ଆମେରିକା ପାକ କୁ ଦେଲା କଡା ଚେତାବନୀ, କହିଲା- ଭାରତ ଉପରେ ପୁଣି ନ ହେଉ କୌଣସି ଆକ୍ରମଣ ନହେଲେ …

ପାକିସ୍ଥାନ କୁ ଆମେରିକାରେ ଆତଙ୍କବାଦକୁ ନେଇ ଧମକ ଦେଇଛି ଓ ଆତଙ୍କବାଦ ବିରୁଦ୍ଧରେ କଡା ପଦକ୍ଷେପ ନେବାକୁ କହିଛି । ଆମେରିକା ପାକିସ୍ଥାନକୁ ସଫା କହିଛି କି ତା ଦେଶରେ ବଢୁଥିବା ଆତଙ୍କବାଦକୁ ଶେଷ କରିବା ପାଇଁ ଯଦି କୌଣସି କଡା ପଦକ୍ଷେପ ନ ନିଆଯାଏ ତେବେ ଆସୁଥିବା ସମୟରେ ପାକିସ୍ଥାନ କୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିବ । ପାକିସ୍ଥାନକୁ ଆମେରିକା ତରଫରୁ ମିଳିଥିବା ଏହି ଚେତାବନୀ ପରେ ପାକିସ୍ଥାନ ର ସମସ୍ୟା ଆହୁରି ବଢି ଯାଇଛି ।

ଆମେରିକା ପାକିସ୍ଥାନ କୁ ଚେତାବନୀ ଦେଇ ଏହା ମଧ୍ୟ ସଫା କହିଛି କି ଯଦି ଆଗକୁ ଭାରତରେ କୌଣସି ଆତଙ୍କି ଆକ୍ରମଣ ହେଲା ତେବେ ଏହାର ପରିଣାମ ପାକିସ୍ଥାନକୁ ଭୋଗିବାକୁ ପଡିବ । ପାକିସ୍ଥାନରେ ବ୍ୟାପିଥିବା ଆତଙ୍କବାଦକୁ ନେଇ ଆମେରିକାର ଏକ ବରିଷ୍ଠ ଅଧିକାରୀ ଏହି ବୟାନ ଦେଇଛନ୍ତି ଓ ସେ ହ୍ଵାଇଟ ହାଉସରେ ସମ୍ବାଦାତାଙ୍କ ସହିତ କଥା ହେବା ସମୟରେ କହିଛନ୍ତି କି ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୟବା ଭଳି ଆତଙ୍କି ସଂଗଠନ ଉପରେ ପାକିସ୍ଥାନକୁ ପଦକ୍ଷେପ ନେବା ଜରୁରୀ ଅଟେ ଯାହା ଦ୍ଵାରା ପୁଣି ଅଶାନ୍ତି ସୃଷ୍ଟି ନ ହେବ ।

ଏହି ଅଧିକାରୀଙ୍କ ଅନୁସାରେ ଯଦି ଏବେ ବି ଆତଙ୍କି ସଂଗଠନ ବିରୁଦ୍ଧରେ ପାକିସ୍ଥାନ ପକ୍ଷରୁ କୌଣସି କଡା ପଦକ୍ଷେପ ନ ନିଆଯାଏ, ତେବେ ଏହା ଦେଶ ପାଇଁ ସମସ୍ୟା ହୋଇପାରେ । ଏହି ଅଧିକାରୀ ନିଜ ନାମକୁ ଗୋପନ ରଖି ଏହି ବୟାନ ଦେଇଛନ୍ତି । ଆମେରିକାର ଏହି ଅଧିକାରୀଙ୍କ ବୟାନ ରୁ ସଫା ଜଣାପଡେ କି ପାକିସ୍ଥାନ ପକ୍ଷରୁ ତା ଦେଶରେ ରହୁଥିବା ଆତଙ୍କବାଦକୁ ଶେଷ କରିବା ପାଇଁ କଣ କରା ଯାଉଛି ଏହା ଉପରେ ଆମେରିକା କଡା ନଜର ରଖିଛି ଓ ଯଦି ପାକିସ୍ଥାନ ଆତଙ୍କବାଦ ବିରୁଦ୍ଧରେ କିଛି କରିବ ନାହିଁ, ତେବେ ଏଥରକ ତାକୁ ବହୁତ ଖରାପ ପରିଣାମ ଭୋଗିବାକୁ ପଡିବ ।

ଭାରତ ଓ ଅନ୍ୟ ଦେଶ ପକ୍ଷରୁ ପଡୁଥିବା ପ୍ରେସର କାରଣରୁ ପାକିସ୍ଥାନ ନିଜର କିଛି ଆତଙ୍କବାଦୀଙ୍କୁ ଗିରଫ କରିଥିଲା ଓ ନିଜ ଦେଶରେ ଥିବା ଆତଙ୍କି ସଂଗଠନର ସମ୍ପତ୍ତିକୁ ଜବତ କରିଥିଲା । ପାକିସ୍ଥାନ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପକୁ ଆମେରିକା କେବଳ ଏହା ଆରମ୍ଭ ବୋଲି କହିଛି ଓ ଆହୁରି ମଧ୍ୟ କହିଛି କି ଆତଙ୍କବାଦକୁ ଶେଷ କରିବା ପାଇଁ ପାକିସ୍ଥାନକୁ ଆହୁରି ବହୁତ କିଛି କରିବାର ଅଛି ।

ଭାରତ ପାକିସ୍ଥାନ ର ଏହି ପଦକ୍ଷେପକୁ କେବଳ ଲୋକ ଦେଖାଣିଆ ବୋଲି କହିଥିଲା ଓ ଏହା ମଧ୍ୟ କହିଥିଲା କି ଯଦି ସେ ପ୍ରକୃତରେ ଆତଙ୍କବାଦ ବିରୁଦ୍ଧରେ ଶକ୍ତ ପଦକ୍ଷେପ ନେବାକୁ ଚାହୁଁଛି ତେବେ ସେ ଭାରତ କୁ ଦାଉଦ ଇବ୍ରାହିମ ଦେଇଦଉ ।