ଆଜିର ରାଶିଫଳ, 23 ମାର୍ଚ୍ଚ 2019, ଶନିବାର – ଶନି ଦେବ ଙ୍କ କୃପାରୁ ଏହି ୪ଟି ରାଶିର ଭାଗ୍ୟ ଖୋଲିବ

ମେଷ

ଆପଣଙ୍କୁ ଯେଉଁ କାର୍ଯ୍ୟ କରିବାକୁ କୁହାଯାଇଛି ସେ କାର୍ଯ୍ୟପୂରା ମନଯୋଗ ଦେଇ କରନ୍ତୁ । କାରଣ ଆପଣଙ୍କ ପରିବାର ଏହା ବଦଳରେ ଆପଣଙ୍କୁ ସବୁଦିନ ସାହାଯ୍ୟ କରିବ ଏହି ସମୟରେ ହୁଏତ ଆପଣଙ୍କ ପରିବାର ଆପଣଙ୍କ ପାଖରୁ କିଛି ଆଶା କରୁଛି । ଆଜି ଆପଣ କୌଣସି ଜଣେ ମହତ୍ତ୍ୱପୁର୍ଣ୍ଣ ବ୍ୟକ୍ତିଙ୍କ ସହ ସମ୍ପର୍କ ଯୋଡି ପାରନ୍ତି । ଧ୍ୟାନ ରଖନ୍ତୁ ଯେପରିକି ସେ ବ୍ୟକ୍ତିଙ୍କ ସାମ୍ନାରେ ଆପଣ ନିଜକୁ ଭଲଭାବେ ପ୍ରସ୍ତୁତ କରିପାରିବେ । ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟକୁ ଆତ୍ମବିଶ୍ଵାସର ସହିତ ଠିକରେ ସଂପନ୍ନ କରି ପାରିବେ । ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ । ପୈତୃକ ସଂପତ୍ତି ଲାଭ ହେବ । ତଥାପି ମଧ୍ୟ ବାହନ, ବାସଗୃହ ଆଦିର କାଗଜପତ୍ର ସମ୍ବନ୍ଧିତ କାର୍ଯ୍ୟରେ ସାବଧାନପୂର୍ବକ ଆଗକୁ ବଢ଼ିବେ.ପ୍ରତିକାର– ଅସହାୟକୁ ନିରାଶ କରିବେ ନାହିଁ ।

ବୃଷ

ଅଦାଲତ ସମ୍ବନ୍ଧୀୟ ସମସ୍ୟାର ଫଳାଫଳ ଆପଣଙ୍କ ସପକ୍ଷରେ ହୋଇପାରେ । ସୌଭାଗ୍ୟ ହେତୁ ଉଚ୍ଚ ଅଧିକାରୀ ଆଜି ଆପଣଙ୍କ ସପକ୍ଷରେ ରହିବେ , ଯାହା ଫଳରେ ଆପଣଙ୍କୁ ବହୁତ ଲାଭ ହେବ । ଆଜି ଆପଣ କୌଣସି ନୂଆ କାମ କରିବାରେ ମନ ଦେବେ । ଏହି କାମ ଚ଼େସ ଖେଳ ଠାରୁ ନେଇ ଆକାଶରେ ଉଡ଼ିବା ପର୍ଯ୍ୟନ୍ତ ହୋଇପାରେ । ଏହି ସମୟ ନିଜ ଜୀବନ ଶୈଳିରେ ପରିବର୍ତ୍ତନ ଆଣିବାର ଏବଂ କିଛି ମଜ୍ଜା କରିବାର ଅଟେ । ଆଜିର ଦିନ ଶୁଭଫଳଦାୟୀ ହେବ । ଶରୀର ଏବଂ ମନ ଅସୁସ୍ଥ ରହୁଥିଲେ ମଧ୍ୟ ଆପଣ ନିଜର ଅସଂପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସଂପୂର୍ଣ୍ଣ କରି ପାରିବେ । ଆର୍ଥିକ ଆୟୋଜନ ମଧ୍ୟ ବହୁତ ଭଲ ଭାବରେ କରି ପାରିବେ । କାର୍ଯ୍ୟାଳୟରେ ସହକର୍ମିମାନଙ୍କ ସହଯୋଗ ଆପଣଙ୍କୁ ମିଳିବ, ପ୍ରତିକାର– ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ ।

ମିଥୁନ

ଆପଣ ଏଭଳି ଜଣେ ବ୍ୟକ୍ତି ଯାହାକୁ ନିଜ ଆଖପାଖ ଲୋକଙ୍କ ସାହାଯ୍ୟ ସହଯରେ ମିଳିଯାଏ । ଆପଣଙ୍କୁ ହୁଏତ ଏହା ଜଣା ନାହିଁ ଯେ ବହୁତ ଲୋକ ଆପଣଙ୍କ ବ୍ୟକ୍ତିତ୍ତ୍ୱ ଦ୍ୱାରା ପ୍ରଭାବିତ । ଆପଣ କେବେ ମଧ୍ୟ ନିଜର ଛବିକୁ ମଳିନ ହେବାକୁ ଦିଅନ୍ତୁ ନାହିଁ । ଆଜି ଦିନଟି ସନ୍ତୋଷଜନକ ଆଜିର କାର୍ଯ୍ୟାବଳୀ ମନରେ ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପଭୋଗ କରିବେ । କୌଣସି ଦ୍ୱିଧାବୋଧନ ନ କରି ସୁଫଳକୁ ବଂଧୁମାନଙ୍କ ସହିତ ମିଳି ଉପଭୋଗ କରନ୍ତୁ । ଆଜିର ଦିନ ଆନନ୍ଦପୂର୍ବକ ବିତିବ । ବ୍ୟାପାର କରୁଥିବା ଲୋକଙ୍କ ପାଇଁ ଆଜିର ଦିନ ଲାଭଦାୟୀ ଅଟେ । ଧନ ବୃଦ୍ଧି ହେବ । ମହିଳାବର୍ଗଙ୍କର ଲାଭ ହେବାର ମଧ୍ୟ ସଂଭାବନା ଅଛି । ସନ୍ତାନଙ୍କ ତରଫରୁ ମଧ୍ୟ ଲାଭ ମିଳିବ । ଉଚ୍ଚ ଅଧିକାରୀମାନଙ୍କ ଉପରେ ଆପଣଙ୍କ କାର୍ଯ୍ୟର ସକାରାତ୍ମକ ଅସର ହେବାରୁ ଆପଣଙ୍କ ଉପରେ ପ୍ରସନ୍ନ ରହିବେ, ପ୍ରତିକାର:- ଦିନ ଦୁଃଖୀଙ୍କୁ ଅନ୍ନ ଦାନ ଦିଅନ୍ତୁ ।

କର୍କଟ

ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ ।  ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା । ଆଜି ଆପଣଙ୍କୁ ନିଜ ସାଙ୍ଗମାନଙ୍କ ସୁସମ୍ମାନ ପାଇଁ ଖୁସିମିଳିବା । କିନ୍ତୁ ସାବଧାନ ରହିବେ , କାରଣ ଆପଣଙ୍କର ହିଁ କିଛି ସାଙ୍ଗ ଆପଣଙ୍କୁ ଇର୍ଷା କରିପାରନ୍ତି । ଏଥିପାଇଁ ଆପଣଙ୍କୁ ଟିକେ ସାବଧାନ ରହିବାକୁ ହେବ । ଆନନ୍ଦ ଏବଂ ଉତ୍ସାହରେ ବୃଦ୍ଧି ହେବ । କୌଟୁମ୍ବିକ ତଥା ଆର୍ଥିକ ବିଷଗୁଡ଼ିକ ଉପରେ ଆପଣ ଅଧିକ ଧ୍ୟାନ ଦେବେ । ଆପଣ କୌଣସି ମଧ୍ୟ କାର୍ଯ୍ୟକୁ ଦୃଢ ମନୋବଳ ଏବଂ ଆତ୍ମବିଶ୍ଵାସର ସହିତ କରି ପାରିବେ । ପିତୃପକ୍ଷରୁ ଲାଭ ହେବାର ମଧ୍ୟ ସଂଭାବନା ଅଛି, ପ୍ରତିକାର:- ଷଣ୍ଢକୁ ଖାଦ୍ୟ ଦିଅନ୍ତୁ ।

ସିଂହ

ଆଜି ମାନସିକ ଶାନ୍ତି ସାରାଦିନ ରହିବ । ଆଜି କୌଣସି କଥାରେ ଆପଣଙ୍କ ଶାନ୍ତି ଭଙ୍ଗ ହେବାକୁ ଦିଅନ୍ତୁ ନାହିଁ । କିଛି ଲୋକ ଆପଣଙ୍କ କ୍ରୋଧକୁ ବଢ଼େଇପାରନ୍ତି ବା ଆପଣଙ୍କୁ ବିପଥଗାମୀ କରିବାକୁ ଚ଼େଷ୍ଟା କରିପାରନ୍ତି । ଆଜି ଆପଣ ପରିବାରର ଲୋକଙ୍କ ଜୀବନରେ ସ୍ନେହ ଭରିଦିଅନ୍ତୁ । ଆଜିର ଦିନ ପରିବାର ଲୋକଙ୍କ ସହ କଟାଇବାର ଦିନ ଅଟେ । ଆପଣଙ୍କ ସ୍ନେହକୁ ଆପଣଙ୍କ ପରିବାର ଲୋକ ବୁଝିବେ । ଆଜି ଆପଣଙ୍କ ବିରତ୍ୱରେ ଦୃଢ଼ତା ଆସିବ । ବୈଚାରିକ ସ୍ତରରେ ବିଶାଲତା ଏବଂ ମଧୁରବାଣୀରେ ଆପଣ ଅନ୍ୟଜନମାନଙ୍କୁ ପ୍ରଭାବିତ କରି ପାରିବେ । ବାଣୀର ମଧୁରତା ଆପଣଙ୍କୁ ନୂଆ ସମ୍ବନ୍ଧ ବନାଇବା ପାଇଁ ମଧ୍ୟ କାମରେ ଆସିବ । ଆର୍ଥିକ ଆୟୋଜନ ମଧ୍ୟ ଆଜି ଆପଣ ଭଲ ଭାବରେ କରି ପାରିବେ, ପ୍ରତିକାର:- ବିରାଡିକୁ କ୍ଷୀର ଦିଅନ୍ତୁ ।

କନ୍ୟା

ଆପଣ ହଠାତ୍ ଏମିତି ଜଣେ ବ୍ୟକ୍ତି ସହ ଦେଖାହୋଇପାରନ୍ତି ଯିଏ ଆପଣଙ୍କୁ ବ୍ୟବସାୟିକ କିମ୍ବା ଆପଣଙ୍କର ଜୀବନ ସମ୍ବନ୍ଧୀୟ ଉପଦେଶ ଦେବେ । ନିଜର ଗୁରୁଜନମାନଙ୍କ ପାଖରୁ ଉପଦେଶ ନିଅନ୍ତୁ କାରଣ ସେମାନଙ୍କ ଅନୁଭବ ଆପଣଙ୍କୁ ବହୁତ ଲାଭବାନ କରାଇବ । ଆଜି ଆପଣଙ୍କ ସାଙ୍ଗକୁ ଆପଣଙ୍କର ସାହାଯ୍ୟ ଆବସ୍ୟକତା ଅଛି । ଆପଣ ତାଙ୍କୁ ସାହାଯ୍ୟ କରିବା ଉଚ଼ିତ୍ ହେବ । ଯାହା ହେଲେ ମଧ୍ୟ ଆପଣଙ୍କର ସମ୍ପର୍କ ଏମିତି ଅଛି । ବହୁତ ଭାବି ଚ଼ିନ୍ତି କାହାକୁ କୌଣସି ପରାମର୍ଶ ଦିଅନ୍ତୁ । ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ । ଆଧ୍ୟାତ୍ମ ପ୍ରତି ଆକର୍ଷଣ ବଢ଼ିବ । କାର୍ଯ୍ୟାଳୟ କିମ୍ବା ବ୍ୟବସାୟରେ କାର୍ଯ୍ୟଭାର ଅଧିକ ରହିବ । ବିଦେଶ ଯିବାକୁ ଇଚ୍ଛୁକ ଲୋକମାନଙ୍କ ପାଇଁ ଯୋଗ ଭଲ । ମଧ୍ୟାହ୍ନ ପରେ ନୂଆ କାର୍ଯ୍ୟର ଆୟୋଜନ କରି ପାରିବେ | ମାନସିକ ରୂପରେ ମଧ୍ୟ ଚିନ୍ତା ଆସିବ । ଆର୍ଥିକ ରୂପରେ ଦିନ ଲାଭଦାୟୀ ଅଟେ । ଘରର ଲୋକମାନଙ୍କର ଏବଂ ମିତ୍ରମାନଙ୍କ ସହିତ ଯାତ୍ରା କରିପାରନ୍ତି । ପ୍ରତିକାର– ଗହମ, ଗୁଡ କିଛି ଦାନ କରନ୍ତୁ ।

ତୁଳା

ଆଜି ଆପଣ ନିଜର ମୂଲ୍ୟବାନ ଜିନିଷକୁ ସାଇତି ରଖନ୍ତୁ , ନଚ଼େତ୍ ତାହା ହଜିଯିବାର ସମ୍ଭାବନା ଅଛି । ଆଦୌ ଚ଼ିନ୍ତା କରନ୍ତୁ ନାହିଁ । କେବଳ ସତର୍କତା ଅବଲମ୍ବନ କରନ୍ତୁ । ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ । ଦିନର ପ୍ରାରମ୍ଭରେ ଆପଣଙ୍କ ପରିବାରରେ ଖୁସିର ମାହୌଲ ରହିବ ଏବଂ ବ୍ୟାପାରରେ ସମୟ ଠିକ ରହିବ । ମହିଳାବର୍ଗଙ୍କଠାରୁ ଲାଭ ହେବାର ଯୋଗ ଅଛି । ପ୍ରିୟ ପାତ୍ରଙ୍କ ସହ ଭେଟ ହେବ । ମାନସିକ ତଥା ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ | ଶାରୀରିକ ଫୁର୍ତିର ଅଭାବ ରହିବା କାରଣରୁ ଆଳସ୍ୟ ଅନୁଭବ ହେବ, ଯେଉଁଥିରେ କାର୍ଯ୍ୟ ଧିର ଗତିରେ ପୂର୍ଣ୍ଣ ହେବ । ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ ।

ବିଛା

ଆଜି ଆପଣଙ୍କୁ ଲାଗିବ ଯେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି । ଆପଣଙ୍କର ଆଖପାଖ ଲୋକଙ୍କୁ ମଧ୍ୟ ଏହାହିଁ ଲାଗିବ । ଆଜି ଆପଣ ନିଜ ପରିବାର ଏବଂ କାର୍ଯ୍ୟାଳୟର ଲୋକମାନଙ୍କ ପାଇଁ ମଧ୍ୟ ଭାଗ୍ୟଶାଳୀ ପ୍ରମାଣିତ ହେବେ । କୌଣସି ଶୁଭ ସମାଚାର ଶୁଣିବେ ଓ ହସ-ଖୁସିରେ ସମୟ ବ୍ୟତୀତ ହେବ । ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ-ବିବାହ, ଚାକିରୀ ଇତ୍ୟାଦି ସଂପୂର୍ଣ୍ଣ ହେବ । ବ୍ୟାପାରରେ ପ୍ରଚୁର ଲାଭ ହେବ, କିନ୍ତୁ କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ଆଜି ଆପଣଙ୍କୁ ବୋଧହୁଏ ନିଜ ପରିବାର କିମ୍ବା ବ୍ୟବସାୟୀକ କ୍ଷେତ୍ରରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ନିଷ୍ପତ୍ତି ନେବାପୂର୍ବରୁ ଭାବିଚ଼ିନ୍ତି ନିଷ୍ପତ୍ତି ନେଲେ ଭଲ ହେବ । ପ୍ରତିକାର–କୌଣସି ଲୋକକୁ ମିଠା ଖାଇବାକୁ ଦେବେ ।

ଧନୁ

ଆପଣତ ସେ କଳିକଜିଆର ଭାଗିଦାର ନୁହଁନ୍ତି କିନ୍ତୁ ସମାଧାନ କରିବା ପାଇଁ ଆପଣଙ୍କୁ ସାକ୍ଷୀ ରୂପରେ ଡ଼କା ଯାଇ ପାରେ, ଆପଣ କାହା ପକ୍ଷରେ ନ ଯାଇ ସତ୍ୟ ସାଙ୍ଗରେ ରହିବେ, ଏଥିରୁ ଆପଣଙ୍କ ସହକର୍ମୀ ଆପଣଙ୍କ ଠାରୁ ବହୁତ ପ୍ରଭାବିତ ହେବେ । ଜୀବନପ୍ରତି ଆଜି ଆପଣଙ୍କ ଦୃଷ୍ଟିକୋଣ ସମ୍ପୂର୍ଣ ରୂପେ ବଦଳିଯାଇପାରେ । ଆଜି ଆପଣ ବ୍ୟବହାରିକ ଏବଂ ତର୍କସଙ୍ଗତ ତଥ୍ୟପ୍ରତି ନିଜର ଆତ୍ମଜ୍ଞାନ ଅନୁଭବ କରିବେ । ଆପଣଙ୍କ ଆଜିର ଦିନ ମିଶ୍ରିତ ଫଳଦାୟୀ ରହିବ । ଆଜି ଆପଣ ଚିନ୍ତାରେ ଘେରି ରହିବେ ଏବଂ ସ୍ଵାସ୍ଥ୍ୟରେ ମଧ୍ୟ ଅବନ୍ନତି ହୋଇପାରେ । ପରିବାରରେ ମଧ୍ୟ ମତଭେଦ ରହିବ, ପରନ୍ତୁ ମଧ୍ୟାହ୍ନ ପରେ ଆପଣ ସମସ୍ତ କାର୍ଯ୍ୟଗୁଡ଼ିକରେ ଅନୁକୂଳତା ଅନୁଭବ କରିବେ, ପ୍ରତିକାର:- ଅସହାୟ ମାନଙ୍କୁ ସାହାଯ୍ୟ କରନ୍ତୁ ।

ମକର

ଆଜି କିଛି ନୂଆ ଦାୟୀତ୍ତ୍ୱ ଆପଣ ନେଇ ପାରନ୍ତି , ଯାହାକି ଆପଣଙ୍କୁ ପୁରସ୍କାର ଆଣିଦେଇପାରେ ଆପଣ ନିଜର ମାନ, ଯଶର ପୁରା ମଜ୍ଜା ନେଇ ପାରନ୍ତି, ମାତ୍ର ମନେ ରଖନ୍ତୁ ଯେ କୌଣସି ପ୍ରକାରରେ ମଧ୍ୟ ନିଜର ପ୍ରତିଛବିକୁ ମଳିନ ହେବାକୁ ଦିଅନ୍ତୁ ନାହିଁ । ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି । ଆପଣଙ୍କ ଆଜିର ଦିନ ମଧ୍ୟମଫଳଦାୟୀ ରହିବ । ଦିବସର ପ୍ରାରମ୍ଭରେ ଆପଣଙ୍କୁ ଶାରୀରିକ ତଥା ମାନସିକ ରୂପରେ ଫୂର୍ତ୍ତି ଏବଂ ଆନନ୍ଦ ଅନୁଭବ ହେବ । ଆପଣଙ୍କ ସୃଜନାତ୍ମକ ଏବଂ କଳାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧି ହୋଇପାରେ । ମଧ୍ୟାହ୍ନ ପରେ ଆପଣ କୌଣସି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି, ପ୍ରତିକାର:- ବିରାଡିକୁ କ୍ଷୀର ଦିଅନ୍ତୁ ।

କୁମ୍ଭ

ଆଜି ଆପଣ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଆପଣ ହୁଏତ ଆପଣଙ୍କର ପୁରୁଣା ବନ୍ଧୁମାନଙ୍କୁ ମନେ ପକାଉଛନ୍ତି । ସେମାନଙ୍କ ସହ ସାକ୍ଷାତ ପରେ ଆପଣ ବହୁତ ଖୁସିହେବେ । ଆଜି ଆପଣ ନିଜକୁ ଠିକ ଭାବରେ ପରଖିବାକୁ ଚେଷ୍ଟା କରିବେ । ଆପଣ ନିଜର ମର୍ଯ୍ୟାଦାରେ ଧ୍ୟାନ ଦିଅନ୍ତୁ । ଏହି ମାର୍ଗରେ ଚାଲନ୍ତୁ, କାରଣ ଏଥିରେ ଆପଣଙ୍କୁ ବହୁତ ଖୁସି ମିଳିବ । ଆପଣ କୌଣସି ପବିତ୍ର ସ୍ଥାନକୁ ଯାଇପାରନ୍ତି । ଖାଦ୍ୟ-ପେୟରେ ଆଜି ବିଶେଷ ଧ୍ୟାନ ରଖିବାର ଆବଶ୍ୟକତା ଅଛି । ଦିନ ସମୟରେ ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ ନୁହେଁ । ଅଧିକ କାର୍ଯ୍ୟରେ ଶିଥିଲତା ଏବଂ ମାନସିକ ବ୍ୟଗ୍ରତାର ଅନୁଭବ କରିବେ । ଯାତ୍ରା ଲାଭଦାୟୀ ନୁହେଁ । ଧାର୍ମିକ କାର୍ଯ୍ୟ ହେବ, ପ୍ରତିକାର:- ଗୋମାତାକୁ ଖାଇବାକୁଦେବା ଆବଶ୍ୟକ ।

ମୀନ

ଆଜି ଆପଣ ଘରର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ, କାରଣ ବହୁମୂଲ୍ୟ ବସ୍ତୁ କିଛି ଚୋରି ହେବାର ସମ୍ଭାବନା ରହିଛି । କିନ୍ତୁ ଯଦି ଆପଣ ସାବଧାନ ରୁହନ୍ତି , କ୍ଷତି ହୋଇ ନ ପାରେ । ଏହାର ଅର୍ଥ ନୁହେଁ ଯେ ଆପଣ ଡରିଯିବେ । ଏହି ସମୟ ଆପଣଙ୍କର ଯୋଗୀ ପରୀକ୍ଷାରେ ଭାଗ ନେବାର ଉପଯୁକ୍ତ ସମୟ । ଆପଣ ନିଶ୍ଚୟ ସଫଳ ହେବେ । ଏହି ପରୀକ୍ଷାରେ ଆତ୍ମବିଶ୍ୱାସର ସହ ଭାଗ ନିଅନ୍ତୁ । ଦିନର ପ୍ରାରମ୍ଭରେ ଆପଣ କୌଣସି ପ୍ରକାରର ଦ୍ୱନ୍ଦ୍ୱରେ ରହିବେ । ନିଜର ମଧୁରବାଣୀ ଏବଂ ଭାଷାରେ ଆପଣ କାହାକୁ ମଧ୍ୟ ମନାଇ ପାରିବେ । ମଧ୍ୟାହ୍ନ ପରେ ଆପଣଙ୍କ ଉତ୍ସାହରେ ବୃଦ୍ଧି ହେବ ଏବଂ ମନ ପ୍ରଫୁଲ୍ଲିତ ରହିବ । ଯାତ୍ରାର ମଧ୍ୟ ଯୋଗ ଅଛି । ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ ।