Diwali ରେ ଘର ସଫା କରୁଥିବା ବେଳେ ଯଦି ଏହି ଜିନିଷ ମିଳିଯାଏ, ତେବେ ଭୁଲରେ ବି ଫିଙ୍ଗନ୍ତୁ ନାହିଁ (Vastu Tips)

ଦୀପାବଳୀ ସମୟରେ ସମସ୍ତେ ଘରଦ୍ଵାର ସଫା କରିଥାନ୍ତି । କିନ୍ତୁ ଧ୍ୟାନ ରଖିବେ କି ଦୀପାବଳୀ ସମୟରେ ଘର ସଫା କରୁଥିବା ବେଳେ ଏହି ୫ଟି ଜିନିଷ ଭୁଲରେ ମଧ୍ୟ ବାହାର କରିବେ ନାହିଁ । ଏହାଦ୍ବାରା ମା’ ଲକ୍ଷ୍ମୀ ରୁଷ୍ଟ ହୋଇ ସବୁଦିନ ପାଇଁ ଘରୁ ବାହାରି ଚାଲି ଯାଇଥାନ୍ତି ଓ ଆପଣଙ୍କୁ ଦୁଃଖ ଦୁର୍ଦ୍ଦଶା ଭୋଗିବାକୁ ପଡିଥାଏ । ତେବେ ଚାଲନ୍ତୁ ଜାଣିବା ଦୀପାବଳୀରେ କଣ କରିବା ଯାହାଦ୍ୱାରା ମା ଲକ୍ଷ୍ମୀ ସଦାସର୍ବଦା ଆପଣଙ୍କ ପାଖରେ ରହିଥାନ୍ତି ଓ ଆପଣଙ୍କୁ ତାଙ୍କର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ।

ପ୍ରଥମ ଜିନିଷଟି ହେଉଛି ଶଙ୍ଖ ଓ କଉଡି । ଦୀପାବଳୀ ସମୟରେ ସଫାସୁତୁରା କରିବା ବେଳେ ଯଦି ପୁରୁଣା ପୂଜା ସାମଗ୍ରୀରେ ଶଙ୍ଖ ଓ କଉଡି ଆଦି ମିଳିଯାଏ ଏହାକୁ ଭୁଲରେ ମଧ୍ୟ ଫିଙ୍ଗନ୍ତୁ ନାହିଁ । ଶଙ୍ଖ ଓ କଉଡି ଉଭୟକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମାନାଯାଏ । ଏହାକୁ ଘରୁ ବାହାର କରି ଫିଙ୍ଗିଦେବା ଅର୍ଥ ମା ଲକ୍ଷ୍ମୀଙ୍କୁ ଘରୁ ବାହାର କରି ଫିଙ୍ଗିଦେବା । ତେଣୁ ଏହାକୁ ନଫିଙ୍ଗି ପାଣିରେ ଧୋଇ ଆପଣ ପୂଜା କରୁଥିବା ସ୍ଥାନରେ ରଖିପାରିବେ ।

ଦ୍ବିତୀୟରେ ଶାସ୍ତ୍ର ଅନୁସାରେ ଝାଡୁକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ମାନାଯାଏ । ଦୀପାବଳୀ ଦିନ ଆପଣ କୌଣସି ପୁରୁଣା ଝାଡୁକୁ ଘରୁ ବାହାର କରି ଫିଙ୍ଗନ୍ତୁ ନାହିଁ । ଝାଡୁ ଫିଙ୍ଗିବାକୁ ଚାହୁଁଥିଲେ ଆପଣ ଅମାବାସ୍ୟା ଦିନ ଏହାକୁ ଫିଙ୍ଗି ପାରିବେ । କିନ୍ତୁ ଦୀପାବଳୀ ଦିନ ଅମାବାସ୍ୟା ପଡୁଥିବାରୁ ଏହିଦିନ ଝାଡୁ ଫିଙ୍ଗିବା ଉଚିତ ନୁହେଁ । ଦୀପାବଳୀ ମାତା ଲକ୍ଷ୍ମୀଙ୍କୁ ପ୍ରାପ୍ତି କରିବାର ଦିନ ହୋଇଥାଏ , ତେଣୁ ଏହିଦିନ ଝାଡୁ ଫିଙ୍ଗିବା ଦ୍ଵାରା ଦରିଦ୍ରତା ଆସିଥାଏ ।

ତୃତୀୟରେ ଲାଲ କପଡାକୁ ଯଦି ଆପଣ ଆଲାମାରୀରେ ରଖିଛନ୍ତି ତେବେ ଏହାକୁ ସୌଭାଗ୍ୟର ପ୍ରତୀକ ମାନାଯାଏ । ଏଥିରେ ମାତା ଲକ୍ଷ୍ମୀଙ୍କ କୃପା ସଦାସର୍ବଦା ରହିଥାଏ । ଦୀପାବଳୀ ସମୟରେ ସଫାସଫି କରିବା ବେଳେ ଯଦି କୌଣସି ଲାଲ କପଡା ପାଇଥାନ୍ତି ତେବେ ଏହାକୁ କଦାପି ଫୋପାଡିବା ଉଚିତ ନୁହେଁ ।

ଚତୁର୍ଥରେ ସଫାସଫି ସମୟରେ ଯଦି ପୁରୁଣା ଟଙ୍କାପଇସା ବା ମୁଦ୍ରା ମିଳିଥାଏ ତେବେ ଏହାକୁ ବିଲକୁଲ ଫିଙ୍ଗନ୍ତୁ ନାହିଁ । ଆଜିର ସମୟରେ ଏହା ଅଚଳ ହୋଇ ଯାଇଥିଲେ ମଧ୍ୟ ଏହାକୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଏ । ଏହି ପୁରୁଣା ପଇସାକୁ ଘରୁ ଫିଙ୍ଗିଦେବା ଅର୍ଥ ମାତା ଲକ୍ଷ୍ମୀଙ୍କୁ ଘରୁ ବାହାର କରିଦେବା । ତେଣୁ ଏହି ବିଷୟ ଉପରେ ବିଶେଷ ଧ୍ୟାନ ରଖନ୍ତୁ ।

ପଞ୍ଚମ ଜିନିଷଟି ହେଉଛି ମୟୂର ପଙ୍ଖ । ଦୀପାବଳୀ ସମୟରେ ସଫାସଫି କରିବା ବେଳେ ମୟୂର ପଙ୍ଖା ମିଳିବ ଆତ୍ୟନ୍ତ ଶୁଭ ମାନାଯାଏ । ଏହାକୁ ଶ୍ରୀହରିଙ୍କ ଅବତାର ମାନଯାଏ ଓ ଭଗବାନ ଶ୍ରୀକୃଷ୍ଣଙ୍କର ଅତିପ୍ରିୟ ମଧ୍ୟ ମାନାଯାଏ । ଏହି ସମୟରେ ମୟୂର ପଙ୍ଖ ମିଳିବାର ଅର୍ଥ ଧନ ଲାଭର ଶୁଭ ସଂକେତ ଅଟେ ।

ଏହାକୁ ଆପଣ ଧନର ଦେବତା କୁବେରଙ୍କ ଦିଗ ଘରର ଉତ୍ତର ଦିଗ କାନ୍ଥରେ ଓହଳାଇ ରଖିଦିଅନ୍ତୁ । ଦୀପାବଳୀ ଦିନ ମୟୂର ପଙ୍ଖ କିଣିବା ଦ୍ଵାରା ମଧ୍ୟ ଧନ ଦୌଲତର ବୃଦ୍ଧି ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।