ଆଫଗାନିସ୍ତାନର ଏହି ବ୍ୟାଟସମ୍ୟାନଙ୍କ ନାମ ଯୋଡିହେଲା ଯୁବରାଜ ଓ ଗେଲଙ୍କ ରେକର୍ଡ ସହିତ

ଆଫଗାନିସ୍ତାନର ଏହି ବ୍ୟାଟସମ୍ୟାନଙ୍କ ନାମ ଯୋଡିହେଲା ଯୁବରାଜ ଓ ଗେଲଙ୍କ ରେକର୍ଡ ସହିତ

ଗତ କାଲି ଆଫଗାନିସ୍ତାନ ପ୍ରିମିୟର ଲିଗ ରେ ଅନୁଷ୍ଠିତ ଏକ ମ୍ଯାଚ ରେ ଆଫଗାନିସ୍ତାନ୍‌ର ଓପନର ହଜରତୁଲ୍ଲା ଜାଜାଇ ଗୋଟିଏ ଓଭରରେ ୬ଟି ଛକ୍କା ମାରିଛନ୍ତି । ଆଉ ତା ସହିତ ସେ ୫୦ ରନ୍ ସଂଗ୍ରହ କରିଛନ୍ତି ମାତ୍ର ୧୨ଟି ବଲ୍‌ରୁ । ସେ ଖେଳୁଥିଲେ କାବୁଲ ଜୱାନନ୍ ଟିମ ପକ୍ଷରୁ । ସେ ଗୋଟିଏ ଓଭରରେ ୬ଟି ଛକ୍କା ମାରିବା ସହିତ ୬୨ ରନ୍ ସଂଗ୍ରହ କରିଥିଲେ ମାତ୍ର ୧୭ଟି ବଲ୍‌ରୁ । ହଜରତୁଲ୍ଲା ଏହି ରେକର୍ଡ କରିଥିଲେ ଆଫ୍‌ଗାନିସ୍ତାନ ପ୍ରିମିୟର ଲିଗ୍‌ରେ ରବିବାର କାବୁଲ ଜୱାନନ୍ ଓ ବଲଖ ଲିଜେଣ୍ଡସ୍ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‌ରେ ।

୧୨ଟି ବଲ୍ ଖେଳି ସେ ୫୦ ରନ୍‌ ସଂଗ୍ରହ କରିବା ପରେ ସେ ଏହା ସହିତ ସେ ଭାରତର ଯୁବରାଜ ସିଂହ ଓ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍ ଗେଲ୍‌ଙ୍କ ସମକକ୍ଷ ହୋଇପାରିଛନ୍ତି । ଟ୍ୱେଣ୍ଟି ଟ୍ୱେଣ୍ଟିରେ ଏ ଦୁଇ ବ୍ୟାଟ୍ସମ୍ୟାନ୍ ୧୨ ବଲ୍‌ରେ ଦ୍ରୁତ ୫୦ ରନ୍ କରିଥିଲେ ।

ଗୋଟେ ଓଭରରେ 6 ଛକା ସହିତ 12 ବଲରେ 50

ଆଗରୁ ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଯୁବରାଜ ସିଂହ ଇଂଲଣ୍ଡ ବିପକ୍ଷରେ ୧୨ଟି ବଲ୍‌ରୁ ୫୦ ରନ୍ କରିଥିଲେ । ସେ ଗୋଟିଏ ଓଭରରେ ଛଅଟି ବଲ୍‌ରୁ ଲଗାତାର ୬ଟି ଛକ୍କା ମଧ୍ୟ ମାରିଥିଲେ ।

ତେବେ ତାଙ୍କ ଦଳ ଏହି ମ୍ୟାଚ୍‌ରେ ହାରି ଯାଇଥିଲା । ୨୦ ବର୍ଷୀୟ ଏହି ବାମହାତି ବ୍ୟାଟ୍ସମ୍ୟାନ୍ ସ୍ପିନର ଅବଦୁଲ୍ଲା ମଜାରିଙ୍କ ଚତୁର୍ଥ ଓଭରରେ ଛଅଟି ଛକ୍କା ଲଗାଇଥିଲେ । ବଲଖ ଲିଜେଣ୍ଡସ୍ ୬ ୱିକେଟ୍ ହରାଇ ୨୪୪ ରନ୍ର ଟାର୍ଗେଟ ଦେଇଥିଲା କିନ୍ତୁ କାବୁଲ ଜୱାନନ୍ ୭ ୱିକେଟ୍ ହରାଇ ୨୨୩ ରନ୍ କରିଥିଲା ।

ଏମିତି ନୂଆ ନୂଆ ଖବର ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ