ଦୁନିଆର ସବୁଠୁ ବଡ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମର ବିଶେଷତା କେହି ଆପଣଙ୍କୁ କହିନଥିବେ! ଜାଣନ୍ତୁ ଏହା ପଛର ପୁରା କାହାଣୀ

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକ ମାନଙ୍କ ଭିତରେ କ୍ରିକେଟ ଖେଳ କି ନେଇ ବହୁତ ଆଗ୍ରହ ରହିଥାଏ । ଏବଂ କ୍ରିକେଟ ହିଁ ସମସ୍ତ ଦେଶ ଦେଶ ଭିତରେ ବନ୍ଧୁତ୍ୱ କୁ ନିବିଡ଼ କରିଥାଏ । ତେଣୁ ଏହି ଖେଳ କୁ ଦେଖିବା ପାଇଁ ଲୋକ ମାନେ ବହୁତ ଉତ୍ସାହ ଥାଆନ୍ତି । ତେବେ ଆମ ବର୍ତ୍ତମାନ ର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ସ୍ୱପ୍ନ ଥିଲା ଆମ ଦେଶ ଅର୍ଥାତ ଭାରତ ଦେଶ ରେ ସବୁଠାରୁ ବଡ଼ ଷ୍ଟାଡିୟମ ପ୍ରତିଷ୍ଠା ହେଉ । ସେ ଏହି ସ୍ୱପ୍ନ ସେତେବେଳେ ଦେଖିଥିଲେ ଯେତେବେଳେ ସେ ଗୁଜରାଟ ର ମୁଖ୍ୟମନ୍ତ୍ରୀ ଥିଲେ ।

ଏବଂ ଏବେ ସେ ସ୍ୱପ୍ନ କୁ ସାକାର କରିବାରେ ସଫଳ ମଧ୍ୟ ହୋଇଛନ୍ତି । ଏବଂ ଏହି କ୍ରିକେଟ ଷ୍ଟାଡିୟମ ବିଷୟରେ ଲୋକମାନେ ବହୁତ ପସନ୍ଦ କରିବା ସହିତ କ୍ରିକେଟ ର ମାନେ ମଧ୍ୟ ବହୁତ ପ୍ରଶଂସା କରିଛନ୍ତି । ଏହି ଷ୍ଟାଡିୟମ କୁ ପ୍ରସ୍ତୁତ କରିବା ରେ ବହୁତ ଲୋକଙ୍କ ପରିଶ୍ରମ ଅଛି । ଏବଂ ଏହି ଷ୍ଟାଡିୟମ ର କଣ ଖାସ କଥା ରହିଛି ଚାଲନ୍ତୁ ଜାଣିନେବା । ନରେନ୍ଦ୍ର ମୋଦି ଷ୍ଟାଡିୟମ ଗୁଜରାଟ ର ଆହମଦାବାଦ ର ମୋଟେରା ରେ ଅବସ୍ଥିତ ସର୍ଦାର ବଲ୍ଲଭ ଭାଇ ପଟେଲ ସ୍ପୋର୍ଟସ ଏନକଲେବ ଭିତରେ ଅବସ୍ଥିତ । ଏହା ଦ୍ୱିତୀୟ ବୃହତ୍ତର ଷ୍ଟାଡିୟମ ।

ଏହା ଭିତରେ ଲୋକ ବସିବା ପାଇଁ ଏକ ଲକ୍ଷ ବତିଶ ହଜାର ଲୋକ ବସିବା ର ସୁବିଧା ଅଛି । ଏହା ସାବର ମତୀ ନଦୀ କୂଳରେ ଅବସ୍ଥିତ ଅଟେ । ଏହି ଷ୍ଟାଡିୟମ ଗୁଜରାଟ କ୍ରିକେଟ ଆସୋସିଏସନ ଙ୍କ ଦେଖା ଯୋଖା ରେ ପ୍ରସ୍ତୁତ ହୋଇଛି । କିଭଳି ଏକ ପୁରୁଣା ଷ୍ଟାଡିୟମକୁ ଏକ ନୂତନ ରୂପ ଦେଇ ତାକୁ ଏକ ବିଶାଳ ଷ୍ଟାଡିୟମରେ ପରିଣତ କରିବା ଥିଲା ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ । ନରେନ୍ଦ୍ର ମୋଦି ଯେବେ କେନ୍ଦ୍ର ସରକାର ରେ ଆସିଲେ ସେ ସେତେବେଳେ ଅମିତ ଶାହ ଙ୍କୁ ଏହାର ଦାୟିତ୍ୱ ଦେଇ ଦେଲେ ।

ଏବଂ ଅମିତ ଶାହ ଅଧକ୍ଷ ହେବା ପରେ ଏହି ମେଘା ପ୍ରୋଜେକ୍ଟ କୁ ସଭାଳିଲେ । ଏବଂ ନିଜ ଟିମ ରେ ପରିମଳ ନଥମାନି ଯିଏ ଜିସିଏ ର ଉପ ସଭାପତି ଥିଲେ, ଏବଂ ତାଙ୍କ ସହିତ ଜେସା ଯିଏ ପୂର୍ବ ଜାଏଂଟ ସେକ୍ରେଟାରୀ ଜିସିଏ । ଏବଂ ଏବେ ବିସିଆଇ ରେ ଜଏଣ୍ଟ ସେକ୍ରେଟାରୀ ଏବଂ ଏସିୟନ କ୍ରିକେଟ କାଉନସିଲ ରେ ପ୍ରେସିଡେଣ୍ଟ ଅଛନ୍ତି । ତାଙ୍କୁ ଏହି ଭାର ଦିଆ ଗଲା ।

ଏବଂ ସେପ୍ଟେମ୍ବର ୨୦୧୯ ରେ ଜିସିଏ ର ନୂଆ ଟିମ ସଙ୍ଘଠିତ ହେଲା । ଯେଉଁଥିରେ ଧନରାଜ ନଥମାନି ଙ୍କୁ ଉପ ସଭାପତି କରାଗଲା । ଏହି ନୂତନ ଟିମ ଷ୍ଟାଡିୟମକୁ ଶେଷ କରିବାର ବହୁତ ଚେଷ୍ଟା କରିଛନ୍ତି । ଏହି ଷ୍ଟାଡିୟମର ଆକାର ଓଲମ୍ପିକ ଷ୍ଟାଣ୍ଡର୍ଡ଼ ର ବତିଶ ଫୁଟବଲ ଷ୍ଟାଡିୟମର ର ବରା ବର । ଏବଂ ଆଇଫଲ ଟାୱାର ଠାରୁ ଦଶ ଗୁଣ ଅଧିକ ଷ୍ଟିଲ ଏହାକୁ ପ୍ରସ୍ତୁତ କରିବାରେ ଖର୍ଚ୍ଚ ହୋଇଛି । ଏଥିରେ ବ୍ୟବହୃତ ଗୋଟିଏ ପିଲର ର ଓଜନ ୨୬୦ ଟନ । ଏବଂ ଏହାର ଉଚ୍ଚତା ଦଶ ତାଲା ସହ ସମାନ । ଏହି ଷ୍ଟାଡିୟମର ନବୀକରଣ ପଛରେ ଅଷ୍ଟ୍ରେଲିଆ ର ଆର୍ଟିରଚର ଙ୍କ ହାତ ଅଛି । ଏବଂ ଏହାର ଡିଯାଇନ ଏବଂ ପ୍ରସ୍ତୁତ ର ଭାର ଭାରତ ର କମ୍ପାନୀ କରିଛି । ଏହି ଷ୍ଟାଡିୟମରେ ଏଗାର ଟି ପିଚ ଅଛି ।

ଏବଂ ବର୍ଷା ହେଲେ ପାଣି ଆରାମ ରେ ବାହାର କରା ଯାଇପାରିବ । ଏହି ଷ୍ଟାଡିୟମରେ ଚାରଟି ଡ୍ରେସିଂ ରୁମ ସହ ଏକ ବୃହତ ଜିମ ଏବଂ ଏକ ଅଲମ୍ପିକ ସାଇଜ ର ସୁଇମିଂଗ ଫୁଲ ମଧ୍ୟ ଅଛି । ଏବଂ ଏଭକି ଲାଇଟ ଲଗା ଯାଇଛି କି ଖେଳାଳୀ ମାନଙ୍କ ଛାଇ ପଡ଼ିବ ନାହିଁ । ଏବଂ ଏହା ଦ୍ୱାରା ଆମ ବିଜୁଳି ମଧ୍ୟ ବଞ୍ଚି ପାରିବ । ଏବଂ ଲୋକ ମାନଙ୍କ ର ଯିବା ଆସିବା ବସିବା ଖାଇବା ଆଦି ସବୁର ବହୁତ ଗୁରୁତ୍ୱ ଦିଆ ଯାଇଛି । ଏବଂ ଏହା ଭିତରେ ଅନେକ ସୁବିଧା ମାନ ମଧ୍ୟ ରହିଛି । ଏଥିରେ ବହୁତ ବଡ଼ ପାର୍କିଂ ଏରିଆ ମଧ୍ୟ ପ୍ରସ୍ତୁତ କରା ଯାଇଛି । ଏହି ଷ୍ଟାଡିୟମ ଏବେ ସମସ୍ତ ଙ୍କ ପାଖରେ ଚର୍ଚ୍ଚିତ ହେଉଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।