ଏବେ ହ୍ଵାଟସଆପ ରେ ବି ମିଳିବ ଇଂଷ୍ଟାଗ୍ରାମ ଭଳି ଫିଚର, ଜାଣନ୍ତୁ ୟୁଜର୍ସ ମାନଙ୍କ ପାଇଁ କେତେ ଖାସ୍ ଏହି ସବୁ ଫିଚର

ଆଜିକାଲି ପ୍ରାୟତଃ ଲୋକାମାନେ ନିଜ ଜୀବନର ଅଧା ସମୟ ସୋସିୟାଲ ମିଡିୟାରେ ବିତାଉ ଛନ୍ତି । ଏଥିରେ ନୂଆ ନୂଆ ପରିବର୍ତନକୁ ସମସ୍ତେ ଅପେକ୍ଷା କରିଥାନ୍ତି । ବର୍ତ୍ତମାନ ଦେଖାଯାଉଛି ଯେ ଇଂସ୍ଟେଂଟ ମୈସେଜିଂଗ ସର୍ଭିସ ହ୍ଵାଟସଆପ ଲଗାତାର ନିଜର ଫିଚର୍ସରେ ଚେଞ୍ଜେସ ଆଣୂଛି, ବର୍ତ୍ତମାନ କିଛି ଦିନ ହେବ ହିଁ କମ୍ପାନୀ ନୂଆ ସ୍ଟିକର ର ଫିଚର ଆଡ କରିଛି ଏବଂ ଏହା ସମସ୍ତଙ୍କୁ ବହୁତ ପସନ୍ଦ ମଧ୍ୟ ଆସୁଛି ।

ସ୍ଟୀକର୍ସ ପରେ ହ୍ଵାଟସଆପ ଆନୁଛି ନୂଆ ଅପଡେଟ

କିନ୍ତୁ ବର୍ତ୍ତମାନ କୁହାଯାଉଛି ଯେ ହ୍ଵାଟସଆପରେ ଏକ ନୂଆ ଫିଚର ବି ଆସୁଛି ଏବଂ ଏହା ଇଂଷ୍ଟାଗ୍ରାମ ଭଳି ହେବ । ଏହି ଫିଚର ୟୂଜର୍ସ ଙ୍କୁ କଣ୍ଟାକ୍ଟ ଗୁଡିକୁ ଏଡ କରିବାରେ ସାହାର୍ଯ୍ୟ କରିବ । ଏହି ଫିଚର ନାମ “ଶେୟାର କଣ୍ଟାକ୍ଟ ଭାୟା କ୍ୟୁ ଆର କୋଡ” । ଏହି ଫିଚର ଜରିଆରେ ଲୋକମାନେ ନିଜର କଣ୍ଟାକ୍ଟକୁ ନ ପଠାଇ ନିଜର କ୍ଯୂ ଆର କୋଡ ରେ ନିଜର ନମ୍ବର ସେୟାର କରିପାରିବେ ଏବଂ ଅନ୍ୟଜଣ ଏହି କୋଡକୁ ସ୍କାନ କରି କାଂଟେକ୍ଟକୁ ନେଇ ପାରିବେ ।

ଏହା କୁହାଯାଉଛି ଯେ ଏହି ଫିଚର ଇଂଷ୍ଟାଗ୍ରାମର ନେମଟେଗ ଫିଚର ଭଳି ଅଟେ, ଏହା ଜରିଆରେ ୟୂଜର୍ସ ନିଜର କୋଡକୁ ଅନ୍ୟ କୁ ଦେଖାଇ ନିଜର କାଂଟେକ୍ଟରେ ଆଡ ହୋଇଯିବ । ହ୍ଵାଟସଆପ ନିଜର ସବୁ ୟୂଜର୍ସଙ୍କ ପାଇଁ ଏକ ୟୁନିକ କୋଡ ତିଆରି କରିବ । ସୂଚନା ଅନୁସାରେ କ୍ଯୂ ଆର କୋଡ ଆପେ ଆପେ ୟୂଜର୍ସ ର ସବୁ ଇନ୍ଫୋ ଭରି ଦେବ ଏବଂ ଯାହାଦ୍ୱାରା ୟୂଜର୍ସ ସହଜରେ ତାକୁ ଆଡ କରି ପାରିବେ ।

ବର୍ତ୍ତମାନ କିଛି ଦିନ ପୂର୍ବରୁ ହ୍ଵାଟସଆପ ନିଜର ସ୍ଟିକର ର ଫିଚର ଲଞ୍ଚ କରିଛି । ଲୋକମାନଙ୍କୁ ନିଜର କଥା କହିବାକୁ ବହୁତ ସହଜ ହୋଇଥାଏ, ତାଙ୍କର ଗୋଟିଏ କିଳ୍କ ରେ ତାଙ୍କର କଥା ସାମନା ବଳକୁ ପହଞ୍ଚି ଯାଏ । ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି ଏବଂ ଲୋକମାନେ ଏହାକୁ ପ୍ରଥମ ଦିନରୁ ହିଁ ବହୁତ ବ୍ୟବହାର କରୁଛନ୍ତି ।

କିନ୍ତୁ ଗୋଟିଏ ଅସୁବିଧା ଅଛି ଏହି ସ୍ଟିକର କୁ ସର୍ଚ କରିବା ପାଇଁ କିଛି ଅପ୍ଶନ ନାହିଁ, ଏଥିପାଇଁ ହ୍ଵାଟସଆପ ଏହି ସମସ୍ୟା ଉପରେ କାମ କରୁଛି । ଏବଂ ୟୂଜର୍ସ ନିଜର ମନ ପସନ୍ଦ ର ସ୍ଟିକରକୁ ସହଜରେ ସର୍ଚ କରି ପଠେଇ ପାରିବେ ।