କାହିଁକି ଓଡିଶାକୁ ବାରମ୍ବାର ଆସୁଛି ବାତ୍ୟା ? କାହିଁକି ବଙ୍ଗୋପସାଗରରେ ସୃଷ୍ଟି ହେଉଛି ସାମୁଦ୍ରିକ ଝଡ ? ଦେଖନ୍ତୁ ଏନେଇ କ’ଣ କହୁଛନ୍ତି ପାଣିପାଗ ବିଶେଷଜ୍ଞ

ପୁଣି ଓଡିଶାକୁ ଘାରୁଛି ବାତ୍ୟା ଭୟ ! ଶନିବାର ଦିନ ଏହା ସ୍ଥଳଭାଗ ଛୁଇଁବ । ଆଉ ଚିନ୍ତାରେ ପଡିଗଲେଣି ଉପକୂଳବାସୀ । ଶନିବାର ଯେତିକି ଯେତିକି ପାଖେଇ ଆସୁଛି ସମୁଦ୍ର କୂଳିଆ ଲୋକେ ସେତିକି ଛାନିଆ ହେଇଛନ୍ତି । କାରଣ ଏଥର ଅକ୍ଟୋବର କି ନଭେମ୍ବର ନୁହେଁ ବରଂ ବାତ୍ୟା ଆସୁଛି ଡିସେମ୍ବରରେ । ଆଉ ବାତ୍ୟା ଖବର ପାଇବା ପରେ ଆ-ତ-ଙ୍କି-ତ ଅବସ୍ଥାରେ ଅଛନ୍ତି ଉପକୂଳିଆ ଲୋକେ । କାରଣ ବାତ୍ୟା ଆସିଲେ ଖାସ୍ କରି ସମୁଦ୍ରକୂଳିଆ ଲୋକଙ୍କ ଅଣ୍ଟା ହିଁ ଭାଙ୍ଗି ଯାଏ ।

ତେବେ ଆସନ୍ତୁ ଜାଣିବା କାହିଁକି ବାରମ୍ବାର ଓଡିଶା ମୁହାଁ ହେଉଛି ଏହି ବାତ୍ୟା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେଇଛି ବୋଲି ଆଇଏମଡ଼ି ମହା ନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେବା ପରେ ଏବେ ଉପକୂଳିଆ ଲୋକଙ୍କ ସହ ଚିନ୍ତାରେ ଅଛନ୍ତି ଚାଷୀ । କାଳକ୍ରମେ ଏହି ଲଘୁଚାପ ପଶ୍ଚିମ-ଉତ୍ତର ଓ ପଶ୍ଚିମରେ ଗତି ୨ ତାରିଖକୁ ଡିପ୍ରେସନରେ ପରିଣତ ହେବ ଏବଂ ଆସନ୍ତା ୪ ତାରିଖରେ ବାତ୍ୟାରେ ପରିଣତ ହୋଇ ଉପକୂଳରେ ପହଞ୍ଚିବ ।

ଏହାର ପ୍ରଭାବରେ ୩ ତାରିଖ ରାତିରୁ ଓଡିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ । ଆଉ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଏବେ ଚିନ୍ତାରେ ଉପକୂଳ ଓ ଦକ୍ଷିଣ ଓଡିଶାର ଲୋକେ । ତେବେ ୨୦୧୯ରେ ଫନି, ୨୦୨୦ରେ ଅମ୍ଫନ ଆଉ ଏବର୍ଷ ମେ ମାସ ୨୬ ତାରିଖରେ ଓଡିଶା ମୁହାଁ ହୋଇଥଲା ସାମୁଦ୍ରିକ ଝଡ ୟାଶ । ଲଗାତାର କିଛି ବର୍ଷ ଧରି ଓଡିଶା ସାମୁଦ୍ରିକ ଝଡକୁ ସାମନା କରୁଛି । ତେବେ ଓଡିଶା ନୁହେଁ ବରଂ ଭାରତକୁ ମଧ୍ୟ ପ୍ରତ୍ଯେକ ବର୍ଷ ବାତ୍ୟା ଆସୁଛି ।

କେଉଁଠି ଭୀଷଣ ତ ଆଉ କେଉଁଠି ଅତି ଭୀଷଣ ରୂପ ନେଉଛି ସାମୁଦ୍ରିକ ଝଡ । ଅକ୍ଟୋବର ୨୯ରେ ଆସିଥିବା ମହାବାତ୍ୟା, ଫାଇଲିନ, ହୁଡହୁଡ୍ ହେଉ କି ମେ ମାସରେ ଆସିଥିବା ଫନି, ଅମ୍ଫନ ଓ ୟାଶ ହେଉ ପ୍ରତିବର୍ଷ ଅଣ୍ଟା ଭାଙ୍ଗି ଦେଉଛି ବାତ୍ୟା । ଆଉ ବାତ୍ୟା ମା-ଡ-ରେ ଘରଦ୍ଵାର ଓ ଜୀବିକା ହରାଇ ବସୁଛନ୍ତି ଲକ୍ଷାଧିକ ଲୋକ । ତେବେ ଓଡିଶାକୁ ଆସିଥିବା ୟାଶ ପୂର୍ବରୁ ‘ତାଉତେ’ ଗୁଜୁରାଟରେ ତାଣ୍ଡବ ରଚିଥିଲା । ଏବେ ପୁଣି ଥରେ ବାତ୍ୟା କଥା ଆସିବାରୁ ଏବେ ଚିନ୍ତାରେ ଲୋକେ ।

ତେବେ ବାରମ୍ବାର ବାତ୍ୟା ଆସିବାକୁ ନେଇ କୁହାଯାଉଛି କି ଜଳବାୟୁରେ ଆକସ୍ମିକ ପରିବର୍ତ୍ତନ ହେଉଛି ଏହାର ପ୍ରମୁଖ କାରଣ । ପାଣିପାଗ ବିଶେଷଜ୍ଞଙ୍କ କହିବ ଅନୁସାରେ ବଙ୍ଗୋପସାଗରରେ ବାତ୍ୟା ସଂଖ୍ୟାରେ କୌଣସି ପରିବର୍ତ୍ତନ ଆସିନାହିଁ ସତ, କିନ୍ତୁ ଆରବସାଗରରେ ସାମୁଦ୍ରିକ ଝଡର ସଂଖ୍ୟା ବଢିଛି । ବାତ୍ୟା ସମୁଦ୍ରକୁଳ ଛୁଇଁବା ବେଳକୁ ଦୁର୍ବଳ ହେଉଥିବାର ମଧ୍ୟ ଦେଖାଯାଉଛି ।

କିନ୍ତୁ ଜଳବାୟୁ ପରିବର୍ତ୍ତନ କାରଣରୁ ପ୍ରବଳ ବର୍ଷା ହେଉଛି, ଯାହା ବନ୍ୟାର କାରଣ ହେଉଛି । ତେବେ ଏହି ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡିଶା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।