ଆଜିର ରାଶିଫଳ, 18 ଅକ୍ଟୋବର 2022, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୬ ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୮ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କ ଆଗକୁ ଏମିତି ଖର୍ଚ୍ଚ ଆସିବ ଯାହା ଆପଣଙ୍କୁ ବାଧ୍ୟ ହୋଇ କରିବାର ଅଛି । ବରିଷ୍ଠ ସଦସ୍ୟ ଙ୍କ ସହଯୋଗରେ ଯଦି ଆଜି କୌଣସି କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ସେଥିରେ ନିଶ୍ଚୟ ସଫଳ ହେବ । ଆଜି ଘର ଠାରୁ ଆରମ୍ଭ କରି ଅଫିସ ଯାଏ ଆପଣଙ୍କ ମନରେ ପଜେଟିଭ ଚିନ୍ତାଧାରା ଆସିବ ଯାହା ପାଇଁ ଆପଣ ନିଜକୁ ଖୁବ ଭଲ ଅନୁଭୂତ ହେବ । ଯଦି ବ୍ଯାଙ୍କ ବା ବିତ୍ତୀୟ ସଂସ୍ଥା ରୁ ରୁଣ ର ସନ୍ଧାନ ରେ ଅଛନ୍ତି ତେବେ ନିଜର ପ୍ରୟାସ ଜାରି ରଖନ୍ତୁ ସଫଳତା ମିଳିବ ।

ବୃଷ ରାଶି : ସାମାଜିକ କାର୍ଯ୍ୟ ରେ ଲିପ୍ତ ରହିବେ । ଘର ପରିବାର ସହ ସମ୍ପର୍କ ଭଲ ରହିବ । ଆଜି ଦିନରେ ନିବେଶ କରିବାରୁ ଭବିଷ୍ୟତ ରେ ଲାଭ ମିଳିପାରେ । ଆପଣ ପୂର୍ବରୁ କରିଥିବା ନିବେଶ କରିଛନ୍ତି ତେବେ ସେଥିରେ ସଫଳ ନିଶ୍ଚୟ ମିଳିବ । ଆଜି ବିଦ୍ୟାର୍ଥୀ ମାନେ ସ୍କୁଲରେ ଭଲ ପ୍ରଦର୍ସନ କରିବେ । ପରିବାର ସହ କୌଣସି ଖାସ କଥାକୁ ନେଇ ଆଲୋଚନା କରିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ କୌଣସି ଜାଗାକୁ ଯାତ୍ରା କରିବେ । ପୁରୁଣା ବନ୍ଧୁ ଙ୍କ ସହ ଆପଣଙ୍କର ଭେଟ ହେବ ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ହେବ ।

ମିଥୁନ ରାଶି : ଆଜି ପୁରୁଣା ବନ୍ଧୁ ଙ୍କ ସହ ଭେଟ ହେବ ଯାହା ପାଇଁ ଆପଣଙ୍କୁ ବଡ ଲାଭ ମିଳିବ । ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷା ଲାଭ କରିବେ । କାର୍ଯ୍ୟ କ୍ଷେତ୍ର ରେ ବାତାବରଣ ଅନୁକୂଳ ରହିବ । ଚାକିରି କରୁଥିବା ଜାତକ ଙ୍କ ପାଇଁ କିଛି ଭଲ ବିଚାର ଆସିପାରେ ସେଥିପାଇଁ ତାଙ୍କ ମନ ପ୍ରସନ୍ନ ରହିବ । ଆର୍ଥିକ ରୂପରେ ସମୟ ଶୁଭ ଅଟେ । ଆଗକୁ ମଧ୍ୟ ମୌଦ୍ରିକ ଲାଭ ହେବାର ସଂକେତ ଅଛି । କିନ୍ତୁ ଖର୍ଚ୍ଚ ମଧ୍ୟ ବଢିପାରେ । ମାତା ଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତା ବଢିପାରେ । କୌଣସି ଧାର୍ମିକ ସ୍ଥାନକୁ ଯିବା ପାଇଁ ପ୍ଳାନ କରିବେ ।

କର୍କଟ ରାଶି : ସନ୍ତାନ ପକ୍ଷ ରୁ ଶୁଭ ସମାଚାର ପ୍ରାପ୍ତ ହେବ । ଶିଂଗଲ ଥିବା ଲୋକ ମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ କୁ ନେଇ ଆପଣଙ୍କୁ ଅଧିକ ସତର୍କ ରହିବାର ଅଛି । ଛୋଟ ରୋଗକୁ ବି ଅଣଦେଖା କରନ୍ତୁ ନାହି ନଚେତ ଆପଣଙ୍କୁ ବଡ ସମସ୍ଯା ହୋଇପାରେ । କୌଣସି ବିବାଦରେ ବିଜୟ ଲାଭ କରିବେ । ଘରେ ସତ୍ୟ ନାରାୟଣ ପୂଜା ର ଆୟୋଜନ ହେବା କାରଣରୁ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ପଇସା ମାମଲାରେ ଆଜି ଦିନ ଟି ଆପଣଙ୍କ ପାଇଁ ଖର୍ଚ୍ଚ ଅଧିକ ରହିବ ।

ସିଂହ ରାଶି : ଆଜି ଆପଣଙ୍କ କାମ ଦେଖି ଲୋକ ଆପଣଙ୍କ ଉପରେ ଖୁସି ହେବେ । ଲୋକେ ଆପଣଙ୍କ ସହ ଯୋଡି ହେବାକୁ ଚେଷ୍ଟା କରିବେ । ଘରୋଇ କଳହ ସାନ୍ତ ହେବ କାରଣରୁ ଆଜି ଆପଣଙ୍କର ବଡ ଚିନ୍ତା ଦୂର ହେବ । ନିଜ ଲୋକଙ୍କ ସହ ଲମ୍ବା ସମୟ ପରେ ବହୁତ ଭଲ ସମୟ ବିତାଇବେ । ସାମାଜିକ କାର୍ଯ୍ୟ କରିବାର ପ୍ରେରଣା ପ୍ରାପ୍ତ ହେବ । ଘରେ ବାହାରେ ଆଲୋଚନା ହେବ । କୌଣସି ସୁଖଦ ଯାତ୍ରା କରିବାର ଆସର ପ୍ରାପ୍ତ ହେବ । ଜୀବନ ସାଥିଙ୍କ ସ୍ନେହ ଆଦର ପାଇବେ ।

କନ୍ୟା ରାଶି : ସନ୍ତାନ ଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସିବ । ପୁରୁଣା କାମ ଶେଷ ହେବାର ସମ୍ଭାବନା ରହିଛି । ଫର୍ଣ୍ଣିଚର ଜିନିଷ କ୍ରୟ କରିବାକୁ ଚାହୁଁଥିଲେ ଆଜି ଦିନ ଟି ଶୁଭ ଅଟେ । ଅନ୍ୟ କାହା ଉପରେ ଭରସା କରନ୍ତୁ ନାହି । ବିଜେନ୍ସ ରେ ଯାହା ବି ନିସ୍ପତି ନେବେ ଭାବି ଚିନ୍ତି ନିଅନ୍ତୁ । ଏହା ସହ ନୂଆ ଯୋଜନା ଲାଗୁ କରିବାର ଲାଭ ଉଠାନ୍ତୁ । ସନ୍ତାନ ଙ୍କ ପ୍ରତି ବିଶ୍ଵାସ ବଢିବ । ଲାଇଫ ପାର୍ଟନର ଙ୍କ ସହ ବୁଲିବାକୁ ଯିବେ । ପୁରୁଣା କଥା ଭୁଲି ବର୍ତ୍ତମାନ ରେ ବଞ୍ଚିବାକୁ ଚେଷ୍ଟା କରନ୍ତୁ । ଦୈନିକ କାମ ସହଜ ହେବ ।

ତୁଳା ରାଶି : ଏହି ରାଶିର ବିବାହିତା ଲୋକଙ୍କ ପାଇଁ ଆଜି ଦିନ ଟି ଚ୍ୟାଲେଞ୍ଜ ଭରା ରହିବ । ଚାକିରି ରେ ପଦୋନ୍ନତି ଓ ବେତନ ବୃଦ୍ଧି ହୋଇପାରେ । ମାତା ପିତାଙ୍କ ଆଶୀର୍ବାଦ ଆପଣଙ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସାହାଜ୍ଯ କରିବ । ଲୋକଙ୍କ ରାଏ ଆପଣଙ୍କ ପାଇଁ ଠିକ ସାବ୍ୟସ୍ତ ହେବ । ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ବହତୁ ଭଲ ରହିବ । ରାଜନୀତି ରେ କୌଣସି ଉଚ୍ଚ ନେତା ଙ୍କ ସହ ଭେଟ ହେବ । ଘର କାମରେ ନିଜର ଦାୟିତ୍ଵ ଠିକ ଭାବେ ବୁଝିବାକୁ ଚେଷ୍ଟା କରନ୍ତୁ । ଏମିତି ହେଲେ ପାରିବାରିକ ଜୀବନ ସୁଖଦ ରହିବ । ଜୀବନରେ ବଡ ପରିବର୍ତ୍ତନ ହୋଇପାରେ । ଅଚାନକ କୌଣସି ସ୍ଥାନକୁ ଯାତ୍ରା କରିବେ ।

ବିଛା ରାଶି : ଆଜି ନେଇଥିବା ନିସ୍ପତି ଭବିଷ୍ୟତ ପାଇଁ ଲାଭପ୍ରଦ ସାବ୍ୟସ୍ତ ହେବ । କାର୍ଯ୍ୟ କ୍ଷେତ୍ରରେ ସତର୍କ ରହିବାର ଜରୁରତ ଅଛି । ଅଫିସରେ ହେବାକୁ ଥିବା ରାଜନୀତି ରୁ ଦୂରର ରହିଲେ କୌଣସି ସମସ୍ୟା ହେବ ନାହି । ଆଖ ପାଖର ଲୋକଙ୍କ ବ୍ୟବହାର ବା ଚିନ୍ତାଧାରା ଆପଣଙ୍କ ଚିନ୍ତାରେ କାରଣ ହୋଇପାରେ । ପ୍ରେମ ଭରା ଜୀବନ ଆନନ୍ଦମୟ ରହିବ । ନିଜର ସମୟର ସଦୁପୋଯୋଗ କରିବାର ଆପଣଙ୍କୁ ଲାଭ ହେବ । ଏହି ରାଶିର ଲୋକ ଙ୍କୁ ସୁଖଦ ପରିଣାମ ମିଳିବ ଯେଉଁ ମାନେ ବିଦେଶରେ କାମ କରୁଛନ୍ତି ।

ଧନୁ ରାଶି : ଆଜି ଦିନ ତୁ ଏହି ରାଶିର ଲୋକଙ୍କ ପାଇଁ ଭଲ ରହିବ । ଆଜି ସୁଖ ସୁବିଧାରେ ଲାଭ ଉଠାନ୍ତୁ । ଆଜି ଦିନରେ ଏମିତି ଅବସର ହାତକୁ ଲାଗିବ ଯାହାର ଅପେକ୍ଷା ଲମ୍ବା ସମୟରୁ ରହିଥିଲା । ପଜେଟିଭ ରହି ବି ଅଭାବକୁ ଦୂର କରନ୍ତୁ । ଯଦି ଆପଣ କଳା କ୍ଷେତ୍ରରେ ଜଡିତ ଅଛନ୍ତି ତେବେ ଚାକିରି ପାଇଁ ଫୋନ ଆସିପାରେ । କଠିନ ସମସ୍ୟାର ପ୍ରଶ୍ନ ର ଉତ୍ତର ଖୋଜିବାରେ ଆପଣ ବ୍ୟସ୍ତ ରହିବେ । ମାର୍କେଟିଙ୍ଗ କ୍ଷେତ୍ର ରେ କାମ କରୁଥିଲେ ଲାଭବାନ ହେବେ ।

ମକର ରାଶି :  ଆଜି କାମରେ ସଫଳତା ମିଳିବ । ସବୁ ପ୍ରକାର ରୁ ଅନୁକୂଳ ରହିବ । ବିବାହ ଯୋଗ୍ୟ ଲୋକଙ୍କୁ ତରବର ହୋଇ କୌଣସି ନିସ୍ପତି ନେବାର ନାହି । ଛୋଟ ଭଉଣୀ ଙ୍କ ଠାରୁ ଶୁଭ ସମାଚାର ପ୍ରାପ୍ତ ହେବ । ଚାକିରି ଓ ବିଜେନ୍ସ ରେ ଜଡିତ ଅଟକି ରହିଥିବା ଟଙ୍କା ଆପଣଙ୍କୁ ମିଳିପାରେ । କୁସଙ୍ଗତି ରୁ ହାନି ହୋଇପାରେ । ତେଣୁ ଏ ସବୁରୁ ନିବୁର୍ତ୍ତ ରୁହନ୍ତୁ । ସମ୍ପର୍କରେ ମଧୁରତା ଆସିବ । ଯଶ, କୀର୍ତ୍ତି ରେ ବୃଦ୍ଧି ହେବ । ଶାସନ ସତ୍ତା ର ସହଯୋଗ ମିଳିବ । ପିତା ବା ଧର୍ମ ଗୁରୁ ଙ୍କ ଠାରୁ ପ୍ରୋଶ୍ଚାହନ ମିଳିବ ।

କୁମ୍ଭ ରାଶି : ବ୍ୟକ୍ତିଗତ ମାର୍ଗ ଦର୍ଶନ ଆପଣଙ୍କ ସମ୍ପର୍କ ରେ ସୁଧା ଆଣିବ । ଶିକ୍ଷା ପ୍ରତିଯୋଗୀତା କ୍ଷେତ୍ର ରେ ପ୍ରଗତି ହେବ । ଜୀବିକା କ୍ଷେତ୍ର ରେ ପ୍ରଗତି ହେବ । ମହିଳା ରାଜନୀତି ବା ଅଧିକାରି ଙ୍କ ସହଯୋଗ ପାଇବେ । ସମ୍ପର୍କ ମଜବୁତ ହେବ । ବୁଦ୍ଧି କୌଶଳ ଦ୍ଵାରା କରା ଯାଇଥିବା କାମ ରେ ପ୍ରଗତି ହେବ । ନୂଆ ସମ୍ପର୍କ ବନିବ । ଆପଣଙ୍କ ପାରିବାରିକ ଜୀବନ ଆରାମଦାୟକ ପରିବେଶ ରେ ଖୁସି ରହିବ । ସାମାଜିକ ରୂପରେ ଆପଣ ଅଧିକ ଲୋକାପ୍ରିୟତା ହାସଲ କରିବେ । କାହା କଥାରେ ପଡନ୍ତୁ ନାହି ।

ମୀନ ରାଶି : କାରୋବାର ର ବିସ୍ତାର କରିବା ପାଇଁ ବେହତର ସମୟ ଅଟେ । ବ୍ୟାପାର ବ୍ୟବସାୟ ଭଲ ରହିବ । ଚାକିରି ରେ କାର୍ଯ୍ୟ ଭାର ରହିବ । ଆସୁଥିବା ସମୟ ଆପଣଙ୍କ ପାଇଁ ଆନନ୍ଦଦାୟକ ରହିବ । ଆପଣଙ୍କ ନିସ୍ପତି ନେବାର କ୍ଷମତା ଓ ପରାକ୍ରମ ରେ ବୃଦ୍ଧି ହେବ । ସନ୍ଧ୍ୟା ରେ ପ୍ରେମୀ, ଜୀବନ ସାଥି ଓ ପରିବାର ର କୌଣସି ସଦସ୍ୟଙ୍କ ସହ ଆଲୋଚନା ହୋଇପାରେ । କାର୍ଯ୍ୟ ରେ ଯେଉଁ ବାଧା ଆସୁଥିଲା ତାହା ଦୂର ହେବ । ଅଟକି ରହିଥିବା ତାଙ୍କ ଫେରି ପାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।