ଘଡଘଡି ସମୟରେ ବାହାରେ ଥିଲେ କଣ କରିବେ ! ଜାଣନ୍ତୁ ବଜ୍ରପାତ ରୁ ରକ୍ଷା ପାଇବା ପାଇଁ କିଛି ଜରୁରୀ ଉପାୟ ।

ଘଡଘଡି ସମୟରେ ବାହାରେ ଥିଲେ କଣ କରିବେ?

ବର୍ତ୍ତମାନ ବାହାର ପାଣିପାଗ ସବୁବେଳେ ଖରାପ ରହୁଛି । ଘଡଘଡି ସହ ପ୍ରବଳ ମାତ୍ରା ରେ ବର୍ଷା ହେଉଛି ଏଥିରେ ରହିଛି ସବୁଠାରୁ ଭୟଙ୍କର କଥା ବର୍ଜ୍ୟପାତ ଘଡ଼ଘଡି । ବଜ୍ରପାତ ରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ଉପାୟ ରହିଛି । ପ୍ରତିବର୍ଷ ସହ ସହ ଲୋକଙ୍କ ଜୀବନ ନେଉଛି ଏହି ବିଜୁଳି ଓ ଘଡଘଡି । ଯେଉଁମାନେ ବର୍ଷା ଦିନେ ଖୋଲା ପଡିଆ ରେ ଛିଡା ହୋଇଥାନ୍ତି, ଗଛ ତଳେ ଆଶ୍ରୟ ନେଇଥାନ୍ତି, ବିଦ୍ୟୁତ ଖୁଣ୍ଟ କିମ୍ବା ମୋବାଇଲ ଟାୱାର ନିକଟରେ ଛିଡ଼ା ହୋଇଥାନ୍ତି ସେମାନ ଙ୍କ ପାଇଁ ବଜ୍ରପାତ ର ଅଧିକ ଆଶଙ୍କା ରହିଥାଏ । ଖୋଲା ଆକାଶ ତଳେ ଥିବା ସମୟରେ ପାଖରେ ଥିବା ଛାତଘର କୁ ଯିବା କୁ ପ୍ରୟାସ କରନ୍ତୁ ।

ଟାୱାର ନିକଟ ରୁ ଦୂରରେ ରୁହନ୍ତୁ

ଏହା ଦ୍ୱାରା ବଜ୍ରପାତ ରୁ ରକ୍ଷା ପାଇ ପାରିବେ । ଯଦି ପାଖରେ କୈଣସି ଛାତ ଘର ନାହିଁ ତେବେ ପାଣି, ବିଜୁଳି ଖୁଣ୍ଟ, ଗଛ ଓ ମୋବାଇଲ ଟାୱାର ନିକଟ ରୁ ଦୂରରେ ରୁହନ୍ତୁ ।

ନହେଲେ ଦୁଇ ଗୋଡ଼ କୁ ଯୋଡ଼ି ଭୂମି ଉପରେ ଆଣ୍ଠେଇ ବସି ରୁହନ୍ତୁ ଯଦି କେଉଁଠି କୁ ଯାଇ ପାରୁ ନାହାଁନ୍ତି । ବିଜୁଳି ମାରିବା ସମୟରେ ଯଦି ଭିଡ଼ ରେ ଥାଆନ୍ତି ତେବେ ପରସ୍ପର ଠାରୁ ଦୂରରେ ରୁହନ୍ତୁ କାହା ର ହାତ ଧରନ୍ତୁ ନାହିଁ ଓ ଛତା କୁ ଦୂରରେ ରଖନ୍ତୁ ।

ଛଡ ତୋଫାନ ସମୟରେ ସ୍ୱାସ ରୋଗୀ ପଦାକୁ ବାହାରି ବା ଅନୁଚିତ । ଘର ର କବାଟ ଦେଇ ଘରେ ରୁହନ୍ତୁ । ଆକାଶ ରେ ଯେତେବେଳେ ବାଦଲ ମଧ୍ୟରେ ଧକ୍କା ହୁଏ ହଠାତ ସେତେବେଳେ ସମୟରେ ଘଡ଼ଘଢଡି ଓ ବିଜୁଳି ହୋଇଥାଏ ।

ଆକାଶ ରେ ହେଉଥିବା ବଜ୍ରପାତ କିଛି ସମୟ ପାଇଁ ହୋଇଥାଏ କିନ୍ତୁ ଏଥିରେ ଏତେ କରେଣ୍ଟ ଥାଏ ଯେ ଜଣଙ୍କ ଜୀବନ ଯାଇଥାଏ । ଏହା ଉପରେ କିଛି ସତର୍କତା ଅବଲମ୍ବନ କରିବା ଉଚିତ ।