ପେନସିଲ ନ ଫେରାଇବାରୁ କ୍ଳାସମେଟକୁ ଧରି ଥାନାକୁ ନେଇଗଲା ଛୋଟ ପିଲାଟି, କହିଲା- ‘କେସ୍ ଫାଇଲ କର…’ ଏହି ଫନି ଭିଡିଓ ଦେଖିଲେ ଆପଣ ହସି ହସି ଗଡିବେ

ପୋଲିସ ଥାନାକୁ ପ୍ରତିଦିନ ଅନେକ ପ୍ରକାରର କେସ୍ ଆସିଥାଏ । ଏମିତିରେ ପୋଲିସଙ୍କୁ ପ୍ରତିଦିନ ଅଲଗା ଅଲଗା ପ୍ରକାର ମାମଲାର ତଦନ୍ତ କରିବାକୁ ପଡିଥାଏ । ଇତିମଧ୍ୟରେ ଆନ୍ଧ୍ରପ୍ରଦେଶର କୁରୁନୁଲ ଜିଲ୍ଲାରେ ପୋଲିସବାଲାଙ୍କ ପାଖକୁ ଏମିତି ଏକ କେସ୍ ଆସିଛି ଯାହା ଦେଖି ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଘଟଣାଟି ହେଉଛି ଦୁଇ ଜଣ ସ୍କୁଲ ପିଲା ଥାନାରେ ପେନସିଲ ବିବାଦ ନେଇ ପହଞ୍ଚିଥିଲେ । ପେନସିଲ ନ ଫେରାଇବାରୁ ଜଣେ ଛୋଟ ପିଲା ନିଜ କ୍ଳାସମେଟ ଉପରେ କେସ୍ ଦର୍ଜ କରିବାକୁ ଚାହୁଁଥିଲା ।

ତା’ ସାଙ୍ଗ ତା’ଠାରୁ ପେନସିଲ ଉଧାର ନେଇଥିଲା କିନ୍ତୁ ଏବେ ଫେରାଉ ନାହିଁ ବୋଲି ସେ ଆରୋପ ଲଗାଇଥିଲା । ସେଥିପାଇଁ ସେ ସେହି ପିଲା ନାଁରେ କେସ୍ ଦର୍ଜ ହେଉ ବୋଲି ଚାହୁଁଥିଲା । ତେବେ ପୋଲିସ ଥାନାରେ ଦୁଇ ପିଲାଙ୍କ ପକ୍ଷ ଶୁଣିବା ପରେ ସେମାନଙ୍କ ମାମଲାକୁ କଥାବାର୍ତ୍ତାରେ ଶୁଝାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ଆରୋପ ଲଗାଇଥିବା ପିଲାଟି ଏତେ ସହଜରେ ବୁଝିବା ପାଇଁ ରାଜି ହୋଇ ନଥିଲା ।

ସେହି ପିଲା ନାଁରେ କେସ୍ ଦର୍ଜ କରାଯାଉ ନଚେତ ତା’ ମାଆକୁ ଥାନାକୁ ଡକାଯାଉ ବୋଲି ତା’ର ଦାବି ଥିଲା । ଏହି ଦୁଇ ପିଲାଙ୍କ ସହ ତାଙ୍କର କିଛି ସାଙ୍ଗ ମଧ୍ୟ ପୋଲିସ ଷ୍ଟେସନକୁ ଆସିଥିଲେ । ସେମାନେ ପଛରେ ଠିଆ ହୋଇ ଏହି ମାମଲାକୁ ନେଇ ହସୁଥିଲେ । ବୋଧହୁଏ ସେମାନଙ୍କୁ ମଧ୍ୟ ପେନସିଲ ପାଇଁ ଥାନା ଆସିବା ଖୁବ୍ ଅଜବ ଲାଗୁଥିଲା । ତେବେ ପୋଲିସବାବୁ ମାନେ ଯେଉଁ ପ୍ରକାରେ କେସ୍ ର ସମାଧାନ କରିଥିଲେ ତାହା ଖୁବ୍ ପ୍ରଶଂସାଯୋଗ୍ୟ ଥିଲା ।

ସବୁଠାରୁ ମଜା କଥା ହେଉଛି ଆରୋପ ଲଗାଇଥିବା ପିଲାଟି ନିଜ କେସ୍ କୁ ନେଇ ଖୁବ୍ ଗମ୍ଭୀର ଦେଖା ଯାଉଥିଲା । ତା’ ହାତରେ ଥିଲେ ସେ ପେନସିଲ ଫେରାଉ ନଥିବା ପିଲାକି ଜେଲ୍ ରେ ଭର୍ତ୍ତି କରାଇ ଦେଇଥାନ୍ତା । ତେବେ ଖୁବ୍ କଷ୍ଟରେ ପୋଲିସବାଲା ଏହି ମାମଲାର ସମାଧାନ କରିବା ପରେ ସେମାନେ ପରସ୍ପର ସହ ହାତ ମିଳାଇଥିଲେ । ଏହାପରେ ସେମାନେ ଖୁସିରେ ହସି ହସି ଫେରି ଯାଇଥିଲେ ।

ତେବେ ଏହି ମାମଲାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଦେଖିବା ଲୋକ ନିଜ ହସ ରୋକି ପାରୁନାହିଁ । ଆନ୍ଧ୍ରପ୍ରଦେଶ ପୋଲିସ ନିଜ ଟ୍ବିଟର ଆକାଉଣ୍ଟରେ ଏହି ଘଟଣାର ଭିଡିଓ ପୋଷ୍ଟ କରିଥିଲା । ଲୋକମାନେ ଏହା ଦେଖିବା ପରେ ଖୁବ୍ ମଜାଦାର କମେଣ୍ଟ ଦେଉଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, “ପୋଲିସବାଲାଙ୍କୁ ସଲାମ, ଯିଏ ବହୁତ ଶାନ୍ତି ଓ ବୁଝାମଣାର ସହ ମାମଲାର ସମାଧାନ କରିଛନ୍ତି ।”

ଆଉ ଜଣେ ଲେଖିଛନ୍ତି, “ଆଜିକାଲିର ପିଲା ଖୁବ୍ ଆଡଭାନ୍ସ ହୋଇଗଲେଣି । ତେବେ ଭଲ କଥା ଯେ ଏମାନେ ମାରପିଟ ନକରି ମାମଲା ସମାଧାନ ପାଇଁ ଥାନା ଗଲେ” । ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, “ଏହି ଭିଡିଓ ମୋ ଦିନ ବନେଇ ଦେଲା” । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।