ଖାଦ୍ୟ ଖାଇ ସାରିବା ପରେ ସାଙ୍ଗେ ସାଙ୍ଗେ ପାଣି ପିଇଲେ କଣ ସବୁ କ୍ଷତି ହୋଇଥାଏ

ଆଜି ମୁଁ ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବସ୍ତୁ ଥିବା କଥା କହିବାକୁ ଯାଉଛି । ଯାହା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । କିଛି ଲୋକମାନେ ଅଛନ୍ତି ଯେଉଁ ମାନେ ଖାଦ୍ୟ ଖାଇ ସାରିବା ପରେ ସାଙ୍ଗେ ସାଙ୍ଗେ ପାଣି ପିଇଥାନ୍ତି, କିନ୍ତୁ ଏହିପରି କରିବା ଆମ ଶରୀର ପ୍ରତି ଅତ୍ୟନ୍ତ କ୍ଷତି କାରକ ହୋଇ ଥାଏ । କାରଣ ଆମ ପେଟ ଭିତରେ ଗୋଟେ ଅଗ୍ନି ଜଳି ଥାଏ, ଯେଉଁ ଅଗ୍ନି ର ନା ଜଠର ଅଗ୍ନି । ଆମେ ଯେଉଁ ଖାଦ୍ୟକୁ ଖାଉ ସେ ଖାଦ୍ୟ ସେହି ଅଗ୍ନି ପାଖ କୁ ଯାଇ ଥାଏ ଏବଂ ସେହି ଅଗ୍ନି ସେ ଖାଦ୍ୟ କୁ ହଜମ କରି ଥାଏ

କିନ୍ତୁ ଖାଇ ସାରି ସଂଗେ ସଂଗେ ପାଣି ପିଇଲେ ସେ ପାଣି ସେ ଅଗ୍ନିରେ ପଡି ଥାଏ ଏବଂ ତାହା ର ଶିଖା କମି ଯାଇ ଥାଏ ଏବଂ ଆମେ ଯାହା ଖାଦ୍ୟ ଖାଉ ତାହା ଭଲ ଭାବ ରେ ହଜମ ହୋଇ ନ ଥାଏ । ହଜମ ନ ହେବା ଦ୍ବାରା ଖାଦ୍ୟର ପାଚନ ମଧ୍ୟ ଠିକ ଭାବ ରେ ହୋଇ ନ ଥାଏ, ଯାହା ଦ୍ବାରା କି ଆମ ର ଗ୍ୟାସ ହୋଇ ଥାଏ ଏବଂ ଆମେ ବହୁତ କଷ୍ଟ ପାଇ ଥାଉ ।

ତେଣୁ ଅତି କମ ରେ ୩୦ ମିନିଟ ରୁ ୪୫ ମିନିଟ ପରେ ଆପଣ ପାଣି ପିଅନ୍ତୁ । ଏହା ଦ୍ଵାରା ଆପଣ ଙ୍କ ସ୍ୱାସ୍ଥ୍ୟ ଭଲ ରହି ଥାଏ ଏବଂ ଆପଣ ସୁସ୍ଥ ରହିବେ । ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଶାସ୍ତ୍ରରେ କହିଛନ୍ତି କେ ଭୋଜ ନାନ୍ତେ ବିଷ ବାରି । ଯଦି ଆପଣ ଖାଇ ସାରିବା ପରେ ପାଣି ପିଅନ୍ତି ତେବେ ଏହା ଆପଣ ଙ୍କ ପାଇଁ ବିଷ ଭାଵ ରେ କାର୍ଯ୍ୟ କରି ଥାଏ ।

ଯଦି ଆପଣଙ୍କୁ ସବୁ ବେଳେ ଖାଦ୍ୟ ଖାଇବା ପରେ ଶୋଷ ଲାଗେ, ତେବେ ଆପଣ ଖାଦ୍ୟ ଖାଇବା ର ୧୦ ମିନିଟ ପୂର୍ବରୁ ପାଣି ପିଅନ୍ତୁ । ଏହା ଦ୍ବାରା ଆପଣଙ୍କୁ ଆଉ ଖାଦ୍ୟ ଖାଇବା ପରେ ଶୋଷ ଲାଗିବ ନାହିଁ ।

ଖାଇବା ପୂର୍ବ ରୁ ପାଣି ପିଇବା ଦ୍ୱାରା ଆପଣ ଙ୍କ ଖାଦ୍ୟ ନଳି ପରିଷ୍କାର ହୋଇ ଥାଏ ଏବଂ ଖାଦ୍ୟ ଠିକ ଭାବରେ ପାକସ୍ଥଳୀ ରେ ପହଞ୍ଚି ଯାଇ ଥାଏ ଏବଂ ହଜମ ଠିକ ଭାବ ରେ ହୋଉ ଥାଏ । ଯଦି ଆପଣ ଙ୍କୁ ଖାଦ୍ୟ ଖାଇ ସାରିବା ପରେ ଶୋଷ ଲାଗେ ତେବେ ଅପଣ ପାଣି ନ ପିଇ ସର୍ବତ, ଲେମ୍ବୁ ପାଣି ପିଅନ୍ତୁ ।

ଏହା ଶରୀର ପାଇଁ ବହୁତ ଉପକାରୀ ହୋଇ ଥାଏ । ଏହା ଦ୍ଵାରା ଆପଣ ଙ୍କ ଆଉ ଅମ୍ଳ ହୋଇ ନ ଥାଏ । ଶୋଷ ଲାଗିଲେ କାକୁଡ଼ି କିମ୍ବା କିଛି ପାଣି ଥିବା ଫଳ ଖାଇ ଦିଅନ୍ତୁ । ଏହା ବହୁତ ଉପକାରୀ ହୋଇ ଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।