କ’ଣ ହେଲା ଯେତେବେଳେ କନେଷ୍ଟବଳ ପ୍ରଧାନମନ୍ତ୍ରୀଙ୍କୁ ମାଗିଲେ ଲାଞ୍ଚ ? ଏମିତି ଏକ ମନଛୁଆଁ କାହାଣୀ ଶୁଣିଲେ ଆପଣ ବି କରିବେ ସଲାମ !

ଆଜିକୁ ପ୍ରାୟ ୪୨ ବର୍ଷ ତଳେ ଅର୍ଥାତ ୧୯୭୯ ମସିହାରେ ଉତ୍ତରପ୍ରଦେଶର ଇଟାମା ଜିଲ୍ଲାର ଉସରାହା ଥାନାରେ ଜଣେ ଚାଷୀ ପହଞ୍ଚିଥିଲେ । ସନ୍ଧ୍ୟା ସମୟରେ ଥାନାକୁ ଆସିଥିବା ଏହି ଚାଷୀଜଣକ ବ୍ୟସ୍ତବିବ୍ରତ ଥିବା ଜଣା ପଡୁଥାନ୍ତି । ଚାଷୀ ସଙ୍କୋଚତାର ସହ ହେଡ୍ କନେଷ୍ଟବଳଙ୍କ ପାଖକୁ ଯିବା ପରେ ସେ ତାଙ୍କୁ ଗୁରୁତ୍ଵ ନଦେଇ ରୁକ୍ଷ ସ୍ଵରରେ ଥାନାକୁ ଆସିବାର କାରଣ ପଚାରିଥିଲେ । ଚୌକି ଉପରେ ବସି ଅଳସ ଭାଙ୍ଗୁଥିବା କନେଷ୍ଟବଳ ସେତେବେଳେ କିନ୍ତୁ ଜାଣି ନଥିଲେ କି ତାଙ୍କ ପାଇଁ ପୁରା ଥାନା ସସପେଣ୍ଡ ହେବାକୁ ଯାଉଛି ।

ମାଟିଲଗା ଧୋତି ଓ ଖାଲି ପାଦରେ ଥାନାକୁ ଆସିଥିବା ପତଳା ଚାଷୀକୁ ଦେଖି ସନ୍ଧ୍ୟାରେ ପୁଣି କାମ କରିବାକୁ ପଡିବ ବୋଲି କନେଷ୍ଟବଳ ବିରକ୍ତି ହୋଇଥିଲେ । ତେବେ କାରଣ ପଚାରିବାରୁ ଚାଷୀ କହିଥିଲେ କି ସେ ମିରଟରୁ ଏଠାକୁ ବନ୍ଧୁଘରକୁ ବଳଦ କିଣିବାକୁ ଆସିଥିଲେ, କିନ୍ତୁ ରାସ୍ତାରେ ତାଙ୍କ ପକେଟମାର ହୋଇଛି । ତେଣୁ ସେ ରିପୋର୍ଟ ଲେଖାଇବାକୁ ଆସିଛନ୍ତି । ଏହା ଶୁଣିବା ପରେ ବଳଦ କିଣିବା ପାଇଁ ଏତେ ଦୂରରୁ କାହିଁକି ଆସିଲୁ ?

ସତରେ ପକେଟମାର ହୋଇଛି ନା ମଦ ପିଇ ପଇସା ଉଡାଇ ଦେଇଛୁ ? ଆଉ ସ୍ତ୍ରୀ ସତ ଜାଣିଯିବ ବୋଲି ମିଛରେ ରିପୋର୍ଟ ଲେଖାଇବାକୁ ଆସିଛୁ ? ମୋଟାମୋଟି ଭାବେ ରିପୋର୍ଟ ଲେଖା ଯାଇପାରିବ ନାହିଁ ବୋଲି କନେଷ୍ଟବଳ କହିଦେଲେ । ଗୁମସୁମ ହୋଇ ଠିଆ ହୋଇଥିବା ଚାଷୀଙ୍କ ପାଖକୁ ଆଉ ଜଣେ କନେଷ୍ଟବଳ ଆସି କହିଥିଲେ କି, ‘ଯଦି କିଛି ଖର୍ଚ୍ଚ ପାଣି ଦେବ ତେବେ ରିପୋର୍ଟ ଲେଖାଇ ଦେବେ ।’ ଚାଷୀ ଖର୍ଚ୍ଚ ଦେବାକୁ ରାଜି ହେବା ପରେ ରିପୋର୍ଟ ଲେଖାଗଲା ।

ସେଥିରେ ଚାଷୀଙ୍କୁ ଦସ୍ତଖତ କରିବାକୁ କହିବାରୁ ସେ କହିଲେ, ‘ମୁଁ ମୂର୍ଖଲୋକ ଟିପ ଚିହ୍ନ ଦେବି ।’ ଏତିକି କହି ସେ ପକେଟରୁ ଗୋଟିଏ ସିଲ୍ ସହ କଲମ ବାହାର କଲେ । ଥାନା ଅଧିକାରୀ କିଛି ବୁଝିବା ଗରୁ ଚାଷୀ କାଗଜ ଉପରେ ଷ୍ଟାମ୍ପ ମାରି ସାରିଥିଲେ । ଆଉ କନେଷ୍ଟବଳ ଷ୍ଟାମ୍ପ ଦେଖି ତଟକା ହୋଇଗଲେ । କାରଣ ଷ୍ଟାମ୍ପ ବାଜିଥିଲା ‘ପ୍ରଧାନମନ୍ତ୍ରୀ ଭାରତ ସରକାର’ । କନେଷ୍ଟବଳ କିଛି ପଚାରିବା ଆଗରୁ ଚାଷୀ କାଗଜ ଉପରେ ଲେଖି ସାରିଥିଲେ ଚରଣ ସିଂ ।

ଏହାପରେ ପୁରା ଥାନା ଭୟଭୀତ ହୋଇ ପଡିଥିଲା । କିନ୍ତୁ ସେମାନଙ୍କ ପାଖରେ ଆଉ କିଛି ବି ବାଟ ନଥିଲା । କିଛି ସମୟ ପରେ ପୁରା ଥାନାକୁ ସସପେଣ୍ଡ ହେବାକୁ ପଡିଥିଲା । ପ୍ରକୃତ କଥା ହେଉଛି ସେଦିନ ପ୍ରଧାନମନ୍ତ୍ରୀ ରାସ୍ତାରେ ଯାଉଥିବା ଅଟକି ଥିଲେ ଆଉ ବିଲରୁ ମାଟି ଆଣି ଦେହରେ ବୋଲିଥିଲେ ଏବଂ ବିନା ଚପଲରେ ଥାନାକୁ ଚାଷୀ ବେଶରେ ଯାଇଥିଲେ ।

କାରଣ ସେ ଜାଣିବାକୁ ଚାହୁଁଥିଲେ ତାଙ୍କ ଦେଶରେ ଥାନା ସବୁ କେମିତି ଚାଲୁଛି । ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ଚରଣ ସିଂ ବେଶ ବଦଳାଇ ଏମିତି ଅନ୍ଧାରି ଅଭିଯାନରେ ବାହାରୁଥିଲେ । କିନ୍ତୁ ଆଜିକାଲି ଜେଡପ୍ଲସ ସିକ୍ଯୁରିଟି ସହ ବୁଲୁଥିବା ନେତାଙ୍କ ଠାରୁ ଏପରି କିଛି ଆଶା କରା ଯାଇପାରେନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।