କରୋନା ଭାଇରସ ଉପରେ WHO ନେଲା ୟୁ-ଟର୍ନ, ସମସ୍ତଙ୍କ ସାମନାରେ କହିଦେଲା ଚୀନର ସତ

କରୋନା ଭାଇରସକୁ ନେଇ ଆମେରିକା ସହିତ ଦୁନିଆର କେତେକ ଦେଶର ସମାଲୋଚନାର ସମ୍ମୁଖୀନ ହେଉଥିବା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ବର୍ତ୍ତମାନ ନୂଆ ସମସ୍ୟାରେ ପଡିଥିବାର ଦେଖାଯାଇଛି । WHO ତରଫରୁ ପ୍ରଥମେ କୁହାଯାଇ ଥିଲା କି ଚୀନ ତାଙ୍କୁ ଗତ ବର୍ଷ ଡିସେମ୍ବରରେ ହିଁ କରୋନା ବିଷୟରେ ସୂଚିତ କରିଦେଇ ଥିଲା କିନ୍ତୁ ବର୍ତ୍ତମାନ ସେ ୟୁ-ଟର୍ନ ନେଇ ଯାଇଛି । WHO କରୋନାକୁ ନେଇ ଯେଉଁ ନୂଆ ଟାଇମଲାଇନ ପ୍ରସ୍ତୁତ କରିଛନ୍ତି ସେଥିରେ କୌଣସି ସୂଚନା ନାହିଁ କି ଚୀନ ତାଙ୍କୁ କରୋନା ବିଷୟରେ ଆଗରୁ କିଛି କହିଥିଲା ।

WHOର ଏହି ପଦକ୍ଷେପ ତାର କାର୍ଯ୍ୟପ୍ରଣାଳୀ ଉପରେ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି । ଆମର ସହଯୋଗ ଚ୍ୟାନେଲ WION ଏହି ମାମଲା ଉପରେ ଲଗାତାର ଅନୁସନ୍ଧାନ କରୁଛି । ତା ଅନୁସାରେ WHO ଗୁପ୍ତ ଭାବରେ ଏହି ଘଟଣା କ୍ରମକୁ ବଦଳାଇ ଦେଇଛି, ଯେଉଁଥି ପାଇଁ ସାରା ବିଶ୍ଵକୁ କରୋନା ମହାମାରୀର ସାମନା କରିବାକୁ ପଡୁଛି ।

ପ୍ରାୟ ୬ମାସ ପୂର୍ବରୁ WHO ଦାବି କରିଥିଲେ କି ଚୀନ ୩୧ ଡିସେମ୍ବର ୨୦୧୯ରେ କରୋନା ବିଷୟରେ ତାଙ୍କୁ ସୂଚନା ଦେଇଥିଲା । ତାଙ୍କ ତରଫରୁ କୁହାଯାଇ ଥିଲା କି ବୁହାନ ନଗରପାଳିକାର ସ୍ୱାସ୍ଥ୍ୟ ଆୟୋଗ ବୁହାନରେ ନିମୋନିଆ ମାମଲାର ରିପୋର୍ଟ କରିଥିଲା ଏବଂ ଶେଷରେ କରୋନା ଭାଇରସ ଚିହ୍ନଟ କରାଗଲା ।

ଅପଡେଟ କରାଯାଇ ଥିବା ଟାଇମଲାଇନରେ WHO ନିଜ କଥାରୁ ପଛଘୁଞ୍ଚା ଦେଇଛନ୍ତି । ବର୍ତ୍ତମାନ ସେ କହୁଛନ୍ତି କି ଚୀନରେ WHOର କନଟ୍ରି ଅଫିସକୁ ମିଡିଆରୁ ବୁହାନ ନଗରପାଳିକା ସ୍ୱାସ୍ଥ୍ୟ ଆୟୋଗ ପକ୍ଷରୁ ଆସିଥିବା ଖବର ଅନୁସାରେ ‘ଭାଇରାଲ ନିମୋନିୟା’ ବିଷୟରେ ଜଣାପଡି ଥିଲା । WHO ବଡ ଚତୁରତାର ସହିତ କରୋନା ଭାଇରସର ପରିଚୟର କଥାକୁ ଟାଇମଲାଇନ ରୁ ହଟାଇ ଦେଇଛନ୍ତି । ବର୍ତ୍ତମାନ ସେ କହୁଛନ୍ତି କି ୩୧ ଡିସେମ୍ବରରେ ଚୀନ ଏହି ଭାଇରସ ବିଷୟରେ କୌଣସି ସୂଚନା ଦେଇ ନଥିଲା ।

ଟାଇମଲାଇନରେ କେବଳ ଏହି ଗୋଟିଏ ପରିବର୍ତ୍ତନ କରାଯାଇ ନାହିଁ । ପ୍ରଥମ ଟାଇମଲାଇନରେ ଉଲ୍ଲେଖ ଥିଲା କି ୧ ଜାନୁୟାରୀରେ WHO ଭାଇରସର ପ୍ରକୋପରୁ ମୁକ୍ତି ପାଇବା ପାଇଁ ନିଜକୁ ଏମର୍ଜେନ୍ସି ମୋଡରେ ରଖିଥିଲା କିନ୍ତୁ ବର୍ତ୍ତମାନ ଜରୁରୀକାଳୀନ ପରିସ୍ଥିତିକୁ ଚତୁରତାର ସହ ‘ସମନ୍ୟୁୟ କାର୍ଯ୍ୟକଳାପ’ର ନାମ ଦେଇଛନ୍ତି । WHO କହିଛି କି ସେ ଅଧିକାରୀଙ୍କ ଠାରୁ ବୁହାନରେ ରିପୋର୍ଟ କରାଯାଇ ଥିବା କ୍ଲଷ୍ଟର ଉପରେ ସୂଚନା ପାଇଁ ଅନୁରୋଧ କରିଥିଲେ ।

ଏତିକି ନୁହେଁ ପୂର୍ବ ଟାଇମଲାଇନରେ ଏହାର କୌଣସି ଉଲ୍ଲେଖ କରାଯାଇ ନଥିଲା କି WHOକୁ ଚୀନ ଠାରୁ ୩ ଜାନୁୟାରୀରେ କୌଣସି ସୂଚନା ମିଳିଥିଲା, କିନ୍ତୁ ବର୍ତ୍ତମାନ କୁହାଯାଉଛି କି ୩ ଜାନୁୟାରୀ ୨୦୨୦ରେ ଚୀନ ଅଧିକାରୀମାନେ ବୁହାନରୁ ଅଜ୍ଞାନ୍ତ କାରଣରୁ ଭାଇରାଲ ନିମୋନିଆ ବିଷୟରେ WHOକୁ ସୂଚନା ଦେଇଥିଲେ ।

କରୋନାର ମୁକାବିଲାକୁ ନେଇ WHO ପ୍ରମୁଖ ସାର୍ବଜନୀକ ରୂପରେ ଚୀନର ପ୍ରଶଂସା କରିଛି । ସେ ମହାମାରୀର ରାଜନୀତିକରଣ ନ କରିବା ପାଇଁ ଆଗ୍ରହ ମଧ୍ୟ କରିଛି ଏବଂ ବର୍ତ୍ତମାନ ସେ କହୁଛି କି ଚୀନ କରୋନା ଭାଇରସ ବିଷୟରେ କୌଣସି ସୂଚନା ଦେଇନାହିଁ । ଟାଇମଲାଇନରେ କରାଯାଇ ଥିବା ଏହି ପରିବର୍ତ୍ତନ କେବଳ ଚୀନର ଅସଲ ଚେହେରାକୁ ସାମନାକୁ ଆଣିନାହିଁ ବରଂ WHOର ବିଶ୍ଵାସନିୟତା ଉପରେ ମଧ୍ୟ ଗମ୍ଭୀର ପ୍ରଶ୍ନ ଉଠାଇଛି ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।