କାହାକୁ ବାତ (fits) ମାରିଲେ କଣ କରିବେ ? ଜାଣନ୍ତୁ Dr. Soumyadarshan Nayak ଙ୍କ ଠାରୁ

ମୂର୍ଚ୍ଛାରୋଗ ବା ବାତ ମା-ରି-ବା ଏକ ମସ୍ତିଷ୍କଜନିତ ରୋଗ । ଏହି ରୋଗର ସଫଳ ଚିକିତ୍ସା ରହିଛି । ଆମ ମସ୍ତିଷ୍କ କୋଷ ଗ୍ଡୁକିଆ ଏକ ପ୍ରକାର ଇଲେକ୍ଟ୍ରିକ କରେଣ୍ଟ ଜରିଆରେ କାର୍ଯ୍ୟ କରନ୍ତି । ଏହି କରେଣ୍ଟ ନିୟନ୍ତ୍ରଣ ବାହାରକୁ ଛାଲିଗଲେ ମସ୍ତିଷ୍କରେ ଏକ ପ୍ରକାର ଝାଡା ସୃଷ୍ଟି ହୁଏ । ଫଳସ୍ଵରୂପ ଅବ୍ୟକତି ଜଣକ ଥରି ଥରି ତଳେ ପଡିଯାଏ । ତେବେ ଆଖି ଆଗରେ କାହାକୁ ଫିଟ୍ସ ମା-ରି-ଲେ କେମିତି କରିବେ ପ୍ରାଥମିକ ଚିକିତ୍ସା ? ଚାଲନ୍ତୁ ଜାଣିବା ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ସୌମ୍ଯଦର୍ଶନ ନାୟକଙ୍କ ଠାରୁ ।

ବାତ ବା ଫିଟ୍ସ ମା-ରି-ଲେ ଜଣେ ବ୍ୟକ୍ତି ଅକସ୍ମାତ ମୂର୍ଚ୍ଛା ହୋଇଯାଇ ତଳେ ଦୁମଦାମ କରି ପଡିଯାଏ, ମୁହଁ ଗୋଟିଏ ପାର୍ଶ୍ଵକୁ ବଙ୍କା କରିଦିଏ ଓ ପାଟିରୁ ଲାଲ ବୁହାଇବାକୁ ଲାଗେ । ଏହାସହ ତାଙ୍କର ଗୋଟିଏ ପାର୍ଶ୍ଵର ଅଙ୍ଗ ଝିମଝିମ ହୋଇ ଟାଣ ହୋଇଯାଏ ବା ଝଟକା ମା-ରି-ବାକୁ ଲାଗେ । ଏହା ଦୁଇରୁ ତିନି ମିନିଟ ଊର୍ଦ୍ଧ୍ଵ ହେଲେ ବ୍ୟକ୍ତି ପାଟି କରେ ଓ ମୂତ୍ରରେ ମଧ୍ୟ ବେଳେ ବେଳେ କଣ୍ଟ୍ରୋଲ ହୁଏନାହିଁ । ଜିଭ କା-ମୁ-ଡି-ବା ଏବଂ ରକ୍ତ ବାହାରିବା ମଧ୍ୟ ଏହି ରୋଗର ସାଧାରଣ ଲକ୍ଷଣ ଅଟେ ।

ଛୋଟ ଛୁଆ ମଝି-ରେ ମଝି-ରେ ପାଟି ଚାକୁଳେଇବା, ଶୂନ୍ୟକୁ ଅନେଇ ରହିବା ଓ ଅନ୍ଯମନସ୍କ ରହିବା ମଧ୍ୟ ଏହାର ଅନ୍ୟ ଲକ୍ଷଣ ଅଟେ । ଆପଣ କେବେ ଏପରି ରୋଗୀ ଦେଖିଲେ ଭୟ କରନ୍ତୁ ନାହିଁ । ବରଂ ତାଙ୍କୁ ସାହାଯ୍ୟ କରନ୍ତୁ । ଆଉ ଜାଣି ରଖନ୍ତୁ ଏହା ଦୁଇ ତିନି ମିନିଟରୁ ଊର୍ଦ୍ଧ୍ଵ ରହିବ ନାହିଁ ଓ ଦଶ ରୁ ପନ୍ଦର ମିନିଟ ପରେ ରୋଗୀଟି ସ୍ଵାଭାବିକ ହୋଇଯିବ । ତେଣୁ ସେତିକି ସମୟ ପାଇଁ ରୋଗୀଙ୍କୁ ଜଗିବା ଆବଶ୍ୟକ । ପ୍ରଥମେ ଆପଣ ତାଙ୍କୁ ପାଖରେ ନିରାପଦ ସ୍ଥାନକୁ ନେଇଯିବେ । ରୋଗୀଙ୍କୁ ସେଠାରେ ଶୁଆଇ ଏକ କଡକୁ ଲେଉଟାଇ ଦେବେ ।

ଯଦି ତାଙ୍କ ମୁହଁରୁ ଲାଳ ବାହାରୁଛି ତେବେ ସଫା ଲୁଗାରେ ପୋଛିଦେବେ । ରୋଗୀଙ୍କ ମୁଣ୍ଡକୁ ଯଦି ନିଜ କୋଳରେ କିମ୍ବା ଏକ କପଡା ଉପରେ ରଖିଦେବେ ତେବେ ମୁଣ୍ଡରେ ଆଘାତ ଲାଗିବାକୁ ଏଡାଇ ପାରିବେ । ରୋଗୀଙ୍କ ବସ୍ତ୍ର ଟିକେ ଢିଲା କରିଦେବେ ଯେମିତିକି ସେ ଭଲଭାବେ ନିଃଶ୍ଵାସ ପ୍ରଶ୍ଵାସ ନେଇପାରିବେ ଏବଂ ରୋଗୀ ସ୍ଵାଭାବିକ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବେ । ଏହାଛଡା ତାଙ୍କ ମୁଣ୍ଡ କିମ୍ବା ବେକ ଅସମାନ ଭାବେ ରହିଥିଲେ ତାକୁ ସିଧା କରିଦେବେ । ବିଲକୁଲ ଭୟଭୀତ ହେବେ ନାହିଁ ଏବଂ ଦରକାର ପଡିଲେ ଆମ୍ବୁଲାନ୍ସ ମଧ୍ୟ ଡାକିପାରିବେ ।

ଏହାସହ ବ୍ୟକ୍ତିଙ୍କ ପକେଟ କିମ୍ବା ପର୍ସରେ କୌଣସି ପରିଚୟ ପତ୍ର କିମ୍ବା ଫୋନ ନମ୍ବର ଥିଲେ ଥିଲେ ଆପଣ ତାଙ୍କ ପରିଜନଙ୍କୁ ମଧ୍ୟ ଖବର ଦେଇ ପାରିବେ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।