କଣ ଖାଇଲେ କମିବ ଓଜନ ? ଭାତ ନା ରୁଟି ? Nutritionist Niharika Dash

ଭାତ ଆମ ଦେଶର ଏକ ପ୍ରଧାନ ଖାଦ୍ୟ । ବିଶେଷ କରି ଆମ ରାଜ୍ୟ ଓଡିଶାର ଲୋକେ ପ୍ରତିଦିନ ଭାତ ଖାଆନ୍ତି । ଭାରତୀୟ ଖାଦ୍ୟ ଶୈଳୀରେ ରନ୍ଧା ଯାଉଥିବା ବ୍ୟଞ୍ଜନକୁ ଆମେ ଭାତ ଏବଂ ରୁଟି ସହ ଭୋଜନ କରିଥାଉ । କିନ୍ତୁ ଯେତେବେଳେ ଓଜନ କମାଇବା କଥା ଆସେ ସେତେବେଳେ ଆମେ ଚିନ୍ତିତ ହୋଇଯାଉ ଓ ଭାତ ଛାଡି ରୁଟି ଖାଇବା ଆରମ୍ଭ କରି ଦେଉ । ତେବେ ଏପରି କରିବା ସଠିକ ଅଟେ ନା ଏହା ଏକ ଭୁଲ ଧାରଣା ! ଚାଲନ୍ତୁ ଜାଣିବା ଡାକ୍ତର ବା ଡାଏଟିସିଆନ ନିହାରିକା ଦାଶ ଏ ବିଷୟରେ କଣ ଟିପ୍ପଣୀ ଦେଉଛନ୍ତି ।

ଡା: ନିହାରିକା ଦାଶଙ୍କ ମତରେ, ଅନେକ ଲୋକ ଭାବନ୍ତି ଭାତ ଏବଂ ରୁଟି ବନ୍ଦ କରିଦେବା ଦ୍ଵାରା ଓଜନ କମିଯିବ ଏବଂ ଆମ ଓଜନ ସେହିପରି ବଜାୟ ରହିବ । ଭାତ ଏବଂ ରୋଟି ଆଦି ଶ୍ଵେତସାର ଜାତୀୟ ଖାଦ୍ଯରେ ପ୍ରଚୁର ପରିମାଣରେ କାର୍ବୋହାଇଡ୍ରେଟ ରହିଛି । ଆଉ କାର୍ବୋହାଇଡ୍ରେଟ ଶକ୍ତିର ଏକ ମୁଖ୍ୟ ଉତ୍ସ ଅଟେ । ଆମ ଶରୀରକୁ କାର୍ଯ୍ୟ କରିବା ପାଇଁ ଯେଉଁ ଶକ୍ତି ଦରକାର ତାହା କାର୍ବୋହାଇଡ୍ରେଟରୁ ମିଳିଥାଏ । ଏହି କାର୍ବୋହାଇଡ୍ରେଟ ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ଏହା ସଂପୂର୍ଣ୍ଣ ଭାବେ ବନ୍ଦ କରିବା ଆମ ଶରୀର ପାଇଁ ହାନିକରକ ଅଟେ । ଏପରି କରିବା ଦ୍ଵାରା କିଟୋସିସ ହେବାର ସମ୍ଭାବନା ଅଧିକ ରହିଥାଏ ।

ସେଥିପାଇଁ ଆପଣ ଏହାକୁ ସଂପୂର୍ଣ୍ଣ ଭାବେ ବନ୍ଦ ନ କରି ଦିନକୁ ଥରେ ଖାଇ ପାରିବେ । ଭାତ କେତେ ପରମାଣରେ ଖାଇବା ଉଚିତ ତାହା ଆମେ ଜାଣି ପାରି ନଥାଉ । ଖାଉ ଖାଉ ଅଧିକ ଭାତ ଖାଇ ଦେଇଥାଉ । ଯାହା ଆମ ଓଜନକୁ ବଢାଇ ଦେଇଥାଏ । କିନ୍ତୁ ରୋଟି ଆମେ ଅତି ବେଶୀରେ ୪ ରୁ ୫ଟି ଖାଇପାରୁ । ନଚେତ ଆମେ ଖାଉଥିବା ଭାତ ଆଉ ରୋଟିର କ୍ୟାଲୋରି ପରିମାଣ ପ୍ରାୟତଃ ସମାନ ରହୁଛି । ରୋଟିରେ ସୋଡିୟମ ଭାତ ଅପେକ୍ଷା ଅଧିକ ରହୁଛି । ଡା: ନିହାରିକାଙ୍କ ମତରେ ଭାତ ଖାଇବା ଛାଡିଦେଲେ ବା ରୁଟି ଖାଇଲେ ପତଳା ହୋଇଯିବା ବୋଲି ଭାବିବା ଏକ ଭୁଲ ଧାରଣା ଅଟେ ।

ଆମେ ଯେହେତୁ ଓଡିଆ ଭାତ ନ ଖାଇଲେ ଆମକୁ ଶାନ୍ତି ଲାଗେ ନାହିଁ । ଆଉ ଅଧିକ ଦିନ ଆମେ ଭାତ ନ ଖାଇ ମଧ୍ୟ ରହି ପାରୁ ନାହୁଁ । ତେଣୁ ଡା: ନିହାରିକା ତାଙ୍କ କ୍ଲାଏଣ୍ଟ ମାନଙ୍କୁ ଗୋଟିଏ ଭଲ ଟ୍ରିକ ଦିଅନ୍ତି । କେବଳ ଆମିଷ ଖାଉଥିବା ଡିଆଁ ଭାତ ଖାଆନ୍ତୁ ଏବଂ ଅନ୍ୟ ଦିନ ରୁଟି ଖାଆନ୍ତୁ ବୋଲି ସେ ଉପଦେଶ ଦିଅନ୍ତି । ଆଉ ଭାତର ପରିମାଣ ମଧ୍ୟ କମ ରଖିବା ଉଚିତ । ଏହା ଦ୍ଵାରା ଆପଣଙ୍କ ଡାଏଟ ଏବଂ ଓଜନ ଉଭୟ ସନ୍ତୁଳିତ ରୁହେ । ଆମ ପୋଷ୍ଟ ଆପଣଙ୍କୁ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।