ସାପ୍ତାହିକ ରାଶିଫଳ, ଏହି ସପ୍ତାହରେ ଏହି ୭ଟି ରାଶିର ଖରାପ ଦିନ ହେବ ଶେଷ, ମା ତାରିଣୀଙ୍କ ରହିବ କୃପା

ଆପଣଙ୍କ ରାଶି ଆପଣଙ୍କ ଜୀବନରେ ବହୁତ ପ୍ରଭାବ ପକାଇ ଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ହେବାକୁ ଥିବା ଘଟଣା ବିଷୟରେ ଆପଣ ଆଗରୁ କିଛି ସୂଚନା ଜାଣି ପାରିବେ । ବହୁତ ଲୋକଙ୍କ ମନରେ ଥିବା କି ଆଗାମୀ ସପ୍ତାହ ଆମ ପାଇଁ କେମିତି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହର ରାଶିଫଳ ବିଷୟରେ କହିବୁ । ତାହେଲେ ଆଗାମୀ ସପ୍ତାହ ରାଶିଫଳ ବିଷୟରେ ଜାଣିବା ପାଇଁ ପଢନ୍ତୁ ସାପ୍ତାହିକ ରାଶିଫଳ ।

ମେଷ

ଏହି ରାଶି ପାଇଁ ଏହି ସପ୍ତାହ ସଂଘର୍ଷ ଭରା ଅଟେ । ଆପଣ ନିଜ କ୍ରୋଧ ଉପରେ ନିୟତ୍ରାଣ ରଖନ୍ତୁ ଏବଂ ଏମିତି କଥା କୁହନ୍ତୁ ନାହିଁ ଯାହା ପରିବାର ଲୋକଙ୍କ ଭାବନାକୁ ଆଘାତ ପହଞ୍ଚାଇବ । ବୁଝି ବିଚାରୀ ପଦକ୍ଷେପ ନେବାର ସପ୍ତାହ ଅଟେ ଏଥିପାଇଁ ସେପର୍ଯ୍ଯନ୍ତ ନିଜ ବିଚାର ପ୍ରକାଶ କରନ୍ତୁ ନାହିଁ ଯେପର୍ଯ୍ଯନ୍ତଆପଣ ତାଙ୍କ ସଫଳତା ପାଇଁ ନିଶ୍ଚିନ୍ତ ହୋଇ ନାହଁ । ସାହିତ୍ୟ ଏବଂ କଳା ଆପଣଙ୍କୁ ଆକର୍ଷିତ କରିବ । ପ୍ରେମ ଜୀବନ ପାଇଁ ଏହି ସମୟ ବହୁତ ଭଲ ପ୍ରମାଣିତ ହୋଇ ପାରେ । ପ୍ରେମୀଙ୍କ ସହିତ ବୁଲିବା ପାଇଁ ଯାଇ ପାରନ୍ତି । ମେଡିକାଲ ଏବଂ ଆଇନ ପଢୁଥିବା ବ୍ୟକ୍ତିଙ୍କ ପାଇଁ ଏହି ସାତ ଦିନ ଭଲ ରହିବ । ଅନ୍ୟ କ୍ଷେତ୍ରର ଲୋକଙ୍କ ପାଇଁ ଏହି ସପ୍ତାହ ଉଥାନ ପଥାନ ଦିନ ରହିବ । ଆପଣ ନିଜ ସ୍ୱାସ୍ଥ୍ୟଙ୍କୁ ଧ୍ୟାନରେ ରଖି ଯୋଗ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ ।

ବୃଷ

ଏହି ସପ୍ତାହରେ ଆପଣ ଏମିତି ଲୋକଙ୍କ ସହିତ ସମ୍ପର୍କ କରିବାକୁ ଚେଷ୍ଟା କରିବେ ଯିଏ ଆପଣଙ୍କ ପାଇଁ ଗୁରୁତ୍ଵପୂର୍ଣ ଅଟନ୍ତି । ଆପଣଙ୍କ ଘରେ ଅତିଥି ମାନଙ୍କର ବହୁତ ଖାତିରଦାରି ହେବ ଏବଂ ଆପଣ ତାଙ୍କ ସହିତ ବହୁତ ଖୁସି ରହିବେ । ସାମାଜିକ ଗତିବିଧିରେ ଭାଗ ନେବାଦ୍ୱାରା ଆପଣଙ୍କୁ ବହୁତ ଖୁସି ଲାଗିବ । କିଛି ଏମିତି ଘଟଣା ଆପଣଙ୍କ ଚିନ୍ତାର କାରଣ ହୋଇ ପାରେ ଯାହାକୁ ଏଡାଇବା ସମ୍ଭବ ନୁହେଁ । କିନ୍ତୁ ଆପଣ ନିଜକୁ ଶାନ୍ତ ରଖନ୍ତୁ । ଲଭ ଲାଇଫରେ କିଛି ନିଷ୍ପତ୍ତି ନେବା ପାଇଁ ଦୋନ୍ଦ ହୋଇପାରେ । ବ୍ୟବସାୟରେ ବଡ ଲାଭହେବ । ଯଦି ଆପଣଙ୍କର କିଛି ସ୍ୱାସ୍ଥ୍ୟ ସମସ୍ୟା ଅଛି ତାହେଲେ ଚିକିତ୍ସକଙ୍କୁ ଦେଖାଇ ଔଷଧ ଆଣନ୍ତୁ ।

ମିଥୁନ

ଏହି ସପ୍ତାହରେ ଚାକିରିରେ ଆପଣଙ୍କୁ ପ୍ରମୋଶନ ମିଳିପାରେ । ଭାଇ ଭଉଣୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ । ଆପଣଙ୍କ ଭିତରେ ଯୋଗ, ଧ୍ୟାନ କରିବାର ପ୍ରବୃତି ବଢିବ । ଆପଣଙ୍କ ଶତ୍ରୁଙ୍କର ପରାଜୟ ହେବ । ବିପରୀତ ପରିସ୍ଥିତି ସୃଷ୍ଟି ହେବା ସମୟରେ ନିଜ ରାଗ ଉପରେ ନିୟତ୍ରଣ ରଖନ୍ତୁ । ଯେଉଁ ଲୋକ ଆପଣଙ୍କ ସହିତ ସହଯୋଗର କାମ କରୁଛନ୍ତି ସେମାନଙ୍କ ଠାରୁ ସାବଧାନ ରୁହନ୍ତୁ । ଧାର୍ମିକ କାମରେ ଟଙ୍କା ଖର୍ଚ ହେବ । ବିବାଦରେ ବିଜୟ ମିଳିବ । ଆର୍ଥିକ ସ୍ଥିତିରେ ବୃଦ୍ଧି ଏବଂ ଅଟକି ଥିବା କାମରେ ପ୍ରଗତି ହେବ । ପାର୍ଟନରଙ୍କ ସହିତ ଭଲ ସମୟ ବିତାଇବେ । ଲାଭର ସୌଦା ଭଲ ରହିବ । ରୋଜଗାର ମିଳିପାରେ ଏବଂ ନିବେଶ ମଧ୍ୟ କରି ପାରନ୍ତି । ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ପାଇଁ ଅଧିକ ସାବଧାନ ରହିବାକୁ ପଡିବ ।

କର୍କଟ

ଏହି ସପ୍ତାହରେ ଆପଣ ସାମାଜିକ କ୍ଷେତ୍ରରେ ଅଧିକ ସକ୍ରିୟ ଦେଖାଯିବେ । ଆପଣ ଆପଣଙ୍କ ପ୍ରତିଦୋନ୍ଦିଙ୍କୁ ପରାଜିତ କରିବାରେ ସଫଳ ହେବେ । ଚେଷ୍ଟା କଲେ ଆପଣ ସବୁ ସମସ୍ୟାର ସମାଧାନ ଖୋଜି ପାଇପାରିବେ । ଅଧିକାରୀଙ୍କ ପ୍ରୋତ୍ସାହୀନ ଦ୍ଵାରା ଆପଣଙ୍କ ଉତ୍ସାହ ବଢିପାରେ । ବାପା ମାଆଙ୍କ ଠାରୁ ଆର୍ଥିକ ଲାଭ ହେବ । ସହଯୋଗୀ ଆପଣଙ୍କୁ ଈର୍ଷା କରିବେ । ଆପଣଙ୍କ ବ୍ୟକ୍ତିତ୍ଵର ପ୍ରଭାବ ଅନ୍ୟ ଉପରେ ପଡିବ । ଏହି ସପ୍ତାହରେ ପ୍ରେମ ସବନ୍ଧରେ ଚାଲିଥିବା ଅସନ୍ତୋଷର ମାମଲା ସାମନାକୁ ଆସିବ । ବ୍ୟବସାୟୀ ମାନଙ୍କୁ ଆର୍ଥିକହାନି ସହିବାକୁ ପଡିବ । ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ ଏବଂ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ।

ସିଂହ

ଏହି ସପ୍ତାହରେ ଆପ ଶାରୀରିକ ଏବଂ ମାନସିକ ରୂପରେ ଖୁସି ରହିବେ । ନିଜ ପ୍ରିୟଙ୍କୁ ଅଣଦେଖା କରିବା ଘର ଉପରେ ସମସ୍ୟାର କାରଣ ହୋଇ ପାରେ । ବ୍ୟବସାୟୀଙ୍କ ପାଇଁ ଏହି ସପ୍ତାହ ଭଲ ଅଛି । କାର୍ଯ୍ୟକ୍ଷେତ୍ରରେ ନିଜର କ୍ଷମତାର ଭରପୁର ଲାଭ ଉଠାଇବେ । ରାଗି ନିଆଯାଇ ଥିବା ନିଷ୍ପତ୍ତି ଭୁଲ ହୋଇଯିବ ଏଥିପାଇଁ ଧର୍ଯ୍ୟର ସହିତ ନିଷ୍ପତ୍ତି ନିଅନ୍ତୁ । ଲଭ ଲାଇଫରେ ଚାଲିଥିବା ପୁରୁଣା ସମସ୍ୟା ଶେଷ ହେବ । ଆର୍ଥିକ ସ୍ଥିତି ଦୁର୍ବଳ ରହିବ । କାର୍ଯ୍ୟ ଏବଂ ବ୍ୟବସାୟରେ ପ୍ରଗତି ପାଇଁ ପରିଶ୍ରମ କରିବାକୁ ପଡିବ । ଆପଣଙ୍କୁ ବାତ ରୋଗ ହୋଇପାରେ ।

କନ୍ୟା

ଏହି ସପ୍ତାହରେ ଆପଣଙ୍କ ଜୀବନକୁ ନୂଆ ଖୁସି ଆସିବ । ଆପଣଙ୍କ ପରିବାରର ପୁରୁଣା ଲୋନକୁ ସୁଝିବାରେ ଆପଣ ସଫଳ ହେବେ । ବ୍ୟବସାୟ ଦୃଷ୍ଟିକୋଣରୁ ଆପଣଙ୍କୁ ବହୁତ ଧନ ଲାଭ ହେବ । ଆପଣଙ୍କ ପ୍ରଗତି ପାଇଁ ନୂଆ ରାସ୍ତା ଖୋଲିବ । ଏହି ସପ୍ତାହରେ କୌଣସି ବି ପରିବର୍ତ୍ତନ ନୂଆ ସଫଳତା ଆଣିବ । ଆପଣ ଭାଗ୍ୟ ଅନୁକୂଳତାର ଲାଭ ଉଠାନ୍ତୁ । ନିଜ ପ୍ରିୟଙ୍କୁ କିଛି ରାଗି କୁହନ୍ତୁ ନାହିଁ ନହେଲେ ଆପଣଙ୍କୁ ପରେ ଅନୁତାପ କରିବାକୁ ପଡିପାରେ । ରୋଜଗାରରେ କିଛି ଆକସ୍ମିକ ସଫଳତା ମିଳିପାରେ । ସ୍ୱାସ୍ଥ୍ୟ ଭଲ ରହିବ ।

ତୁଳା

ଆପଣଙ୍କର ଅଟକିଥିବା ମାମଲା ଆଗକୁଯିବ ଏବଂ ଖର୍ଚ ଆପଣଙ୍କ ମନରେ ରହିବ । ନିଜ ଠାରୁ ସାନ ମାନଙ୍କ ଭୁଲକୁ କ୍ଷମା କରିବା ଦ୍ଵାରା ଆପଣଙ୍କ ମନ ଖୁସି ରହିବ । ଆର୍ଥିକକ୍ଷେତ୍ରରେ କରାଯାଇ ଥିବା କାମରେ ସଫଳତା ମିଳିବ । କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି । ବୃତିଗତ ସ୍ତରରେ ଅନେକ ଭଲ ସୁଯୋଗ ମିଳିପାରେ । ଆତ୍ମବିଶ୍ଵାସ କମି କାରଣରୁ ଭୁଲ ନିଷ୍ପତ୍ତି ନେଇ ପାରନ୍ତି। ସରକାରୀ କର୍ମଚାରୀଙ୍କ ପାଇଁ ଏହି ସପ୍ତାହ ବହୁତ ଭଲ ଅଟେ । କ୍ୟାରିୟରରେ କିଛି ନୂଆ ସୁଯୋଗ ଆପଣଙ୍କୁ ଶୀଘ୍ର ମିଳିପାରେ । ଏହି ସପ୍ତାହରେ ଆପଣ କ୍ଳାନ୍ତ ରହିବେ ଯଦି ଆରମ କରିବେ ନାହିଁ ତାହେଲେ ଅସୁବିଧା ହୋଇ ପାରେ ।

ବିଛା

ଏହି ସପ୍ତାହରେ ସବୁ ଚିନ୍ତା ଶେଷ ହୋଇଯିବ ଏବଂ ସୁଖ ସମୃଦ୍ଧିରେ ବୃଦ୍ଧି ହେବ । ଦାମୀ ଜିନିଷ ସମ୍ଭାଳି ରଖନ୍ତୁ । ଆପଣଙ୍କ କ୍ରିଏଟିଭିଟି ଆପଣଙ୍କୁ ପୁରସ୍କୃତ କରିବ । ଅସ୍ଥିର ସ୍ଵଭାବ ପାଇଁ ଆପଣଙ୍କ ପ୍ରିୟଙ୍କ ସହିତ ମତଭେଦ ହୋଇପାରେ । ଏହି ସପ୍ତାହ ମିଶ୍ରିତ ଲାଭଦାୟକ ହେବ । ଯେଉଁ ବ୍ୟକ୍ତି ନିଜ ଜୀବନରେ କୌଣସି ସାଥି ଆସିବା ପାଇଁ ଅପେକ୍ଷା କରିଛନ୍ତି ସେମାନଙ୍କ ପାଇଁ ଏହି ସପ୍ତାହ ବହୁତ ଭାଗ୍ୟଶାଳୀ ପ୍ରମାଣିତ ହେବ । କାମ ଧନ୍ଦା ଏବଂ ଚାକିରି ଭଲ ସ୍ଥିତିରେ ପହଞ୍ଚିଯିବ । ପୁରୁଣା ରୋଗ ଚିନ୍ତିତ କରିପାରେ । ଆଘାତ ମଧ୍ୟ ଲାଗିପାରେ ।

ଧନୁ

ଆପଣ ଲୋକଙ୍କ ଠାରୁ ନିଜର କାମ କରିବାରେ ସଫଳ ହେବେ । ଧୂମପାନ କରୁଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ଏହି ସପ୍ତାହରେ ଅଧିକ ପରିଶ୍ରମ କରିବେ । ଯାତ୍ରା ମନକୁ ଖୁସିଦେବ । ହଠାତ ଧନ ଲାଭ ହୋଇପାରେ । ସମୟରେ ଆସିଥିବା ସୁଯୋଗର ଲାଭ ଉଠାନ୍ତୁ ନେହେଲେ ପରେ ଅନୁତାପ କରିବାକୁ ପଡିପାରେ । ସରକାରୀ କର୍ମଚାରୀଙ୍କ ପାଇଁ ସମୟ ଭଲ ରହିବ । ଭାବିଥିବା କାମ ପୁରା ହେବାକୁ ଟିକେ ସମୟ ଲାଗିବ । ସମ୍ପର୍କରେ ସୁଧାର ଆସିବ । କ୍ୟାରିୟର ପାଇଁ ଏହି ସପ୍ତାହ ଆପଣଙ୍କ ପାଇଁ କିଛି ସକାରାତ୍ମକ ପରିବର୍ତ୍ତନ ଆଣିଆସିବ । କୌଣସି ସମସ୍ୟା ପାଇଁ ଆପଣଙ୍କୁ ମାନସିକ ଚିନ୍ତା ରହିପାରେ । ଯୋଗ ଏବଂ ଧ୍ୟାନ ମାଧ୍ୟମରେ ଏହି ସମସ୍ୟାରୁ ମୁକ୍ତି ପାଇ ପାରନ୍ତି ।

ମକର

ଏହି ସପ୍ତାହରେ ସବୁ ଆର୍ଥିକ ସମସ୍ୟାରୁ ମୁକ୍ତିମିଳିବ । ପରିବାରର ସଦସ୍ୟ କୌଣସି ଜିନିଷ ପାଇଁ ଦାବି କରିପାରନ୍ତି । ଆପଣଙ୍କୁ ନିଜ ପରିଶ୍ରମରେ ବହୁତ ବଡ ସଫଳତା ମିଳିବ । ଆପଣଙ୍କୁ ପ୍ରଶଂସା ମିଳିବ । ସମ୍ପର୍କ ଭଲ ରହିବ । ନିଜ କ୍ୟାରିୟର ଏବଂ ବ୍ୟବସାୟକୁ ଯୋଜନା ଅନୁସାରେ ଚଲାଇବେ ତାହେଲେ ଭଲ ହେବ । ସ୍ୱାସ୍ଥ୍ୟ ଭଲ ରହିବ ।

କୁମ୍ଭ

ଏହି ସପ୍ତାହରେ ଆର୍ଥିକ ମାମଲାରେ ସାବଧାନ ରୁହନ୍ତୁ ଏବଂ ଖର୍ଚ ଉପରେ ନିୟତ୍ରଣ ରଖନ୍ତୁ । ଆପଣ ବ୍ୟସ୍ତ ରହିବା କାରଣରୁ ନିଜ ପରିବାରକୁ ସମୟ ଦେଇ ପାରିବେ ନାହିଁ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଭଲ ଅନୁଭବ ହେବ । ପ୍ରେମ ସବନ୍ଧ ପାଇଁ ଏହି ସପ୍ତାହ ବହୁତ ଅନୁକୂଳ ରହିବ । ଅଫିସର ବାତାବରଣ ଆପଣଙ୍କ ଫେବରରେ ହୋଇପାରେ । ଛାତ୍ରମାନଙ୍କୁ ପରିଶ୍ରମ କରିବାକୁ ପଡିବ । ଗ୍ୟାସ ଏବଂ ଏସିଡିଟି ଦ୍ଵାରା ଚିନ୍ତା ବଢିପାରେ। ଭୋଜନ ଉପରେ ଧ୍ୟାନ ରଖନ୍ତୁ ।

ମୀନ

କାମକୁ ନେଇ ସ୍ଥିତି ଭଲ ରହିବ । ଗାଡି, ଘର ସୁଖ ସୁବିଧା ମିଳିବାରେ ବାଧା ସୃଷ୍ଟି ହୋଇପାରେ । ଚାକିରିରେ ଟ୍ରାନ୍ସଫର ହୋଇପାରେ । ଚାଲାଖିଭରା ଆର୍ଥିକ ଯୋଜନାରେ ନିବେଶ କରନ୍ତୁ ନାହିଁ । ଆପଣଙ୍କ ଅଟକିଥିବା କାମ ପୁରା ହେବା ଦ୍ଵାରା ଆପଣ ଖୁସି ରହିବେ । ନିଜ ଜୀବନସାଥୀଙ୍କ ସହିତ ଭଲରେ କଥା ହୁଅନ୍ତୁ । କୌଣସି ଜଟିଳ ସମସ୍ୟାର ସମାଧାନ କରିବାରେ ସଫଳ ହେବେ । ସ୍ୱାସ୍ଥ୍ୟ ଭଲ ରହିବ ।