ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଶରୀରର ଏହି ଅଙ୍ଗ ସବୁ ଥରିଲେ ମିଳିଥାଏ ଏହି ସବୁ ଲାଭ

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଶରୀରର ବହୁତ ସଂବେଦନଶୀଳ ହୋଇଥାଏ । ବ୍ୟକ୍ତି ପାଖରେ ଏକ ଏମିତି ଶକ୍ତି ଥାଏ ଯାହା ହେବାକୁ ଥିବା ଘଟଣାର ସୂଚନା ଆରମ୍ଭରୁ ଦେଇଥାଏ । କିନ୍ତୁ ଆଜିକାଲି ଲୋକମାନେ ଏହି ସବୁ କଥାକୁ ଅନ୍ଧବିଶ୍ଵାସ ବୋଲି କହି ଏହି କଥା ଗୁଡିକ ଉପରେ ବିଶ୍ଵାସ କରୁ ନାହାନ୍ତି । କିନ୍ତୁ ଯଦି ଆପଣ ସାମୁଦ୍ରିକ ଶାସ୍ତ୍ରରେ ବ୍ୟକ୍ତିର କେଉଁ ଅଙ୍ଗଟି ଥରିବା ଦ୍ଵାରା କଣ ଅର୍ଥ ହୋଇଥାଏ ସେହି କଥା ଗୁଡିକ କୁହା ଯାଇଛି । ଆଜି ଆମେ ଆପଣଙ୍କୁ କହିବୁ କି କେଉଁ ଅଙ୍ଗ ଥରିବା ଦ୍ଵାରା କଣ ଅର୍ଥ ଦର୍ଶାଇ ଥାଏ ।

ମୁଣ୍ଡ

ଯଦି କୌଣସି ବ୍ୟକ୍ତିର ମୁଣ୍ଡ ଥରି ଥାଏ ତେବେ ଏହାର ଅର୍ଥାତ ସେ ବହୁତ ଜଲ୍ଦି ଘର କିମ୍ବା ଜମି କିଣିବାରେ ସଫଳ ହୋଇପାରିବ । ଯଦି ମୁଣ୍ଡ ଆଗ ପାଖ ଥରୁଛି ତେବ ଆପଣଙ୍କ ଚାକିରିରେ ପଦୋନ୍ନତି ମିଳିବ ଏବଂ ମାନ ସମ୍ମାନ ମିଳିବ ।

ବାହୁ

ଯଦି କୌଣସି ବାହୁ ର ମଧ୍ୟ ଭାଗରେ ଥରି ଥାଏ ତେବେ ଏହା ଧନ ଲାଭର ସଂକେତ ଦେଇଥାଏ ।

ହାତ

ଯଦି କୌଣସି ବ୍ୟକ୍ତିର ହାତ ଥରି ଥାଏ ତେବେ ଏହା ବହୁତ ଶୁଭ ବୋଲି କୁହାଯାଏ କାରଣ ହାତ ଥରିବା ଦ୍ଵାରା ଆପଣଙ୍କୁ ଧନ ଲାଭ ହେବାର ସମ୍ଭାବନା ଥାଏ ।

ଛାତି

ବ୍ୟକ୍ତିକୁ ଛାତି ଥରି ଥାଏ ତେବେ ଏହା ବିଜୟର ସଂକେତ ଦେଇ ଥାଏ । ଏହାର ଅର୍ଥାତ ଆପଣ ବହୁତ ଜଲ୍ଦି କୌଣସି କାମରେ ବିଜୟ ପ୍ରାପ୍ତ କରିବାର ଅଛି ।

ନାଭି

ବ୍ୟକ୍ତିର ଯଦି ନାଭି ଥରି ଥାଏ ଏହାର ଅର୍ଥାତ ଆପଣ କୌଣସି ଯାତ୍ରା ସମୟରେ ଲାଭ ପ୍ରାପ୍ତ ହୋଇ ପାରିବେ ।

ପାଦ

ଯଦି କୌଣସି ବ୍ୟକ୍ତିର ପାଦ ତଳେ ହଲଚଲ ହୁଏ ଏହାର ଅର୍ଥ ଆପଣ ଏକ ଯାତ୍ରା ରେ ଯାଇ ପାରନ୍ତି ।

ଡାହାଣ ପାଟ ଆଖି

ଯଦି କୌଣସି ବ୍ୟକ୍ତିର ଡାହାଣ ପାଟ ଆଖି ଡେଉଁଥାଏ ତେବେ ତାହା କୌଣସି ପ୍ରକାରର ଖୁସି ଖବର କିମ୍ବା ଧନ ଲାଭ ହେବାର ସଂକେତ ଦେଇ ଥାଏ ।

ଡାହାଣ ପଟ ପାପୁଲି

ଯଦି କୌଣସି ବ୍ୟକ୍ତିର ଡାହାଣ ପାଟ ପାପୁଲି ଥରି ଥାଏ ତେବେ ଆପଣଙ୍କୁ କେଉଁଠାରୁ ଧନ ଲାଭ ହେବାର ସଂକେତ ମିଳିଥାଏ । କିନ୍ତୁ ବାମ ହାତର ପାପୁଲି ଥରିବା ହାନି କାରକ ହୋଇ ଥାଏ ।