ବାସ୍ତୁର ଏହି କଥା ସବୁ ରଖନ୍ତୁ ଧ୍ୟାନ, ନହେଲେ ବନ୍ଧୁ ହେଇ ପାରନ୍ତି ଶତ୍ରୁ

ଆମ ଜୀବନରେ ବାସ୍ତୁର ବହୁତ ମହତ୍ଵ ଥାଏ । ବାସ୍ତୁ ଅନୁସାରେ ଆମେ ସବୁ କାମ କରିଥାଉ । ଯଦି ଆମର ବସ୍ତୁ ଦୋଷ ଥାଏ ତାହେଲେ ଆମକୁ ବହୁତ କ୍ଷତି ସହିବାକୁ ପଡିଥାଏ । ବାସ୍ତୁରେ ଏମିତି କିଛି କଥା କୁହାଯାଇଛି ଯାହାକୁ ଆମେ ମାନିବା ଦ୍ଵାରା ଆମର ସବୁ କଷ୍ଟ ଦୂର ହୋଇଯିବ । ଆଜି ଆମେ ଆପଣଙ୍କୁ କହିବୁ କେଉଁ ଭୁଲ ପାଇଁ ବନ୍ଧୁ ବି ଶତ୍ରୁ ହୋଇଯାଇ ଥାଏ । ବାସ୍ତୁରେ ଏହାର କିଛି କାରଣ ଲେଖାଯାଇଛି , ଆସନ୍ତୁ ଜାଣିବା ସେହି କାରଣ ଗୁଡିକ ବିଷୟରେ ।

 

ଘରର ଦ୍ଵାରା ପାଖ ଅପରିଷ୍କାର ରଖନ୍ତୁ ନାହିଁ

ଘରର ଦ୍ଵାର ପାଖରେ ପଛପଟେ କୌଣସି ମଇଳା କପଡା ରଖିବା ଉଚିତ ନୁହେଁ। ଏହାଦ୍ୱାରା ବନ୍ଧୁ ପ୍ରଭାବିତ ହୋଇଥାନ୍ତି ଏବଂ ଝଗଡା ଆରମ୍ଭ ହୋଇଯାଇ ଥାଏ ।

ବନ୍ଧୁଙ୍କୁ ନିଜର ଅଇଁଠା ଖାଇବାକୁ ଦିଅନ୍ତୁ ନାହିଁ

ବାସ୍ତୁରେ କୁହାଯାଇଛି କି କେବେ ହେଲେ ନିଜ ବନ୍ଧୁଙ୍କୁ ନିଜର ଅଇଁଠା ଖାଇବାକୁ ଦିଅନ୍ତୁ ନାହିଁ କି ଆପଣ ମଧ୍ୟ ତାଙ୍କର ଅଇଁଠା ଖାଆନ୍ତୁ ନାହିଁ । କାରଣ ଏହା ଶୁଭ ହୋଇ ନଥାଏ ।

ଛାତରେ କେବେ ଅନାବଶ୍ୟକ ଜିନିଷ ରଖନ୍ତୁ ନାହିଁ

ଯଦି ଆପଣଙ୍କ ଘରର ଛାତ ଉପରେ କିଛି ଅନାବଶ୍ୟକ ଜିନିଷ ଅଛି ତାହେଲେ ତାକୁ ଶୀଘ୍ର ସେଠାରୁ ହଟାଇ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ବନ୍ଧୁଙ୍କ ଉପରେ ଖରାପ ପ୍ରଭାବ ପଡିପାରେ ।

କୌଣସି ବନ୍ଧୁଙ୍କୁ ରୁମାଲ କିମ୍ବା ପରଫ୍ୟୁମ ଉପହାର ଦିଅନ୍ତୁ ନାହିଁ

ଯଦି ଆପଣ ଆପଣଙ୍କ ବନ୍ଧୁଙ୍କୁ କେବେ ରୁଲମ କିମ୍ବା ପରଫିୟୁମ ଉପହାର ଦିଅନ୍ତି ତାହେଲେ ବନ୍ଧୁତା ଭିତରେ ବିଶ୍ଵାସ କମିଯାଇ ଥାଏ ଏବଂ ଅବିଶ୍ଵାସ ବଢିଯାଇ ଥାଏ ।

ଶନିବାର ଦିନ କୌଣସି ଦେବା ନେବା କରନ୍ତୁ ନାହିଁ

ଶନିବାର ଦିନ ଆପଣ ବନ୍ଧୁଙ୍କ ସହିତ କିଛି ଡବା ନାବା କରନ୍ତୁ ନାହିଁ ଏହା କରିବା ଦ୍ଵାରା ବନ୍ଧୁଙ୍କ ସହିତ ବିବାଦ ହୋଇପାରେ ।

କଳା ରଙ୍ଗର ଜିନିଷ ଦେବା ନେବା କରନ୍ତୁ ନାହିଁ

ବନ୍ଧୁଙ୍କ ସହିତ କେବେବି କଳା ରଙ୍ଗର ଜିନିଷ ଦେବା ନେବା କରନ୍ତୁ ନାହିଁ । କାରଣ କଳା ରଙ୍ଗ ରାହୁକୁ ପ୍ରଭାବିତ କରିଥାଏ ଯାହା ବନ୍ଧୁତା ପାଇଁ ଭଲ ନୁହେଁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।