ସତର୍କ ରୁହନ୍ତୁ ! ଓଡିଶାକୁ ଆଜି ପୁଣି ମାଡି ଆସୁଛି ବାତ୍ୟା, ଜାଣନ୍ତୁ କାହିଁକି ସବୁବେଳେ Odisha ରେ ହିଁ ମାଡ ହେଉଛି ବାତ୍ୟା (Cyclone-Prone State)

ଓଡ଼ିଶାକୁ ପୁଣି ମାଡି ଆସୁଛି ବାତ୍ୟା । ଛାନିଆ ହେଲେଣି ଉପକୂଳବର୍ତ୍ତୀ ଲୋକେ । ଆତଙ୍କିତ ଅବସ୍ଥାରେ କଟୁଛି ଦିନ । ଅକ୍ଟୋବର ମାସ ଯେତିକି ପାଖେଇ ଆସୁଛି ଉପକୂଳ ଲୋକଙ୍କ ଚିନ୍ତା ସେତିକି ବଢୁଛି । କାରଣ ପ୍ରତିବର୍ଷ ଏହି ବାତ୍ୟା ମାଡରେ ଅଣ୍ଟା ଭା-ଙ୍ଗି ଯାଉଛି ଉପକୂଳ ଲୋକଙ୍କର । ତେବେ ଆସନ୍ତୁ ଜାଣିବା କାହିଁକି ବାରମ୍ବାର ଓଡିଶା ମୁହାଁ ହେଉଛି ବାତ୍ୟା । ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଧୀରେ ଧୀରେ ବାତ୍ୟାର ରୂପ ନେବାର ଆଶଙ୍କା କରାଯାଉଛି ।

ଏହା ବାତ୍ୟାରେ ପରିଣତ ହେବା ପରେ ସ୍ଥଳଭାଗ ଛୁଇଁ ପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ୨୦୧୯ ରେ ଫନି, ୨୦୨୦ ରେ ଅମ୍ଫନ ଆଉ ଚଳିତ ବର୍ଷ ଓଡିଶା ମୁହାଁ ହୋଇଥିଲା ସାମୁଦ୍ରିକ ଝଡ ୟାଶ । ଲଗାତର ତିନି ବର୍ଷ ଧରି ଓଡିଶା ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ ପ୍ରକୋପକୁ ସାମନା କରୁଛି । ତେବେ କେବଳ ଏହି ତିନି ବର୍ଷ ନୁହେଁ, ବରଂ ଯଦି ଭାରତ ପୂର୍ବ ଓ ପଶ୍ଚିମ ତଟକୁ ଦେଖିବା ତେବେ ପ୍ରତିବର୍ଷ ଏକାଧିକ ବାତ୍ୟା ଆସୁଛି । କେଉଁଠି ଭୀଷଣ ତ କେଉଁଠି ଅତି ଭୀଷଣର ରୂପ ନେଉଛି ।

୧୯୯୯ ମସିହା ଅକ୍ଟୋବରରେ ଆସିଥିବା ମହାବାତ୍ୟା, ଫାଇଲିନ, ହୁଡହୁଡ୍, ଓ ମେ ମାସରେ ଆସିଥିବା ଫନି, ଅମ୍ଫନ ଓ ୟାଶ ପରି ଓଡ଼ିଶାକୁ ପ୍ରାୟ ପ୍ରତ୍ଯେକ ବର୍ଷ ପ୍ରଭାବିତ କରୁଛନ୍ତି ବଡ ବଡ ବାତ୍ୟା । କାହିଁକି ଉପକୂଳବର୍ତ୍ତୀ ରାଜ୍ୟଗୁଡିକ ଉପରେ ଲଗାତାର ଦାଉ ସାଧି ଚାଲିଛି ବଙ୍ଗୋପସାଗରରେ ଉଠୁଥିବା ଏହି ସାମୁଦ୍ରିକ ଝଡ ?

ଓଡ଼ିଶାକୁ ୟାଶ ଆସିବାର କିଛି ଦିନ ପୂର୍ବରୁ ବି କଙ୍କଣ ଓ ମହାରାଷ୍ଟ୍ର ତଟରେ ଭୀଷଣ ତାଣ୍ଡବ ରଚିଥିଲା ବାତ୍ୟା ‘ତାଉତେ’ । ତେବେ କାହିଁକି ବଙ୍ଗୋପସାଗର ଓ ଆରବସାଗର ସମେତ ଉତ୍ତର ଭାରତ ମହାସାଗରରେ ବାରମ୍ବାର ସୃଷ୍ଟି ହେଉଛି ବାତ୍ୟା ? କେଉଁ ବର୍ଷ ଗୋଟିଏ ତ ଯେଉଁ ବର୍ଷ ଏକାଧିକ ପ୍ରକୃତିକ ବିପର୍ଯ୍ୟୟ ପଛର କାରଣ କଣ ? ଜଳବାୟୁ ପରିବର୍ତ୍ତନ ସହ ଏହି ବୃଦ୍ଧି ଘଟୁଛି କି ? ବଙ୍ଗୋପସାଗରରେ ଭୀଷଣ ଓ ଅତି ଭୀଷଣ ବାତ୍ୟା ସଂଖ୍ୟାରେ କୌଣସି ପରିବର୍ତ୍ତନ ଆସିନି ।

ତେବେ କିଛି ଦଶନ୍ଧି ହେବ ଆରବସାଗରରେ ଏହି ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି । ତେବେ ଯେଉଁ ଭଳି ଜଳବାୟୁ ପରିବର୍ତ୍ତନ ହେଉଛି ସେଥିପାଇଁ ଏହି ଦୁର୍ବିପାକ ବୃଦ୍ଧି ପାଉଛି ବୋଲି କୁହାଯାଉଛି । ତେବେ ବଙ୍ଗୋପସାଗର ଓ ଆରବସାଗରରେ ବାତ୍ୟା ସମୁଦ୍ର ତଟର ନିକଟବର୍ତ୍ତୀ ହେବା ବେଳକୁ ମନ୍ଥର ହୋଇଯାଉଛି ।

ଏଥିସହ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷାରେ ମଧ୍ୟ ପରିବର୍ତ୍ତନ ଆସିଛି ବୋଲି ସେ କହିଛନ୍ତି । ବାତ୍ୟା ୟାଶ ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ପରବର୍ତ୍ତୀ ସମୟରେ ବନ୍ୟା ହେବାର ମଧ୍ୟ ନିର୍ଦ୍ଧିଷ୍ଟ କାରଣ ରହିଛି । ଅତି ଭୀଷଣ ଘୂର୍ଣ୍ଣିଝଡ ସମୁଦ୍ରରେ ଗତି କଲା ବେଳେ ଅତ୍ଯାଧିକ ଜଳୀୟବାଷ୍ପ ସଂଗ୍ରହ କରିଥିଲା । ତେଣୁ ଉପକୂଳରେ ଅଧିକ ବର୍ଷା ହେଲା । ତେବେ ପୁଣି ଓଡିଶା ମୁହାଁ ହୋଇଥିବା ବାତ୍ୟା ‘ଗୁଲାବ’ ଗୋପାଳପୁର ମଛିରିପାଟନମ ମଝିରେ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୬୫ ରୁ ୭୫ କିଲୋମିଟର ରହିବ ।

ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଉପକୂଳ ଏବଂ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।