କଣ ଏହି delhi ଝିଅଙ୍କ କାରଣରୁ ବର୍ଷାଙ୍କୁ ଡିଭୋର୍ସ ଦେଉଛନ୍ତି ଅନୁଭବ? ଜାଣନ୍ତୁ କିଏ ସେ ଓ କଣ କରନ୍ତି

ଅନୁଭବ ଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ବର୍ଷା ଅଦାଲତର ଦ୍ଵାରସ୍ତ ହୋଇଥିଲେ । ସେ ନିଜ ପିଟିସନ ରେ ଅନୁଭବ ଙ୍କ ବିରୁଦ୍ଧରେ ଘରୋଇ ହିଂସା ଭଳି ସଙ୍ଗିନ ଭିଯୋଗ ଆଣିଥିଲେ । ଏମିତି କି ଅନୁଭବ ନିଜ ମଦୁଆ ସାଙ୍ଗମାନଙ୍କ ସହ ନିଜ ବେଡ ରୁମରେ ମଦ ପିଅନ୍ତି ଓ ଏହାର ବିରୋଧରେ କଲେ ସେ ବରସାଙ୍କୁ ମଦ ଗାଳି ଦିଅନ୍ତି । ସେ ରାତି ତମାମ ଏତେ ମଦ ପିଅନ୍ତି କି ନିଜର ହିତା ହିତ ଜ୍ଞାନ ଭୁଲି ଯାନ୍ତି ।

ଏହା ମଧ୍ୟ ବର୍ଷା ଅଭିଯୋଗ କରିଥିଲେ କି ଅନେକ ଝିଅଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ରହିଛି । ବର୍ଷା ପିଲା ଛୁଆ ଚାହୁଁଥିଲେ ମଧ୍ୟ ଅନୁଭବ ତାଙ୍କୁ ସମର୍ଥନ ଦେଉନଥିଲେ ଓ ସବୁବେଳେ ମଦ ନିଶାରେ ବୁଡି ରହୁଥିଲେ । ବର୍ଷା ଙ୍କର ଏଇ ପିଟିସନ ଦାଖଲ ପରେ ଅନୁଭବ ଦିଲ୍ଲୀ ପଟିଆଲା କୋର୍ଟ ରେ ବର୍ଷା ଙ୍କ ବିରୁଦ୍ଧରେ ପିଟିସନ ଦାଖଲ କରିଛନ୍ତି । ସେ ମଧ୍ୟ ନିଜ ପିଟିସନ ରେ ବରଷାଙ୍କ ବିରୁଦ୍ଧରେ ଅନେକ ଭିଯୋଗ ଆଣିଛନ୍ତି ।

ସେ କହିଛନ୍ତି କି ବିବାହର ପ୍ରଥମ ଦିନରୁ ବର୍ଷା ତାଙ୍କ ସହିତ କୌଣସି ଫିଜିକାଲ ରିଲେସନ ରଖିବାକୁ ଚାହୁଁ ନଥିଲେ । ଏଥିପାଇଁ ସେ ତାଙ୍କୁ 3-4 ମାସ ସମୟ ମାଗିଥିଲେ । ଓ ମୁଁ ତାଙ୍କର ଇଚ୍ଛାକୁ ସମ୍ମାନ ଜଣାଇ ତାଙ୍କୁ ଏହି ସମୟ ଦେଇଥିଲି ।

ସମ୍ପର୍କ ନ ରହିବାରୁ ସେ ଅସହଜ ଓ ଅସୁଖୀ ମନେ କରୁଥିଲେ । ସେ ଆହୁରି ମଧ୍ୟ ପିଟିସନ ରେ ଉଲ୍ଲେଖ କରିଛନ୍ତି କି ସେ ରାଜ୍ୟସାଭା ସାଂସଡା ହେବା ପରେ ବର୍ଷା ଙ୍କ ସହିତ ସେ ଦିଲ୍ଲୀ ରେ କିଛି ଡିଆଁ ରହିଥିଲେ ଓ ସେଠାରେ ସେ ବରଷାଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଏହା ପରେ ସେ କଟକ ଫେରି ଆସିଥିଲେ । କଟକ ଆସିବା ପରେ ବର୍ଷା ସମ୍ପର୍କ ରଖିବେ ବୋଲି କଥା ଦେଇଥିଲେ ମଧ୍ୟ ସେମିତି କିଛି ହୋଇନଥିଲା । ଉଭୟ ଙ୍କ ପିଟିସନ ରେ ଉଭୟ ଉଭୟଙ୍କୁ ଦୋଷାରୂପ କରୁଛନ୍ତି ।

କିନ୍ତୁ ଅନୁଭବ ଙ୍କ ର ଏହି ଅଭିଯୋଗ ପରେ ସୋସିଆଲ ମିଡିଆରେ ଅନୁଭବ ମିଛ କହୁଥିବାର ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟ ଆଉ ଏକ ଖବର ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି କି ଅନୁଭବ ଙ୍କର ଦିଲ୍ଲୀ ର ଏକ ଝିଅ ସହିତ ସମ୍ପର୍କ ରହିଛି । ସୋସିଆଲ ମିଡିଆରେ ଅନୁଭବଙ୍କ ସହ ଜାଗୃତି ଶୁକ୍ଳା ନାମକ ଏକ ଝିଅର ଫଟୋକୁ ବହୁତ ଜୋରେ ଭାଇରାଲ ହେଉଥିବାର ଦେଖିବାକୁ ମିଳୁଛି ।

ଆପଣଙ୍କ ଜାଣିବା ପାଇଁ ଆମେ କହି ରଖୁଛୁ କି ଜାଗୃତି ଶୁକ୍ଳା ହେଉଛନ୍ତି ଲୋକ ସଭା ଟିଭିର ଜଣେ ଆଙ୍କର , ସେ ଏହି ନିକଟ ଅତୀତରେ ଅନୁଭବଙ୍କୁ ନିଜ ପ୍ରକାଶିତ ଏକ ବହି ପ୍ରଦାନ କରିବା ସହିତ ତାର ଫଟୋକୁ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ , ଏବଂ ଯୋଉଁ ଫଟୋଟି ଏବେ ବହୁତ ଜୋରରେ ଭାଇରାଲ ହେବାରେ ଲାଗିଛି । ଏହାର ସତ୍ୟତା କଣ ସମୟ ଆସିଲେ ଜଣା ପଡିବ । ଆଗକୁ ସମୟ କହିବ କି ଏ ଦୁଇ ଜଣଙ୍କ ସମ୍ପର୍କ କେଉଁ ମୋଡ ନେଉଛି ।

ଏହି ଖବର ଟି ସୋସିଆଲ ମିଡିଆରୁ ସଂଗୃହିତ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।