Weather Update: ମାଡି ଆସୁଛି ବାତ୍ୟା ‘ଲାରୀ’, ଘଣ୍ଟା ପ୍ରତି 135 କିମି ବେଗରେ ବହିବ ପବନ, ସତର୍କ ସୂଚନା ଜାରି କଲା ପ୍ରଶାସନ

ମାଡି ଆସୁଛି ଭୟଙ୍କର ବାତ୍ୟା । ଆଟଲାଣ୍ଟିକ ମହାସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଇଥିବା ଜଣାପଡିଛି । ଶୁକ୍ରବାର ଦିନ ଅପରାହ୍ନରେ ଏହି ଘୂର୍ଣ୍ଣିବଳୟ ଭୀଷଣ ବାତ୍ୟାର ରୂପନେଇ ସ୍ଥଳଭାଗ ଆଡକୁ ମୁହାଁଉଥିବା ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ବାତ୍ୟା ‘ଲାରୀ’ ଗୁରୁବାର ଦିନ ବରମୁଡା ଅତିକ୍ରମ କରିଥିଲା । ତେବେ ଆକ୍ୟୁ ୱେଦରର ରିପୋର୍ଟ ଅନୁଯାୟୀ, ଏହି ବାତ୍ୟା ଭାରତୀୟ ସମୟ ଅନୁସାରେ ଶନିବାର ଦିନ ରାତିରେ ଆଟଲାଣ୍ଟିକ କାନାଡାର ନ୍ୟୁ-ଫାଉଣ୍ଡଲ୍ୟାଣ୍ଡ ଦ୍ବୀପରେ ଲ୍ୟାଣ୍ଡଫଲ କରିବାକୁ ଯାଉଛି ।

ଏହାର ପ୍ରଭାବରେ ଭୀଷଣ ପବନ ଓ ବର୍ଷା ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ଠାରୁ କାନାଡାର ଅନେକ ସ୍ଥାନରେ ବର୍ଷା ଏବଂ ଆରମ୍ଭ ହୋଇଗଲାଣି । ଧୀରେ ଧୀରେ ଏହା ପୂର୍ବ ଉପକୂଳରେ ପ୍ରଭାବ ପକାଇବ । ଏନେଇ କାନାଡାର ହରିକେନସେଣ୍ଟର ସତର୍କ ସୂଚନା ମଧ୍ୟ ଜାରି କରି ସାରିଛି । ବିଶେଷ କରି ଦକ୍ଷିଣ- ପୂର୍ବ ନ୍ୟୁ-ଫାଉଣ୍ଡବର୍ଗର ଲୋକଙ୍କଉ ସତର୍କ ରହିବା ପରାମର୍ଶ ଦେଇଛି ପ୍ରଶାସନ । ତେବେ ଲାରୀ ଶୁକ୍ରବାର ଠାରୁ ଲଗାତାର ଦୁର୍ବଳ ହେବାରେ ଲାଗିଛି ।

ଆକ୍ୟୁ ୱେଦର ପୂର୍ବରୁ ଏହା ପ୍ରଭାବରେ ଘଣ୍ଟା ପ୍ରତି ୧୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଥିଲା ବୋଲି କହିଥିଲା । କିନ୍ତୁ ଏବେ ଏହା କମ ହୋଇ ଘଣ୍ଟା ପ୍ରତି ୧୩୦ କିମି ବେଗରେ ପବନ ବହିବ ବୋଲି ଅନୁମାନ କରାଯାଉଛି । ଶୁକ୍ରବାର ଦିନ ବାତ୍ୟା ଲାରୀ କାନାଡା ଉପକୂଳ ଠାରୁ ୧୩୫ କିମି ଦୂରରେ ଥିଲା ।

ବର୍ତ୍ତମାନ ଏହା ଘଣ୍ଟା ପ୍ରତି ୪୭ କିମି ବେଗରେ ଉପକୂଳ ଆଡେ ମୁହାଁଉଛି । ବରମୁଡା ଅତିକ୍ରମ କରିବା ସମୟରେ ଏହାର ଘଣ୍ଟା ପ୍ରତି ପବନର ବେଗ ୧୬୫ କିମି ଥିବା ଜଣାପଡିଛି । କିନ୍ତୁ ଏହାପରେ ଏହାର ବେଗ କ୍ରମଶଃ କମିଥିଲା । ତଥାପି ଏବେ ମଧ୍ୟ କାନାଡା ଉପକୂଳରେ ଉଚ୍ଚ ଜୁଆର ଆସୁଥିବା ଦେଖିବାକୁ ମିଳିଛି । ଏଥିପାଇଁ ସମୁଦ୍ରରେ ଗାଧୋଇବା ଏବଂ ମାଛ ଧରିବାକୁ ନେଇ ଗାଇଡଲାଇନ ଜାରି କରାଯାଇଛି । ଆକ୍ୟୁ ୱେଦରର ବାରୁଇସ୍ଥ ଗବେଷକ ରବ୍ ମିଲରଙ୍କ ସୂଚନା ମୁତାବକ, କିଛି ଦିନରେ ବାତ୍ୟାର ପ୍ରଭାବ କମିଯିବ ।

ତେବେ ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଅଧିକ ରହୁଥିବାରୁ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଥିବା ସେ କହିଛନ୍ତି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କାରଣରୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।