T20 WC 2022 Update: କେବଳ ଭାରତ-ପାକିସ୍ତାନ ମ୍ଯାଚରେ ଲାଗୁ ହେବ ଏହି 5 ନୂଆ ନିୟମ, ସୂଚନା ଦେଲା ICC, ଶୀଘ୍ର ଦେଖନ୍ତୁ…

ଆରମ୍ଭ ହୋଇଯାଇଛି ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଦ୍ଵାରା ଆୟୋଜିତ ବହୁ ପ୍ରତିକ୍ଷିତ ଟି-୨୦ ବିଶ୍ଵକପ । ଏହି ଅଷ୍ଟମ ଟି-୨୦ ବିଶ୍ଵକପ ଅନ୍ୟ ବିଶ୍ଵକପ ଠାରୁ ସଂପୂର୍ଣ୍ଣ ଅଲଗା ଓ ଅଧିକ ରୋମାଞ୍ଚକ ହେବାକୁ ଯାଉଛି । କାରଣ ଏକଦମ ନୂଆ ନିୟମାବଳୀ ସହ ଖେଳା ହେବାକୁ ଯାଉଛି ଏହାର ପ୍ରତିଟି ମ୍ଯାଚ । ଆସନ୍ତା ୨୩ ତାରିଖରେ ଭାରତ ପାରମ୍ପରିକ ପ୍ରତିଦ୍ଵନ୍ଦୀ ପାକିସ୍ତାନ ବିପକ୍ଷରେ ମ୍ଯାଚ ଖେଳିବାକୁ ଯାଉଥିବା ବେଳେ ଆସନ୍ତୁ ଜାଣିବା ICC ଦ୍ଵାରା ଜାରି ହୋଇଥିବା ନୂଆ ନିୟମ ବିଷୟରେ ।

୨୦ ସେପ୍ଟେମ୍ବର ୨୦୨୨ରେ ICC ଆନ୍ତର୍ଜାତୀୟ କ୍ରିକେଟର ନିୟମରେ କିଛି ପରିବର୍ତ୍ତନ କରିଥିଲା । ଯାହାକି ଅକ୍ଟୋବର ୧ ତାରିଖ ଠାରୁ ସମସ୍ତ ଆନ୍ତର୍ଜାତୀୟ କ୍ରିକେଟରେ ଲାଗୁ କରି ଦିଆଯାଇଛି । ଯେଉଁତ୍ଭିରୁ ସ୍ପଷ୍ଟ ଯେ, ଚଳିତ ଟି-୨୦ ବିଶ୍ଵକପ ମଧ୍ୟ ସେହି ନୂଆ ନିୟମ ଆଧାରରେ ଖେଳାଯିବ । ନିୟମାନୁସାରେ ଖେଳୁଥିବା ସମୟରେ ବ୍ୟାଟ୍ସମ୍ୟାନଙ୍କୁ ବା ତାଙ୍କ ଶରୀରର କିଛି ଅଂଶ ପିଚ୍ ଭିତରେ ରହିବା ଆବଶ୍ୟକ ।

ଯଦି ବ୍ୟାଟ୍ସମ୍ୟାନ ପିଚ୍ ବାହାରକୁ ଯାଇ ଖେଳିବାକୁ ଚେଷ୍ଟା କରେ ତେବେ ଅମ୍ପାୟାର ଏହାକୁ ଡେଡ୍ ବଲ୍ ଘୋଷିତ କରିପାରିବେ । ଆଉ ଯଦି କୌଣସି ବଲ୍ ଯୋଗୁଁ ବ୍ୟାଟ୍ସମ୍ୟାନଙ୍କୁ ପିଚ୍ ବାହାରକୁ ଆସିବାକୁ ପଡୁଛି ତେବେ ଏହାକୁ ନୋ-ବଲ୍ ବୋଲି ମାନାଯିବ । ସେହିପରି ଆଉ ଏକ ନିୟମ ହେଉଛି, ଯଦି ବୋଲର ବୋଲିଂ କରୁଥିବା ବେଳେ ଫିଲ୍ଡର ଭୁଲବଶତଃ କିମ୍ବା ଜାଣିଶୁଣି କିଛି ଭୁଲ୍ କରନ୍ତି ତେବେ ଅମ୍ପାୟାର ପେନାଲଟି ସ୍ୱରୂପ ବ୍ୟାଟିଂ କରୁଥିବା ଟିମ୍ କୁ ୫ ପଏଣ୍ଟ ଦେଇପାରିବେ ।

ଏହାସହ ସେହି ବଲକୁ ଡେଡ୍ ବଲ୍ ମଧ୍ୟ ଘୋଷିତ କରିପାରିବେ । ତୃତୀୟ ନିୟମ ହେଉଛି, ରନଆଉଟକୁ ଏବେ ମାନକେଡିଙ୍ଗ କରାଯିବ ନାହିଁ । ଅର୍ଥାତ ବୋଲର ବଲ୍ ଡେଲିଭେରି କରିବା ପୂର୍ବରୁ ଯଦି ବ୍ୟାଟ୍ସମ୍ୟାନ କ୍ରିଜରୁ ବାହାରକୁ ଯାଉଛନ୍ତି ଆଉ ବୋଲର ନନଷ୍ଟ୍ରାଇକର ଏଣ୍ଡରେ ଥିବା ବ୍ୟାଟ୍ସମ୍ୟାନଙ୍କୁ ରନଆଉଟ କରୁଛନ୍ତି ତେବେ ଏହାକୁ ରନଆଉଟ ଘୋଷିତ କରାଯିବ । ପରିବର୍ତ୍ତିତ ନିୟମାନୁସାରେ ଏହାକୁ ରନଆଉଟ ଶ୍ରେଣୀରେ ରଖାଯିବ ଓ ଏହା କରିବା ଭୁଲ୍ ମଧ୍ୟ ହେବନାହିଁ ।

ସେହିପରି କୌଣସି ବ୍ୟାଟ୍ସମ୍ୟାନ କ୍ୟାଚ ଆଉଟ ହେବା ପରେ ପରେ ଯାଇ କିଏ ଷ୍ଟ୍ରାଇକ ନେବେ ବା ବ୍ୟାଟିଂ କରିବେ ଜଣାପଡେ । କିନ୍ତୁ ଏହି ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଯଦି କୌଣସି ବ୍ୟାଟ୍ସମ୍ୟାନ କ୍ୟାଚ ଆଉଟ ହେଉଛନ୍ତି ତେବେ ତାଙ୍କ ପରେ ବ୍ୟାଟିଂ କରିବାକୁ ଆସିବାକୁ ଥିବା ନୂଆ ବ୍ୟାଟ୍ସମ୍ୟାନଙ୍କୁ ହିଁ ଷ୍ଟ୍ରାଇକ ନେବାକୁ ହେବ ।

ଗତ ଦୁଇ ବର୍ଷ ଧରି କୋଭିଡ ମହାମାରୀ ଯୋଗୁଁ ବଲ୍ ପଲିସ୍ କରିବା ପାଇଁ ଲାଳ ବା ଛେପ (Saliva) ର ବ୍ୟବହାରକୁ ବ୍ୟାନ କରାଯାଇଥିଲା । କିନ୍ତୁ ଏହାକୁ ଏବେ ସ୍ଥାୟୀ କରିଦିଆଯାଇଛି ଅର୍ଥାତ ଏବେ କୌଣସି ଖେଳାଳି ବଲ୍ ପଲିସ୍ କରିବା ପାଇଁ ଲାଳ ଲଗାଇ ପାରିବେ ନାହିଁ । ସେହିଭଳି ବଲ୍ ଡେଲିଭେରି ପୂର୍ବରୁ ବ୍ୟାଟ୍ସମ୍ୟାନ କ୍ରିଜ ବାହାରକୁ ଆସିବା ଦେଖି ବୋଲର ଷ୍ଟ୍ରାଇକ ଏଣ୍ଡକୁ ବଲ୍ ଫୋପାଡି ବ୍ୟାଟ୍ସମ୍ୟାନଙ୍କୁ ରନଆଉଟ କରିବା ଅନେକ ସମୟରେ ଦେଖାଯାଇଛି । କିନ୍ତୁ ଏଭଳି କରିବାକୁ ଏବେଠାରୁ ଅମାନ୍ଯ ଘୋଷିତ କରି ଦିଆଯାଇଛି ।

ତେଣୁ ଏଥର ବଲ୍ ଡେଲିଭେରି ପୂର୍ବରୁ ବି ବ୍ୟାଟ୍ସମ୍ୟାନ ଯେତେ ଚାହିଁବେ ଆଗକୁ ଆସି ଖେଳିପାରିବେ । ଏହିସବୁ ନୂଆ ନିୟମ ସହ ଖେଳାଯିବ ଚଳିତ ଟି-୨୦ ବିଶ୍ଵକପ, ଯାହାକି ବିଶ୍ଵକପକୁ ଆହୁରି ଅଧିକ ରୋମାଞ୍ଚକ କରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।