ଆଜିର ରାଶିଫଳ, 23 ଅକ୍ଟୋବର 2021, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ  ୨୨ ଅକ୍ଟୋବର ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ଅନେକ ବଡ ପରିବର୍ତ୍ତନ ଆସିବାକୁ ଯାଉଛି । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ମହିଳା ମାନେ ନିଜ ପାଇଁ ନୂଆ ଉପହାର କିଣିବାରେ ବ୍ୟସ୍ତ ରହିବେ । ଚାକିରି କ୍ଷେତ୍ର ରେ ଆପଣ ନୂଆ ପଦ ହାସଲ କରିବେ । ପରିବାର ରେ ହସ ଖୁଶିର ମାହୋଲ ରହିବ । ମିତ୍ର ମାନଙ୍କ ସହ ଆପଣଙ୍କର ଭେଟ ହେବ । ଆପଣଙ୍କର ଅଟକି ଥିବା କାମ ପୁରା ହେବାର ସମୟ ଆସି ଯାଇଛି । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ବୃଷ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧାର୍ମିକ କାର୍ଯ୍ୟ ରେ ଯୋଗ ଦେବେ । ଆପଣଙ୍କର ବ୍ୟବସାୟରେ ଭଲ ଲାଭ ହେବ ସହ କୌଣସି ନୂଆ ଯୋଜନର ଆରମ୍ଭ କରି ପାରିବେ । କୌଣସି କ୍ଷେତ୍ର ରୁ ଧାନ ଲାଭ ହୋଇଅପରେ । ଯେଉଁ ଏମାନେ ଆପଣଙ୍କ ଉପରେ ନିର୍ଭର କାରନ୍ତି ସେମାନଙ୍କର ଧ୍ୟାନ ନିଅନ୍ତୁ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । କଳା କ୍ଷେତ୍ର ରେ ଆପଣଙ୍କର ରୁଚି ଅଧିକ ରହିବ । ଆପଣଙ୍କ ଜୀବନରେ ଚାଲିଥିବା ସମସ୍ୟାର ନିବାରଣ ହେବ । ଆଜି ରୋଜଗାର ପାଇଁ ନୂଆ ମାର୍ଗ ମିଳିବ ।

ମିଥୁନ ରାଶି : ଆଜି ଆପଣ କର୍ମ କ୍ଷେତ୍ର ରେ ବ୍ୟସ୍ତ ରହିବେ । କ୍ଯାରିୟରକୁ ନେଇ ଆଜି ଆପଣ ଅଧିକ ପରିଶ୍ରମ କରିବେ । କୌଣସିଓ ଯୋଜନାର ଶୁଭାରମ୍ଭ କରିବେ । କୌଣସି କ୍ଷେତ୍ର ରୁ ଆକସ୍ମିକ ଭାବେ ଧନ ପ୍ରାପ୍ତ ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବା ସହ ଅଧିକ ସମୟ ବିତାଇବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ସମାଜ ରେ ଆପଣଙ୍କର ମାନ ସମାନ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଆପଣ ଅନ୍ୟ ମାନଙ୍କ ଆଗରେ ପ୍ରଶଂସାର ପାତ୍ର ହେବେ ।

କର୍କଟ ରାଶି : ଏହି ରାଶିର ଲୋକ ମାନେ ଆଜି ସନ୍ତାନ ମାନଙ୍କ ଠାରୁ ଶୁଭ ସମାଚାର ଶୁଣିବାକୁ ପାଇବେ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । କୌଣସି ଖାସ ବ୍ୟକ୍ତି ଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ଆପଣ ଜୀବନରେ ସଫଳତା ପାଇବା ପାଇଁ କଠିନ ମେହନତ କରନ୍ତୁ । ଭାଇ ଭଉଣୀ ଙ୍କ ସହଯୋଗ ଆପଣ ପାଇବେ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ରାଜନୀତି ଓ କଳା କ୍ଷେତ୍ର ରେ ଆପଣଙ୍କ ରୁଚି ଅଧିକ ରହିବ ।

ସିଂହ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବେ । ଆଜି ଆପଣ ସ୍ଵାଦିଷ୍ଟ ଭୋଜନର ମଜା ନେବେ । ବ୍ୟବସାୟରେ ଅଧିକ ଲାଭବାନ ହେବା ସହ ନୂଆ ଯୋଜନାର ଆରମ୍ଭ କରିବେ । ସନ୍ତାନ ମାନଙ୍କ ତରଫରୁ ଆପଣଙ୍କୁ ଖୁସି ଖବର ଶୁଣିବାକୁ ମିଳିବ । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠାର ମାନ ବୃଦ୍ଧି ପାଇବ । ଚାକିରି କ୍ଷେତ୍ର ରେ ଆପଣଙ୍କର ନୂଆ ପଦ ମିଳିବାର ଯୋଗ ରହିଛି । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

କନ୍ୟା ରାଶି : ଏହି ରାଶିର ଲୋକ ମାନେ କମ ପରିଶ୍ରମ କରି ଅଧିକ ସଫଳତା ହାସଲ କରିବେ । ଦାମ୍ପତ୍ୟ ଜୀବନରେ ଜୀବନ ସାଥି ଙ୍କ ସହ ଆପଣ ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ବ୍ୟବସାୟରେ ପିତାଙ୍କ ସହଯୋଗ ଆପଣ ପାଇବେ । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । ଘର ପରିବାର ରେ ହସ ଖୁସିର ମାହୋଲ ରହିବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ମାତା ପିତାଙ୍କ ସହଯୋଗ ଆପଣ ପାଇବେ । ଛାତ୍ର ମାନେ ପାଠ ପଢାରେ ରୁଚି ରଖିବେ । ସମାଜ ରେ ଆପଣଙ୍କର ମାନ ସମାନ ପ୍ରାପ୍ତ ହେବେ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ତୁଳା ରାଶି : ଆଜି ଆପଣଙ୍କର ବ୍ୟବସାୟ ଓ କାର୍ଯ୍ୟ କ୍ଷେତ୍ରରେ ପ୍ରତିଷ୍ଠା ବୃଦ୍ଧି ପାଇବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହଯୋଗ ଆପଣ ପାଇବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ସାଙ୍ଗ ସାଥି ଙ୍କ ସହ ଆପଣଙ୍କର ଭଲ ସମୟ ରହିବ । ପଡୋଶୀ ଓ ପ୍ରିୟଜନ ମାନଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ । ଆପଣ ଅସହାୟ ବ୍ୟକ୍ତି ଙ୍କୁ ସହାୟତା କରନ୍ତୁ । ଆଜି ଆପଣଙ୍କ ମନରେ ସାକାରାତ୍ମକ ଚିନ୍ତାଧାରା ସୃଷ୍ଟି ହେବେ । କୌଣସି ଧାର୍ମିକ କାର୍ଯ୍ୟ ରେ ଆପଣ ଆଗ୍ରହୀ ହେବେ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।

ବିଛା ରାଶି : ଏହି ରାଶିର ଲୋକ ମାନଙ୍କର ସମୟ ଅନୁକୂଳ ରହିବ । ଘର ପରିବାର ରେ ମାହୋଲ ଭଲ ରହିବ । ଭାଇ ଭଉଣୀ ଙ୍କ ସହଯୋଗ ଦ୍ଵାରା ଆପଣ ଜୀବନର କର୍ମ କ୍ଷେତ୍ର ରେ ସଫଳ ହେବେ । ଛାତ୍ର ମାନେ ପାଠ ପଢା ରେ ମନ ଲଗାଇବେ । କୌଣସି କ୍ଷେତ୍ର ରୁ ଆକସ୍ମିକ ବାହାବେ ଧନ ଲାଭ ହେବେ । ଆପଣ ଶତ୍ରୁ ମାନଙ୍କ ଠାରୁ ମୁକ୍ତି ପାଇବେ । ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ଯେଉଁ ମାନଙ୍କର ବିବାହ ନ ହେଉଛି ସେମାନଙ୍କର ବିବାହ ଯୋଗ ରହିଛି । ଆପଣ କୌଣସି କାରଣରୁ ମାନସିକ ଚିନ୍ତା ରେ ରହିବେ । ତେଣୁ ନିଜ ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ ।

ଧନୁ ରାଶି : ଏହି ରାଶିର ଲୋକ ମାନେ ସାମାଜିକ କାର୍ଯ୍ୟ ରେ ବ୍ୟସ୍ତ ରହିବେ । ମହିଳା ମାନେ ଘର କାମକୁ ନେଇ ଚିନ୍ତା ରେ ରହିବେ । ବ୍ୟବସାୟରେ ଭଲ ଲାଭ ହେବା ସହ ଅଧିକ ଉନ୍ନତି ମଧ୍ୟ ହେବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହଯୋଗ ଆପଣ ପାଇବେ । ଅଫିସର ରେ ବଡ ଅଧିକାରୀ ଓ ସହକର୍ମୀ ମାନଙ୍କର ସହଯୋଗ ଆପଣ ପାଇବେ । କୌଣସି କ୍ଷେତ୍ର ରୁ ଧନ ଲାଭ ହେବ । ପୁରୁଣା ମିତ୍ରଙ୍କ ସହ ଭେଟ ହେବା ପରେ ଆପଣଙ୍କ ମନ ପ୍ରସନ୍ନ ହେବେ ।

ମକର ରାଶି : ଏହି ରାଶିର ଲୋକ ମାନଙ୍କର ଆର୍ଥିକ ସ୍ଥିତି ଠିକ ରହିବ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ପରିବାର ଲୋକଙ୍କ ସହଯୋଗ ଆପଣ ପାଇବେ । କର୍ମ କ୍ଷେତ୍ର ରେ ଆପଣ ସଫଳତା ହାସଲ କରିବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ଯେଉଁ ମାନଙ୍କର ବିବାହ ନ ହୋଇଥିବ ସେମାନଙ୍କ ପାଇଁ ଶୁଭ ସମାଚାର ପ୍ରାପ୍ତ ହେବ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହେବେ । ଆପଣଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ମିଳିମିଶି ରହିବେ । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠାର ମାନ ବଢିବ । ଆପଣଙ୍କର ଅଟକି ଥିବା କାମ ପୁରାର ହେବାର ସମୟ ଆସି ଯାଇଛି । ପ୍ରେମ ଜୀବନରେ ଆପଣ ନିଜ ମନ କଥା ପାର୍ଟନର ଙ୍କୁ କହି ପାରିବେ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ଯାହା ଦ୍ଵାରା ଆପଣ ଜୀବନର ପ୍ରତେକ ଟି କ୍ଷେତ୍ର ରେ ସଫଳତାର ଶୀର୍ଷ ରେ ପହଞ୍ଚି ଅପାରିବେ । ଆପଣଙ୍କ ଜୀବନରେ ଲାଗି ରହିଥିବା ସବୁ ସମସ୍ୟାର ନିବାରଣ ହେବାର ସମୟ ଆସି ଯାଇଛି ।

ମୀନ ରାଶି : ଏହି ରାଶିର ଲୋକ ମାନେ ଦାମ୍ପତ୍ୟ ଜୀବନରେ ଜୀବନ ସାଥି ଙ୍କ ସହ ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ପୁରୁଣା ମିତ୍ର ଙ୍କ ସହ ଆପଣଙ୍କର ଭେଟା ହୋଇଅପରେ । ବ୍ୟବସାୟରେ ଅଧିକ ଲାଭବାନ ହେବେ । ଆପଣ ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳ ହେବେ । ଟଙ୍କା ରୋଜଗାର କରିବାର ନୂଆ ଅବସର ଆପଣ ପାଇବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ସମାଜ ରେ ଆପଣଙ୍କର ମାନ ସମାନ ପ୍ରତିଷ୍ଠା ହେବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।