ଆଜିର ରାଶିଫଳ, 22 ମେ 2020, ଶୁକ୍ରବାର, ମା ସନ୍ତୋଷୀଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଶୁଭ ସମାଚାର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୨ ମେ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ସମ୍ପତ୍ତି ସମ୍ବନ୍ଧିତ ମାମଲା ସମଧାନ ହୋଇଯିବ । ଧାର ଦେଇଥିବା ଟଙ୍କା ମିଳିଯିବ । ନୂତନ ସାକ୍ଷାତ ସାର୍ଥକ ରହିବ । ଚାକିରିରେ କିଛି ବାଧାର ସାମ୍ନା କରିବାକୁ ପଡିପାରେ । ସାମାଜିକ ଦୂରତା ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଆପଣଙ୍କୁ ନିବେଶ ସହ ଜଡିତ ମାମଲାରେ ଲାଭ ମିଳିବ । ଆପଣଙ୍କ ମିତ୍ର କିମ୍ବା ସମ୍ପର୍କୀୟମାନେ ଆପଣଙ୍କୁ ଆର୍ଥିକ କାମ କାର୍ଯ୍ୟରେ ସାହାର୍ଯ୍ୟ କରିବେ । ଆର୍ଥିକ ଉନ୍ନତି ପାଇଁ ନୂତନ ଯୋଜନା କରିବେ ।

ବୃଷ

ଅଧିକ ଚିନ୍ତିତ ରହିବା ଦ୍ଵାରା ଆପଣଙ୍କ ଦିନ ଖରାପ ହୋଇପାରେ । ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । କର୍ମଚାରୀ ଆପଣଙ୍କ କଥା ମାନିବେ । ଇଶ୍ଵରଙ୍କ ଆରଧନା ଓ ଭକ୍ତିରେ ମନ ଲାଗିବ । ଅଟକିଥିବା କାର୍ଯ୍ୟ ତୁରନ୍ତ ସମାପ୍ତ ହୋଇଯିବ । ଉପଦେଶ ନେଇ କରାଯାଇଥିବା ନିବେଶ ଲାଭ ଦେଇପାରେ । ଖର୍ଚ ଅଧିକ ହେବ । କିନ୍ତୁଏହା ସହିତ ଆମଦାନୀରେ ବି ଉନ୍ନତି ହେବ । ବିରୋଧୀ ସାମ୍ନାକୁ ଆସି ପାରନ୍ତି ।

ମିଥୁନ

ସୁଖମୟ ଦିନ ପାଇଁ ଚିନ୍ତା କରନ୍ତୁ ନାହିଁ । ଆକସ୍ମିକ ଲାଭ ମିଳିପାରେ । ଆଜିର ଦିନରେ କିନ୍ତୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଦାମ୍ପତ୍ୟ ଜୀବନରେ ସ୍ଥିତି ସାଧାରଣ ରହିବ । ବ୍ୟାପାରରେ ଟଙ୍କା ବୁଝି ସୁଝି ଖର୍ଚ କରନ୍ତୁ । ବାହାରକୁ ଯିବା ସମୟରେ ବିଶେଷ ସାବଧାନ ରୁହନ୍ତ । କୌଣସି କଥାକୁ ନେଇ ମନରେ ଭୟ ଆସିପାରେ । ବିବାଦକୁ ବଢାନ୍ତୁ ନାହିଁ । କୌଣସି ମହିଳା ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ । ଦାମୀ ଜିନିଷକୁ ସମ୍ଭାଳି ରଖନ୍ତୁ ।

କର୍କଟ

ମିତ୍ରମାନଙ୍କ ସହଯୋଗ ଦ୍ଵାରା ସମସ୍ତ କାର୍ଯ୍ୟ ହୋଇଯିବ । କାର୍ଯ୍ୟ କ୍ଷେତ୍ରରେ ଦାୟିତ୍ଵ ବଢିପାରେ । ବିଦ୍ୟାର୍ଥୀମାନଙ୍କ ପଢାରେ ରୁଚି ବଢିବ । ପ୍ରେମ ପ୍ରସଙ୍ଗରେ ସମସ୍ୟା ଆସିପାରେ । କିନ୍ତୁ ଏହାର ସମଧାନ ହୋଇଯିବ । ଆଜି କୌଣସି ବି ସ୍ଥାନରେ ନିବେଶ କରନ୍ତୁ ନାହିଁ । ପିଲାମାନେ ଘରର କାମ କାର୍ଯ୍ୟରେ ସାହାର୍ଯ୍ୟ କରିବେ । ଟଙ୍କା ନେବା ଦେବା ସମୟରେ ସାବଧାନ ରୁହନ୍ତୁ । ଶତ୍ରୁ ସକ୍ରିୟ ରହିବେ । ଜୀବନସାଥିଙ୍କ ସହଯୋଗ ପ୍ରାପ୍ତ ହେବ ।

ସିଂହ

ଆଜିର ଦିନ ଖାସ ଅଟେ । କାରଣ ଆଜି ଆପଣ କିଛି ଅସାଧାରଣ କାମ କରିବାର କ୍ଷମତା ରଖିବେ । ଆଜି କରାଯାଇଥିବା ନିବେଶରେ ଆପଣଙ୍କ ସମୃଦ୍ଧି ଓ ଆର୍ଥିକ ସୁରକ୍ଷାରେ ଉନ୍ନତି ଆସିବ । ଗାଡି ଖରାପ ହେବା ଦ୍ଵାରା ଟଙ୍କା ଖର୍ଚ ହୋଇପାରେ । ସନ୍ତାନ ତରଫରୁ ଶୁଭ ସମାଚର ମିଳିପାରେ । ଦ୍ଵିତୀୟ ବ୍ୟକ୍ତିଙ୍କ ବିବାଦ ମଝିରେ ଯାଅନ୍ତୁ ନାହିଁ । ଆଜି ଆପଣ ନିଜ ଲୋକମାନଙ୍କ ଉପରେ କ୍ରୋଧିତ ହେବେ । ଚିନ୍ତାରେ ରହିବେ ।

କନ୍ୟା

ଆଜି ଅତ୍ୟଧିକ ବ୍ୟସ୍ତ ରହିବେ । କୌଣସି କାର୍ଯ୍ୟରେ ଆଜି ଫସି ରହିଯିବେ । ଛୋଟ ମୋଟ ଯାତ୍ରା କରି ପାରିବେ । କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିବେ ନାହିଁ । କାହା ଉପରେ ବି ଅଧିକ ବିଶ୍ବାସ କରନ୍ତୁ ନାହିଁ । ବ୍ୟାପାରିକ ଯୋଜନାକୁ ଗୁପ୍ତ ରଖନ୍ତୁ । ରଚନାତ୍‍ମକ କାର୍ଯ୍ୟରେ ବ୍ୟସ୍ତ ରହିବେ । ବ୍ୟସ୍ତ ଦିନଚର୍ଯା ସତ୍ବେ ବି ସ୍ୱାସ୍ଥ୍ୟ ଭଲ ରହିବ । ଯଦି ଆପଣ ଆୟରେ ବୁଦ୍ଧି ଚାହୁଁଛନ୍ତି, ତେବେ ସୁରକ୍ଷିତ ଆର୍ଥିକ ପରିଯୋଜନାରେ ନିବେଶ କରନ୍ତୁ ।

ତୁଳା

କୌଣସି ବ୍ୟକ୍ତି ଉପରେ ଅତ୍ୟଧିକ ବିଶ୍ଵାସ ଘାତକ ପ୍ରମାଣିତ ହୋଇପାରେ । ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ । ଭଲ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ କିମ୍ବା ସକାଳୁ ଉଠି ଚାଳନ୍ତୁ । ଖାସ ଲୋକମାନଙ୍କ ସହ ଭୋଜନ କରିବାର ସୋଭାଗ୍ୟ ମିଳିବ । ଏହା ସହିତ ସେହି ଲୋକମାନଙ୍କ ଠାରୁ କିଛି ଉପଦେଶ ବି ମିଳିବ । ଯାହା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ । ଧନ ପ୍ରାପ୍ତିର ଯୋଗ ଅଛି । ବିବାଦ ବଢାନ୍ତୁ ନାହିଁ । ସ୍ୱାସ୍ଥ୍ୟ କମଜୋର ରହିପାରେ ।

ବିଚ୍ଛା

କ୍ଳାନ୍ତ ଅନୁଭବ କରିବେ । ସମସ୍ତ ପ୍ରୟାସରେ ସଫଳ ହେବେ । ସମାଜ ସେବାରେ ନିଯୁକ୍ତ ହୋଇ ପାରନ୍ତି । କାର୍ଯ୍ୟସିଦ୍ଧି ଦ୍ଵାରା ପ୍ରସନ୍ନ ରହିବେ । ନିରାଶବାଦୀ ହୁଅନ୍ତୁ ନାହିଁ । ଚିନ୍ତା କରିଥିବା ସମସ୍ତ କାର୍ଯ୍ୟରେ ସଠିକ ସମୟରେ ସମ୍ପୂର୍ଣ ହୋଇଯିବ । ଭୌତିକ ସୁଖର ଲାଭ ମିଳିବ । ପ୍ରେମୀମାନଙ୍କ ମଧ୍ୟରେ ଭୁଲ ବୁଝାମଣା ଯୋଗୁ ବିବାଦ ହୋଇପାରେ । ଧନ ପ୍ରାପ୍ତି ହେବ । ଅଚାନକ ଆସିଥିବା ଖର୍ଚ ଦ୍ଵାରା ଆର୍ଥିକ ବୋଝ ବଢିପାରେ ।

ଧନୁ

ପରିଜନଙ୍କ ସହ ବିବାଦ ହୋଇପାରେ । ସମାଜରେ ମାନ ସମ୍ମାନ ବଢିବ । ବ୍ୟାପାରରେ ଅପ୍ରତ୍‍ୟାଶିତ ଲାଭ ପ୍ରାପ୍ପ୍ତ ହୋଇପାରେ । କୌଣସି ଦୁର୍ଘଟଣା ହୋଇପାରେ । ଧନ ହାନୀ ହୋଇପାରେ । ଘରେ ଅତିଥିମାନଙ୍କ ଆଗମନ ହୋଇପାରେ । ଶୁଭ ସମାଚାର ପ୍ରାପ୍ତି ହେବ । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଜୀବନସାଥିଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହିବେ । ନୂଆ ଗାଡି କ୍ରୟ କରିବାର ଯୋଜନା ଭଙ୍ଗ ହୋଇପାରେ । ଆଜି ଆପଣଙ୍କୁ ଜୀବନସାଥିଙ୍କ ପ୍ରେମ ପର୍ଯ୍ୟାପ୍ତ ମିଳିବ ।

ମକର

ପୁରା ନିଷ୍ଠାର ସହ ନିଜର କାମ କରନ୍ତୁ । ସରକାରୀ କାର୍ଯ୍ୟରେ ଲାଭ ମିଳିବ । ଭାଗ୍ଯୋନ୍ନତି ପ୍ରୟାସରେ ସଫଲ ହେବେ । କୌଣସି ବଡ କାର୍ଯ୍ୟରେ ସାମିଲ ହୋଇ ପାରନ୍ତି । ଚାକିରିର ପ୍ରଭାବ ବଢିବ । ଆପଣ ଖାଲି ସମୟରେ ଆନନ୍ଦରେ ରହିବେ । ବ୍ୟବସାୟିକ ପ୍ରତିଷ୍ଠା ବଢିବ । ନିବେଶ ଶୁଭ ରହିବ । ଘରର ବାତାବରଣ ଅନୁକୂଳ ରହିବ । ଅନ୍ୟ ବ୍ୟକ୍ତିଙ୍କ କାମରେ ନିଜକୁ ନିୟୋଜିତ କରି ପାରନ୍ତି ।

କୁମ୍ଭ

ସମାଜ ସେବା କରିବାର ଅବସର ପ୍ରାପ୍ତ ହେବ । ଅଟକିଥିବା କାର୍ଯ୍ୟ ପୁରା ହେବ । ବ୍ୟାପାର ବ୍ୟବସାୟରେ ବୁଦ୍ଧିର ଯୋଗ ଅଛି । ନିବେଶ ଦ୍ଵାରା ଶୁଭ ଫଳ ପାଇବେ । ଚାକିରିର ପ୍ରଭାବ ବଢିବ । ପାର୍ଟନର ଠାରୁ ସହଯୋଗ ମିଳିବ । ଘର ପରିବାରରେ ସୁଖମୟ ପରିବେଶ ରହିବ । ଭୂମି ଭବନ କାର୍ଯ୍ୟ ଆରମ୍ଭ ହୋଇଯିବ । ଆୟର ନୂତନ ସ୍ରୋତ ପ୍ରାପ୍ତ ହୋଇପାର । ନିବେଶ ପାଇଁ ସମୟ ପ୍ରତିକୂଳ ଅଟେ । ଆଜିର ଦିନ ଶୁଭ ରହିବ ।

ମୀନ

କୌଣସି ମାଙ୍ଗଳିକ କାର୍ଯ୍ୟର ଭାଗ ନେବାର ଅବସର ପ୍ରାପ୍ତ ହୋଇପାରେ । ଆଜି ଆପଣଙ୍କ ଦିନ ରୋମାଞ୍ଚକ ପୂର୍ଣ ରହିବ । ଆଜି ଆପଣଙ୍କ ପ୍ରିୟ ମହିଳା ସାଥି କିମ୍ବା ପୁରୁଷ ସାଥିଙ୍କ ଫୋନ ଆସିବ । ବ୍ୟାପାର ବ୍ୟବସାୟରେ ଲାଭଦାୟକ ମିଳିବ । ଚାକିରିରେ କିଛି ଲୋକମାନଙ୍କ ସାହାର୍ଯ୍ୟ ମିଳିବ । ପିଲାମାନଙ୍କ ମନ ପଢାରେ ଲାଗିବ । ଭୂମି ଭବନ କାର୍ଯ୍ୟଜୀ ଆରମ୍ଭ ହୋଇପାରେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।