ହେଲା ଏହି ବଡ଼ ଖୁଲାସା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଇଡି ପରେ ସିବିଆଇ ସୁଶାନ୍ତଙ୍କ ପୂର୍ବତନ ଆକାଉଣ୍ଟାଣ୍ଟ ରଜତ ମେୱାଟୀଙ୍କୁ ମଧ୍ୟ ପ୍ରଶ୍ନ କରିଛି । ଜାନୁଆରୀ 2020 ପର୍ଯ୍ୟନ୍ତ ରଜତ ମେୱାଟୀ ସୁଶାନ୍ତଙ୍କ ସହ ଅତି ନିକଟତର ଥିଲେ ଏବଂ ତାଙ୍କ ଆକାଉଣ୍ଟରେ ଥିବା ସମସ୍ତ ନେଣ ଦେଣ କାର୍ଯ୍ୟର ମଧ୍ୟ ଯତ୍ନ ନେଉଥିଲେ ।

କିନ୍ତୁ ହଠାତ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ପ୍ରବେଶର ଗୋଟିଏ ଦିନ ପରେ ରଜତ ମେୱତୀଙ୍କୁ ଆକାଉଣ୍ଟାଣ୍ଟ ଭାବରେ ବରଖାସ୍ତ କରାଯାଇଥିଲା । ବର୍ତ୍ତମାନ ସିବିଆଇ ଏହି ସମ୍ପୂର୍ଣ୍ଣ ମାମଲା ଜାଣିବା ପାଇଁ ବହୁତ ଚେଷ୍ଟା କରୁଛି, ଯାହା ଦ୍ବାରା ମାମଲାଗୁଡ଼ିକ ଲିଙ୍କ୍ ହୋଇପାରିବ । ପଚରାଉଚରା ବେଳେ ସିବିଆଇ ସୁଶାନ୍ତଙ୍କ ଆର୍ଥିକ ଗତିବିଧି ସମ୍ପର୍କରେ ରଜତ ମେୱାଟୀଙ୍କ ସହ ମଧ୍ୟ ଆଲୋଚନା କରିଛି ।

ବାସ୍ତବରେ, ଖବର ଆସିଛି ଯେ ସୁଶାନ୍ତଙ୍କ ଆକାଉଣ୍ଟରୁ ବିଭିନ୍ନ ଲୋକଙ୍କୁ ବିଭିନ୍ନ ଟଙ୍କା ସ୍ଥାନାନ୍ତର କରାଯାଇଛି । ଏବେ ସିବିଆଇ ମଧ୍ୟ ଏହି ଟଙ୍କା ନେଣ ଦେନ ଲିଷ୍ଟ ଖୋଜିବାକୁ ଚେଷ୍ଟା କରୁଛି । ସୂଚନା ଯୋଗ୍ୟ ଏହା ଯେ ସୁଶାନ୍ତଙ୍କ ପିତା କେ.କେ ସିଂ ବିହାରରେ ଥିବା ତାଙ୍କ ଏଫଆଇଆରରେ ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର କଥା ଉଲେଖ କରିଛନ୍ତି । ରିୟା ଙ୍କ ନାମ ନେଇ 15 କୋଟି ଟଙ୍କା ବିଷୟରେ ପ୍ରଶ୍ନ କରିଛନ୍ତି ।

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ଆକାଉଣ୍ଟାଣ୍ଟ ରଜତ ମେୱାଟୀଙ୍କ ଅନୁଯାୟୀ, ରିୟା ଆସିବା ପୂର୍ବରୁ ସବୁକିଛି ଠିକ ଠାକ ଥିଲା । କିନ୍ତୁ ରିୟା ଆସିବା ପରେ ଜିନିଷ ବଦଳିଗଲା । ଦିନେ ରଜତ ମେୱାଟୀଙ୍କୁ କୁହାଯାଇଥିଲା ଯେ ତାଙ୍କୁ ବରଖାସ୍ତ କରାଯାଇଛି । କଥା ଟି ହେଉଛି ରିୟା ତାଙ୍କୁ ବାହାର କରିଦେଇ ଏକ ନୂଆ ଆକାଉଟଣ୍ଟ ଙ୍କୁ ନିଯୁକ୍ତି ଦେଇଥିଲେ ।

ସୂଚନା ଯୋଗ୍ୟ ଏହା ଯେ, ରଜତ ମେୱାଟୀ ସହ ଜଡିତ ଏକ ପୁରୁଣା ଭିଡିଓ ମଧ୍ୟ କିଛି ଦିନ ପୂର୍ବରୁ ବାହାରିଥିଲା । ଏହି ଭିଡିଓରେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂ ଏବଂ ଭାଉଜ ସିଦ୍ଧାର୍ଥ ତନୱାର ମଧ୍ୟ ଉପସ୍ଥିତ ଅଛନ୍ତି । ଭିଡିଓରେ ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଭଉଣୀ ଏବଂ ଭାଉଜ ରଜତ ମେୱାଟୀଙ୍କୁ ପଚରାଉଚରା କରୁଛନ୍ତି ଏବଂ ଟଙ୍କା ଟ୍ରାନ୍ସଫର ସମ୍ପର୍କରେ ତାଙ୍କୁ ପଚାରୁଛନ୍ତି । ରଜତ ଏହି ଖୁଲାସା କରି କହିଛନ୍ତି ମୁଁ ଚାକିରୀ ଛାଡ଼ିବା ସମୟରେ ସୁଶାନ୍ତ ଙ୍କ ଆକାଉଣ୍ଟରେ 43 କୋଟି ଟଙ୍କା ଥିଲା । ରିୟା ଙ୍କ ସହ ସୁଶାନ୍ତ ମିଶିବା ପରେ ବହୁତ ଜୋରେ ତାଙ୍କ ବ୍ୟାଙ୍କ ବଲାନ୍ସ କମୁଥିଲା ।

CBI ପଚରା ଉଚୁରା ରୁ, ରିୟା ଙ୍କ ସହ ଅଭିନେତ୍ରୀ କୀର୍ତ୍ତି ସାନନ୍ ଏବଂ ସାରା ଅଲି ଖାନ ଙ୍କ ନାମ ମଧ୍ୟ ଉଠିଛି । ସୁଶାନ୍ତ ଓ ସାରା ଙ୍କ ମଧ୍ୟରେ ଖୁବ କମ ଦିନ ପାଇଁ ପ୍ରେମ ସମ୍ପର୍କ ଥିଲା କିନ୍ତୁ ସୁଶାନ୍ତ ଙ୍କ ଫିଲ୍ମ ସୋନ ଚିଡ଼ିଆ ଫ୍ଲପ ହେବା ପରେ ଦୁହିଁଙ୍କ ବ୍ରେକ୍-ପ ହୋଇଯାଇଥିଲା । ସୁଶାନ୍ତ ଏବଂ ସାରା ଏକାଠି ବ୍ୟାଙ୍ଗକକ ନୂଆ ବର୍ଷ ପାଳନ ପାଇଁ ମଧ୍ୟ ଯାଇଥିଲେ । ତେବେ ଦେଖାଯାଉ ଆଗକୁ CBI ତଦନ୍ତ ରୁ କଣ ସ୍ପଷ୍ଟ ହେଉଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।