ଆଜିର ରାଶିଫଳ, 6 ଜୁଲାଇ 2020, ସୋମବାର, ଆଜି ଶ୍ରାବଣ ମାସର ପ୍ରଥମ ଦିନରେ ଏହି ୬ଟି ରାଶି ଉପରେ ରହିବ ମହାଦେବଙ୍କ ବିଶେଷ ଆଶୀର୍ବାଦ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୬ ଜୁଲାଇ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜିର ଦିନ ଭଲ ଅଛି । କେଉଁଠି ବାହାରକୁ ଯିବାର ଯୋଗ ଅଛି । ପରିବାରର କୌଣସି ସଦସ୍ୟଙ୍କ ସହିତ ମତଭେଦ ଦୂର ହେବ । ଯଦି ଆପଣ କୌଣସି ନୂଆ ବିଜନେସ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ସମ୍ବନ୍ଧିତ କ୍ଷେତ୍ର ସହ ଜଡିତ ଲୋକମାନଙ୍କ ଠାରୁ ଉପଦେଶ ନିଅନ୍ତୁ । ଆପଣଙ୍କ ଜୀବନସାଥି କିମ୍ବା ପରିବାର ସହିତ ଭଲ ସମୟ ବ୍ୟତୀତ ହେବ । ଆପଣଙ୍କୁ କଥାବାର୍ତ୍ତା କରିବା ସମୟରେ ସାବଧାନ ରହିବାକୁ ହେବ । କଳା କ୍ଷେତ୍ର ସହ ଜଡିତ ଲୋକମାନଙ୍କୁ ପାଇଁ ଆଜିର ଦିନ ଭଲ ଅଛି ।

ବୃଷ

ଆପଣଙ୍କ ସହଯୋଗୀଙ୍କ ସହ ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବ । ଆପଣଙ୍କ କାର୍ଯ୍ୟ ସ୍ଥଳରେ ଏକ ସୁଖମୟ ପରିବେଶ ରହିବ । ପ୍ରେମ ସମ୍ବନ୍ଧରେ ଆପଣଙ୍କୁ କିଛି ନୂତନତା ଦେଖିବାକୁ ମିଳିବ । ଆଜି ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିପାରେ । ନିବେଶ ପାଇଁ ଅନୁକୂଳ ସମୟ ଅଛି । ଆପଣଙ୍କୁ ସମସ୍ତ କାର୍ଯ୍ୟରେ ଭଲ ପରିଣାମ ମିଳିବ । ଆଜିର ଦିନ ଆପଣଙ୍କ ପାଇଁ ସବୁଠୁ ଭଲ ରହିବାର ଅଛି । ଅଧିକ ଟଙ୍କା ଖର୍ଚ ହୋଇପାରେ । ଆପଣଙ୍କୁ ନିଜର ଶତ୍ରୁଙ୍କ ଠାରୁ ବଞ୍ଚିବାର ଅଛି ।

ମିଥୁନ

ଆଜି ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସାବଧାନ ରହିବାକୁ ହେବ । କୌଣସି ଅନ୍ୟ ବ୍ୟକ୍ତିଙ୍କ କାରଣରୁ ଆପଣଙ୍କୁ କାମରେ ଅଧିକ ସମୟ ଲାଗି ପାରେ । ଆପଣଙ୍କୁ ଅଧିକ ବିବାଦ ଠାରୁ ଦୂରେ ରହିବାର ଅଛି । ଆର୍ଥିକ ରୂପରେ ଏହି ସମୟ ଆପଣଙ୍କ ପାଇଁ ଭଲ ଅଟେ । ଆପଣଙ୍କ ଅଧିକ ଖର୍ଚ କରିବାକୁ ପଡିପାରେ । ସଫଳତା ପାଇବା ପାଇଁ ଓ ନିଜର କ୍ୟାରିୟରକୁ ଭଲ କରିବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଆପଣଙ୍କ କାମ ବିଷୟରେ ଆପଣଙ୍କୁ ଅଧିକ ଜାଣିବାକୁ ଚେଷ୍ଟା କରିବାକୁ ପଡିବ ।

କର୍କଟ

ଆପଣଙ୍କୁ କିଛି ସମୟ ପାଇଁ ପରିବାର ଠାରୁ ଦୂରରେ ରହିବାକୁ ପଡିପାରେ । ଆଜି ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଆପଣଙ୍କ ସମସ୍ତ କାର୍ଯ୍ୟରେ ବାଧା ଦୂର ଯିବ । କିଛି ଶତ୍ରୁ ଏମିତି ଅଛନ୍ତି ଯେଉଁମାନେ ଆପଣଙ୍କ ପଦୋନ୍ନତିରେ ଖୁସି ହେବେ ନାହିଁ । ସ୍ୱାସ୍ଥ୍ୟ ସମ୍ବନ୍ଧିତ ମାମଲାରେ ସମସ୍ୟା ହୋଇପାରେ । ଆପଣଙ୍କୁ ବିଶ୍ଵାସ ଓ ଚୁପଚାପ ହୋଇ କାମ କରିବାକୁ ପଡିବ । ଯେଉଁ ଲୋକମାନେ ବୟସରେ ବଡ ଅଟନ୍ତି ତାଙ୍କ ଠାରୁ ଉଆପଦେଶ ନେଲେ ଆପଣଙ୍କୁ ସଫଳା ମିଳିବ ।

ସିଂହ

ଆଜି ବିଜନେସମ୍ୟାନ କାମ ପାଇଁ ଅନ୍ୟ ସହରକୁ ଯାଇ ପାରନ୍ତି । ମହିଳାମାନେ ନିଜର ସ୍ୱାସ୍ଥ୍ୟକୁ ନେଇ ଅଧିକ ଚିନ୍ତିତ ରହି ପାରନ୍ତି । ଉଚ୍ଚ ଅଧିକାରୀମାନଙ୍କ ସହିତ ମତଭେଦ ଦୂର ହେବ । ଆପଣଙ୍କ ପ୍ରତିଷ୍ଠା ଓ କ୍ୟାରିୟରରେ କିଛି ବୁଦ୍ଧି ଆସିବ । ରାହୁରେ ପରିବର୍ତ୍ତନ ଆସିପାରେ । ଆପଣଙ୍କ ପିଲାମାନେ ଭଲ କାମ କରିବେ । ବନ୍ଧୁମାନଙ୍କ ସାହାର୍ଯ୍ୟ ଆପଣଙ୍କ କାମରେ ଆସିବ ।

କନ୍ୟା

ଆଜି ଆପଣଙ୍କ ଭାଗ୍ୟ ପ୍ରବଳ ରହିବ । ଆପଣଙ୍କୁ ଅଚାନକ ଧନଲାଭ ହୋଇପାରେ । ଆଜି ଆପଣ ବହୁତ ପ୍ରତିଭାଶାଳୀ ପ୍ରମାଣିତ ହେବ । ଆପଣଙ୍କୁ ଆପଣଙ୍କ ସନ୍ତାନଙ୍କ ପୁରା ସାହାର୍ଯ୍ୟ ମିଳିବ । କିଛି ଜରୁରୀ ଲୋକମାନଙ୍କ ସହ ଆଜି ଆପଣଙ୍କ ସାକ୍ଷାତ ହୋଇପାରେ । ସମସ୍ତ କାର୍ଯ୍ୟ ସମୟ ଉପରେ ପୁରା ହୋଇଯିବ । ବାଧା ବି ଆସିବ ନାହିଁ । ଏହି ସମୟରେ ଆପଣ କୌଣସି ନୂଆ ଜିନିଷ ଶିଖି ପାରନ୍ତି ।

ତୁଳା

ଆଜି ଆପଣଙ୍କ ଦିନ ଅନୁକୂଳ ରହିବ । ବ୍ୟବସାୟିକ କାର୍ଯ୍ୟରେ ପ୍ରଗତି ଆସିବ । ଆଜି ଆପଣ ଘରେ କୌଣସି ପ୍ରକାରର ସୁଧାର କରି ପାରନ୍ତି । ଏହ ସମୟରେ ଆପଣଙ୍କୁ କୌଣସି ବି କଠିନ ପରିସ୍ଥିତି ପାଇଁ ସଜାଗ ରହିବାକୁ ପଡିବ । ଆପଣ ଫିଟ ରହିବା ପାଇଁ ବ୍ୟାୟାମ କରନ୍ତୁ । ଆପଣଙ୍କ ଆତ୍ମମ୍ବିଶ୍ଵାସ ବଢିପାରେ । ଏହି ସମୟ ବହୁତ ହିଁ ଭଲ ଅଟେ । ଅଧିକ ନିବେଶ କରନ୍ତୁ ଓ ନିଜର ବ୍ୟବସାୟକୁ ବିସ୍ତାର କରନ୍ତୁ ।

ବିଚ୍ଛା

ଆଜି ଆପଣଙ୍କ ଜୀବନରେ କୌଣସି ପ୍ରକାରର ପରିବର୍ତ୍ତନ ଆସିପାରେ । ଆଜି ଆପଣ ସମସ୍ତଙ୍କ ପାଇଁ ଏକ ଉଦାହରଣ ହେବେ । କାମ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ଦ୍ଵାରା ଆପଣଙ୍କୁ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ଆଜି ଆପଣଙ୍କୁ ନିଜର ବ୍ୟବସାୟରେ କିଛି ବିପରୀତ ସ୍ଥିତିର ସାମ୍ନା କରିବାକୁ ପଡିବ । ଆପଣଙ୍କୁ ନିଜର ଶ୍ରମିକମାନଙ୍କ ସହିତ କଥାବାର୍ତ୍ତା କରିବାକୁ ହେବ । କିନ୍ତୁ ଶେଷରେ ଆପଣଙ୍କୁ ନିଜର କାର୍ଜ୍ୟଳୟରେ ସବୁ ଜିନିଷରେ ସହଯୋଗ ମିଳିବ ।

ଧନୁ

ଆଜିର ଦିନ ଆପଣଙ୍କୁ ଲାଭ ମିଳିବାର ଅଛି । ବ୍ୟାପାରି ବର୍ଗର ଲୋକମାନେ ଆଜି ନିଜର ଅଟକିଥିବା କାର୍ଯ୍ୟକୁ ପୁରା କରିବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ପରିବାରର ସଦସ୍ୟଙ୍କ ସମର୍ଥନ ମିଳିବ । ଆପଣ ନିଜର ପରିବାର ପାଇଁ ବହୁତ ଟଙ୍କା ଖର୍ଚ କରିବେ ଓ ତାଙ୍କୁ ସମୟ ମଧ୍ୟ ଦେବେ । ଯଦି ଆପଣ କୌଣସି ବ୍ୟବସାୟ ଆରମ୍ଭ କରୁଛନ୍ତି ତେବେ ଆପଣଙ୍କ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ସେଥିପାଇଁ ସବୁ ସ୍ଥିତିର ସାମ୍ନା କରିବା ପାଇଁ ପ୍ରସ୍ତୁତ ଥାନ୍ତୁ ।

ମକର

ଯେଉଁ ଲୋକମାନେ ଚାକିରି କରୁଛନ୍ତି, ତାଙ୍କୁ ନିଜର କୌଣସି କାମ ପାଇଁ ଇନ୍କ୍ରୀମେଂଟ ମିଳିପାରେ । ଅନ୍ୟ ପଟେ ଯେଉଁ ଲୋକମାନେ ଜବ ଖୋଜୁଛନ୍ତି ତାଙ୍କୁ ସଫଳତା ମିଳିପାରେ । କିଛି ଟଙ୍କା ଲଗ୍ଜରୀ ଜିନିଷରେ ଖର୍ଚ ହୋଇପାରେ । ଟଙ୍କା ଖର୍ଚ କରିବା ସମୟରେ ଆପଣଙ୍କୁ ସାବଧାନ ରହିବାକୁ ହେବ । ଆପଣଙ୍କ ଆଧ୍ଯାତ୍ମିକ ରୁଚି ବଢିବ । ମାତା ପିତାଙ୍କ ପ୍ରତି ଆପଣଙ୍କ ସେନ୍ହ ବଢିବ ଓ ଏହି ସମୟରେ ସେମାନଙ୍କ ଜୀବନ ଭଲ ଚାଲିବ ।

କୁମ୍ଭ

ରାହୁ ଗୋଚର କରିବା ଦ୍ଵାରା ଆପଣଙ୍କ କ୍ୟାରିୟରରେ କିଛି ପରିବର୍ତ୍ତନ ଆସିପାରେ । ପ୍ରତିଭାରେ ବି ଉନ୍ନତି ଆସିବ । ବିଶ୍ରାମ କରନ୍ତୁ ନାହିଁ । କଷ୍ଟ କରନ୍ତୁ । ତେବେ ଯାଇ ସଫଳତା ମିଳିବ । ଆଜି ଆପଣ ବିଜନେସରେ କିଛି ନୂତନ ସମସ୍ୟାର ସମାଧାନ କରି ପାରନ୍ତି । ଅଟକିଥିବା କାର୍ଯ୍ୟ ଆଜି ଆରମ୍ଭ ହୋଇପାରେ । ଟାଇମ ଟେବୁଲ ଦ୍ଵାରା ଆପଣଙ୍କୁ ଅଧିକ ଲାଭ ମିଳିବ । ରୁଣ ନେବା ପାଇଁ ଆପଣଙ୍କ ମନ ହେବ । ଏହି ବର୍ଷରେ ଆପଣ ନିଜର ବ୍ୟବସାୟକୁ ବିସ୍ତାର କରି ପାରନ୍ତି । ଅଫିସରେ ସିନିୟରଙ୍କ ସହ କଥାବାର୍ତ୍ତା କରି ନିଜର ସମସ୍ୟାକୁ ଦୂର କରନ୍ତୁ ।

ମୀନ

ଆପଣଙ୍କୁ ଆପଣଙ୍କ ସହକର୍ମୀଙ୍କ ସହଯୋଗ ମିଳିବ । ଏହା ସହିତ ଆପଣଙ୍କୁ ତାଙ୍କ ପାଇଁ କାମ କରିବାକୁ ବି ପଡିପାରେ । ଆପଣଙ୍କ ପାଖରେ ଏକ ସୁଖମୟ ପାରିବାରିକ ଜୀବନ ଅଛି । କାର୍ଯ୍ୟଲୟରେ ଚାଲୁଥିବା ବିବାଦ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କୁ ନିଜର କ୍ୟାରିୟରରେ କିଛି ଉନ୍ନତି ନଜର ଆସିପାରେ । ଆଜି ଆପଣ କୌଣସି ପାରିବାରିକ କାମ ପାଇଁ ବନ୍ଧୁର ସାହାର୍ଯ୍ୟ ନେଇ ପାରନ୍ତି । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।