ଫନିର ଲ୍ୟାଣ୍ଡଫଲ ପ୍ରକ୍ରିୟା ଚାଲିବ ୩ ଘଣ୍ଟା ପର୍ଯ୍ୟନ୍ତ, ସାକ୍ଷୀଗୋପାଳରେ ଗଛ ବାହୁଙ୍ଗା ପଡି ଯୁବକ ମୃତ

ଫନିର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି ସକାଳ ୮:୩୦ ମିନଟ୍‌ରୁ । ପୁରୀର ଦକ୍ଷିଣ ପଟରେ ଫନି ସ୍ଥଳ ଭାଗ ଛୁଇଁବାରେ ଲାଗିଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି କି ଏହି ପ୍ରକ୍ରିୟା ୩ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ ବୋଲି । ଏବେ ପୁରୀରେ ଘଣ୍ଟାକୁ ୧୭୫ କିମି ବେଗରେ ପବନ ବହିବା ସହ ଭିଷଣ ବର୍ଷା ହେଉଛି ।

ସୂଚନା ମୁତାବକ, କ୍ଷୀପ୍ର ଗତିରେ  ଓଡିଶା ପ୍ରତି ମାଡି ଆସୁଥିବା ସାମୁଦ୍ରିକ ବାତ୍ୟା ଫୋନି ବର୍ତ୍ତମାନ ପୁରୀଠାରୁ ମାତ୍ର 25 କିଲୋମିଟର ଦୂରରେ  ରହିଛି । ଘଂଟାପ୍ରତି ୧୭୫ କିଲୋମିଟର ବେଗରେ ପୁରୀ ଆଡକୁ  ମାଡି ଆସୁଛି ଭୟଙ୍କର ବାତ୍ୟା ଫୋନି । ଏହି ପ୍ରରିପେକ୍ଷୀରେ ଲ୍ୟାଣ୍ଡଫଲର ପ୍ରଭାବ ମଧ୍ୟ ଆରମ୍ଭ ହୋଇସାରିଛି । ପୁରୀର ଆହୁରି ନିକଟତର ହେଲା ବାତ୍ୟା ଫୋନି । ସାକ୍ଷୀଗୋପାଳର ହିରଣ୍ୟପଡା ଗାଁରେ ନଡିଆ ଗଛ ବାହାଙ୍ଗା ପଡି ଜଣେ ୧୮ ବର୍ଷ ବୟସ୍କ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି।

ସେପଟେ  ଫୋନିର ପ୍ରଭାବରେ ବଡ ବଡ ଗଛ ଉପୁଡି ପଡ଼ିଛି। ବିଶେଷ କରି ସମୁଦ୍ର କୂଳଠାରୁ ଅଳ୍ପ ଦୂରରେ ଥିବା ରାଜଭବନ ରାସ୍ତାକଡ଼ରେ ଥିବା କିଛି ଗଛ ଉପୁଡି ପଡ଼ିଛି। ସେହିଭଳି ଅନେକ ସ୍ଥାନରେ ଦୋକାନ ଛପର ଓ ହୋର୍ଡି ଉଡାଇ ନେଇଛି।